ବ୍ୟାଙ୍କ ରୁ ଟଙ୍କା ଗାୟବ

ଭୁବନେଶ୍ୱର,୨୬/୧୧- ବ୍ୟାଙ୍କରୁ ଟଙ୍କା ଗାୟବ । ସରକାରୀ ଯୋଜନାରେ ମିଳିଥିବା ଟଙ୍କା ବ୍ୟାଙ୍କ ଆକାଉଂଟ ଖାତାରେ ନାହିଁ । ନେଲା କିଏ ଯାହାକୁ ନେଇ ଉଙ୍କିମାରିଛି ପ୍ରଶ୍ନ । ୟୁକୋବ୍ୟାଙ୍କ ବାରଙ୍ଗ ଶାଖାରେ ଶୁକ୍ରବାରଦିନ ଏହିଭଳି ଘଟଣା ଘଟିଛି ଓ ଏହାର ଶିକାର ହୋଇଛନ୍ତି ଦାରୁଠେଙ୍ଗ ଜୁଝଗଡ ଗ୍ରାମର ପବିତ୍ର ପ୍ରଧାନ ।
ଦାରୁଠେଙ୍ଗ ଗ୍ରାମର ପବିତ୍ରପ୍ରଧାନ ନନ୍ଦନକାନନରେ ଗାଇଡ କାମ କରିବା ସହ ସମୟସୁବିଧା ଦେଖି ବିଲବାଡିକାମ କରି ପରିବାର ପ୍ରତିପୋଷଣ କରିଥାନ୍ତି । ୟୁକୋବ୍ୟାଙ୍କ ବାରଙ୍ଗଶାଖାରେ ତାଙ୍କର ଆକାଉଂଟ ନମ୍ବର ୦୫୮୦୦୧୧୦୦୦୩୨୨୦ରେ ଖାତା ଖୋଲି ପାରିଶ୍ରମିକ ଅର୍ଥକୁ ରଖିଥାନ୍ତି । ମାର୍ଚ୍ଚମାସ ୨୨ତାରିଖରେ ଆବଶ୍ୟକତା ଥିବାରୁ ନିଜ ଆକାଉଂଟର ଜମାରାଶିରୁ ନଗଦ ୫୦ହଜାରେ ଟଙ୍କା ଉଠାଇଥିଲେ ।ଏହାପରଠାରୁ ସେ ବ୍ୟାଙ୍କକୁ ଯାଇନଥିଲେ । ପରେ ସରକାରୀ ଅନୁଦାନ କାଳିଆ ଯୋଜନା ଓ ମୋଦୀ ଯୋଜନାରେ ମିଳିବାକୁ ଥିବା ଟଙ୍କା ବ୍ୟାଙ୍କ ଖାତାକୁ ଆସିଛି କି ନାହିଁ ତାହା ଜାଣିବାକୁ ଶୁକ୍ରବାରଦିନ ବ୍ୟାଙ୍କକୁ ଯାଇଥିଲେ ।ଉଭୟ ଯୋଜନା ସହ ଗଛିତ ଥିବା ଅର୍ଥକୁ ମିଶାଇ ସମୁଦାୟ ୧୧ହଜାରେ ୯୦୪ଟଙ୍କା ବଦଳରେ ୩୨୬ ଟଙ୍କା ତାଙ୍କ ଖାତାରେ ଥିବାର  ବ୍ୟାଙ୍କରେ ଜାଣିବାକୁ ପାଇଥିଲେ । ସେ ଟଙ୍କା ଉଠାଇ ନଥିବାବେଲେ ତାଙ୍କ ଆକାଉଂଟରୁ ଟଙ୍କା କିଏ ନେଲା ବୋଲି ବ୍ୟାଙ୍କର ସମସ୍ତ କର୍ମଚାରୀମାନଙ୍କୁ କହିଥିଲେ । କିନ୍ତୁ ବ୍ୟାଙ୍କ ଭିଡ ଥିବାର ଦର୍ଶାଇ କୈ।ଣସି କର୍ମଚାରୀ ପବିତ୍ରଙ୍କ କଥାକୁ ଗୁରୁତ୍ୱ ଦେଇନଥିଲେ ।
ଗରିବର ଦୁଖକୁ ହୃଦୟଙ୍ଗମ କରିପାରି ଗ୍ରାମର କିଛି ଯୁବକ ପବିତ୍ରକୁ ସାଙ୍ଗରେ ଧରି ସୋମବାରଦିନ ବ୍ୟାଙ୍କକୁ ଆସିଥିବାବେଲେ ଆଇନର ଆଶ୍ରୟନେବାକୁ ବ୍ୟାଙ୍କ ପକ୍ଷରୁ କୁହାଯାଇଥିଲା ।ଅନ୍ୟଉପାୟ ନପାଇ ପବିତ୍ର ସୋମବାର ରାତିରେ ବାରଙ୍ଗଥାନାରେ ଲିଖିତ ଅଭିଯୋଗ କରି ନ୍ୟାୟଭିକ୍ଷା କରିଛନ୍ତି । ବ୍ୟାଙ୍କ ଏକ ଏଭଳି ଜାଗା ଯେଉଁଠି ସାଧାରଣ ଲୋକଟି ତାର ଝାଲବୁହା ପାରିଶ୍ରମିକ ଉପାର୍ଜିତ ଅର୍ଥକୁ ସୁରକ୍ଷିତ ଭାବେ ଗଛିତ ରଖିବା ପାଇଁ ଚିନ୍ତାକରିଥାଏ । କିନ୍ତୁ ବ୍ୟାଙ୍କରୁ ରଖିଥିବା ଅର୍ଥ ଗାୟବ ହୋଇଗଲେ ସେ କାହା ଉପରେ ଭରଷା କରିବାକୁ ନେଇ ସୃଷ୍ଟି ହୋଇଛି ପ୍ରଶ୍ନବାଚୀ ।

Comments (0)
Add Comment