ବନ୍ୟାର ସ୍ଥାୟୀ ପ୍ରତିକାର ଓ କ୍ଷତିପୂରଣ ଦାବୀ କଲା ସି.ପି.ଆଇ

ଡେଲାଙ୍ଗ ୧୧/୯(ଏସଏସନିୟୁଜ)ଚଳିତ ବର୍ଷ ଡେଲାଙ୍ଗ ବ୍ଲକରେ ବନ୍ୟା ଜଳ ପ୍ରବେଶ କରିବା ଦ୍ୱାରା ଶହଶହ ଏକର ଧାନଚାଷ ଉଜୁଡି ପଡିଥିବା ବେଳେ ଅନେକ ଲୋକେ ପାଣି ଘେରରେ ରହିଥିଲେ । ଏହ ।ସହିତ କଚା ଘର ଗୁଡିକ ପାଣି ଘେରରେ ରହିବ ।ଦ୍ୱାରା ଅନେକ କାନ୍ଥ ଭାଙ୍ଗି ଲୋକେ ବାସହରା ହୋଇଗଲଣି । ଏନେଇ ଆଜି ସି.ପି.ଆଇ ପକ୍ଷରୁ ଏକ ଦାବୀ ପତ୍ର ଜିଲ୍ଲାପାଳଙ୍କ ଉଦେଶ୍ୟରେ ପ୍ରଦାନ କରାଯାଇଛି । ଚଳିତ ବର୍ଷ ଦୟାନଦୀରୁ ସୃଷ୍ଟି ହୋଇଥିବା କଣ୍ଟ ିଓ ମାଧି ପୁର କାଜରୁ ବନ୍ୟାଜଳ ଆସି ଡେଲାଙ୍ଗ ବ୍ଲକର ବିଭିନ୍ନ ପଂଚାୟତରେ ପ୍ରବଳ କ୍ଷୟ କ୍ଷତି ଘଟାଇ ଅଛି । ବନ୍ୟାର ସ୍ଥାୟୀ ପ୍ରତିକାର ପାଇଁ କୃଷକ ଓ କ୍ଷେତମଜଦୁର ମାନଙ୍କୁ କ୍ଷତିପୂରଣ ସହିତ ୭ ଦଫା ଦାବୀ କରିଛି ସି.ପି.ଆଇ । କଣ୍ଟି ଓ ମାଧିପୁର କାଜକୁ ସବୁଦିନ ପାଇଁ ବନ୍ଦ କରାଯାଉ । ଦୟାନଦୀ ଉଭୟ ପାଶ୍ୱର୍ ବନ୍ଧକୁ ଉଚ୍ଚ ଓ ପ୍ରଶସ୍ତି କରିବା ସହିତ ନଦୀ ଶର୍ଯ୍ୟାକୁ ଖନନ କରାଯାଉ । ଭାଗଚାଷୀ ଓ କୃଷକ ମାନଙ୍କୁ ବନ୍ୟାରେ କ୍ଷତିପୂତରଣ ବାବଦରେ ଏକର ପିଛା୩୦ ହଜାର ଟଙ୍କା ପ୍ରଦାନ କରାଯାଉ । ବନ୍ୟା ଜଳରେ ଭାଙ୍ଗି ଯାଇଥିବା କଚା ଘର କ୍ଷତିଗ୍ରସ୍ତ ପରିବାରକୁ ପକ୍କା ଘର ପାଇଁ ୩ ଲକ୍ଷ ଟଙ୍କା ପ୍ରଦାନ କରାଯାଉ । ଗ୍ରାମୀଣ ମଜଦୁର ମାନଙ୍କୁ ମନରେଗା ଯୋଜନାରେ ପ୍ରର୍ଯ୍ୟାପ୍ତ କାମ ଯୋଗାଇବା ସହିତ ଦୌନିକ ୫୦୦ ଟଙ୍କା ଲେଖାଏଁ ପ୍ରଦାନ କରାଯାଉ ।ସମସ୍ତ କୃଷି ଋଣ ଛାଡ କରାଯିବା ସହିତ ସୁଧମୁକ୍ତ ଋଣ ପୁନଃ ପ୍ରଦାନ ପ୍ରଦାନ କରାଯାଉ । ଛାତ୍ରଛତ୍ରୀ ମାନଙ୍କ ବିଦ୍ୟାଳୟ ଫି ,ଖଜଣା,ଇଲେକ୍ଟ୍ରି ଦେୟ ଛାଡ କରାଯାଉ ।ଜନସଧାରଣଙ୍କ ଗମନାଗମନ ସୁବିଧା ପାଇଁ ଯୁଦ୍ଧକାଳିନ ଭିତ୍ତିରେ ରାସ୍ତାଘାଟ ମରାମତି କରାଯାଉ ଇତ୍ୟାଦି ଦାବୀ ନେଇ ଆଜି ସି.ପି.ଆଇ ଏମ.ଏଲ ଅଶୋକ ପ୍ରଧାନଙ୍କ ନେତୃତ୍ୱରେ ଶତାଧିକ କର୍ମିମାନେ ମୁହଁରେ ମାସ୍କ ଲଗାଇ ତହସିଲ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପଦର୍ଶନ କରିବା ସହିତ ଜିଲ୍ଲାପାଳଙ୍କ ଉଦେଶ୍ୟରେ ତହସିଲଦାର ରାଜେନ୍ଦ୍ରକୁମାର ଅଚାରିଆଙ୍କୁ ଦାବୀପତ୍ର ପ୍ରାଦାନ କରିଥିଲେ ।

Comments (0)
Add Comment