ବାରଙ୍ଗ-୬ନଂ ଓାର୍ଡହେଲା କଣ୍ଟେନମେଣ୍ଟ ଜୋନ

ବାରଙ୍ଗ- ୭/୭(ଏସ୍‌ଏସ୍‌ନିୟୁଜ) ବାରଙ୍ଗ ବ୍ଲକ୍ ଅନ୍ତର୍ଗତ କୁହେଁଇପଡା ପଞ୍ଚାୟତ ର ୬ ନମ୍ବର ୱାର୍ଡରୁ ଜଣଙ୍କର କରୋନା ପଜିଟିଭ ବାହାରିଛି । ଏହି ବ୍ୟକ୍ତି ଜଣଙ୍କ ଭୁବନେଶ୍ୱରରେ ଥିବା ଏକ ଘରୋଇଗାଡି କମ୍ପାନିରେ କାର୍ଯ୍ୟକରୁଥିଲେ । ସେପଟେ କାମ କରୁଥିବା ଅବସ୍ଥାରେ ଥଣ୍ଡା,ଜ୍ଵର,କାଶରେ ପୀଡ଼ିତ ହୋଇ ଅସୁସ୍ଥ ଥିଲେ ,ଏହାର କାରଣ ଜାଣିବା ପାଇଁ ସେ କୋଭିଡ୍ ପରୀକ୍ଷା କରିଥିଲେ।ତେବେ ସୋମବାର ରିପୋର୍ଟ୍ ଆସିିବାପରେ ତାଙ୍କର ପଜିଟିଭ ଥିବାର ଜଣାପଡିଥିଲା ।ଏହାପରେ ତାଙ୍କୁ ମଙ୍ଗଳବାରଦିନ ଜିଲ୍ଲା ପ୍ରଶାସନ ପକ୍ଷରୁ ସ୍ଥାନୀୟ କୋଭିଡ୍ ହସ୍ପିଟାଲ୍ ରେ ଭର୍ତି କରାଯାଇଛି । ଉକ୍ତ ବ୍ୟକ୍ତିଙ୍କ ଘରକୁ କାର‌୍ୟ୍ୟ କରିବାପାଇଁ ଆସୁଥିବା ଜନୈକ ମହିଳାଙ୍କ ଘରକୁ ଜିଲ୍ଲା ପ୍ରଶାସନ ତରଫରୁ ସିଲ୍ କରିବା ସହ ତାଙ୍କୁ କ୍ୱାରେନଟାଇନ ପଠାଇ ଦିଅ ଯାଇଛି । ଏହି ଖବର ପ୍ରଚାରିତ ହେବା ପରେ କୁହଁଇପଡା ଏବଂ ଆଖପାଖ ଗ୍ରାମର ଲୋକେ ଆତଙ୍କିତ ହୋଇପଡିଛନ୍ତି ।ପଂଚାୟତ ତରଫରୁ ୬ ନମ୍ବର ୱାର୍ଡ ର କିଛିଅଂଶକୁ କଣ୍ଟେନମେଣ୍ଟ ଜୋନ ଘୋଷଣା କରାଯାଇଛି । ଉକ୍ତ ବ୍ୟକ୍ତିଙ୍କ ସହ ସଂମ୍ପର୍ଶରେ ଆସିଥିବା ଲୋକମାନଙ୍କୁ ଠାବ କରାଚାଲିଛି ।ସାଧାରଣ ଲୋକଙ୍କ ସୁବିଧାକୁ ଆଖିଆଗରେ ରଖି ପ୍ରାଥମିକ ପର୍ଯ୍ୟାୟରେ ସମ୍ପୃକ୍ତ ଓାର୍ଡ୍‌କୁ ୭୨ଘଂଟା ପାଇଁ କଂଟେନମେଂଟ ଜୋନ ଘୋଷଣା କରାଯାଇଛି ,ଯଦି ଆବଶ୍ୟକ ପଡେ ସଟଡାଉନ କରାଯିବ ବୋଲି ବାରଙ୍ଗବ୍ଲକ ବିଡିଓ ପ୍ରଭାକର ପଣ୍ଡା କହିଛନ୍ତି ।

(ବାରଙ୍ଗରୁ ଗୈାତମ ରାଉତ ଙ୍କ ରିପୋର୍ଟ)

 

Comments (0)
Add Comment