ବାରଙ୍ଗ ସ୍ୱାସ୍ଥ୍ୟକେନ୍ଦ୍ରରେ ଆରମ୍ଭ ହେଲା କୋଭିଡ ଟେଷ୍ଟ

ବାରଙ୍ଗ,୨/୧୧(ଏସଏସନିୟୁଜ) ସୋମବାର ଦିନ ବାରଙ୍ଗ ପ୍ରାଥମିକ ସ୍ବାସ୍ଥ୍ୟ କେନ୍ଦ୍ରରେ ପ୍ରଥମ କରି କୋରୋନା ପରୀକ୍ଷଣ ପ୍ରକ୍ରିୟା ଆରମ୍ଭ ହୋଇଯାଇଛି। ମହୀଧରପଡା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରର ସୁପରିଟେଣ୍ଡେନ୍ଟ ଡ଼ା ସୁବାସ ଚନ୍ଦ୍ର ଗୋଚ୍ଛାୟତ ରିବନ କାଟି ଏହି କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ।ବାରଙ୍ଗ ସ୍ବାସ୍ଥ୍ୟ କେନ୍ଦ୍ରର ମୁଖ୍ୟ ଡାକ୍ତର ମିନାକ୍ଷୀ ମାରାଣ୍ଡି ଙ୍କ ତତ୍ତ୍ଵାବଧାନରେ ଏହି କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା।ଡାକ୍ତର ସାଫଲ୍ୟ ମହାକୁଡ଼ ଓ ପ୍ରିୟବ୍ରତ ସାଥୁଆ ଏହାକୁ ପରିଚାଳନା କରିଥିଲେ।ସ୍ବାସ୍ଥ୍ୟ କେନ୍ଦ୍ରର ସମସ୍ତ ସଦସ୍ୟ ଏଥିରେ ସହଯୋଗ କରିଥିଲେ।ଏ.ଏନ୍.ଏମ୍ ମମତା ମଲ୍ଲିକ କୋଭିଡ୍ ଟେଷ୍ଟ କରିଥିଲେ।ଏଥିରେ ୧୩ ଜଣଙ୍କର ସ୍ୱାବ୍ ସଂଗ୍ରହ କରାଯାଇ ଆଣ୍ଟି ଜେନ ଟେଷ୍ଟ କରାଯାଇଥିଲା,ପରେ ସମସ୍ତଙ୍କ ରିପୋର୍ଟ ନେଗେଟିଭ ଆସିଥିଲା।ପ୍ରତ୍ୟେକ ସୋମବାର ଦିନ ଏଠାରେ କୋରୋନା ପରୀକ୍ଷଣ କାର‌୍ୟ୍ୟକ୍ରମ ଚାଲୁରହିବ ବୋଲି ଡ଼ା ମିନାକ୍ଷୀ ସୂଚନା ଦେଇଛନ୍ତି।(ବାରଙ୍ଗରୁ ଗୈାତମରାଉତଙ୍କ ରିପୋର୍ଟ)।

Comments (0)
Add Comment