ବାରଙ୍ଗରେ ଏଆଇଡିଏସଓ ର ପ୍ରତିଷ୍ଠା ଦିବସ ପାଳିତ

ବାରଙ୍ଗ,୨୮/୧୨(ଏସଏସନିୟୁଜ) ଛାତ୍ର ସଂଗଠନ ଏଆଇଡିଏସଓ ର ୬୭ ତମ ପ୍ରତିଷ୍ଠା ଦିବସ ସୋମବାର ଦିନ ବାରଙ୍ଗ ର ଦାଢାପାଟଣା ଠାରେ ପାଳିତ ହୋଇଯାଇଛି।ଏଆଇଡିଏସଓ ବାରଙ୍ଗ ଆଞ୍ଚଳିକ କମିଟିର ସମ୍ପାଦକ ଭାଗ୍ୟଶ୍ରୀ ପ୍ରଧାନ ସଂଗଠନର ପତାକା ଉତ୍ତୋଳନ କରିବା ସହ ମହାନ ଚିନ୍ତାନାୟକ ଶିବଦାଶ ଘୋଷଙ୍କ ଫଟୋଚିତ୍ର ରେ ମାଲ୍ୟାର୍ପଣ କରିଥିଲେ।ଏହି କାର୍ଯ୍ୟକ୍ରମରେ ସଂଗଠନର ବାରଙ୍ଗ ଆଞ୍ଚଳିକ କମିଟି ର ସହ-ସମ୍ପାଦକ ରାଜେଶ ରାଉତ,ବର୍ଷା ସାମଲ,ଚିଙ୍କି ସାମଲ,ପିଙ୍କି ମୁର୍ମୁ ପ୍ରମୁଖ ଉପସ୍ଥିତ ଥିଲେ।ସର୍ଵଶେଷରେ କମ୍ରେଡ ଶିବଦାଶ ଘୋଷଙ୍କ ଉପରେ ରଚିତ ସଙ୍ଗୀତ ଗାନ କରାଯାଇଥିଲା। ଜାତୀୟ ଶିକ୍ଷା ୨୦୨୦ କୁ ବାତିଲ କରିବା ପାଇଁ ଆନ୍ଦୋଳନକୁ ଶକ୍ତିଶାଳି କରିବା ସହ ଦେଶରେ ଚାଲିଥିବା କୃଷକ ଆନ୍ଦୋଳନକୁ ଶକ୍ତିଶାଳୀ କରିବାକୁ ସଂଗଠନର ସଦସ୍ୟ ମାନେ ଆହ୍ୱାନ ଦେଇଥିଲେ।

Comments (0)
Add Comment