ବାରଙ୍ଗ ରାସ୍ତାରେ ଉଲଗ୍ନ ବ୍ୟକ୍ତି କିଏ !

ବାରଙ୍ଗ,୯/୧୨(ଏସ୍‌ଏସ୍‌ନିୟୁଜ) ବାରଙ୍ଗ ରାସ୍ତାରେ ଉଲଗ୍ନ ବ୍ୟକ୍ତି କିଏ! କିଏ ସିଏ ଉଲଗ୍ନ ହୋଇ ଚାଲିଚାଲି ଯାଉଛି ? ଯାହାକୁ ନେଇ ଆରମ୍ଭ ହୋଇଯାଇଛି ଚର୍ଚ୍ଚା ।ବୁଧବାର ସକାଳୁସକାଳୁ ଦୁଇଜଣ ବ୍ୟକ୍ତି ଉଲଗ୍ନ ହୋଇ ବାରଙ୍ଗରାସ୍ତାରେ ଚାଲିଚାଲି ଯାଉଥିବାର ଦୃଶ୍ୟ ଦେଖିବାକୁ ମିଳିଥିଲା । ରାସ୍ତାକଡରେ ଚା ପିଉଥିବା ଯୁବକମାନେ ଏହି ଦୃଶ୍ୟକୁ ଦେଖି ବିସ୍ମିତ ହୋଇଯିବା ସହ ନିଜ ମୋବାଇଲଫୋନ୍‌ରେ ଏହି ଦୃଶ୍ୟକୁ ଉତଳନ କରିବାକୁ ଭୁଲିନଥିଲେ । ସବୁଠାରୁ ବଡ କଥା ହେଲା ପୋଲିସ ହେପାଜତରେ ଏହିବ୍ୟକ୍ତି ଦୁଇଜଣଯାକ ଚାଲିଚାଲି କରି ଯାଉଥିବାବେଳେ ସାଙ୍ଗରେ ଦୁଇଜଣ ମହିଳାଙ୍କ ସହ ଦୁଇଜଣ ପୁରୁଷ ସାଙ୍ଗରେ ମଧ୍ୟ ଚାଲିଚାଲି ଯାଉଥିଲେ ।ପଛରେ ଏକ କାର ମଧ୍ୟ ପଛେପଛେ ଆସୁଥିଲା । ତେବେ ଜନଗହଳିପୁର୍ଣ ରାସ୍ତାରେ ଉଲଗ୍ନ ଅବସ୍ଥାରେ ଚାଲିଚାଲି ଯିବା ଘଟଣାକୁ ନେଇ ଚର୍ଚ୍ଚା ଯୋର ଧରିଥିଲା । ତେବେ ଏହି ଉଲଗ୍ନ ବ୍ୟକ୍ତି ହେଉଛନ୍ତି ଜୈନଧର୍ମର ସନ୍ଥ । ସେ ଖଣ୍ଡଗିରିରୁ ବାରଙ୍ଗ ରାସ୍ତାଦେଇ ଫେରୁଥିଲେ ।ଉଲଗ୍ନ ହୋଇ ଚାଲିକରି ରାସ୍ତାରେ ଯିବାବେଳେ ବିଭିର୍ଣ କାରଣକୁ ନେଇ ସାଧାରଣରେ ଅସୁବିଧା ହେବା ସମ୍ବାବନା ଥିବାରୁ ବାରଙ୍ଗଥାନା ପୋଲିସ ଏହି ସନ୍ଥଦ୍ୱୟଙ୍କୁ ସୁରକ୍ଷା ସ୍ୱରୁପ ବାରଙ୍ଗଥାନା ଅଂଚଳ ଅତିକ୍ରମ କରାଇବାରେ ସହଯୋଗ କରିଥିବାର ଥାନାଅଧିକାରୀ ଶଶିକାନ୍ତରାଉତ କହିଛନ୍ତି ।

 

Comments (0)
Add Comment