ବାର୍ଷିକ ଜ୍ଞାନ ବିଜ୍ଞାନ ମେଳା ଅନୁଷ୍ଠିତ

ଡେଲାଙ୍ଗ,୧୫/୧ (ଏସଏସନିଉଜ) ଡେଲାଙ୍ଗ ରେଞ୍ଚ ସ୍ଥିତ ବିବେକାନନ୍ଦ ଶିକ୍ଷା କେନ୍ଦ୍ର ପରିସରରେ ୧୯ ତମ ବାର୍ଷିକ ଜ୍ଞାନ ବିଜ୍ଞାନ ମେଳା ଅନୁଷ୍ଠିତ ହୋଇଯାଇଛି । ଡେଲାଙ୍ଗ ତହସିଲଦାର ରାଜେନ୍ଦ୍ର କୁମାର ଅଚାରିଆ ମୁଖ୍ୟ ଅତିଥି ଭାବେ ଯୋଗଦେଇ କାର୍ଯ୍ୟକ୍ରମକୁ ଉଦଘାଟନ କରିଥିଲେ ।ବିଦ୍ୟାଳୟ ପରିଚାଳନା କମଟି ସଭାପତି ତ୍ରୀଲୋଚନ ମହାରଣାଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସଭାରେ ,ଗାଦିବ୍ରହ୍ମ ମହାବିଦ୍ୟାଳୟ ଅଧକ୍ଷ ଡ.ସରୋଜ କୁମାର ପଣ୍ଡ.ପ୍ରତିଷ୍ଠା ସମ୍ପାଦକ ଅକ୍ଷୟ କୁମାର ସ୍ୱାଇଁ ପ୍ରଧାନ ଶିକ୍ଷକ ଅଶୋକ କୁମାରେ ବଳିୟାର ସିଂହ,ପ୍ରମୁଖ ଯୋଗ ଉପସ୍ଥିତ ଥିଲେ । ଶିକ୍ଷୟତ୍ରୀ ଅନୁଶୟା ମ୍ୟାଡାମ ଞ୍ଚପରିଚାଳନା ସହ ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ । ବିଭିନ୍ନ ପ୍ରତିଯୋଗିତାରେ କୃତିତ୍ୱ ଅର୍ଜନ କରିଥିବା ଛାତ୍ରଛାତ୍ରୀ ମାନଙ୍କୁ ପୁରସ୍କାର ପ୍ରଦାନ କରାଯାଇଥିଲା ।

Comments (0)
Add Comment