ବିଡିଓ ଆସୁନାହାନ୍ତି,ଭାଇରାଲ ହେଲା ଭିଡିଓ

ବାରଙ୍ଗ,୩୦/୭(ଏସ୍‌ଏସ୍‌ନିୟୁଜ) ବାରଙ୍ଗ ଝୁନଝୁନଓାଲା ବିଦ୍ୟାପୀଠରେ ହୋଇଥିବା କ୍ଲଷ୍ଟର କ୍ୱାରେଟାଇନ ସେଂଟର ଅବ୍ୟବସ୍ଥା ମଧ୍ୟରେ ଚାଲୁଥିବାର ଭିଡିଓ ସୋସିଆଲମିଡିଆରେ ଭାଇରାଲ ହୋଇଛି । ସେଂଟରରେ ରହୁଥିବା ଲୋକଙ୍କୁ ସର୍ବନିମ୍ନ ସୁବିଧା ପିଇବା ପାଣି ତିନିଦିନହେବ ମିଳୁନାହିଁ । କେବଳ ଏତିକି ନୁହେଁ ଗୋଟିଏ ମାତ୍ର ପାଇଖାନା ଅପରିସ୍କାର ହୋଇପଡିରହିଛି ,କ୍ୱାରେଟାଇନ ସେଂଟରର ଖଟତଳେ କୁକୁର ଶୋଇରହୁଛି ।ସେଂଟର ସାମ୍ନାରେ ବ୍ୟବହୃତ ଗ୍ଲୋବ୍ସ ଓ ଅନ୍ୟାନ୍ୟ ସାମଗ୍ରୀ ପଡିରହିଛି ।ଏହି ସେଂଟରରୁ ରୋଗୀ ରହି ଘରକୁ ଫେରିଥିଲେ ମଧ୍ୟ ସେମାନେ ବ୍ୟବହାର କରିଥିବା ସାମଗ୍ରୀ ସବୁ ସେହିଭଳିଭାବେ ସେହି ରୁମରେ ପଡିରହିଛି ।ଏହି ଅବ୍ୟବସ୍ଥା ମଧ୍ୟରେ ଏଠାରେ ନରହିବାକୁ କହିବାପରେ ପଜିଟିଭ କରାଇ କୋଭିଡ ଡାକ୍ତରଖାନାକୁ ପଠାଇବୁ ବୋଲି କୁଜିନେତା ମାନେ ଧମକମାନ ଦେଉଛନ୍ତି । ବିଡିଓଙ୍କ ଦେଖାମିଳୁନାହିଁ ।ଏହି କଥା ଆମେ କହୁନାହୁଁ । ସୋସିଆଲମିଡିଆରେ ଘୁରିବୁଲୁଛି ଅବ୍ୟବସ୍ଥା ସର୍ମ୍ପକିତ ଭିଡିଓ । ବାରଙ୍ଗ ବ୍ଲକର ୮ଟି ପଂଚାୟତ ପାଇଁ କରାଯାଇଥିବା କ୍ଲଷ୍ଟର କ୍ୱାରେଟାଂଇନରେ ୧୦ଦିନହେବ ରହୁଥିବା ଜଣେ ବ୍ୟକ୍ତି ଏହି ଭିଡିଓକୁ ଗୁରୁବାର ଦିନ ସୋସିଆଲମିଡିଆରେ ଛାଡିଥିବାର ଜଣାପଡିଛି । ଏହିସବୁ ଘଟଣାକୁ ବାରଙ୍ଗବ୍ଲକ ବିଡିଓ ପ୍ରଭାକର ପଣ୍ଡା ଅସ୍ୱିକାର କରିଛନ୍ତି ।ସେ କହିଛନ୍ତି ଏହି କ୍ଲଷ୍ଟରରେ ୫ଜଣ ବ୍ୟକ୍ତି ୧୦ଦିନ ହେବ ରହିଛନ୍ତି ।ସେମାନେ ଘରକୁ ଯିବାକୁ ଚାହିଁବାରୁ ୧୪ଦିନ ରହିବାକୁ ପଡିବ ବୋଲି ମୁଁ କହିବାପରେ ଯୋଜନାକରି ଏହିଭଳି କରୁଛନ୍ତି ।ସେଠାରେ ସେଭଳି ଅବ୍ୟବସ୍ଥା ନାହିଁ ଓ ମୁଁ ପ୍ରାୟତ ସେଠାକୁ ଯାଇ ସ୍ଥିତି ଅନୁଧ୍ୟାନ କରୁଚି ବୋଲି କହିଛନ୍ତି ।(ବାରଙ୍ଗରୁ -ଗୈାତମରାଉତଙ୍କ ରିପୋର୍ଟ)

 

Comments (0)
Add Comment