ଭୁବନେଶ୍ୱରରୁ ୧୩ ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର,୫/୬(ଏସ୍‌ଏସ୍‌ନିୟୁଜ) ପୁଣି ୧୩ କରୋନା ଆକ୍ରାନ୍ତ ଶୁକ୍ରବାରଦିନ ଭୁବନେଶ୍ୱରରୁ ଚିହ୍ନଟ ହୋଇଛି ।ଏମାନଙ୍କ ମଧ୍ୟରେ ୬ଜଣ ସ୍ଥାନୀୟ ଲୋକ ହୋଇଥିବାବେଳେ ୭ଜଣ ହୋମକ୍ୱାରେଟାଇନରରେ ରହିଥିଲେ ।ୟୁନିଟ-୪ରୁ ଦୁଇଜଣ, ,ଆଇଗିଣିଆରୁ ଜଣେ,ଡୁମଡୁମାରୁ ଜଣେ. ଲକ୍ଷ୍ମିସାଗର ରୁ ଜଣେ, ସାଲିଆସହିରୁଜଣେ ସ୍ଥାନୀୟ ଲୋକ ଚିହ୍ନଟ ହୋଇଛନ୍ତି । ସାଲିଆସାହିର ଆକ୍ରାନ୍ତ ଜଣେ ପ୍ରସୁତି ମହିଳାବୋଲି ଜଣାପଡିଛି ।ଫଳରେ ଭୁବନେଶ୍ୱର ରେ ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧିପାଇ ୮୧ରେ ପହଁଚିଛି ।ସେଥିମଧ୍ୟରୁ ୫୧ଜଣ ସୁସ୍ଥ ହୋଇଥିବାବେଳେ ,୩ ଜଣଙ୍କର ମୃତ୍ୟୁ ଘଟିଛି ଓ ୨୭ଜଣ ଚିକିସ୍‌ିତ ହେଉଛନ୍ତି ।

Comments (0)
Add Comment