ବିବାହିତ ମହିଳାଙ୍କୁ ନୃଶଂସ ହତ୍ୟା

ଭଞ୍ଜନଗର,୧୩/୯(ଏସ ଏସ ନିୟୁଜ )ଭଂଜନଗର ର ମଳାସପଦର ଛକରେ ଶନିବାର ରାତି ଜଣେ ମହିଳାଙ୍କୁ ଅତି ନୃଶଂସ ଭାବେ ହତ୍ୟା କରାଯାଇଛି।ହତ୍ୟାକାଣ୍ଡର ପକୃତ କାରଣ ଜଣାପଡିନଥିବା ବେଳେ ଘରର ଛାତ ଉପରେ ବସିଥିବା ବେଳେ କେହି ମହିଳାଙ୍କୁ ହତ୍ୟା କରିଥିବା ସନ୍ଦେହ କରାଯାଉଛି। ଖବର ପାଇ ଭଂଜନଗର ଏସ୍‍ଡିପିଓ ଶୁଭ୍ରାଂଶୁ ଶେଖର ମିଶ୍ରଙ୍କ ସମେତ ଥାନା ପୁଲିସ୍‍ ଘଟଣାସ୍ଥଳରେ ପହଁଚି ତଦନ୍ତ ଆରମ୍ଭ କରିଛନ୍ତି। ହତ୍ୟାର ଶିକାର ହୋଇଥିବା ମହିଳାଙ୍କ ସ୍ୱାମୀ ଝାରସଗୁଡାରେ ରହି ଟ୍ରକ ଚଳାଉଛନ୍ତି।ଶନିବାର ରାତି ପ୍ରାୟ ସାଢେ ୯ଟା ସମୟରେ ଦୁଇ ଝିଅ ଘର ଭିତରେ ରୋଷେଇ କରୁଥିବା ବେଳେ ମୃତ ମହିଳା ଜ୍ୟେସ୍ନାରାଣୀ ନାୟକ(୪୦) ଏକାକୀ ଛାତ ଉପରେ ବସିଥିଲେ।ଏହିସମୟରେ ଜ୍ୟେସ୍ନାରାଣୀ ଙ୍କୁ ଆକ୍ରମଣ କରାଯାଇଥିବାବେଳେ ସେ ଚିତ୍କାର ଛାଡିଥିଲେ।ତାଙ୍କ ଚିତ୍କାର ଶୁଣି ଦୁଇ ଝିଅ ଛାତ ଉପରକୁ ଆସିବା ବେଳେ ଦୁବୃର୍ତ୍ତମାନେ ଘଟଣାସ୍ଥଳରୁ ଫେରାର ହୋଇ ଯାଇଥିବାର କୁହାଯାଉଛି । ତାଙ୍କର ପିଠି ଓ ମୁଣ୍ଡର ପଛଭାଗରେ କ୍ଷତ ସୃଷ୍ଟି ହୋଇଥିବାର ଜଣ। ପଡିଛି । ତେବେ ପୋଲିସ ତଦନ୍ତ ଆରମ୍ଭ କରିଛି ।

 

Comments (0)
Add Comment