ବିଜୁ ପଟ୍ଟନାୟକ ପାର୍କ ଓ ସହରାଞ୍ଚଳ ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ର ଉଦଘାଟିତ

ଚୌଦ୍ଵାର,୧୭/୧୨(ଏସଏସନିୟୁଜ) ଚୌଦ୍ଵାରବାସୀଙ୍କ ଦୀର୍ଘଦିନର ଦାବୀ ପୂରଣ ହେଲା ।୭୫ ଲକ୍ଷ ଟଙ୍କା ବ୍ୟୟବରାଦରେ ନିର୍ମିତ ଚୌଦ୍ଵାର ସହରାଞ୍ଚଳ ପ୍ରାଥମିକ ସ୍ବାସ୍ଥ୍ୟ କେନ୍ଦ୍ରକୁ ଆଜି ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ନବକିଶୋର ଦାସ ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ । ଏହାସହ ଦେଢ କୋଟି ଟଙ୍କା ବ୍ୟୟବରାଦରେ ବିଜୁ ପଟ୍ଟନାୟକ ପାର୍କ କୁ ମଧ୍ୟ ମନ୍ତ୍ରୀ ଉଦଘାଟନ କରିଥିଲେ । ଲେବର ଟେନମେଣ୍ଟ କଲୋନୀ ସ୍ଥିତ ଯଯାତିକେଶରୀ କ୍ଲବ ଠାରେ ଚୌଦ୍ବାର କଟକ ର ପ୍ରାକ୍ତନ ବିଧାୟକ ପ୍ରଭାତ ରଞ୍ଜନ ବିଶ୍ଵାଳ ଙ୍କ ପୌରହିତରେ ଆୟୋଜିତରେ ଉଦଘାଟନି ସଭା ହୋଇଥିଲା ।ଏହି ଉଦଘାଟନୀ ଉତ୍ସବରେ ନଗର ଉନ୍ନୟନ ମନ୍ତ୍ରୀ ପ୍ରତାପ ଜେନା, ବିଧାୟକ ସୈାଭିକ୍ ବିଶ୍ଵାଳ,ପୂର୍ବତନ ବିଧାୟକ ପ୍ରଭାତ ରଞ୍ଜନ ବିଶ୍ଵାଳ,କଟକ ଜିଲ୍ଲାପାଳ ଭବାନୀ ଶଙ୍କର ଚୟନି ପ୍ରମୁଖ ଯୋଗଦେଇଥିଲେ ।(ଚୌଦ୍ଵାରରୁ ଶ୍ରୀକାନ୍ତ ଜେନାଙ୍କ ରିପୋର୍ଟ)

Comments (0)
Add Comment