ବିଜେପି ଜିଲ୍ଲା ସଭାପତିଙ୍କୁ ମରଣାତ୍ମକ ଆକ୍ରମଣ

ଭୁବନେଶ୍ୱର:୧୫/୧୧-  ବିଜେପିର ଭୁବନେଶ୍ୱର ସାଙ୍ଗଠନିକ ଜିଲ୍ଲା ସଭାପତି ହରେକୃଷ୍ଣ ଖୁଣ୍ଟିଆଙ୍କୁ ସଂଘବଦ୍ଧ ଭାବେ ମରଣାତ୍ମକ ଆକ୍ରମଣ ହୋଇଥିବା ଅଭିଯୋଗ ହୋଇଛି। ଗୁରୁତର ଅବସ୍ଥାରେ ତାଙ୍କୁ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଥିବା ଜଣାପଡିଛି  ।ସୂଚନା ଯୋଗ୍ୟ ଯେ , ହରେକୃଷ୍ଣ  ଏକାମ୍ର ହାଟ ନିକଟରେ ଥିବା ତାଙ୍କ  ବନ୍ଧୁଙ୍କ କାର୍ଯ୍ୟାଳୟରେ ବସିଥିବା ବେଳେ ୧୦ରୁ ଅଧିକ ଦୁର୍ବୃତ୍ତ ମୁହଁରେ ରୁମାଲ ବାନ୍ଧି ତାଙ୍କୁ ଆକ୍ରମଣ କରିଥିଲେ। ହରେକୃଷ୍ଣଙ୍କୁ ନିଧୁର୍ମ୍‌ ମାଡ ମାରିବା ସହ ତାଙ୍କ ବନ୍ଧୁଙ୍କ କାର୍ଯ୍ୟାଳୟରେ ମଧ୍ୟ ବ୍ୟାପକ ଭଙ୍ଗାରୁଜା କରିଛନ୍ତି । ତେବେ  ହରେକୃଷ୍ଣ ଖୁଣ୍ଟିଆଙ୍କ ଉପରେ କେଉଁ କାରଣରୁ   ଆକ୍ରମଣ ହୋଇଛି  ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନଥିବା ବେଳେ  ଘଟଣାସ୍ଥଳରେ ପୁଲିସ ପହଞ୍ଚି ଛାନଭିନ ଜାରି ରଖିଛି ।

Comments (0)
Add Comment