ବ୍ଲକ ଅଫିସ ଆଗରେ ସଂହତି ଦିବସ

ବାରଙ୍ଗ,୩/୧୨(ଏସଏସନିୟୁଜ) କେନ୍ଦ୍ର ସରକାର ଚାଷୀମାନଙ୍କ ପାଇଁ ଆଣିଥିବା ଅତ୍ୟାବଶ୍ୟକ ସାମଗ୍ରୀ ସଂଶୋଧନ ଆଇନ ୨୦୨୦ ଓ ଘରୋଇ ମଣ୍ଡି ଆଇନ ବାତିଲ ଦାବିରେ ଦେଶର ବିଭିର୍ଣ ଚାଷୀ ସଂଗଠନମାନେ ଅଲ୍ ଇଣ୍ଡିଆ କିଶାନ ସଂଘର୍ଷ ସମନ୍ୱୟ କମିଟି ମାଧ୍ୟମରେ ଦିଲ୍ଲୀ ଚଲୋର ଆହ୍ୱାନ ଦେଇଥିଲେ । ଦେଶର ହଜାର ହଜାର ଚାଷୀ ମାନେ ଶାନ୍ତି ପୂର୍ଣ୍ଣ ଭାବେ ଦିଲ୍ଲୀ କୁ ପ୍ରବେଶ କରିବା ପୂର୍ବରୁ ସେମାନଙ୍କୁ ଦିଲ୍ଳୀ ସୀମାରେ ଅଟକାଇବା ସହ ଲାଠି ଚାର୍ଜ, ଲୁହ ବୁହା ବାଷ୍ପ ପ୍ରୟୋଗ କରାଯାଇଛି । ତା ସତ୍ୱେ ଲଢୁଆ କୃଷକ ମାନେ ଦିଲ୍ଲୀ ସୀମାରେ ବିରତ୍ୱପୂର୍ଣ୍ଣ ଭାବରେ ପ୍ରତିବାଦ କରି ଚାଲିଛନ୍ତି । ଏହି ଚାଷୀ ଆନ୍ଦୋଳନ ପ୍ରତି ସଂହତି ଜ୍ଞାପନ କରି ଆଜି ଅଲ ଇଣ୍ଡିଆ କିଷାନ କ୍ଷେତ ମଜଦୂର ସଙ୍ଗଠନ ପକ୍ଷରୁ ସର୍ବ ଭାର ତୀୟ ସଂହତି ଦିବସ ଅବସରରେ ବାରଙ୍ଗ ବ୍ଲକ ଅଫିସ ଆଗରେ  ସଂହତି ଦିବସ ପାଳନ କରାଯାଇଛି । କେନ୍ଦ୍ର ସର କାର ତୁରନ୍ତ ସମସ୍ତ ଚାଷୀ ବିରେଧୀ କଳା ଆଇନ ପତ୍ୟାହାର ଦାବିରେ ଏକ ସ୍ମାରକ ପତ୍ର ପ୍ରଧାନମନ୍ତ୍ରୀଙ୍କ ଉଦ୍ଦେଶ୍ୟ ରେ ପ୍ରଦାନ କରାଯାଇଛି । ସଂହତି ଦିବସ ସ୍ଥଳରେ ଅନୁଷ୍ଠିତ ପ୍ରତିବାଦ ସଭାରେ ଅଲ ଇଣ୍ଡିଆ କିଷାନ କ୍ଷେତ ମଜଦୂର ସଙ୍ଗ ଠନର ଜିଲ୍ଲା ଇନଚାର୍ଜ ବସନ୍ତ ନାୟକ, ଏସୟୁସିଆଇ(ସି) ବାରଙ୍ଗ ସମ୍ପାଦକ ସିଦ୍ଧାର୍ଥ ରଥ, ନାରୀ ନେତ୍ରୀ ଟିକା ସାମଲ, ଏଆଇକେକେଏମଏସ ର ବାରଙ୍ଗ ସଙ୍ଗଠକ ଅଶୋକ ବେହେରା, କେଳୁ ଦାସ, ବସନ୍ତ ବିଶୋଇ, ଅଭିରାମ ବେହେରା, ରିନା ବିଶୋଇ, ସୁଶାନ୍ତ ବିଶୋଇ, ଛାତ୍ର ନେତା ଭାଗ୍ୟଶ୍ରୀ ପ୍ରଧାନ, ରାଜେଶ ରାଉତ ପ୍ରମୂଖ ବକ୍ତା ମାନେଏଇ ତିନୋଟି କଳା ଆଇନ ଆସିବା ଫଳରେ କୃଷକମାନେ ସେମାନଙ୍କର ସାମ୍ବିଧାନିକ ଓ ମୌଳିକ ଅଧିକାର ହରାଇବେ ଓ ଯାହାଦ୍ୱାରା ପୁଞ୍ଜିପତି, ବ୍ୟବସାୟୀ ଏବଂ କର୍ପୋରେଟ ସଂସ୍ଥା ମାନେ ଲାଭବାନ ହେବେ ।ତେଣୁ ଚାଷୀ ମାନଙ୍କ ସ୍ୱାର୍ଥ ବିରୋଧି ଏହି ୩ଟି କଳା ଆଇନ କୁ ତୁରନ୍ତ ପ୍ରତ୍ୟାହାର କରିବାକୁ ବକ୍ତା ମାନେ ଦାବି କରିଥିଲେ ।

 

Comments (0)
Add Comment