ବିଏମସି ଶପିଂ ମଲ୍ ଖୋଲିବା ପାଇଁ ଦେଲା ଅନୁମତି

ଭୁବନେଶ୍ୱର,୨/୮ (ଏସ୍‌.ଏସ୍‌.ନିୟୁଜ) ଭୁବନେଶ୍ୱର ମହାନଗର ନିଗମ (ବିଏମସି) ଶପିଂ ମଲ୍ ଖୋଲିବା ପାଇଁ ଦେଇଛି ଅନୁମତି ଓ ଜାରି ହୋଇଛି ଏସଓପି ।ଶପିଂ ମଲ୍ ପରିସରରେ ଥିବା ସିନେମା ହଲ୍, ଫନ୍ ଜୋନ୍ ବି ବନ୍ଦ ରହିବ । ଫୁଡ୍ କୋର୍ଟ, ଇଟେରି ଆଇଟମ ,ପିଲାଙ୍କ ପାଇଁ ଗେମ୍ ଜୋନ୍ ଆଦି ଖୋଲିବନି ।ମଲର ପ୍ରବେଶପଥରେ ଥର୍ମାଲ ସ୍କ୍ରିନିଂ କରାଯିବ । ଜ୍ୱର କିମ୍ବା ଥଣ୍ଡା ହୋଇଥିଲେ ଭିରତକୁ ପ୍ରବେଶ ବନ୍ଦ । ମଲ୍ ଭିତରେ କୌଣସି ପ୍ରକାର ପ୍ରମୋଶନାଲ କାର୍ଯ୍ୟକଳାପ ବନ୍ଦ ରହିବ।କର୍ମଚାରୀ ଓ ଗ୍ରାହକ ନିଜ ନିଜ ମଧ୍ୟରେ ଅତି କମରେ ୬ ଫୁଟ ଦୂରତା ବଜାୟ ରଖିବେ । ।ସମସ୍ତେ ଆରୋଗ୍ୟ ସେତୁ ଆପ୍ ଡାଉନଲୋଡ୍ କରିବ। ସହ ସମସ୍ତେ ମାସ୍କ ପିନ୍ଧିବା ବାଧ୍ୟତାମୂଳକ କରାଯାଇଛି ।

Comments (0)
Add Comment