ବୃଦ୍ଧ ବାପା-ମାଙ୍କୁ ପର କଲେ ପୁଅ-ବୋହୁ : ପୋଲିସ ସବ-ଇନ୍ସପେକ୍ଟର ଦେଖାଇଲେ ମହାନତା

ନୀଳଗିରି ୧୭।୧(ଏସଏସନିୟୁଜ)ପୁଅଟିଏ ପାଇଁ ମା ଲକ୍ଷେ ଶିବ ପୂଜି, ବାର ଓଷା ତେର ବ୍ରତ କରି ନିଜ ଜୀବନକୁ ମୃତ୍ୟୁ ସହିତ ସଂଘର୍ଷ କରି କୋଳରେ ଜନ୍ମ ଦେଇଥାନ୍ତି । ସେହିପରି ବାପା ମୁଣ୍ଡ ଝାଳ ତୁଣ୍ଡରେ ମାରି ତାକୁ ବଡ଼କରି ଥାଏ। କିନ୍ତୁ ଯଦି ସେହି ପୁଅ ବାପା ମାଙ୍କୁ ନିର୍ଯ୍ୟାତନା ଦେଇ ଘରୁ ବାହାର କରିଦିଏ ତେବେ ସେହି ବାପା ମା କହିବେ କାହାକୁ। ଏଭଳି ଏକ ଅଭାନୀୟ ଘଟଣା ନୀଳଗିରି ଅଂଚଳରେ ଦେଖିବାକୁ ମିଳିଛି।
ଖବର ଅନୁଯାୟୀ, ପୁଅ ବୋହୁ ବୃଦ୍ଧ ବାପା ମା ଙ୍କୁ ପର କରିଥିବା ବେଳେ ନୀଳଗିରି ଥାନାର ସବ ଇନିସ୍ପେକ୍ଟର ଆପଣା ପଣ ଦେଖାଇଛନ୍ତି। ନୀଳଗିରି ସାନଅତାର ୭୨ ବର୍ଷୀୟ ପୂର୍ଣ୍ଣଚନ୍ଦ୍ର ପଣ୍ଡା ଓ ତାଙ୍କ ସ୍ତ୍ରୀ ପଦ୍ମାବତୀ ପଣ୍ଡାଙ୍କୁ ତାଙ୍କର ପୁଅ ଓ ବୋହୂ ନିର୍ଯ୍ୟାତନା ଦେଇ ମାଡ଼ ମାରି ଘରୁ ବାହାର କରିଦେବାରୁ ସେମାନେ କାନ୍ଦି କାନ୍ଦି ନିଜର ଦୁଃଖ ବଖାଣିଛନ୍ତି । ନ୍ୟାୟ ପାଇଁ ନୀଳଗିରି ଥାନାରେ ଅଭିଯୋଗ କରିବା ପାଇଁ ଆସିଥିଲେ । ସେଠାରେ ଥିବା ଗଛ ମୂଳେ ବସିଥିଲେ।
ସେହି ସମୟରେ ନୀଳଗିରି ଥାନା ସବଇନ୍ସପେକ୍ଟର ବାସୁଦେବ ଜୟସିଂହ ଆସି ବୃଦ୍ଧ-ବୃଦ୍ଧା ଙ୍କୁ ହାତ ଧରି ଥାନା ଭିତରକୁ ନେଇ ସମସ୍ତ ଘଟଣା ବୁଝି ଆପଣାପଣ ଦେଖାଇଥିଲେ।ପୁଅ ପ୍ରମୋଦ କୁ ଡକାଇ ବାପା ମା ଙ୍କୁ ଭୁଲ ମଗାଈ ଆଗକୁ ଏଭଳି କରିବ ନାହିଁ ବୋଲି ଲିଖିତ ପ୍ରତିଶୃତି ଦେଇ ଘଟଣାର ସମାଧାନ କରିଥିଲେ। ବୃଦ୍ଧ ପିତା ମାତା ଙ୍କ ଆଖିରେ ଲୁହ ଝରାଇଲେ ଆଗକୁ ଜେଲ ରାସ୍ତା ଯିବାକୁ ପ୍ରସ୍ତୁତ ରୁହ ବୋଲି ଚେତାବନୀ ମଧ୍ୟ ଦେଇଥିଲେ। ଏସଆଇ ଜୟସିଂହ ଙ୍କ ଏଭଳି କାର୍ଯ୍ୟକୁ   ବେଶ ପ୍ରଶଂସା କରାଯାଇଛି।

Comments (0)
Add Comment