ଚା ଦୋକାନୀଙ୍କ ଗୋଡରେ ଚଢିଗଲା ଟ୍ରକ

ବାରଙ୍ଗ,୧/୧୧(ଏସ୍‌ଏସ୍‌ନିୟୁଜ) ରବିବାର ଦିନ ସକାଳେ ନନ୍ଦନକାନନ ବସଷ୍ଟାଣ୍ଡ ପାଖରେ ଏକ ରେଡିମିକ୍ସ ହାଇୱା ଜଣେ ବୃଦ୍ଧଙ୍କୁ ଧକ୍କାଦେଇ ଗୋଡରେ ଚକା ଚଢାଇ ଦେଇଛି ।ଫଳରେ ବୃଦ୍ଧ ଜଚ୍ଚଙ୍କ ଗୁରୁତର ଆହତ ହୋଇଥିବାବେଲେ ପୋଲିସ ଆସି ବୃଦ୍ଧକୁ ଚିକିସ୍‌। ପାଇଁ ଡାକ୍ତରଖାନାକୁ ପଠାଇଛି ।
ପ୍ରକାସ ଯେ,ବିହାରର କ୍ରିଷ୍ନାଚନ୍ଦ୍ର ପଣ୍ଡିତ(୬୦)ନାମକ ବୃଦ୍ଧ ବସଷ୍ଟାଣ୍ଡ ସାମ୍ନାରେ ଏକ ଚା ଦୋକାନ ଦେଇ ନିଜ ପରିବାର ଗୁଜରାଣ ମେଂଟାଉଥିଲେ ।ରବିବାର ଦିନ ସକାଳେ ନିଜ ଦୋକାନ ବନ୍ଦ ଥିବାରୁ ପାଖ ଦୋକାନରୁ ଏକ ଗ୍ଲାସରେ ଚା ନେଇ ଫେରୁଥିବାବେଳେ ପାର୍କିଂକୁ ଯାଉଥିବା ଓଡି୩୩ୟୁ-୮୩୨୫ନଂ ରେଡିମିକ୍ସ ହାଇଓା୍ୱ କ୍ରିଷ୍ନାକୁ ଧକ୍କା ଦେଇଥିଲା ।ଫଳରେ ଜ୍ରିଷ୍ନା ତଲେ ପଡିଯିବାରୁ ଗୋଡଟି ହାଇୱାର ଚକତଳେ ରହିଯାଇଥିବାରୁ ଚକଟି ଚଢିଯାଇଥିଲା ।ହାଇୱାଟି ବୃଦ୍ଧଙ୍କ ଗୋଡରେ ଚଢାଇ ପାର୍କିଂ ମଧ୍ୟକୁ ପଳାଇଥିଲା ।ଖବର ପାଇ ନନ୍ଦନକାନନଥାନା ପୋଲିସ ଆସି ଦୁର୍ଘଟଣାଗ୍ରସ୍ଥ ହାଇୱାକୁ ଜବତ କରିବା ସହ ଚାଳକକୁ ଅଟକ ରଖି ବୃଦ୍ଧକୁ ଚିକିସ୍‌ । ପାଇଁ ଡାକ୍ତରଖାନାକୁ ପଠାଇଥିଲେ ।(ବାରଙ୍ଗରୁ ଗୌତମ ରାଉତ ଙ୍କ ରିପୋର୍ଟ )

Comments (0)
Add Comment