Browsing category

ବାଣିଜ୍ୟ

ନନ୍ଦନକାନନରେ ଚେତାସୁନ୍ୟ ହେଲେ ୪ ବଙ୍ଗୀୟ ନାବାଳିକା

ଭୁବନେଶ୍ୱର,୧୨।୮ (ଏସଏସନିଉଜ) ମଙ୍ଗଳବାର ଦିନ ଅସହ୍ୟ ଗରମ ଓ ଗୁଳୁଗୁଳିରେରେ ଲୋକେ ଆଉଟୁପାଉଟୁ ହେଉଥିବାବେଳେ ପ୍ରାଣୀଉଦ୍ୟାନ ନନ୍ଦନକାନନରେ ଅଂଶୁଘାତରେ ୪ଜଣ ନାବାଳିକା ଅସୁସ୍ଥ ହୋଇପଡିଥିବାର ଜଣାପଡିଛି।ସେମାନଙ୍କ ମଧ୍ୟରୁ ଦୁଇ ଜଣଙ୍କୁ ନନ୍ଦନକାନନ କର୍ମଚାରୀ ଆଶୁଚିକିତ୍ସା କରିବା ପରେ ସାମାନ୍ୟ ସୁସ୍ଥ ହୋଇଥିବା ବେଳେ ଆଉ ଦୁଇଜଣ ଗୁରୁତର ହେବାରୁ ସେମାନଙ୍କୁ କଟକ ବଡଡାକ୍ତର ଖାନାକୁ ନନ୍ଦନକାନନ କର୍ତ୍ତୃପକ୍ଷ ପଠାଇଥିଲେ। ପ୍ରକାସଯେ, କଲିକତାରୁ ଡବ୍ଲୁ୧୯ ଏଚ ୭୯୨୫ନମ୍ୱର ଟୁରିଷ୍ଟ ବସ ଯୋଗେ ଏକ ବଙ୍ଗୀୟ ପରିବାର ଅନ୍ୟମାନଙ୍କ ସହ […]

ଆସନ୍ତାକାଲିଠାରୁ ଖୋଲିବ ଭିତରକନିକା

କେନ୍ଦ୍ରା‌ପଡ଼ା,୩୧।୭(ଏସଏସନିଉଜ) କୁମ୍ଭୀର ପ୍ରଜନନ ପାଇଁ ତିନି ମାସ ବନ୍ଦ ଥିବା ଭିତରକନିକା ଜାତୀୟଉଦ୍ୟାନ ଆସନ୍ତାକାଲି ଶୁକ୍ରବାରଠାରୁ ପର୍ଯ୍ୟଟକଙ୍କ ପାଇଁ ଖୋଲିବାକୁ ଯାଉଛି। କୁମ୍ଭୀର ପ୍ରଜନନରେ କୌଣସି ବାଧାରେ ଯେଭଳି ସୃଷ୍ଟି ନହେବ ସେଥିପାଇଁ ଭିତରକନିକା ଜାତୀୟ ଉଦ୍ୟାନ ମେ୧ ରୁ ଜୁଲାଇ ୩୧ ପର୍ଯ୍ୟନ୍ତ ବନ୍ଦ ରହିଥିଲା।

ଆଗ୍ରାଭେଟ ପ୍ରାଇଭେଟ୍ ଇଥାନ୍ ଅଏଲ କମ୍ପାନୀରେ ଅବକାରୀ ବିଭାଗର ଚଢାଉ

କଟକ,୩୦।୭(ଏସଏସନିଉଜ)ମଣ୍ଡଳୀ ନିକଟସ୍ତ ନୂଆସାହିଠାରେ ଥିବା ଘରୋଇ ଈଥାନଅଏଲ ଆଗ୍ରାଭେଟ କମ୍ପାନିରେ କଟକ ଅବକାରୀବିଭାଗ ପକ୍ଷରୁ ବଡ଼ଧରଣର ଚଢାଉ ବୁଧବାର ଦିନ କରାଯାଇଛି।କଟକ ଅବକାରୀ ବିଭାଗ ଅଧିକ୍ଷକଙ୍କ ନିର୍ଦେଶରେ ଏହି କଂପାନୀରେ କେତେ ଇଥାନଅଏଲ୍ ବିକ୍ରୀ ହେଉଛି, କେତେ ପରିମାଣର ପ୍ରସ୍ତୁତି ସହିତ କେଉଁକେଉଁ ଆଡେ ଯୋଗାଣ ହେଉଛି,ଇଥାନଅଏଲ୍ ପରେ ଆଉ କଣ ହେଉଛି ଏହାକୁ ନେଇ କମ୍ପାନୀ ଭିତରେ ଛାନଭିନ କରିଥିଲା ଅବକାରୀ ବିଭାଗର ୧୫ଜଣିଆ ଟିମ୍। ଅବକାରୀବିଭାଗ ଦୀର୍ଘ ସମୟଧରି ଚଢାଉ ଜାରୀ କରିରଖିଥିବାର ଜଣାପଡିଥିଲା। […]

ଭୁବନେଶ୍ବର ମେଟ୍ରୋ ପ୍ରକଳ୍ପର ସମସ୍ତ ପୁରୁଣା ଟେଣ୍ଡର ବାତିଲ

ଭୁବନେଶ୍ୱର,୨୭ା୭ (ଏସଏସନିଉଜ) ୨୦୨୪ ଜାନୁଆରୀ ପହିଲାରେ ମେଟ୍ରୋ ରେଳ ପ୍ରକଳ୍ପ ପାଇଁ ଭିତ୍ତିପ୍ରସ୍ତର ପଡ଼ିଥିଲା । ଭୁବନେଶ୍ବର ମେଟ୍ରୋ ପ୍ରକଳ୍ପ କାମ ବିଳମ୍ବ ହେଉଥିବାରୁ ଠିକା ସଂସ୍ଥା ସିଗାଲ ଇଣ୍ଡିଆ ଓ ଦିଲ୍ଲୀ ମେଟ୍ରୋ ରେଲ୍‌ କର୍ପୋରେସନ୍‌ ସହ କଣ୍ଟ୍ରାକ୍ଟ ଚୁକ୍ତି ବାତିଲ କରାଯାଇଛି। ୬ଟି ମେଟ୍ରୋ ଷ୍ଟେସନ ନିର୍ମାଣ ପାଇଁ ଚୁକ୍ତି ହୋଇଥିଲା। ୨୦୨୪ ନିର୍ବାଚନ ପୂର୍ବରୁ ପୂର୍ବ ସରକାର ମେଟ୍ରୋ ପ୍ରକଳ୍ପର ନିଅଁ ଦେଇଥିଲେ । ୨୦୨୪-୨୫ ବଜେଟରେ ଏ ପ୍ରକଳ୍ପ ପାଇଁ ଅର୍ଥ […]

ପ୍ଲାଷ୍ଟିକରେ ପେଟ୍ରୋଲ ମନା !

ଭୁବନେଶ୍ୱର,୨୨।୭(ଏସଏସନିଉଜ)ଆଜିଠାରୁ ପ୍ଲାଷ୍ଟିକ ବୋତଲରେ ପେଟ୍ରୋଲ ବିକ୍ରି ହୋଇପାରିବ ନାହିଁ।ରାସ୍ତାଘାଟରେ ପ୍ଲାଷ୍ଟିକ୍‌ ବୋତଲରେ ପେଟ୍ରୋଲ ବିକିଲେ କାର୍ଯ୍ୟାନୁଷ୍ଠାନ ହେବ।ପେଟ୍ରୋଲପମ୍ପ୍‌ ସଂଘ ସହ ବୈଠକ ପରେ ଯୋଗାଣ ମନ୍ତ୍ରୀ ଏହି ସୂଚନା ଦେଇଛନ୍ତି।ବାହାରେ ପ୍ଲାଷ୍ଟିକ ବୋତଲରେ ପେଟ୍ରୋଲ ବିକ୍ରି କଲେ କାର୍ଯ୍ୟାନୁଷ୍ଠାନ ନିଆଯିବ।କାଚ ଓ ଟିଣ ବୋତଲରେ ପେଟ୍ରୋଲ ବିକ୍ରି ପାଇଁ ଅନୁମତି ମିଳିଛି।ଆଜିଠାରୁ ବିଭିନ୍ନ ପେଟ୍ରୋଲ ପମ୍ପ୍‌ରେ ଯାଞ୍ଚ କରାଯିବ ବୋଲି ମନ୍ତ୍ରୀ ସୂଚନା ଦେଇଛନ୍ତି।ସମସ୍ତ ଜିଲ୍ଲାପାଳମାନଙ୍କୁ ନିର୍ଦ୍ଦେଶ ହୋଇଥିବା କହିଛ୍ଚନ୍ତି ମନ୍ତ୍ରୀ।

ନିଲାମ ହେବ ୨୨ ଖଣି !

ଭୁବନେଶ୍ୱର,୨୨।୭(ଏସଏସନିଉଜ)ଖୁବଶୀଘ୍ର ନିଲାମ ହେବ ରାଜ୍ୟର ଆଉ ୨୨ଟି ଖଣି ବୋଲି ସୂଚନା ଦେଲେ ରାଜ୍ୟ ଖଣିମନ୍ତ୍ରୀ ବିଭୂତି ଜେନା।ଖଣି ନିଲାମନେଇ ଶେଷ ପର୍ଯ୍ୟାୟରେ ପ୍ରସ୍ତୁତି ସାରିଛି।ଖଣି ନିଲାମ ଦ୍ୱାରା ରାଜ୍ୟର ରାଜସ୍ୱ ବଢିବ।ବର୍ଷେ ମଧ୍ୟରେ ୮ଟି ଖଣି ଅକ୍ସନ ହୋଇଛି।ଖଣି ପାଇଁ ଶିଳ୍ପ ଆସିଲେ ନିଯୁକ୍ତି ପ୍ରକ୍ରିୟା ତ୍ୱରାନ୍ୱିତ ହେବ।ପୂର୍ବ ସରକାର ଦୀର୍ଘ ଦିନ ଧରି ଖଣି ଅକ୍ସନ କରୁନଥିଲେ।

ଆଜିର ରାଶିଫଳ

ଜୁଲାଇମାସ ୧୬ତାରିଖ ୨୦୨୫ମସିହା(ବୁଧବାର)ଶ୍ରାବଣମାସ- କୃଷ୍ଣପକ୍ଷ ,ତିଥି- ଷଷ୍ଠୀ ରାତ୍ରି ଘ୦୮/୫୧ ଗତେ ସପ୍ତମୀ,ନକ୍ଷତ୍ର-ପୂର୍ବ ଭାଦ୍ର ଦିବା ଘ୦୬/୧୮ଗତେ ଉତ୍ତରଭାଦ୍ର ,ସୁର୍ୟୋଦୟ-ପ୍ରାତଃ ଘ୦୫/୨୧/୧୮ ,ସୂର୍ୟ୍ୟାସ୍ତ-ସନ୍ଧ୍ୟାଘ୦୬/୨୫/୫୫,ଯୋଗିନୀ ପଶ୍ଚିମେ ରାତ୍ରିଘ୦୮/୫୧ଗତେ ବୟବ୍ୟେ ,ଧନୁରାଶିର ଘାତଚନ୍ଦ୍ର ,କର୍କଟରାଶିର ଘାତବାର ,ଷଷ୍ଠୀର ଏକୋଦିଷ୍ଟ ଓ ପାର୍ବଣଶ୍ରାଦ୍ଧ ,କାଳବେଳା -ଦିବାଘ୦୮/୩୨ ଗତେ ଘ୧୦/୧୧ମଧ୍ୟେ ,ବାରବେଳା- ଦିବା ଘ୧୧/୪୮ଗତେ ଘ୦୧/୨୫ମଧ୍ୟେ ,ବିଶୁଦ୍ଧ ଅମୃତବେଳା-ପ୍ରାତଃ ଘ୦୬/୫୭ମଧ୍ୟେ ଓ ରାତ୍ରି ଘ୦୬/୨୫ଗତେ ଘ୦୮/୪୯ମଧ୍ୟେ ,ବିଶୁଦ୍ଧ ମାହେନ୍ଦ୍ରବେଳ।- ନାସ୍ତି ,ଅଦ୍ୟ ନିମ୍ବ ଭକ୍ଷଣ ନିଷେଧ। ମେଷ:-ଆଜିଦିନଟି ଆପଣଙ୍କସ୍ବାସ୍ଥ୍ୟ ଭଲରହିବ।ପୂଜାର୍ଚନାପାଇଁ ଅନୁକୁଳରହିବ।ଆପଣଙ୍କ ଯୋଜନାକୁ […]

କାଲିଠୁ ଗଡ଼ିବ ଘରୋଇବସ୍

ଭୁବନେଶ୍ୱର,୧୧।୭(ଏସଏସନିଉଜ) ଆସନ୍ତାକାଲିଠାରୁ ରାଜ୍ୟରେ ସବୁ ଘରୋଇବସ୍ ଗଡ଼ିବା ନେଇ ରାଜ୍ୟ ଘରୋଇବସ୍ ମାଲିକସଂଘ ପକ୍ଷରୁ ସୂଚନା ଦିଆଯାଇଛି।ଯାହାକି ଘରୋଇ ବସରେ ଯାତ୍ରା କରୁଥିବା ଯାତ୍ରୀଙ୍କ ପାଇଁ ଖୁସି ଖବର।ଡ୍ରାଇଭର୍ ମହାସଂଘର ଆନ୍ଦୋଳନ ଯୋଗୁ ବନ୍ଦ ଥିଲା ବସ୍ ଚଳାଚଳ।ଆସନ୍ତାକାଲି ଅର୍ଥାତ୍ ଶନିବାରଠାରୁ କଟକରେ ଘରୋଇ ବସ୍ ଚଳାଚଳ ସ୍ଵାଭାବିକ ହୋଇପାରେ।ଡ୍ରାଇଭର ମହାସଂଘ ଧର୍ମଘଟକୁ ଆଉ ସମର୍ଥନ ଜଣାଇବେ ନାହିଁ କଟକ ଘରୋଇ ବସ୍ ମାଲିକସଂଘ ।ଧର୍ମଘଟ ଯୋଗୁ ବସମାଲିକ କ୍ଷତି ସହିବା ସହ ଯାତ୍ରୀଙ୍କ ଯାତାୟାତ ବାଧାପ୍ରାପ୍ତ […]

ଆନ୍ଦୋଳନ ବନ୍ଦ ହେବନି – ଡ୍ରାଇଭରସଂଘ

ଭୁବନେଶ୍ୱର,୧୧।୭(ଏସଏସନିଉଜ)ଆନ୍ଦୋଳନ ବନ୍ଦ ହେବନି ବୋଲି କହିଲେ ଡ୍ରାଇଭର ସଂଘ ସଭାପତି ପ୍ରଶାନ୍ତ ମେଣ୍ଡୁଲି।ସରକାର ଲିଖିତ ପ୍ରତିଶ୍ରୁତି ନ ଦେବା ଯାଏଁ ଆନ୍ଦୋଳନ ବନ୍ଦ ହେବନି।ଆନ୍ଦୋଳନରେ ସାମିଲ୍ ହେବାକୁ ୩୦ ଜିଲ୍ଲାର ଡ୍ରାଇଭରଙ୍କୁ ଅନୁରୋଧ କରୁଛି।ରାଜରାସ୍ତାରେ ବିଶୃଙ୍ଖଳା କିମ୍ବା ଗାଡ଼ି ଅଟକାଇଲେ ସରକାର ଆକ୍ସନ ନେଇପାରନ୍ତି।ତେଣୁ ଆମେ ଶାନ୍ତିପୂର୍ଣ୍ଣ ଧାରଣାରେ ବସିବା, ଆନ୍ଦୋଳନ ବନ୍ଦ ହେବନି ବୋଲି ମେଣ୍ଡୁଲି କହିଛନ୍ତି।

ମାହେଲା ଗୟଳ

ଭୁବନେଶ୍ୱର, ୧୦ା୭(ଏସଏସନିଉଜ)ମାହୋଇଛି ନନ୍ଦନକାନନ ପ୍ରାଣୀଉଦ୍ୟାନରେ ଥିବା ଗୟଳ । ୪୨ନମ୍ୱର ଏନକ୍ଲୋଜରରେ ରହୁଥିବା ଗୟଳ ବୁଧବାର ସନ୍ଧ୍ୟାରେ ଏକ ଛୁଆକୁ ଜନ୍ମ ଦେଇଛି। ୨୦୨୪ ଜୁନ୍ ୫ରେ ଗୟଳ ଶେଷ ଥରପାଇଁ ଜନ୍ମ ଦେଇଥିଲା।ଏହି ନବଜାତ ଛୁଆର ବାପା ଏବଂ ମାତା ଉଭୟ ନନ୍ଦନକାନନରେ ଜନ୍ମଗ୍ରହଣ କରିଥିଲେ। ନଭେମ୍ବର୨୦୨୪ରେ ଏମାନଙ୍କ ମିଳନ ହୋଇଥିଲା।ଏହି ନବଜାତକର ଜନ୍ମପରେ, ଚିଡ଼ିଆଖାନାରେ ମୋଟ ଗୟଳସଂଖ୍ୟା ୭ରେ ପହଞ୍ଚିଛି।ସେଥିମଧ୍ୟରୁ ୩ ପୁରୁଷ, ୩ ମାଈ ଏବଂ ୧ ଛୁଆ ଥିବାର ଜଣାପଡିଛି। (ଜିତ୍ […]