ଭୁବନେଶ୍ୱର,୧୨।୮ (ଏସଏସନିଉଜ) ମଙ୍ଗଳବାର ଦିନ ଅସହ୍ୟ ଗରମ ଓ ଗୁଳୁଗୁଳିରେରେ ଲୋକେ ଆଉଟୁପାଉଟୁ ହେଉଥିବାବେଳେ ପ୍ରାଣୀଉଦ୍ୟାନ ନନ୍ଦନକାନନରେ ଅଂଶୁଘାତରେ ୪ଜଣ ନାବାଳିକା ଅସୁସ୍ଥ ହୋଇପଡିଥିବାର ଜଣାପଡିଛି।ସେମାନଙ୍କ ମଧ୍ୟରୁ ଦୁଇ ଜଣଙ୍କୁ ନନ୍ଦନକାନନ କର୍ମଚାରୀ ଆଶୁଚିକିତ୍ସା କରିବା ପରେ ସାମାନ୍ୟ ସୁସ୍ଥ ହୋଇଥିବା ବେଳେ ଆଉ ଦୁଇଜଣ ଗୁରୁତର ହେବାରୁ ସେମାନଙ୍କୁ କଟକ ବଡଡାକ୍ତର ଖାନାକୁ ନନ୍ଦନକାନନ କର୍ତ୍ତୃପକ୍ଷ ପଠାଇଥିଲେ।
ପ୍ରକାସଯେ, କଲିକତାରୁ ଡବ୍ଲୁ୧୯ ଏଚ ୭୯୨୫ନମ୍ୱର ଟୁରିଷ୍ଟ ବସ ଯୋଗେ ଏକ ବଙ୍ଗୀୟ ପରିବାର ଅନ୍ୟମାନଙ୍କ ସହ ନନ୍ଦନକାନନ ବୁଲିବାକୁ ଆସିଥିଲେ।ଏମାନେ ନନ୍ଦନକାନନର ସରୀସୃପ ଉଦ୍ୟାନ ରେ ବୁଲୁଥିବା ବେଳେ ଅପରାହ୍ନ ପ୍ରାୟ ୨ଟା ବେଳେ ଅସହ୍ୟ ଗରମ ଓ ଗୁଳୁଗୁଳିରେ ହଠାତ୍ ୪ ଜଣ ନାବାଳିକା ଅସୁସ୍ଥ ହୋଇପଡି ଥିଲେ। ପାଖରେ ନିୟୋଜିତ ଥିବା କର୍ମଚାରୀମାନେ ଘଟଣାସ୍ଥଳରେ ପହଂଚି କର୍ତ୍ତୃପକ୍ଷଙ୍କୁ ସୂଚନା ଦେବା ସହିତ ନାବାଳିକାଙ୍କୁ ଆଶୁ ଚିକିତ୍ସା କରିଥିଲେ । ଦୁଇଜଣ ସାମାନ୍ୟ ସୁସ୍ଥ ହେବା ସହିତ ଅନ୍ୟ ଦୁଇଜଣ ଗୁରୁତର ହୋଇପଡିଥିଲେ । କର୍ତ୍ତୃପକ୍ଷ ୧୦୮ ଆମ୍ବୁଲାନ୍ସକୁ ଡକାଇ କଟକ ବଡ ଡାକ୍ତରଖାନାକୁ ଚିକିତ୍ସା ପାଇଁ ପଠାଇଥିଲେ ।(ଜ୍ଞାନଜିତ ପ୍ରଧାନଙ୍କ ରିପୋର୍ଟ)