ଆଜିର ରାଶିଫଳ

ବାସ୍ତୁଶାସ୍ତ୍ର ଅନୁସାରେ କେଉଁଦିଗରେ କେଉଁଦୋକାନ କରିବା ଶୁଭ

ଜୁଲାଇମାସ ୧୬ତାରିଖ ୨୦୨୫ମସିହା(ବୁଧବାର)ଶ୍ରାବଣମାସ- କୃଷ୍ଣପକ୍ଷ ,ତିଥି- ଷଷ୍ଠୀ ରାତ୍ରି ଘ୦୮/୫୧ ଗତେ ସପ୍ତମୀ,ନକ୍ଷତ୍ର-ପୂର୍ବ ଭାଦ୍ର ଦିବା ଘ୦୬/୧୮ଗତେ ଉତ୍ତରଭାଦ୍ର ,ସୁର୍ୟୋଦୟ-ପ୍ରାତଃ ଘ୦୫/୨୧/୧୮ ,ସୂର୍ୟ୍ୟାସ୍ତ-ସନ୍ଧ୍ୟାଘ୦୬/୨୫/୫୫,ଯୋଗିନୀ ପଶ୍ଚିମେ ରାତ୍ରିଘ୦୮/୫୧ଗତେ ବୟବ୍ୟେ ,ଧନୁରାଶିର ଘାତଚନ୍ଦ୍ର ,କର୍କଟରାଶିର ଘାତବାର ,ଷଷ୍ଠୀର ଏକୋଦିଷ୍ଟ ଓ ପାର୍ବଣଶ୍ରାଦ୍ଧ ,କାଳବେଳା -ଦିବାଘ୦୮/୩୨ ଗତେ ଘ୧୦/୧୧ମଧ୍ୟେ ,ବାରବେଳା- ଦିବା ଘ୧୧/୪୮ଗତେ ଘ୦୧/୨୫ମଧ୍ୟେ ,ବିଶୁଦ୍ଧ ଅମୃତବେଳା-ପ୍ରାତଃ ଘ୦୬/୫୭ମଧ୍ୟେ ଓ ରାତ୍ରି ଘ୦୬/୨୫ଗତେ ଘ୦୮/୪୯ମଧ୍ୟେ ,ବିଶୁଦ୍ଧ ମାହେନ୍ଦ୍ରବେଳ।- ନାସ୍ତି ,ଅଦ୍ୟ ନିମ୍ବ ଭକ୍ଷଣ ନିଷେଧ।
ମେଷ:-ଆଜିଦିନଟି ଆପଣଙ୍କସ୍ବାସ୍ଥ୍ୟ ଭଲରହିବ।ପୂଜାର୍ଚନାପାଇଁ ଅନୁକୁଳରହିବ।ଆପଣଙ୍କ ଯୋଜନାକୁ କାର୍ୟ୍ୟ ରୂପ ଦେବାଲାଗି କ୍ରମାଗତପ୍ରୟାସ କରିବେ ଏବ˚ ସଫଳହେବେ।ବିଦେଶଯିବା ଲୋକ ଶୁଭଖବର ପାଇବେ।
ବୃଷ:-ଆଜି ନିଜେଜୀବନରେ କିଛି କରିବାପାଇଁ ମନରେ ନୂଆନୂଆ ଚିନ୍ତା ଉତ୍ପନ୍ନ ହେବ। ନେତାଙ୍କ ମାଧୢମରେ ଲାଭପାଇବେ।ବ୍ୟବସାୟରେ ଲାଗି ରହିଥିବା ବାଧା ଦୂର ହେବ। ପାରିବାରିକ ଜୀବନ ଶାନ୍ତିମୟ ହେବ।
ମିଥୁନ:-ଆଜି ଯାତାୟାତ ସମୟରେ ସାବଧାନତା ଅବଲମ୍ବନ କରନ୍ତୁ।କିଛି ନୂଆ ଅନୁଭବ କରି‌େବ। ପଇସା ଯେମିତି ଆସିବ; ସେମିତି ଖର୍ଚ୍ଚ ହୋଇଯିବ। ଅଫିସ୍‌ରେ ମହତ୍ତ୍ବପୂର୍ଣ୍ଣ ବ୍ୟକ୍ତିଙ୍କ ସହିତ ସାକ୍ଷାତ ହେବ। ଖାଦ୍ୟ ପାନୀୟ ପ୍ରତି ସଜାଗ ରହନ୍ତୁ।
କର୍କଟ:-ଦିନଟି ଆପଣଙ୍କ ଲାଗି ସବୁ ଦୃଷ୍ଟିରୁ ଭଲ। ଆପଣଙ୍କ ଜୀବନରେ କିଛି ନୂଆ ପରିବର୍ତ୍ତନ ଆସିବ। ବିଦେଶରେ ଚାକିରି ପାଇଁ ପ୍ରୟାସ କରୁଥିବା ବ୍ୟକ୍ତିଙ୍କୁ ଶୁଭ ସ˚କେତ ମିଳିପାରେ। ହୋଟେଲ ଓ ଖୁଦ୍ର ବ୍ୟବସାୟୀଙ୍କ ଲାଗି ଦିନଟି ଲାଭପ୍ରଦ ହେବ।
ସି˚ହ:-ଆଜି ଶୁଭଗ୍ରହ ଙ୍କ କୃପା ଦୃଷ୍ଟି ଆପଣଙ୍କ ଉପରେ ରହିଛି। ସଫଳତାର ଶିଖର ଆଡ଼କୁ ଅଗ୍ରସର ହେବେ। ଆୟ ବୃଦ୍ଧି ହେବ। ବନ୍ଧୁବାନ୍ଧବଙ୍କ ସହିତ ଖୁସି ବାଣ୍ଟିବେ। ସ୍ବାଦିଷ୍ଠ ଖାଦ୍ୟ ଭୋଜନ କରିବେ। ସ୍ବାସ୍ଥ୍ୟ ପ୍ରତି ଟିକେ ଧୢାନ ଦିଅନ୍ତୁ।
କନ୍ୟା:-ଆଜି ନିଜର ମିଷ୍ଟ ବ୍ୟବହାରରେ ସବୁ କାମ କରିନେବେ। ପ୍ରବନ୍ଧକର୍ତ୍ତା ଆପଣଙ୍କୁ କୌଣସି ବଡ଼ ଦାୟିତ୍ବଦେବେ।ନୂଆନୂଆ ଲୋକଙ୍କ ସହିତ ଯୋଗାଯୋଗ ହେବ। କଳାକାରଙ୍କୁ କାର୍ୟ୍ୟକ୍ରମର ଅନୁବନ୍ଧ ମିଳିବ।
ତୁଳା:-ସାମାଜିକ କାର୍ୟ୍ୟରେ ମହତ୍ତ୍ବପୂର୍ଣ୍ଣ ଭୂମିକା ନିର୍ବାହ କରିବେ। ଆପଣଙ୍କୁ କେହି ବନ୍ଧୁତାର ହାତ ବଢ଼ାଇବେ। ବିଦ୍ୟୁତ୍ ଓ ବଡ ବ୍ୟବସାୟୀମାନେ ନୂଆ ଡିଲ୍‌ କରିପାରନ୍ତି। ବାହନ କିଣିବା ଲାଗି ମନ ବଳିବ।
ବିଛା:-ଆଜି କୌଣସିକାର୍ୟ୍ୟକୁ ନୂଆକରି ମୂଳରୁ ଆରମ୍ଭକରିବେ।ରାଜନୀତିକ୍ଷେତ୍ରରେ ଥିବାବ୍ୟକ୍ତିଙ୍କୁ ଲାଭ ମିଳିବ।ଆଇନକାନୁନମାମଲାର ସହଜରେ ସମାଧାନହୋଇଯିବ।ପ୍ରେମପ୍ରସଙ୍ଗଯୁକ୍ତ ଜୀବନରେ ଖୁବ୍‌ ଆନନ୍ଦ ମିଳିବ।
ଧନୁ:-ଆର୍ଥିକ ଲାଭ ପାଇଁ ଭଲ ଦିନଟିଏ। କୌଣସି କାମରୁ ଯଥେଷ୍ଟ ଲାଭ ପାଇବେ। ମହିଳାମାନେ ଜରୁରୀ ଜିନିଷପତ୍ର କିଣିବା ଲାଗି ବଜାରକୁ ଯିବେ। ସନ୍ଧ୍ୟାରେ ବନ୍ଧୁଙ୍କ ସହିତ ହସଖୁସିରେ ସମୟ କଟିବ।
ମକର:-ପରିବାରରେ ଏକତା ଓ ପ୍ରେମ ବଢ଼ିବ। ସ୍ଥଗିତ ଥିବା କାମ ପୂରା କରିବାରେ ସହଯୋଗୀଙ୍କ ସହଯୋଗ ମିଳିବ। ଆର୍ଥିକ ସ୍ଥିତି ପୂର୍ବ ଅପେକ୍ଷା ମଜଭୁତ ହେବ। ବନ୍ଧୁଙ୍କ ସହିତ ସମ୍ବନ୍ଧରେ ସୁଧାର ଆସିବ ।
କୁମ୍ଭ:-ପିତାଙ୍କ କହିବା ମାର୍ଗରେ ଚାଲନ୍ତୁ, ଆପଣଙ୍କୁ ସଫଳତା ମିଳିବ। ବିଦେଶରେ ବ୍ୟବସାୟ କରୁଥିବା ବ୍ୟକ୍ତିବିଶେଷ ଆଜି ବଡ଼ ଡିଲ୍‌ କରିବେ। ପଇସାକୁ ନେଇ କାହାରି ସହିତ ବିବାଦ ହୋଇପାରେ। ଦାମ୍ପତ୍ୟ ଜିବନରେ ପ୍ରିତି ବଜାୟ ରହିବ।
ମୀନ:- ଆଧ୍ୟାତ୍ମିକ ଭାବନାରେ ସମୟ ବିତିବ। ବିଭିନ୍ନ କ୍ଷେତ୍ରରେ ଜ୍ଞାନ ଅର୍ଜନ କରିବାକୁ ପ୍ରୟାସ କରିବେ। କଳା ସାହିତ୍ୟ କ୍ଷେତ୍ରରେ ଆଗକୁ ବଢ଼ିବେ। ଚାକିରି ସମ୍ବନ୍ଧୀୟ ଖୁସି ଖବର ମିଳିବ।

ବାସ୍ତୁଶାସ୍ତ୍ର ଅନୁସାରେ କେଉଁଦିଗରେ କେଉଁଦୋକାନ କରିବା ଶୁଭ
ଆମ ଜୀବନରେ ଓ ଆମର ରାଶିଉପରେ ବାସ୍ତୁଶାସ୍ତ୍ରର ଖୁବ୍ ମହତ୍ତ୍ଵ ରହିଥାଏ । କାରଣ ଆମେ ଜୀବନଯାପନ ପାଇଁ ବ୍ୟବସାୟ କରୁ କିମ୍ବା ଅଫିସଟିଏ କରୁ ଏହା ଆମକୁ ବାସ୍ତୁଅନୁସାରେ କରିବାଦ୍ୱାରା ଅନେକସୁଫଳ ମିଳିଥାଏ ।ପ୍ରଥମତଃ ଏହିସବୁ ଦୋକାନ ଗୋଟିଏ ଭଲ ମାର୍କେଟ ରେ ହୋଇଥିବା ଆବଶ୍ୟକ । ତାସହିତ ଏହି ଦୋକାନ ଠିକ୍ ସ୍ଥାନରେ ହୋଇଥିବା ଉଚିତ୍ ଓ ଠିକ୍ ଦିଗକୁ ଏହାର ମୁହଁ ହୋଇଥିବା ଆବଶ୍ୟକ ।
ପୂର୍ବମୂଖି ଦୋକାନ:-ଯଦି ଆପଣଙ୍କ ଦୋକାନର ମୁହଁ ପୂର୍ବଦିଗକୁ ରହିଛି ତେବେ ଆପଣ ଖୁବ୍ ଭାଗ୍ୟଶାଳୀ ।ସେଥିପାଇଁ ଆପଣ ଗୋଟିଏ ନିର୍ଦ୍ଧିଷ୍ଟସମୟରେ ଦୋକାନଖୋଲିବା ଆବଶ୍ୟକ ଓ ଯେତେବେଳେ ମଧ୍ୟ ଦୋକାନଖୋଲିବେ ଭଗବାନବିଷ୍ଣୁଙ୍କୁ ସ୍ମରଣକରି ଖୋଲନ୍ତୁ ଏହାଦ୍ବାରା ବ୍ୟବସାୟରେ ଉନ୍ନତି ହେବ ।
ଐଶାନ୍ୟମୁଖୀ ଦୋକାନ:-ପୂର୍ବ ଓ ଉତ୍ତର ଦିଗରକୋଣକୁ ଐଶାଣ୍ୟକୋଣ କୁହାଯାଏ ।ଏହିମୁହାଁ ଦୋକାନକୁ ଅଧିକ ସଫାସୁତୁରା ରଖିବା ଆବଶ୍ୟକ ।ଦୋକାନମଧ୍ୟକୁ ପ୍ରବେଶ କରିବାସମୟରେ ଯଦି ଡଷ୍ଟବିନ୍ ଥାଏ ତେବେ ଏହାଦ୍ବାରା ଗ୍ରାହକ ଆସିବାରେ ବାଧାସୃଷ୍ଟି ହୋଇଥାଏ ।
ଉତ୍ତରମୁଖୀ ଦୋକାନ:-ଏଭଳିଦୋକାନ ବ୍ୟବସାୟପାଇଁ ସର୍ବୋତ୍କୃଷ୍ଟଅଟେ ।ଏଭଳି ଦୋକାନଉପରେ ମାତାଲକ୍ଷ୍ମୀଙ୍କ ଆଶୀର୍ବାଦରହିଥାଏ ।ଏହି ଦିଗକୁ ମୁହଁକରି ଦୋକାନକରିଥିବା ଦୋକାନୀମାନେ ସର୍ବଦା ନିଜଗ୍ରାହକଙ୍କୁ ଈଶ୍ୱର ଭାବିବା ଆବଶ୍ୟକ ।
ବ୍ୟାୟବମୁଖୀ ଦୋକାନ:-ଏହିମୁଖୀ ଦୋକାନଗୁଡ଼ିକ ଆପଣଙ୍କୁ କିର୍ତିମନକରିପାରେ ।ଆପଣଙ୍କର ଯେଉଁଦୋକାନ ହୋଇଥାଉ ପଛକେ ଆପଣ ଦୋକାନର ନାମକୁ ଠିକ୍ ଭାବରେ ହାଇଲାଇଟ୍ କରିବା ଉଚିତ୍ ।ଏହା ଆପଣଙ୍କୁ ସୁଫଳ ଦେଇଥାଏ ।
ପଶ୍ଚିମମୁଖୀ ଦୋକାନ:-ପଶ୍ଚିମମୁଖୀ ଦୋକାନ ପୈତୃକକାର୍ୟ୍ୟ ପାଇଁ ସବୁଠୁଭଲ ।ଏଭଳିଦୋକାନରେ ଆପଣ ପୈତୃକବ୍ୟବସାୟ କରନ୍ତୁ ଖୁବ୍ ଉନ୍ନତି କରନ୍ତୁ ।
ନୈରୁତ୍ୟମୁଖୀ ଦୋକାନ:-ପଶ୍ଚିମ ଓ ଦକ୍ଷିଣର ମଧ୍ୟଭାଗକୁ ନୈରୁତ୍ୟକୋଣ କୁହାଯାଏ ।ପୂଜାଦ୍ରବ୍ୟ ଓ ଅନ୍ୟଶାସ୍ତ୍ର ଗତଦ୍ରବ୍ୟବ୍ୟବସାୟ କଲେ ସୁଫଳ ମିଳିଥାଏ ।ଏହି ମୁଖୀଦୋକାନର ମୁହଁ ସର୍ବଦା ଖୋଲା ନରହିବା ଆବଶ୍ୟକ ।ମୁଖ୍ୟଦ୍ଵାରରେ ଡୋର୍କ୍ଲୋଜର ଲଗାଇବା ଉଚିତ୍ ।
ଦକ୍ଷିଣମୁଖୀ ଦୋକାନ:-ଦକ୍ଷିଣଦିଗ ଯମଙ୍କଦିଗ ଅଟେ ।ଯଦି ଆପଣଙ୍କ ଦୋକାନରମୁହଁ ଦକ୍ଷିଣଦିଗ ତେବେ ଦୋକାନ ସାମ୍ନାରେ ଗୋଟିଏ ଜଗୁଆଳି ରଖନ୍ତୁ ।ଯଦି କୌଣସି ଦକ୍ଷିଣମୁଖୀଦୋକାନ ହୋଇଥାଏ ତେବେ ତାହାକୁ ଶୋରୁମ୍ କରନ୍ତୁ ।ଏପରି ଦୋକାନରେ କାଉଣ୍ଟରର ମୁହଁ ପୂର୍ବଦିଗକୁ ରହିବା ଶୁଭଅଟେ!!ଜୟଜଗନ୍ନାଥ,ଜୟସୋମନାଥ,ଜୟମାଯୋଗମାୟା!!

Comments (0)
Add Comment