Browsing category

ବାଣିଜ୍ୟ

ବାତ୍ୟା ପାଇଁ ଦୁଇଦିନ ଧଉଳି ଶାନ୍ତିସ୍ତୁପ ବନ୍ଦ

ଭୁବନେଶ୍ୱର,୨୪/୧୦(ଏସଏସନିଉଜ) ସମ୍ଭାବ୍ୟ ବାତ୍ୟା ଦାନାର ଗଭୀର ପ୍ରଭାବରେ ଜିଲ୍ଲାର ସମୁନ୍ଦ୍ର ଉପକୂଳ ଅଞ୍ଚଳମାନଙ୍କରେ ପ୍ରବଳରୁ ଅତି ପ୍ରବଳବର୍ଷା, ବିଜୁଳି ଏବଂ ପାଗଖରାପ ରହିବାଦୃଷ୍ଟିକୁ ଆଖିଆଗରେ ରଖି ଆଜିଠାରୁ ଦୁଇଦିନ ପାଇଁ ପର୍ଯ୍ୟଟକମାନଙ୍କ ନିମନ୍ତେ ଧଉଳି ଶାନ୍ତିସ୍ତୁପ ବନ୍ଦ ରଖିବାକୁ ଖୋର୍ଦ୍ଧା ଜିଲ୍ଲାପ୍ରଶାସନ ପକ୍ଷରୁ ନିଷ୍ପତି ନିଯାଇଅଛି। ତଦନୁଯାୟୀ ଧଉଳି ଶାନ୍ତିସ୍ତୁପ ଆଜି ଅପରାହ୍ନ ୧ଘଟିକାରୁ ଆସନ୍ତାକାଲି ଅପରାହ୍ନ ୫ ଘଟିକା ପର୍ଯ୍ୟନ୍ତ ବନ୍ଦ ରଖାଯିବ ବୋଲି ଜିଲ୍ଲାପାଳ ତଥା ଜିଲ୍ଲା ମାଜିଷ୍ଟ୍ରେଟ ଚଞ୍ଚଳ ରାଣାଙ୍କ ନିର୍ଦ୍ଦେଶରେ ଅତିରିକ୍ତ […]

ଗୋଦାମରେ ଚଢ଼ାଉ, ୫ ଜଣଙ୍କୁ ନୋଟିସ

କଟକ,୨୪/୧୦(ଏସଏସନିଉଜ)ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ଆଜିସନ୍ଧ୍ୟାରେ ଅଚାନକ କଟକ ଗସ୍ତ କରିଛନ୍ତି । ସେଠାରେ ମାଲଗୋଦାମସ୍ଥିତ ବିଭିନ୍ନ ଗୋଦାମ ଏବଂ ଛତ୍ରବଜାର ଆଳୁ ଗୋଦାମରେ ଚଢ଼ାଉ କରି ଗଚ୍ଛିତ ସାମଗ୍ରୀର ସ୍ଥିତି ଯାଞ୍ଚ କରିଛନ୍ତି । ଏଠାରେ ପ୍ରଚୁର ପରିମାଣର ସାମଗ୍ରୀ ମହଜୁଦ ରହିଛି ଏବଂ ସମସ୍ତ ପରିସ୍ଥିତିର ମୁକାବିଲା ପାଇଁ ସରକାର ପ୍ରସ୍ତୁତି ଥିବା ମନ୍ତ୍ରୀ ଶ୍ରୀ ପାତ୍ର ସୂଚନା ଦେଇଛନ୍ତି । ଅନାବଶ୍ୟକ ଭାବେ ଅତ୍ୟାବଶ୍ୟକ ସାମଗ୍ରୀ ମୂଲ୍ୟ […]

ବସମାଲିକଙ୍କ ମହାନତା

ବାରଙ୍ଗ,୧୯/୧୦(ଏସଏସନିଉଜ) ଶନିବାର ଦିନ ଜଣେ ବସ ମାଲିକ ଯାତ୍ରୀଙ୍କ ଲାପ୍ ଟପ୍ ଓ କିଛି ଟଙ୍କା ଭର୍ତ୍ତି ବ୍ୟାଗକୁ ଫେରାଇ ନିଜର ସଚ୍ଚୋଟ ପଣିଆକୁ ପ୍ରମାଣିତ କରିଛନ୍ତି । ବସ ମାଲିକଙ୍କ ଏଭଳି ମହାନ କାର୍ଯ୍ୟ ପାଇଁ ସମସ୍ତେ ତାଙ୍କୁ ପ୍ରଶଂସା କରିଛନ୍ତି । ସୂଚନା ଯୋଗ୍ୟ ଯେ , ଶୁକ୍ରବାର ଦିନ ବ୍ରହ୍ମପୁର ଅଞ୍ଚଳର ଅଭିଳାଷ କୁମାର ପାତ୍ର ନାମକ ଯୁବକ ନିଜ ସାଙ୍ଗମାନଙ୍କ ସହିତ ନନ୍ଦନକାନନ ଚିଡ଼ିଆଖାନା ବୁଲିବା ପାଇଁ ଆସିଥିଲେ । ନନ୍ଦନକାନନ […]

୧୫ରୁ ଚୁଡ଼ଙ୍ଗଗଡ ବାରଙ୍ଗ ମହୋତ୍ସବ

ବାରଙ୍ଗ,୧୬/୧୦ (ଏସଏସନିଉଜ)ବାରଙ୍ଗ ଗଦେଇକୁଦ ନିକଟସ୍ଥ ଚୁଡଙ୍ଗଗଡର ଅଧିଷ୍ଠାତ୍ରୀ ଦେବୀ ସାରଙ୍ଗେଇ ମନ୍ଦିର ପ୍ରାଙ୍ଗଣରେ ବୁଧବାର ପୂର୍ବାହ୍ନରେ ଚୁଡ଼ଙ୍ଗଗଡ ବାରଙ୍ଗ ମହୋତ୍ସବରଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଛି। ଉକ୍ତ ବୈଠକରେ ମହୋତ୍ସବ କମିଟିର ମୁଖ୍ୟ ଉପଦେଷ୍ଟା ବସନ୍ତ କୁମାର ମହାପାତ୍ରଙ୍କ ସଭାପତିତ୍ବରେ ସଭାପତି ତୃଷାରକାନ୍ତ ଚକ୍ରବର୍ତୀ ଚୁଡ଼ଙ୍ଗଗଡ଼ ବାରଙ୍ଗ ମହୋତ୍ସବ-୨୦୨୪ ର ସବିଶେଷ ବିବରଣୀ ପ୍ରଦାନ କରିଥିଲେ। ଚଳିତ ବର୍ଷ ନଭେମ୍ବର ୧୫ ତାରିଖରୁ ନଭେମ୍ବର ୧୮ ପର୍ଯ୍ୟନ୍ତ ସପ୍ତମ ବାର୍ଷିକ ସମାରୋହ ଆୟୋଜିତ ହେବାକୁ ଯାଉଛି। ଏହି […]

ଶାଗୁଣା ଅସୁସ୍ଥ ,ଉଦ୍ଧାର ହାତୀଛୁଆ ନନ୍ଦନକାନନ ଆସିଲା

ବାରଙ୍ଗ୧୬|୧୦(ଏସଏସନିଉଜ) ବୁଧବାର ଦିନ ପ୍ରାଣୀ ଉଦ୍ୟାନ ନନ୍ଦନକାନନର ୮୦ ନମ୍ୱର ଖୁଆଡ ରେ ରହୁଥିବା ଏକ ଭାରତୀୟ ଶାଗୁଣା ଟି ହଠାତ୍ ଅସୁସ୍ଥ ହୋଇ ପଡ଼ିଛି । ଠିକ୍ ସେ ଖିଆ ପିଆ କରୁନଥିବା ବେଳେ ଗୋଟିଏ ଜାଗାରେ ପଡ଼ି ରହୁଥିଲା । ଖୁଆଡରେ କାମ କରୁଥିବା କର୍ମଚାରୀ ଦେଖି କର୍ତ୍ତୃପକ୍ଷଙ୍କୁ ସୂଚନା ଦେବା ପରେ ଆଜି କର୍ତ୍ତୁପକ୍ଷ ଚିକିତ୍ସା ପାଇଁ ନନ୍ଦନକାନନ ବନ୍ୟପ୍ରାଣୀ ଚିକିତ୍ସାଳୟର କ୍ବାରେଣ୍ଟାଇନକୁ ଆଣିଛନ୍ତି। ସେଠାରେ ଚିକିତ୍ସକମାନେ ଚିକିତ୍ସା ଆରମ୍ଭ କରିଥିବା ଜଣାପଡିଛି। […]

ପୁରୀ ଶ୍ରୀମନ୍ଦିରକୁ ନେଇ ଆସିଲା ବଡଖବର

ପୁରୀ,୧୬/୧୦(ଏସଏସନିଉଜ)ପୁରୀ ଶ୍ରୀମନ୍ଦିରକୁ ନେଇ ଆସିଲା ବଡ ଖବର । ୧୮ରୁ କେବଳ ଦୁଇ ଦ୍ୱାର ଦେଇ ପ୍ରବେଶ । ସିଂହଦ୍ୱାର ଦେଇ ପ୍ରସ୍ଥାନ ମନା । ଆସନ୍ତା ୧୮ ତାରିଖରୁ ଶ୍ରୀମନ୍ଦିରର ଦୁଇ ଦ୍ୱାର ଦେଇ ପ୍ରବେଶ କରିବେ ଭକ୍ତ । ତେବେ କାର୍ତ୍ତିକ ମାସରେ ହବିଷ୍ୟାଳି ବ୍ରତଧାରୀଙ୍କ ଭିଡ ଯୋଗୁଁ ଏଭଳି ନିଷ୍ପତ୍ତି ନେଇଛି ମନ୍ଦିର ପ୍ରଶାସନ ବୋଲି ଜଣାପଡିଛି।

ବାଲି ବୋଝେଇ ହାଇୱା ଜବତ

ବାରଙ୍ଗ,୫ା୧୦(ଏସଏସନିଉଜ)ଶନିବାର ବିଳମ୍ଭିତ ରାତିରେ ବେଆଇନ ଭାବେ ବାଲି ନେଇ ଆସୁଥିବା ଏକ ହାଇୱାକୁ ଜବତ୍ କରିଛି ଗୋଡିସାହି ଫାଣ୍ଡି ପୋଲିସ। ଗୋଡିସାହି ଫାଣ୍ଡି ପୋଲିସ ଫାଣ୍ଡି ପଇଁତରା ମାରୁଥିବା ବେଳେ ଆଠଗଡ଼ ମୁଣ୍ଡଳୀ ପଟରୁ ଓଡି ୦୫ଜି ୯୫୫୮ ନମ୍ୱର ହାଇୱା ଟି ବାଲି ବୋଝେଇ କରି ଦୃତାଗତିରେ ଆସୁଥିଲା।ପୋଲିସ ଗାଡିଟିକୁ ସିଆରପିଏଫ ଛକ ନିକଟରେ ରୋକିବା ପରେ ବେଆଇନ ଭାବେ ବାଲି ପରିବହନ କରୁଥିବାର ଜାଣିବାକୁ ପାଇଥିଲା। ଗାଡି ଚାଳକକୁ ଅଟକ ରଖିବା ସହ ଗାଡ଼ିକୁ […]

+୨ ପରୀକ୍ଷା ପାଇଁ ତାରିଖ ଘୋଷଣା

ଭୁବନେଶ୍ଵର,୫/୧୦(ଏସଏସନିଉଜ)ରାଜ୍ୟରେ +୨ ପରୀକ୍ଷା ପାଇଁ ତାରିଖ ଘୋଷଣା କରାଯାଇଛି।ପରୀକ୍ଷା ନିୟନ୍ତ୍ରକ ଡ଼. ପ୍ରଶାନ୍ତ କୁମାର ପରିଡ଼ା ତାରିଖ ଘୋଷଣା ସହ କହିଛନ୍ତି ଡିସେମ୍ବର ୨୬ ରୁ ୩୦ ଯାଏଁ ଇଣ୍ଟରନାଲ ପରୀକ୍ଷା ହେବ। ସେହିପରି ଜାନୁଆରୀ ୨ ରୁ ୧୨ ଭିତରେ ପିଲାମାନେ ପ୍ରାକ୍ଟିକାଲ ପରୀକ୍ଷା ଦେବେ ବୋଲି ସ୍ଥିର କରିଛି ସିଏଚଏସଇ । ଫେବୃଆରୀ ୧୫ରୁ ମାର୍ଚ୍ଚ ୨୦ ଭିତରେ ମୁଖ୍ୟ ପରୀକ୍ଷା ହେବ। ସମସ୍ତ ବିଭାଗ ଫଳାଫଳ ପରୀକ୍ଷା ଶେଷ ହେବାର ୪୫ଦିନ ଭିତରେ […]

ନଭେମ୍ବର ୧୩ରେ ବଡ଼ଓଷା

ଭୁବନେଶ୍ୱର,୪/୯(ଏସଏସନିଉଜ)ଧବଳେଶ୍ୱର ପୀଠରେ କାର୍ତ୍ତିକ ପଞ୍ଚକବ୍ରତ ଓ ବଡ଼ଓଷା ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଛି। ଅକ୍ଟୋବର ୧୮ରୁ ନଭେମ୍ବର ୧୫ ଯାଏ ଧବଳେଶ୍ୱର ପୀଠରେ କାର୍ତ୍ତିକ ବ୍ରତ ପାଳନ ହେବ। ସେହିପରି ୧୨ ନଭେମ୍ବରରୁ ୧୫ ଯାଏ ୪ ଦିନ ଧରି ପଞ୍ଚକ ବ୍ରତ ପାଳନ କରାଯିବ। ୧୩ରେ ବଡ଼ଓଷା, ବଡ଼ସିଂହାର ବେଶରେ ଦର୍ଶନ ଦେବେ ବାବା ଧବଳେଶ୍ୱର।୧୩ ରାତିରେ ଧବଳେଶ୍ୱରଙ୍କ ପାଖେ ଲାଗି ହେବ ଗଜଭୋଗ ଓ ତରଣ। ୧୪ ତାରିଖ ଭୋରରୁ ଶ୍ରଦ୍ଧାଳୁଙ୍କ ପାଇଁ ଗଜଭୋଗ […]

ଦିଲ୍ଲୀରେ ୩୪ରାଷ୍ଟ୍ରଦୂତଙ୍କ ସହ ମୁଖ୍ୟମନ୍ତ୍ରୀଙ୍କ ଆଲୋଚନା

ଭୁବନେଶ୍ୱର,୪/୧୦(ଏସଏସନିଉଜ)ରାଷ୍ଟ୍ରଦୂତଙ୍କ ସହ ଆଲୋଚନା ପରେ ମୁଖ୍ୟମନ୍ତ୍ରୀ ତାଙ୍କ ପ୍ରତିକ୍ରିୟାରେ କହିଛନ୍ତି ଜାନୁଆରୀରେ ଭୁବନେଶ୍ବରରେ ହେବ ନିବେଶକ ସମ୍ମିଳନୀ।ରାଷ୍ଟ୍ରଦୂତଙ୍କ ଜରିଆରେ ବିଦେଶୀ ନିବେଶକଙ୍କୁ ସେ ଆହ୍ବାନ କରିଛନ୍ତି।୪୮୦ କିମିର ବେଳାଭୂମି, ପ୍ରାକୃତିକ ସୌନ୍ଦର୍ଯ୍ୟରେ ଭରପୂର ଓଡ଼ିଶା।ଓଡ଼ିଶା ଅପାର ପ୍ରାକୃତିକ ସମ୍ପଦର ରାଜ୍ୟ।ଦେଶର ଖଣିଜ ଶିଳ୍ପରେ ଓଡ଼ିଶା ଏକ ପ୍ରମୁଖ ଖେଳାଳି।ବିଗତ କିଛିବର୍ଷ ହେବ ଓଡ଼ିଶାର ଅର୍ଥନୀତି ର ବିକାଶ ହେଉଛି ବୋଲି କହିଛନ୍ତ।