ବାଲି ବୋଝେଇ ହାଇୱା ଜବତ

ବାରଙ୍ଗ,୫ା୧୦(ଏସଏସନିଉଜ)ଶନିବାର ବିଳମ୍ଭିତ ରାତିରେ ବେଆଇନ ଭାବେ ବାଲି ନେଇ ଆସୁଥିବା ଏକ ହାଇୱାକୁ ଜବତ୍ କରିଛି ଗୋଡିସାହି ଫାଣ୍ଡି ପୋଲିସ। ଗୋଡିସାହି ଫାଣ୍ଡି ପୋଲିସ ଫାଣ୍ଡି ପଇଁତରା ମାରୁଥିବା ବେଳେ ଆଠଗଡ଼ ମୁଣ୍ଡଳୀ ପଟରୁ ଓଡି ୦୫ଜି ୯୫୫୮ ନମ୍ୱର ହାଇୱା ଟି ବାଲି ବୋଝେଇ କରି ଦୃତାଗତିରେ ଆସୁଥିଲା।ପୋଲିସ ଗାଡିଟିକୁ ସିଆରପିଏଫ ଛକ ନିକଟରେ ରୋକିବା ପରେ ବେଆଇନ ଭାବେ ବାଲି ପରିବହନ କରୁଥିବାର ଜାଣିବାକୁ ପାଇଥିଲା। ଗାଡି ଚାଳକକୁ ଅଟକ ରଖିବା ସହ ଗାଡ଼ିକୁ ଜବତ କରି ଲଘୁଖଣିଜ ବିଭାଗର ଅଧିକାରୀଙ୍କୁ ସୂଚନା ଦେଇଥିଲେ।

Comments (0)
Add Comment