Browsing category

ବାଣିଜ୍ୟ

ଭାରତ ମସଲାର ୨୫ତମ ଭାରତ ପ୍ରତିଭା ସମ୍ମାନ ସମାରୋହ

ବାରଙ୍ଗ,୭ା୯(ଏସଏସନିଉଜ) ଶିଳ୍ପ ମାଧ୍ୟମରେ ରାଜ୍ୟରେ ଅର୍ଥନୈତିକ ବିକାଶ ହୋଇପାରିବ। କ୍ଷୁଦ୍ର, ମଧ୍ୟମ, ଲଘୁ ଶିଳ୍ପ ଜରିଆରେ ଅଧିକ ରୋଜଗାର ସୃଷ୍ଟି ହୋଇପାରିବ। ଆମ ସରକାର ଏହି ସମସ୍ତ ଦିଗରେ ପ୍ରୟାସ କରୁଛନ୍ତି। ଭାରତ ମସଲା ଭଳି ସଂସ୍ଥା ଏ କ୍ଷେତ୍ରରେ ପଥ ପ୍ରଦର୍ଶକ ଭଳି ଭୂମିକା ନେଇପାରିବେ ବୋଲି କଟକ ଜିଲ୍ଲା ବାରଙ୍ଗଠାରେ ଜୟ ଭାରତ ଫାଉଣ୍ଡେସନ ଓ ଭାରତ ମସଲା ପକ୍ଷରୁ ଅନୁଷ୍ଠିତ ୨୫ତମ ଭାରତ ପ୍ରତିଭା ସମ୍ମାନ ସମାରୋହରେ ଯୋଗଦେଇ ମୁଖ୍ୟମନ୍ତ୍ରୀ ମୋହନ ଚରଣ […]

ଏଥର କଟକ ବାଲିଯାତ୍ରା ୮ ଦିନ ଚାଲିବ

କଟକ,୪ା୯(ଏସଏସନିଉଜ)ଆସନ୍ତା ନଭେମ୍ବର ୧୫ରୁ ମହାନଦୀପଠାରେ ଐତିହାସିକ ବାଲିଯାତ୍ରା ଆରମ୍ଭ ହୋଇ ନଭେମ୍ବର ୨୨ ତାରିଖ ପର୍ୟ୍ୟନ୍ତ ଏହି ଯାତ୍ରା ଚାଲିବ ।ଏଥିନେଇ କଟକ ଜିଲ୍ଲାପାଳ ଦତ୍ତାତ୍ରୟ ଭାଉସାହେବ ଶିନ୍ଦେ ଗଣମାଧ୍ୟମକୁ ବୁଧବାର ସୂଚନା ଦେଇଛନ୍ତିାସେ କହିଛନ୍ତି, ଏଥର ବହୁ ସଂଖ୍ୟାରେ ବ୍ୟବସାୟୀଙ୍କୁ ବ୍ୟବସାୟ ସୁଯୋଗ ମିଳିବ। ବାଲିଯାତ୍ରାକୁ ଆକର୍ଷଣୀୟ କରିବାକୁ ସବୁ ପ୍ରକାର ପ୍ରସ୍ତୁତି କରାଯିବ।

ନୂଆଖାଇ ପାଇଁ ସୋମବାର ଛୁଟି

ଭୁବନେଶ୍ବର, , ୪ା୯(ଏସଏସନିଉଜ) ପଶ୍ଚିମ ଓଡ଼ିଶାର ଲୋକପ୍ରିୟ ଗଣପର୍ବ ନୂଆଖାଇ ତିନି ଦିନ ପରେ ପାଳନ ହେବ। ଆଜି ସରକାର ଘୋଷଣା କରିଛନ୍ତି ଯେ, ଆସନ୍ତା ୯ ତାରିଖ ସୋମବାର ସମସ୍ତ ସରକାରୀ, ଅନୁଦାନପ୍ରାପ୍ତ ଓ ବେସରକାରୀ ସ୍କୁଲ ଛୁଟି ରହିବ। ସ୍କୁଲ ଛୁଟି ନେଇ ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।

ଟ୍ରାକ୍‌ରୁ ଖସିଲା ୧୭ଟି ବଗି

ଭୁବନେଶ୍ୱର,୨ା୯(ଏସଏସନିଉଜ)ପାରାଦୀପ ବାଉରିଆପାଳନ୍ଦାରେ ଏକ ମାଲବାହୀ ଟ୍ରେନ୍ ଲାଇନ୍ଚ୍ୟୁତ୍ ହୋଇ ୧୭ଟି ବଗି ଟ୍ରାକ୍ରୁ ଖସିଯାଇଛି । ସୋମବାର ସକାଳୁ ଏକ ମାଲବାହୀଟ୍ରେନ୍ ପାରାଦୀପବନ୍ଦରକୁ ଯାଉଥିବାବେଳେ ବାଉରିଆପାଳନ୍ଦା ନିକଟରେ ଟ୍ରେନଟି ହଠାତ୍ ଲାଇନ୍ଚ୍ୟୁତ ହୋଇ ଗୋଟିଏ ବଗି ଓଲଟି ପଡିଥିବା ବେଳେ ଆଉ ଗୋଟିଏ ଅଧା ଅଣେଇ ହୋଇଛି । ଖବରପାଇ ରେଳବାଇର ବରିଷ୍ଠ ଅଧିକାରୀମାନେ ପହଞ୍ଚି ଉଦ୍ଧାରକାର୍ୟ୍ୟ ଆରମ୍ଭ କରିଥିଲେ ।

ପିଏମ୍- ଉଷା ଶୁଭାରମ୍ଭ

ଭୁବନେଶ୍ବର,୩୧/୮(ଏସଏସନିଉଜ)ରାଜ୍ୟରେ ପ୍ରଧାନମନ୍ତ୍ରୀ ଉଚ୍ଚତର ଶିକ୍ଷାଅଭିଯାନ (ପିଏମ୍- ଉଷା) ଶୁଭାରମ୍ଭ ହୋଇଛି।କୃଷି ଭବନରେ ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ।ପିଏମ୍ ପାଇଁ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ମଧ୍ୟରେ MOU ହୋଇଛି।ଉଚ୍ଚଶିକ୍ଷାରେ ଗୁଣାତ୍ମକ ମାନ ବୃଦ୍ଧି କରିବ ‘ପିଏମ୍ । ପାଠ୍ୟକ୍ରମ ପ୍ରସ୍ତୁତି ଓ ଶିକ୍ଷକଙ୍କ ତାଲିମ୍‌କୁ ଗୁରୁତ୍ବ ଦିଆଯିବ।ଦକ୍ଷତା ବିକାଶ, ଚାକିରି କ୍ଷେତ୍ରରେ ସହାୟକ ହେବ।

ଭାରତକୁ ମିଳିଛି INS ଅରିଘାତ

ଭୁବନେଶ୍ବର,୩୧/୮(ଏସଏସନିଉଜ)ଭାରତକୁ ମିଳିଛି ଦ୍ୱିତୀୟ ଆଣବିକ ଶକ୍ତିସମ୍ପନ୍ନ ବୁଡ଼ାଜାହାଜ INS ଅରିଘାତ।ଏହାକୁ ଷ୍ଟ୍ରାଟେଜିକ୍ ଫୋର୍ସ କମାଣ୍ଡରେ ସାମିଲ କରାଯାଇଛି। ସ୍ୱଦେଶ ଜ୍ଞାନକୌଶଳରେ ନିର୍ମାଣ ହୋଇଥିବା INS Arighaatରେ ଅନେକ ପ୍ରକାରର ନୂତନ ଜ୍ଞାନକୌଶଳକୁ ବ୍ୟବହାର କରାଯାଇଛି।ଆଣବିକ ଇନ୍ଧନରେ ଚାଲୁଥିବା ଓ ଆଣବିକ ବାଲିଷ୍ଟିକ୍ କ୍ଷେପଣାସ୍ତ୍ର ସହିତ ସଜ୍ଜିତ ଏହି ବୁଡ଼ାଜାହାଜ ଅରିହନ୍ତ ଶ୍ରେଣୀର ଏକ ଅତ୍ୟାଧୁନିକ SSBN ଅଟେ। ଏହା ବିଶାଖାପଟନମରେ ଅବସ୍ଥିତ ଜାହାଜ ନିର୍ମାଣ କେନ୍ଦ୍ରରେ ତିଆରି ହୋଇଛି। ଏହାର ଓଜନ ପ୍ରାୟ ୬୦୦ ଟନ। ଲମ୍ବ […]

କୁକୁଡା ଆମଦାନୀ ବନ୍ଦକଲା ପଶ୍ଚିମବଙ୍ଗ

ଭୁବନେଶ୍ଵର,୨୬/୮(ଏସଏସନିଉଜ)ପିପିଲିରେ ବାର୍ଡ଼ଫ୍ଲୁ ଆତଙ୍କ ଦେଖାଦେବାରୁ ଦୁଇଦିନ ଭିତରେ ୫ ହଜରରୁ ଅଧିକ କୁକୁଡ଼ାକୁ ମାରି ସାରିଲେଣି ପ୍ରଶାସନ ।ପୁରୀ ଜିଲାର ପିପିଲି ବ୍ଲକରେ ବ୍ରଏଲର କୁକୁଡାଙ୍କ ଠାରେ ବାର୍ଡ-ଫ୍ଲୁରୋଗ ଚିହ୍ନଟ ହେବା ଚିନ୍ତା ବଢ଼ାଇଦେଇଛି।ଯାହାଫଳରେଚାଷୀମାନେ କ୍ଷତିପୁରୁଣ ପାଈନଥିବାରୁ ସେମାନଙ୍କ ମଧ୍ୟରେ ଅସନ୍ତୋଷ ବଢ଼ିବାରେ ଲାଗିଛି।ଅନ୍ୟପଟେ ପଶ୍ଚିମବଙ୍ଗ ପଲ୍ୟୁଟ୍ରି ଫେଡେରେସନ ପକ୍ଷରୁ ଓଡ଼ିଶାରୁ ପଶ୍ଚିମବଙ୍ଗକୁ କୁକୁଡା ଓ କୁକୁଡା ଜାତ ଦ୍ରବ୍ୟର ଆମଦାନୀ ଉପରେ ରବିବାର ରୋକ୍ ଲଗାଯାଇଛି।

ଦୁର୍ଗାପୂଜା ପାଇଁ ଚଳଚଞ୍ଚଳ ରାଜଧାନୀ

ଭୁବନେଶ୍ବର,୨୬/୮(ଏସଏସନିଉଜ) ଦୁର୍ଗାପୂଜା ପାଇଁ ଚଳଚଞ୍ଚଳ ହେଲାଣି ଟ୍ୱିନସିଟି । ଆଜି ଶାରଦୀୟ ଦୁର୍ଗାପୂଜାର ଆଦ୍ୟପର୍ବ ମାଟିଉଠା ।ମାଟିଅନୁକୂଳ ପାଇଁ କୁଆଖାଇ ନଦୀ ପଠାରେ ଭିଡ଼ ଦେଖିବାକୁ ମିଳିଛି ।ବିଭିନ୍ନ ପୂଜା କମିଟିର ସଦସ୍ୟମାନେ କୁଆଖାଇ ନଦୀ କୂଳରେ ପହଞ୍ଚିବାସହ୍ ପାରମ୍ପରିକ ବାଦ୍ୟ ସହ ମନ୍ତ୍ରଧ୍ଵନୀରେ କମ୍ପୁଛି ନଦୀ ପଠା । ପୂଜାପାଠ ସହ ଜନ୍ମାଷ୍ଟମୀ ତିଥିରେ ମାଟି ଅନୁକୂଳ କରିଛନ୍ତ ପୂଜା କମିଟିମାନେ ।

୪ ଘଣ୍ଟା ସର୍ବସାଧାରଣ ଦର୍ଶନ ବନ୍ଦ

ଭୁବନେଶ୍ୱର,୨୪ା୮(ଏସଏସନିଉଜ)ଶ୍ରୀମନ୍ଦିରରେ ଆଜି ୪ ଘଣ୍ଟା ସର୍ବସାଧାରଣ ଦର୍ଶନ ବନ୍ଦ ରହିବ ।ଅପରାହ୍ନ ୨ଟାରୁ ସଂଧ୍ୟା ୬ଟା ଯାଏଁ ସର୍ବସାଧାରଣ ଦର୍ଶନ ବନ୍ଦ ରହିବ ।ଶ୍ରୀମନ୍ଦିରରେ ମହାପ୍ରଭୁଙ୍କୁ ଲାଗି ହେବ ରାହୁ ରେଖାାଗୁପ୍ତ ନୀତି ହୋଇଥିବାରୁ ବନ୍ଦ ରହିବ ସର୍ବସାଧାରଣ ଦର୍ଶନ ବୋଲି ମନ୍ଦିର ପକ୍ଷରୁ କୁହାଯାଇଛି ।

ଗଣେଶପୂଜା ଭଷାଣିରେ ବାଜିବନି ଡିଜେ

ବାରଙ୍ଗ,୨୦ା୮(ଏସଏସନିଉଜ) ଏଥର ବାରଙ୍ଗରେ ହେବାକୁଥିବା ଗଣେଶପୁଜା ଓ ଭଷାଣିଉତ୍ସବରେ ବାଜବନି ଡିଜୋ ପାରମ୍ପାରିକବାଦ୍ୟର ତାଳରେ ଭଷାଣିଶୋଭାଯାତ୍ରା ହେବ ବୋଲି ମଙ୍ଗଳବାର ରାତିରେ ବାରଙ୍ଗଥାନା ପରିସରରେ ଆୟୋଜିତ ଗଣେଶପୁଜା ପ୍ରସ୍ତୁତି ବୈଠକରେ ନିଷ୍ପତି ହୋଇଛି ।ବାରଙ୍ଗଥାନା ଅଧିକାରୀ ବିଶ୍ବରଂଜନ ନାୟକଙ୍କ ଆହ୍ୱାନକ୍ରମେ ଆୟୋଜିତ ଗଣେଶପୁଜା ପ୍ରସ୍ତୁତି ବୈଠକରେ ଜୋନ ଏସିପି ଉମାକାନ୍ତ ପ୍ରଧାନ, ବିଦ୍ୟୁତ୍ ବିଭାଗ ଜେଇ ବିଭୁପ୍ରସାଦଦାସ, ବାରଙ୍ଗ ଆଂଚଳିକ ଶାନ୍ତି କମିଟିର ସଭାପତି ପ୍ରତାପ ଚନ୍ଦ୍ର ପାଣି, ଶାନ୍ତି କମିଟି ସମ୍ପାଦକ ସୁରେଶ ମହାନ୍ତି, ଟ୍ରକଆସୋସିଏସନ […]