Browsing category

ବାଣିଜ୍ୟ

ମେଣ୍ଢାଶାଳରେ ଝୁଲଣଯାତ୍ରାରେ ବାଦି ପାଲା

ମେଣ୍ଢାଶାଳ,୨୦ା୮(ଏସଏସନିଉଜ)ମେଣ୍ଢାଶାଳଗ୍ରାମର ଇଷ୍ଟଦେବ ଶ୍ରୀଶ୍ରୀ ଭାଗବତବାସୁଦେବଙ୍କ ମନ୍ଦିର ସମ୍ମୁଖରେ ସବୁବର୍ଷପରି ଚଳିତବର୍ଷ ପଞ୍ଚଦିବସୀୟ ଝୁଲଣଯାତ୍ରା ଅନୁଷ୍ଠିତ ହୋଇଯାଇଛି।ଏହି ଝୁଲଣଯାତ୍ରା ସୋମବାରରାତିରେ ଉଦଯାପିତ ହୋଇଯାଇଛି।ଝୁଲଣଯାତ୍ରା ଉପଲକ୍ଷେ ବାଦିପାଲା ଅନୁଷ୍ଠିତ ହୋଇଯାଇଥିଲା।ଗାୟକ ରସସାଗର ବସନ୍ତକୁମାରବେହେରା,ବାଣୀରତ୍ନ ନିରଞ୍ଜନସ୍ଵାଇ ଯୋଗଦେଇ ପ୍ରତିଦିନ ପାଲା ପରିବେଷଣ କରିଥିଲେ।ପ୍ରତିଦିନ ସନ୍ଧ୍ୟାସମୟରେ ଠାକୁରଙ୍କୁ ସୁସଜ୍ଜିତ ବିମାନରେ ବସାଜିବାପରେ ଝୁଲଣ ସହ ପାଲା ପରିବେଶଣ କରାଯାଇଥିଲା ।ଝୁଲଣ ଓ ପାଲା ମଣ୍ଡପକୁ ଭାରତଭୁଷଣ ମହାରଣାଙ୍କ ଦ୍ଵାରା ଆକର୍ଷଣୀୟ ଭାବେ ସଜାଯାଇଥିଲ।ପ୍ରତ୍ୟେକ ସଂଧ୍ୟାରେ ଗ୍ରାମବାସୀମାନେ ଉପସ୍ଥିତ ରହି ଏହାକୁ ଉପଭୋଗ କରୁଥିଲେ।(ପଦ୍ମଚରଣ […]

ଶ୍ରୀମନ୍ଦିରରେ ମିଳିବ ମାଗଣା ମହାପ୍ରସାଦ

ପୁରୀ,୧୮ା୮(ଏସଏସନିଉଜ)ଶ୍ରୀମନ୍ଦିରକୁ ଆସୁଥିବା ପ୍ରତ୍ୟେକ ଭକ୍ତଙ୍କୁ ମିଳିବ ମାଗଣା ମହାପ୍ରସାଦ । ପ୍ରତ୍ୟେକ ଦିନ ଲକ୍ଷେରୁ ଅଢେଇ ଲକ୍ଷ ଭକ୍ତ ପାଇବେ ପ୍ରସାଦ। ଏଥିପାଇଁ ବିଭିନ୍ନ ଦାତାଙ୍କ ସହ ଆଲୋଚନା ହୋଇଛି।ଏହି ପ୍ରକ୍ରିୟା ଆରମ୍ଭ ହେବା ପରେ ଯେଭଳି ଅଧାରୁ ବନ୍ଦ ନହୁଏ ସେ ଦିଗରେ ଆନୁସଙ୍ଗିକ ବ୍ୟବସ୍ଥା ମାନ ପ୍ରସ୍ତୁତ ହେଉଛିା ଶ୍ରୀମନ୍ଦିର ଆସୁଥିବା ପ୍ରତ୍ୟେକ ଭକ୍ତ ଅବଢ଼ା ଟିକିଏ ପାଇପାରିବେ ସେନେଇ ବ୍ୟବସ୍ଥା କରାଯାଉଛି ବୋଲି ଆଇନମନ୍ତ୍ରୀ ପୃଥୀରାଜ ହରିଚନ୍ଦନ କହିଛନ୍ତି।ଏହାସହ ଶ୍ରୀମନ୍ଦିର ଭକ୍ତଙ୍କ ଗହଳି […]

ଖୁସିକୁ ମିଳିବ ସାଥି

ବାରଙ୍ଗ,୧୭/୮(ଏସଏସନିଉଜ)ପ୍ରାଣୀଉଦ୍ୟାନ ନନ୍ଦନକାନନକୁ ଆସିବାକୁଯାଉଛି ହଳେ ଜିରାଫ ।ଦୀର୍ଘଦିନର ବ୍ୟବଧାନପରେ ଖୁସିକୁ ମିଳିବାକୁଯାଛି ତାର ସାଥି । ସାଥିବିନା ନିସଙ୍ଗ ଜୀବନ ଜିଉଥିବା ଖୁସିକୁ ୧୧ଜୁଲାଇ୨୦୧୨ମସିହାରେ ଦେଢବର୍ଷର ହୋଇଥିବାବେଳେସିମ୍‌ଡାଜିଖୁସିକୁ ନନ୍ଦନକାନନକୁ ଅଣାଯାଇଥିଲା ।ପଶୁପକ୍ଷୀଅଦଳବଦଳପ୍ରକିୟାରେ ଖୁସିପାଇଁ ନନ୍ଦନକାନନକୁ ସିମ୍ପାଜି କାର୍ତିକ ଓ ସୁଭଦ୍ରାକୁ ଦେବାକୁପଡିଥିଲା । କଲିକତାରୁ ଖୁସିପାଇଁ ୬ବର୍ଷବୟସ୍କଜୟନାମକ ଜିରାଫକୁ ୨୪ଫ୍ରେବୁଆରୀ୨୦୧୬ରେ ନନ୍ଦନକାନନକୁ ଅଣାଯାଇଥିବାବେଳେ ଆସିବାର ୪ଦିନପରେ ମୃତ୍ୟୁବରଣ କରିଥିଲା ।ସେହିଦିନଠାରୁ ସାଥିକୁ ଅପେକ୍ଷାକରି ଜିବନ ଜିଉଥିବା ଖୁସି ଏବେ ସାଥିପାଇବାକୁ୍ ଯାଉଛି ।ନନ୍ଦନକାନନର ୪ଜଣିଆ ଦଳ କଲିକତା […]

ନବୀନନିବାସରେ ‘ଦମନ’ ଟିମ୍

ଭୁବନେଶ୍ବର,୧୭/୮(ଏସଏସନିଉଜ)ମେଲେରିଆ ସଚେତନତା କ୍ଷେତ୍ରରେ ଉଲ୍ଲେଖନୀୟ ଭୂମିକା ଗ୍ରହଣ କରି ଜାତୀୟ ପୁରସ୍କାର ଲାଭ କରିଥିବା ଦମନ ଫିଲ୍ମର କଳାକାର ତଥା ନିର୍ଦ୍ଦେଶକ ଆଜି ନବୀନ ନିବାସଠାରେ ବିରୋଧି ଦଳ ନେତା ଶ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟି ତାଙ୍କ ଆଶୀର୍ବାଦ କାମନା କରିଥିଲେ ।ଦମନ ଶ୍ରେଷ୍ଠ ଓଡ଼ିଆ ଚଳଚିତ୍ରଭାବରେ ଜାତୀୟ ପୁରସ୍କାର ଲାଭ କରିଥିବାରୁ ଶ୍ରୀ ପଟ୍ଟନାୟକ ସମସ୍ତଙ୍କୁ ଅଭିନନ୍ଦନ ଜଣାଇଥିଲେ । ଆଗାମୀ ଦିନରେ ସାମାଜିକ ସଚେତନତା ଉପରେ ଆଧାରିତ ଅଧିକରୁ ଅଧିକ ଓଡ଼ିଆ ଚଳଚିତ୍ର ନିର୍ମାଣ […]

ରୋଗ ଚିନ୍ହିବା ପୂର୍ବରୁ ଚାଲିଗଲା କ୍ରିସ୍ ଜୀବନ

ବାରଙ୍ଗ,୧୪/୮(ଏସଏସନିଉଜ) ରୋଗ ଚିନ୍ହିବା ପୂର୍ବରୁ ଚାଲିଗଲା ସିଂହ କ୍ରିସର ଜୀବନ I ଚିକିତ୍ସାଧୀନ ଅବସ୍ଥାରେ ୨୦ ବର୍ଷୀୟସିଂହ ବୁଧବାରସକାଳ ସମୟରେ ମୃତ୍ୟୁବରଣକରିଛି ।ସେ କିଛିଦିନ ହେବ ବାଦ୍ଧକ୍ୟଜନିତ ରୋଗରେ ପିଡୀତଥିବାରୁ ଠିକ୍ ଭାବେ ଖିଆପିଆ କରିପାରୁନଥିଲା ।ବୟସାଧିକ ଯୋଗୁଁ ଦିନକୁଦିନ ଦୁର୍ବଳହେବା ସହ ଗୋଟିଏ ସ୍ଥାନରେ ପଡିରହୁଥିଲା। ଫଳରେ କ୍ରିଶ ରହୁଥିବା ସିଂହ ସଫାରୀର ଫିଡିଙ୍ଗଚାମ୍ବରରେ ରଖି ତାର ଚିକିତ୍ସା ନନ୍ଦନକାନନ ବନ୍ୟପ୍ରାଣୀ ଚିକିତ୍ସକଙ୍କ ଦ୍ବାରା କରାଯାଉଥିଲା Iହେଲେ ଚିକିତ୍ସାରେ କୈାଣସି ଉନ୍ନତି ପରିଲକ୍ଷିତ ହୋଇନଥିଲା। ମଙ୍ଗଳବାରଦିନ […]

ରାଜଧାନୀରେ ଖୋଲିଲା ଚାଉଳ ଏଟିଏମ୍

  ଭୁବନେଶ୍ବର,୮/୮(ଏସଏସନିଉଜ)ଭୁବନେଶ୍ୱରରେ ଖୋଲିଲା ଦେଶର ପ୍ରଥମ stand alone ଚାଉଳ ଏଟିଏମ୍ । ଯଦି ଏହି ଏଟିଏମ୍ ସଫଳତାର ସହ କାର୍ଯ୍ୟ କରେ ତେବେ ଆଗାମୀ ଦିନରେ ସବୁ ଜିଲ୍ଲା ଆଉ ବ୍ଲକରେ ଖୋଲିବ ଚାଉଳ । ଫଳରେ ଲୋକେ ଆଉ ଡିଲରଙ୍କ ଦ୍ୱାରା ଠକାମୀର ଶିକାର ହେବେନି । ଏହି ଏଟିଏମରୁ ଜଣେ ହିତାଧିକାରୀ ପାଇଁ ୨୫ କେଜି ଚାଉଳ ବାହାରିବାର ବ୍ୟବସ୍ଥା କରାଯାଇଛି । ସବୁ ଜିଲ୍ଲାର ଯେକୌଣସି ହିତାଧିକାରୀ ଏହି ଏଟିଏମରୁ ଚାଉଳ […]

ଆସିଲା ରାଜ୍ୟ ବଜେଟ୍

ଭୁବନେଶ୍ବର,୨୫/୭(ଏସଏସନିଉଜ)ବିଧାନସଭାରେ ଆଗତ ହେଲା ରାଜ୍ୟ ବଜେଟ୍। ବଜେଟ୍ ଉପସ୍ଥାପନ କରିଛନ୍ତି ମୁଖ୍ୟମନ୍ତ୍ରୀ ତଥା ଅର୍ଥମନ୍ତ୍ରୀ ମୋହନ ଚରଣ ମାଝୀ। କ୍ଷମତାକୁ ଆସିବା ପରେ ବିଜେପି ସରକାରର ଏହା ପ୍ରଥମ ବଜେଟ । ତେଣୁ ନୂଆ ସରକାରଙ୍କର ନୂଆ ବଜେଟ୍ ଉପରେ ରାଜ୍ୟବାସୀଙ୍କ ନଜର ରହିଥିଲା । ତେବେ ପ୍ରଥମ ବଜେଟ୍‌ରେ ଶ୍ରୀମନ୍ଦିର ପାଇଁ ୫୦୦ କୋଟିର କର୍ପସ ଫଣ୍ଡ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ।ସ୍ବାସ୍ଥ୍ୟ ଭିତ୍ତିଭୂମି ବିକାଶ ପାଇଁ ଆରମ୍ଭ ହୋଇଛି ମୁଖ୍ୟମନ୍ତ୍ରୀ ସ୍ବାସ୍ଥ୍ୟସେବା ମିଶନ।ଏହି ମିଶନ […]

ଆଜି ମହାପ୍ରଭୁଙ୍କ ୩ଘଣ୍ଟା ଦର୍ଶନ ବନ୍ଦ

ପୁରୀ,୨୪ା୭(ଏସଏସନିଉଜ)ଶ୍ରୀମନ୍ଦିରରେ ଆଜି ହେବ ମହାପ୍ରଭୁଙ୍କ ବନକଲାଗି ନୀତି ପାଇଁ ୩ ଘଣ୍ଟା ସର୍ବସାଧାରଣ ଦର୍ଶନ ବନ୍ଦ ରହିବ। ଦ୍ୱିତୀୟ ଭୋଗମଣ୍ଡପ ଭୋଗ ଶେଷ ହେବା ପରେ ସନ୍ଧ୍ୟା ୬ରୁ ରାତି ୯ଟା ଯାଏ ମହାପ୍ରଭୁଙ୍କ ଦର୍ଶନ ବନ୍ଦ ରହିବ। ଦତ୍ତମହାପାତ୍ର ସେବକ ଶ୍ରୀଜୀଉଙ୍କ ଶ୍ରୀମୁଖ ସିଂହାର କରିବେ। ରଥଯାତ୍ରା ପରେ ପ୍ରଥମ ବନକଲାଗି ବା ଶ୍ରୀମୁଖ ଶୃଙ୍ଗାର କରାଯିବ।ପ୍ରାକୃତିକ ରଙ୍ଗ ହିଙ୍ଗୁଳା, ହରିତାଳ, ଧଳା ଓ କଳା ରଙ୍ଗରେ ଦତ୍ତମହାପାତ୍ର ସେବକ ବନକଲାଗି କରାଇବେ।ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କର ବାରମାସରେ […]

ଜଳିଗଲା ବିମାନ,ଚାଲିଗଲା ୧୯ଜୀବନ

ଭୁବନେଶ୍ୱର,୨୪ା୭(ଏସଏସନିଉଜ) ନେପାଳରେ ଉଡ଼ାଣ ବେଳେ ବିମାନଟି ଜଳିଯାଇ ୧୯ ଜଣଙ୍କର ମୃତ୍ୟୁ ହୋଇଛି ବୋଲି ଆଶଙ୍କା କରାଯାଉଛି । ନେପାଳରେ ଉଡ଼ାଣ ବେଳେ ଜଳିଗଲା ବିମାନ । କାଠମାଣ୍ଡୁର ତ୍ରିଭୁବନ ଅନ୍ତର୍ଜାତୀୟ ଏୟାରପୋର୍ଟରେ ଏହି ଅଘଟଣ ହୋଇଛି। ଟେକ୍ ଅଫ୍ କରିବା ବେଳେ ରନ୍ ୱେରୁ ଖସିଗଲା ବିମାନ। ରନ୍ ୱେରୁ ଖସିଯିବା ପରେ ବିମାନରେ ନିଆଁ ଲାଗିଗଲା । ୧୯ଜଣଙ୍କୁ ନେଇ ଉଡ଼ାଣ ଆରମ୍ଭ କରିଥିଲା ବିମାନ।

ମହାପ୍ରଭୁଙ୍କ ସୁନାବେଶ ପାଇଁ ବଡ଼ଦାଣ୍ଡ ଲୋକାରଣ୍ୟ

ପୁରୀ, ୧୭ା୭(ଏସଏସନିଉଜ) ନବଦିନାତ୍ମକ ଶ୍ରୀଗୁଣ୍ଡିଚା ଯାତ୍ରା ସାରି ଶ୍ରୀମନ୍ଦିର ସିଂହଦ୍ୱାରକୁ ବାହୁଡ଼ିବା ପରେ ଆଜି ଅପରୂପ ଓ ଅନନ୍ୟ ସୁନାବେଶରେ ଦର୍ଶନ ଦେଇଛନ୍ତି ମହାବାହୁ। ଆଷାଢ଼ ଶୁକ୍ଳ ଏକାଦଶୀ ତିଥିରେ ବୁଧବାର ସିଂହଦ୍ୱାରରେ ଦଣ୍ଡାୟମାନ ତିନିରଥରେ ବଡ଼ଠାକୁର ଶ୍ରୀବଳଭଦ୍ର, ଦେବୀ ସୁଭଦ୍ରା ଓ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ରମଣୀୟ ସୁନାୀବେଶ ଅନୁଷ୍ଠିତ ହୋଇଛି। ଏଥିପାଇଁ ବଡ଼ଦାଣ୍ଡରେ ଭକ୍ତିମୟ ପରିବେଶ ଦେଖିବାକୁ ମିଳିଛି। ଭକ୍ତଙ୍କ ହରିବୋଲ, ହୁଳହୁଳି, ଜୟ ଜଗନ୍ନାଥ ଡାକରେ ଆଜି ବି ଖଣ୍ଡମଣ୍ଡଳ ପ୍ରକମ୍ପିତ ହୋଇଛି। ବର୍ଷକ […]