Browsing category

ମହାନଗର

ଗ୍ଲାମର ଦୁନିଆର ଭିତିରି କଥା

ଭୁବନେଶ୍ୱର,୧୬/୧୦(ଏସଏସନିଉଜ)ସାମ୍ନାକୁ ଆସିଲା ଗ୍ଲାମର ଦୁନିଆର ଭିତିରି କଥା । ଠକେଇର ଶିକାର ହେବା ପରେ ଚନ୍ଦକା ଥାନାକୁ ଆସିଲେ ଅଭିନେତ୍ରୀ।ଚନ୍ଦକା ଥାନାରେ ଅଭିନେତ୍ରୀ ଓ ସାମ୍ନାକୁ ଆସିଲା ଗ୍ଲାମର ଦୁନିଆର ଭିତିରି କଥା । ବିଭିନ୍ନ ଆଳ ଦେଖାଇ ଜଣେ ଅଭିନେତ୍ରୀଙ୍କ ଠାରୁ ଟଙ୍କା ଲୁଟ ଅଭିଯୋଗ ହୋଇଛି ଓ ଏନେଇ ଚନ୍ଦକା ଥାନାରେ ଅଭିଯୋଗ ପରେ ପୋଲିସ ଖୋଳତାଡ ଆରମ୍ଭ କରିଛି ।

ପୁରୀ ଶ୍ରୀମନ୍ଦିରକୁ ନେଇ ଆସିଲା ବଡଖବର

ପୁରୀ,୧୬/୧୦(ଏସଏସନିଉଜ)ପୁରୀ ଶ୍ରୀମନ୍ଦିରକୁ ନେଇ ଆସିଲା ବଡ ଖବର । ୧୮ରୁ କେବଳ ଦୁଇ ଦ୍ୱାର ଦେଇ ପ୍ରବେଶ । ସିଂହଦ୍ୱାର ଦେଇ ପ୍ରସ୍ଥାନ ମନା । ଆସନ୍ତା ୧୮ ତାରିଖରୁ ଶ୍ରୀମନ୍ଦିରର ଦୁଇ ଦ୍ୱାର ଦେଇ ପ୍ରବେଶ କରିବେ ଭକ୍ତ । ତେବେ କାର୍ତ୍ତିକ ମାସରେ ହବିଷ୍ୟାଳି ବ୍ରତଧାରୀଙ୍କ ଭିଡ ଯୋଗୁଁ ଏଭଳି ନିଷ୍ପତ୍ତି ନେଇଛି ମନ୍ଦିର ପ୍ରଶାସନ ବୋଲି ଜଣାପଡିଛି।

କାନୁନ୍‌ ଆଉ ଅନ୍ଧ ନୁହେଁ

  ଭୁବନେଶ୍ୱର,୧୬/୧୦(ଏସଏସନିଉଜ)ଅନ୍ଧା କାନୁନ ବୋଲି ଆଉ କହି ହେବନି। କାରଣ ଆଇନ ଆଖିରେ ଆଉ ଅନ୍ଧ ପୁୁଟୁଳି ବନ୍ଧା ହୋଇନି। ନ୍ୟାୟର ଦେବୀଙ୍କ ଆଖିରୁ ଏବେ ସେହି ଅନ୍ଧ ପୁଟୁଳିକୁ ଖୋଲି ଦିଆଯାଇଛି। ସେ ସ୍ପଷ୍ଟ ଭାବେ ସବୁ ଦେଖି ପାରୁଛନ୍ତି। ସୁପ୍ରିମକୋର୍ଟରେ ଥିବା ନ୍ୟାୟଦେବୀଙ୍କ ମୂର୍ତ୍ତିକୁ ନୂଆ ରୂପ ଦିଆଯାଇଛି। ତାଙ୍କ ଆଖିରୁ ଅନ୍ଧ ପୁଟୁଳିକୁ ହଟାଇ ଦିଆଯାଇଛି। ତା ସହିତ ତାଙ୍କ ହାତରେ ଏବେ ଶୋଭା ପାଉଛି ଦେଶର ସମ୍ବିଧାନ। ଆଗରୁ ଏକ ଖଣ୍ଡା […]

ନନ୍ଦନକାନନରୁ ବୃଦ୍ଧ ନିଖୋଜ

ବାରଙ୍ଗ, ୧୫|୧୦ (ଏସଏସନିଉଜ) ନନ୍ଦନକାନନକୁ ବୁଲିବାକୁ ଆସିଥିବା ଜଣେ ବଙ୍ଗୀୟ ବୃଦ୍ଧ ପର୍ଯ୍ୟଟକ ନିଖୋଜ ହୋଇଥିବା ନେଇ ନନ୍ଦନକାନନ ଥାନାରେ ଅଭିଯୋଗ। ନିଖୋଜ ବୃଦ୍ଧ ହେଲେ ପଶ୍ଚିମବଙ୍ଗ ମୁର୍ଶିଦାବାଦର ସୁବୋଧ ଘୋଷ (୬୫)। ସୂଚନା ମୁତାବକ ବୃଦ୍ଧ ଜଣକ ନିଜ ପରିବାର ସହ ପଶ୍ଚିମବଙ୍ଗରୁ ବସ ଯୋଗେ ନନ୍ଦନକାନନ ବୁଲିବାକୁ ଆସିଥିବା ବେଳେ କେଉଁଆଡେ ନିଖୋଜ ହୋଇଯାଇଛନ୍ତି। ବୃଦ୍ଧ ଜଣକ ଏକ କଳା ଫୁଲ ପ୍ୟାଣ୍ଟ୍ ଏବଂ ଧଳା ଫୁଲ ସାର୍ଟ ପରିଧାନ କରିଥିଲେ। ନନ୍ଦନକାନନ ବୁଲିସାରି […]

ନିଖୋଜ ବୃଦ୍ଧକୁ ଉଦ୍ଧାର କଲେ ଗ୍ରାମବାସୀ

ବାରଙ୍ଗ, ୧୫|୧୦ (ଏସଏସନିଉଜ) ମଙ୍ଗଳବାର ରାତିରେମରିଚିଆ ଗ୍ରାମରୁ ଜଣେ ଅସହାୟ ବୃଦ୍ଧଙ୍କୁ ଉଦ୍ଧାର କରି ଗ୍ରାମବାସୀ ମାନେ ପୋଲିସର ଜିମା ଦେଇଛନ୍ତି ।ବୃଦ୍ଧ ଜଣକ ପୁରୀ ଜିଲ୍ଲା କଣାସ ଥାନା ଗଡ଼ସାନଫୁଟ ଅଞ୍ଚଳର ଜାଗେଶ୍ଵର ଗୁମାନସିଂହ (୭୭) ବୋଲି ଜଣାପଡିଛି। ପ୍ରକାଶଯେ, ମଙ୍ଗଳବାର ରାତିରେଜାଗେଶ୍ଵର ଅସହାୟ ଅବସ୍ଥାରେ ମରିଚିଆ ଗ୍ରାମ ନିକଟରେ ବୁଲୁଥିବା ସମୟରେ ଗ୍ରାମର କିଛି ଯୁବକ ଏହା ଦେଖି ତାଙ୍କ ବିଷୟରେ ପଚାରି ବୁଝିଥିଲେ। ଏହାପରେ ନନ୍ଦନକାନନ ଥାନାକୁ ଡ଼ାକି ବୃଦ୍ଧଙ୍କୁ ହସ୍ତାନ୍ତର କରିଥିଲେ।ପୋଲିସ […]

ବିଜୟାଦଶମୀରେ ରାଜନାଥଙ୍କ ଶସ୍ତ୍ରପୂଜା

ଭୁବନେଶ୍ୱର,୧୩/୧୦(ଏସଏସନିଉଜ)ବିଜୟା ଦଶମୀ ଅବସରରେ ଶସ୍ତ୍ରପୂଜା କଲେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥସିଂହ ।ଗତକାଲି ଅର୍ଥାତ୍ ଶନିବାର ପ୍ରତିରକ୍ଷାମନ୍ତ୍ରୀ ପଶ୍ଚିମବଙ୍ଗର ଦାର୍ଜିଲିଂରେ ପହଞ୍ଚିଛନ୍ତି ।ସେଠାରେ ସେ ସୁକନା କ୍ୟାଣ୍ଟରେ ଯବାନମାନଙ୍କ ସହିତ ମିଶି ଅସ୍ତ୍ରଶସ୍ତ୍ର ପୂଜା କରିଛନ୍ତି। ଏହି ସମୟରେ ପ୍ରତିରକ୍ଷାମନ୍ତ୍ରୀ ରାଜନାଥ ସିଂହ ସୁକନା କ୍ୟାଣ୍ଟରେ ଯବାନମାନଙ୍କ ସହ କଥାବାର୍ତ୍ତା କରି ସେମାନଙ୍କ ଅବସ୍ଥା ବିଷୟରେ ପଚାରି ବୁଝିଛନ୍ତି। ଏଥିସହ ସୈନିକମାନଙ୍କ ସହ ସେ ଗ୍ରୁପ୍‌ ଫଟୋ ମଧ୍ୟ ଉଠାଇଛନ୍ତି। ବିଜୟାଦଶମୀ ଅବସରରେ ପ୍ରତିରକ୍ଷା ମନ୍ତ୍ରୀ କହିଛନ୍ତି, ଆମେ […]

ପିଆଜ ଦର କମିବ

ଭୁବନେଶ୍ୱର,୧୨/୧୦(ଏସଏସନିଉଜ)ପିଆଜର ଦରବୃଦ୍ଧିକୁ ନେଇ ଖାଦ୍ୟ ଓ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ପ୍ରତିକ୍ରିୟାରେ କହିଛନ୍ତି ପ୍ରବଳ ବର୍ଷା ଯୋଗୁ ଫସଲହାନି ଘଟିଛି। ଏଥିରୁ ବାଦ୍ ପଡ଼ିନି ପିଆଜ। ଏବେ ପାଗ ବଦଳିବା ପରେ ସ୍ଥିତିରେ ପରିବର୍ତ୍ତନ ଆସିବ। ଆଉ ବେଶୀ ଦିନ ପିଆଜ ଦର ଅଧିକ ରହିବ ନାହିଁ। ଅଳ୍ପଦିନ ଭିତରେ ଦର କମିବ ଓ ଖାଉଟି ଆଶ୍ବସ୍ତ ହେବେ ବୋଲି ଆଶା ପ୍ରକଟ କରିଛନ୍ତି ଖାଦ୍ୟ ଓ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର।

ବିଧୁରଞ୍ଜନଙ୍କୁ ପକୃତିବନ୍ଧୁ ପୁରସ୍କାର

ମେଣ୍ଢାଶାଳ,୧୦/୧୦(ଏସଏସନିଉଜ) ଚଳିତବର୍ଷ ମେଣ୍ଢାଶାଳ ଗ୍ରାମର ବିଧୁରଞ୍ଜନ ସାମନ୍ତରାୟଙ୍କୁ ଖୋର୍ଦ୍ଧା ଜିଲ୍ଲା ସ୍ତରୀୟ ପକୃତିବନ୍ଧୁ ପୁରସ୍କାର ପ୍ରଦାନ କରାଯାଇଛି।ବନ୍ୟପ୍ରାଣୀ ସୁରକ୍ଷା ସପ୍ତାହ ଅବସରରେ ଖୋର୍ଦ୍ଧା ଡିଭିଜନ କାର୍ଯ୍ୟାଳୟରେ ଏକ ମନୋଜ୍ଞ ପରିବେଶରେ ଡିଭିଯିନାଲ ଫରେଷ୍ଟ ଅଫିସର ପୂର୍ଣ୍ଣିମା ପଣ୍ଡିଆନ ବିଧୁରଞ୍ଜନ୍ ସାମନ୍ତରାୟଙ୍କୁ ଜିଲ୍ଲା ସ୍ତରୀୟ ମାନପତ୍ର ଓ ନଗଦ ୧୦ହଜାରେ ଟଙ୍କା ପ୍ରଦାନ କରିଥିଲେ।ସବୁଜ ପରିବେଶ ପାଇ ଚଳିତବର୍ଷ – ୨୦୨୪ପାଇଁ ଜଙ୍ଗଲ ଓ ପରିବେଶ ବିଭାଗ ଦ୍ଵାରା ପୁରସ୍କାର ପ୍ରଦାନ କରାଯାଇଥିଲା।ରାଜ୍ୟ ସରକାରଙ୍କ ତରଫରୁ ରାଜ୍ୟପାଳଙ୍କ ଦ୍ଵାରା […]

ବିଜେଡି ଛାଡିଲେ ପ୍ରକାଶ 

ଭୁବନେଶ୍ବର,୧୦/୧୦(ଏସଏସନିଉଜ)ବିଜେଡ଼ି ଛାଡିଲେ ପ୍ରକାଶ ବେହେରା। ଦଳର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଇଛନ୍ତି। ବିଜେଡି ସଭାପତି ନବୀନ ପଟ୍ଟନାୟକଙ୍କୁ ଇସ୍ତଫା ପତ୍ର ପଠାଇଛନ୍ତି। ବିଜେଡି ଟିକେଟରୁ କଟକ ବାରବାଟୀରୁ ଗତ ସାଧାରଣ ନିର୍ବାଚନ ଲଢ଼ିଥିଲେ। ୨୦୧୪ରେ ସାଲେପୁରରୁ କଂଗ୍ରେସ ବିଧାୟକ ରହିଥିଲେ। ପରେ ବିଜେପିରେ ଯୋଗ ଦେଇଥିଲେ। ହେଲେ, ବିଜେପିରେ ଯଥେଷ୍ଟ ସମ୍ମାନ ନମିଳିବାରୁ ସେ ବିଜେପି ଛାଡି ବିଜେଡିରେ ଯୋଗ ଦେଇଥିଲେ। ୨୦୨୪ ସାଧାରଣ ନିର୍ବାଚନରେ କଟକ ବାରବାଟୀ ପାଇଁ ବିଜେଡ଼ି ଟିକେଟରୁ ଲଢିଥିଲେ। ହେଲେ, […]

ବଦଳିବ ସରକାରୀକୋଠାର ରଙ୍ଗ

ଭୁବନେଶ୍ୱର,୭ା୧୦(ଏସଏସନିଉଜ)ରାଜ୍ୟରେ ସବୁ ନୂଆ ସରକାରୀ କୋଠାର ରଙ୍ଗ ଗୋଟିଏ ପ୍ରକାରର ହେବାନେଇ ପୂର୍ତ୍ତ ବିଭାଗ ପକ୍ଷରୁ ଇଆଇସି (ସିଭିଲ-କମ୍-ରୋଡ୍‌ସ), ଇଆଇସି (ଡିପିକ୍ୟୁ), ଓବି ଆଣ୍ଡ ସିସି ଏଲ୍‌ଟିଡି ଇଆଇସି ତଥା ଏମ୍‌ଡିଙ୍କୁ ଏନେଇ ଚିଠି କରାଯାଇଛି।ସେହିପରି ପୁରୁଣା କୋଠାଗୁଡ଼ିକର ମରାମତି ବା ନବୀକରଣ ବେଳେ ରଙ୍ଗ ବଦଳିବ। ରାଜ୍ୟ ସରକାରଙ୍କ ସମସ୍ତ ନୂଆ କୋଠାର ବାହାର ପଟର ରଙ୍ଗ ଅରେଞ୍ଜ ଶେଡ୍‌ (ଉପରେ ଦିଆଯାଇଥିବା ଭଳି) ହେବ। ସେଥିରେ ରେଡ୍‌ ଶେଡ୍‌ର ବର୍ଡର ରହିବ। ସେହିପରି କାର୍ଯ୍ୟକ୍ଷମ […]