Browsing category

ମହାନଗର

ବାଲିଯାତ୍ରା ସମୟରେ ଫୁଟପାଥରେ ବସିପାରିବେ ନାହିଁ ଉଠାଦୋକାନୀ

କଟକ,୦୮।୧୧(ଏସଏସନିଉଜ) ହାଇକୋର୍ଟଙ୍କ ନିର୍ଦ୍ଦେଶକ୍ରମେ ବାଲିଯାତ୍ରା ସମୟରେ ଫୁଟପାଥରେ କୌଣସି ଉଠାଦୋକାନୀ ବ୍ୟବସାୟ କରିବା ନେଇ ଜିଲ୍ଲାପାଳ ଏବଂ ଜିଲ୍ଲା ମାଜିଷ୍ଟ୍ରେଟ ଦତ୍ତାତ୍ରୟ ଭାଉସାହେବ ଶିନ୍ଦେ ନିଷେଧାଦେଶ ଜାରି କରିଛନ୍ତି । ଜୋବ୍ରାଠାରୁ ଚହଟା, ଉପର ଏବଂ ତଳବାଲିଯାତ୍ରା ପଡିଆ ଏବଂ ଏହାର ଆଖପାଖରାସ୍ତାରେ ଏହି ଉଠା ଦୋକାନୀମାନଙ୍କୁ ବ୍ୟବସାୟ କରିବା ନିମନ୍ତେ ନିଷେଧ କରାଯିବା ସହ ସେମାନଙ୍କ ଜୀବନଜୀବିକା ଯେପରି ପ୍ରଭାବିତ ନହୁଏ ସେଥିପାଇଁ ତଳ ବାଲିଯାତ୍ରା ପଡିଆରେ ସେମାନଙ୍କ ବ୍ୟବସାୟ ନିମନ୍ତେ ନିର୍ଦ୍ଦିଷ୍ଟ ସ୍ଥାନ ଚିହ୍ନଟ […]

କଟକ ଜିଲ୍ଲାସ୍ତରୀୟ ଶିଶୁ ମହୋତ୍ସବ

କଟକ, ୦୭।୧୧(ଏସଏସନିଉଜ)କଟକଜିଲ୍ଲା ଶିକ୍ଷା କାର୍ଯ୍ୟାଳୟ ଓ ଜିଲ୍ଲା ସମଗ୍ର ଶିକ୍ଷାପକ୍ଷରୁ ଗୁରୁବାର ଦିନ ରେଭେନ୍ସା କଲିଜିଏଟ୍ ସ୍କୁଲସ୍ଥିତ ନେତାଜୀ ଅଡିଟୋରୀୟମ ଠାରେ କଟକ ଜିଲ୍ଲାସ୍ତରୀୟ ଶିଶୁ ମହୋତ୍ସବ ସୁରଭି-୨୦୨୪ ଉଦ୍ଘାଟିତ ହୋଇଯାଇଛି। କଟକ ମହାନଗର ନିଗମ ମେୟର ସୁବାସ ସିଂ ଅତିଥିଭାବେ ଯୋଗଦେଇ ପ୍ରଦୀପ ପ୍ରଜ୍ଜ୍ଵଳନ ସହ ଏହି ମହୋତ୍ସବର ଶୁଭ ଉଦ୍ଘାଟନ କରିଥିଲେ। ରେଭେନ୍ସା କଲିଜିଏଟ୍ ସ୍କୁଲକୁ ନେଇ କଟକ ଗର୍ବ ଅନୁଭବ କରିଥାଏ। କାରଣ ଏହି ଶିକ୍ଷା ଅନୁଷ୍ଠାନରୁ ଉତ୍କଳଗୌରବ ମଧୁସୂଦନଦାସ, ନେତାଜୀ ସୁବାସଚନ୍ଦ୍ରବୋଷ, […]

ସରକାରଙ୍କ ଉପରେ ବର୍ଷିଲେ ନବୀନ

ଭୁବନେଶ୍ୱର,୭/୧୧(ଏସଏସନିଉଜ)ଆମ୍ବଟାକୁଆ ଜାଉ ଖାଇ ମୃତ୍ୟୁବରଣ ପ୍ରସଙ୍ଗ ଉଠାଇ ମୋହନ ସରକାରଙ୍କୁ ଟାର୍ଗେଟ କରିଛନ୍ତି ନବୀନ ପଟ୍ଟନାୟକ । ନବୀନ କହିଲେ, ଆମର ବାର ବର୍ଷର ତପସ୍ୟାକୁ ବିଜେପି ସରକାର ଶୁଖୁଆ ପୋଡ଼ାରେ ସାରିଦେଲେ ଦେଲେ ବୋଲି କହିଛନ୍ତି।ନବୀନ ଆହୁରି ମଧ୍ୟ କହିଛନ୍ତି, ଆମ ସରକାର ଆରମ୍ଭ କରିଥିବା ବିକାଶ ମୂଳକଯୋଜନା ଲୋକଙ୍କୁ ବଞ୍ଚିବାକୁ ଶକ୍ତି ଦେଇଥିଲା ।ଏବେ ବିନା କାରଣରେ ଗରିବ ଆଦିବାସୀଭାଇ ଭଉଣୀଙ୍କ ଚାଉଳକୁ ବନ୍ଦ କରିଛନ୍ତି । ସେମାନେ ଆମ୍ବ ଟାକୁଆ ଖାଉଛନ୍ତି । […]

କୁଞ୍ଜବିହାରି ମହାବିଦ୍ୟାଳୟରେ ସେମିନାର ସପ୍ତାହ

ବାରଙ୍ଗ,୭/୧୧(ଏସଏସନିଉଜ)ସ୍ଥାନୀୟ କୁଞ୍ଜବିହାରୀ ମହାବିଦ୍ୟାଳୟରେ ସପ୍ତାହବ୍ୟାପି ବିଭିନ୍ନ ବିଭାଗୀୟ ସେମିନାର ଜାରି ରହିଛି। ଏହିକ୍ରମରେ ଗୁରୁବାର ଦିନ ଅର୍ଥନୀତିବିଭାଗର “ଭାରତରେ ବିଭିନ୍ନ ଦାରିଦ୍ର୍ୟ ଦୂରୀକରଣ କାର୍ଯ୍ୟକ୍ରମର ପ୍ରଭାବଶୀଳତା ” ବିଷୟରେ ଆଲୋଚନା କରାଯାଇଛି।ଆଜିର ଏହିଆଲୋଚନାରେ ଅଧକ୍ଷା ଡ଼.ଲିପିପୁଷ୍ପା ନାୟକ ସଭାପତିତ୍ୱ କରିଥିବା ବେଳେ ଅର୍ଥନୀତି ବିଭାଗର ପୂର୍ବତନପ୍ରାଧ୍ୟାପକ କମଳ କୁମାର ପାଣି ଏହି ସନ୍ଦର୍ଭରେ ବିଭିନ୍ନ ଦିଗକୁ ନେଇ ଆଲୋଚନା କରିଥିଲେ।ଡ଼.ମାନସରଞ୍ଜନ ଦାଶମିଶ୍ର ସଂକ୍ଷିପ୍ତ ବିବରଣୀ ପ୍ରଦାନ କରିଥିଲେ। ଛାତ୍ରଛାତ୍ରୀ ମାନେ ମଧ୍ୟ ସେମାନଙ୍କର ସନ୍ଦର୍ଭପାଠ କରିଥିଲେ। ଅନ୍ୟମାନଙ୍କ […]

ବିମାନବନ୍ଦରରେ ଧାରଣାରେ ବସିଲେ ଯାତ୍ରୀ

ଭୁବନେଶ୍ବର,୭/୧୧(ଏସଏସନିଉଜ)ଭୁବନେଶ୍ବର ବିମାନ ବନ୍ଦରରେ ଏକ ଅଭାବନୀୟ ପରିସ୍ଥିତି ସୃଷ୍ଟି ହୋଇଛି।ଭୁବନେଶ୍ବର-ହାଇଦ୍ରାବାଦ ବିମାନ ବାତିଲ ହେବା ନେଇ ଯାତ୍ରୀଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେବା ସହ ଧାରଣାରେ ବସିଛନ୍ତି ଯାତ୍ରୀ।ବିମାନଟି ଗତକାଲି ମଧ୍ୟ ବାତିଲ ହୋଇଥିଲା। ତେବେ ଏହା ଗୁରୁବାର ସକାଳ ୮ଟା ୪୫ରେ ଗନ୍ତବ୍ୟସ୍ଥଳ ଅଭିମୁଖେ ଯାତ୍ରା କରିଥାନ୍ତା। କିନ୍ତୁ ଏହାକୁ ପୁଣି ବାତିଲକରାଯାଇଥିଲା।ଏହାର ପ୍ରତିବାଦରେ ଉତ୍ତେଜନା ଦେଖାଦେବା ସହ ଯାତ୍ରୀମାନେ ଧାରଣାରେ ବସିଥିଲେ। ବିମାନ ବନ୍ଦରକର୍ତ୍ତୃପକ୍ଷ ପହଞ୍ଚି ଯାତ୍ରୀମନଙ୍କୁ ବୁଝାସୁଝା ଜାରି ରଖିଛନ୍ତି।

କଟକ ବାଲିଯାତ୍ରା ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ନିମନ୍ତ୍ରଣ

ଭୁବନେଶ୍ୱର,୬/୧୧(ଏସଏସନିଉଜ) ମୁଖ୍ୟମନ୍ତ୍ରୀ ମୋହନଚରଣମାଝୀଙ୍କୁ ବାଲିଯାତ୍ରାର ଶୁଭାରମ୍ଭ ଅବସରରେ ନିମନ୍ତ୍ରଣପତ୍ର ପ୍ରଦାନ କରିଛନ୍ତି କଟକ ଜିଲ୍ଲାପାଳ ତଥା ଜିଲ୍ଲାମାଜିଷ୍ଟ୍ରେଟ ଦତ୍ତାତ୍ରୟ ଭାଉସାହେବ ଶିନ୍ଦେ।ଚଳିତମାସ ନଭେମ୍ବର ୧୫ତାରିଖରୁ ୨୨ତାରିଖପର୍ଯ୍ୟନ୍ତ ଅନୁଷ୍ଠିତ ହେବାକୁ ଯାଉଛି କଟକ ଐତିହାସିକବାଲିଯାତ୍ରା ।ଏଥିସହ ଜିଲ୍ଲାପାଳ ଶ୍ରୀ ଶିନ୍ଦେ ଓଡ଼ିଶାର ମୁଖ୍ୟ ଶାସନସଚିବ ମନୋଜ ଆହୁଜା ଓ ଅତିରିକ୍ତ ମୁଖ୍ୟ ଶାସନସଚିବ ଦେଓ ରଞ୍ଜନ ସିଂଙ୍କୁ ମଧ୍ୟ ବାଲିଯାତ୍ରାର ଶୁଭାରମ୍ଭ ଅବସରରେ ନିମନ୍ତ୍ରଣପତ୍ର ପ୍ରଦାନକରିଛନ୍ତି ।

ମୋବସରେ ଲାଗିଲା ଲଗାମ

  ଭୁବନେଶ୍ବର,୬/୧୧(ଏସଏସନିଉଜ) ବେପରୁଆ ଗାଡ଼ି ଚାଳନାକୁ ରୋକିବା ପାଇଁ ମୋବସର ସ୍ପିଡରେ ଲାଗିବ ବ୍ରେକ୍।ମୋବସର ବେଗ ଘଣ୍ଟାପ୍ରତି ୪୦ କିଲୋମିଟର ରହିବା ସହ ପ୍ରତ୍ୟେକଗାଡ଼ିରେ ସ୍ପିଡ୍ ଗଭର୍ଣ୍ଣର ଲଗାଯିବ।ଯେଉଁମାନେ ଏହି ନିୟମ ଉଲ୍ଲଂଘନ କରିବେ ସେମାନଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବବୋଲି ନଗର ଉନ୍ନୟନମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର ଘୋଷଣା କରିଛନ୍ତି।ଗାଡ଼ିରେ ସ୍ପିଡ୍ ଗଭର୍ଣ୍ଣର ଲଗାଯିବ ଏବଂ ନିୟମିତ ଯାଞ୍ଚ କରାଯିବ।ଏଥିସହ ଡ୍ରାଇଭିଂ ଲାଇସେନ୍ସ ଯାଞ୍ଚ କରାଯିବ ।ସହରସୀମା ବାହାରେ ଯାତ୍ରା କରୁଥିବାବେଲେ ବସରବେଗ ଘଣ୍ଟାପ୍ରତି ୫୦ […]

ଧାରଣାରେ ବସିଲେ ଆଶାକର୍ମୀ

କଟକ,୬/୧୧(ଏସଏସନିଉଜ)ଦୁଇମାସର ପ୍ରାପ୍ୟ ନପାଇ ଧାରଣାରେ ବସିଛନ୍ତି ଆଶାକର୍ମୀ। କଟକସଦର ଥାନା ଅନ୍ତର୍ଗତ ସିଏମସି ୫୯ନମ୍ବର ଓ୍ବାର୍ଡରେ ଥିବା ବମ୍ପକୁଦ ସହରାଞ୍ଚଳ ସ୍ୱାସ୍ଥ୍ୟକେନ୍ଦ୍ର ଅଧିନରେ କାର୍ଯ୍ଯକରୁଥିବା ୩୩ଜଣ ଆଶାକର୍ମୀ ସେମାନଙ୍କ ଦୁଇମାସର ପ୍ରାପ୍ୟ ପାଇନଥିବାରୁ ଏହାର ପ୍ରତିବାଦରେ ସ୍ବାସ୍ଥ୍ୟକେନ୍ଦ୍ରର ମୁଖ୍ୟ ଫାଟକରେ ତାଲାପକାଇ ଧାରଣାରେ ବସିଥିଲେ।ଦୀର୍ଘ ୨୦୧୬ ମସିହାରୁ ଏହି ସ୍ବାସ୍ଥ୍ୟକେନ୍ଦ୍ରର ଅଧିନରେ ସିଏମସି ୪ଗୋଟି ଓ୍ବାର୍ଡର ଆଶା କର୍ମୀ ବିଭିନ୍ନ ସମୟରେ ଅସୁବିଧାର ସମ୍ମୁଖିନ ହୋଇଆସୁଛନ୍ତି ।ବମ୍ପକୁଦ ସହରାଞ୍ଚଳସ୍ୱାସ୍ଥ୍ୟ କେନ୍ଦ୍ରଟି ପିପି ମୋଡରେ କାର୍ଯ୍ଯ କରୁଥିବାରୁ ସେମାନଙ୍କ […]

ତିନିମାସର ଆଗୁଆ ଚାଉଳ ମିଳିବ- ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୫ା୧୧(ଏସଏସନିଉଜ)ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଆଜି ଲୋକସେବା ଭବନରେ ସାଧାରଣ ବଣ୍ଟନ ବ୍ୟବସ୍ଥା ସମ୍ପର୍କରେ ସମୀକ୍ଷା କରି ହିତାଧିକାରୀ ମାନଙ୍କୁ ତିନି ମାସର ଚାଉଳ ଆଗୁଆ ପ୍ରଦାନ କରିବା ପାଇଁ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗକୁ ନିର୍ଦ୍ଦେଶ ଦେଇଛନ୍ତି। ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ ଅନୁଯାୟୀ ପ୍ରତ୍ୟେକ ହିତାଧିକାରୀ ତିନି ମାସ (ଅକ୍ଟୋବରରୁ ଡିସେମ୍ବର) ପାଇଁ ୧୫ କିଲୋ ଲେଖାଏ ଚାଉଳ ପାଇବେ । ସୂଚନା ଯୋଗ୍ୟ ଯେ ଏହି ପ୍ରକ୍ରିୟା ଅକ୍ଟୋବର ପହିଲା ଠାରୁ […]

ଅଦିନିଆ ରଥଯାତ୍ରା ବାତିଲ କଲା ଇସ୍କନ୍‌

ଭୁବନେଶ୍ୱର,୫ା୧୧(ଏସଏସନିଉଜ) ଶେଷରେ ଆମେରିକୀୟ ସହର ହ୍ୟୁଷ୍ଟନ୍‌ରେ ଆୟୋଜନ ହେବାକୁ ଥିବା ରଥଯାତ୍ରାକୁ ଇସ୍କନ୍ ପକ୍ଷରୁ ବାତିଲ କରାଯାଇଛି ।ସେଠାରେ କେବଳ ନିତାଇ ସଂକୀର୍ତ୍ତନ ଯାତ୍ରାର ଆୟୋଜନ ହେବ। ଇସ୍କନର ବିଦେଶରେ ଅଦିନିଆ ରଥଯାତ୍ରାର ଆୟୋଜନ ନେଇ ଗଜପତି ଦିବ୍ୟସିଂହ ଦେବ କଡ଼ା ଆଭିମୁଖ୍ୟ ପ୍ରଦର୍ଶନ କରିବାସହ ସାମ୍ବାଦିକ ସମ୍ମିଳନୀରେ କହିଥିଲେ, ଅନ୍ୟ ଧର୍ମରେ ଏଭଳି କରାଯାଇଥିଲେ, ତାକୁ ସହ୍ୟ କରାଯାଇନଥାନ୍ତା। ଯଦି ବୈଠକରେ ଅଦିନିଆ ରଥଯାତ୍ରାର ଆୟୋଜକ ମାନିଗଲେ ଭଲ କଥା, ନହେଲେ ଆଇନଗତ ବିକଳ୍ପ ରହିଛି […]