Browsing category

ମହାନଗର

ନନ୍ଦନକାନନ ଏକ୍ସପ୍ରେସ ଉପରକୁ ଗୁଳିମାଡ଼

ଭୁବନେଶ୍ୱର,୫/୧୧(ଏସଏସନିଉଜ)ଆଜି ସକାଳ ସା୍ଢ଼େ ୯ଟାରୁ ୧୦ଟା ଭିତରେ ନୂଆଦିଲ୍ଲୀରୁ ପୁରୀ ଅଭିମୁଖେ ଆସୁଥିବା ନନ୍ଦନକାନନ ଏକ୍ସପ୍ରେସଟ୍ରେନ ଉପରକୁ ଭଦ୍ରକ-ବାଉଦପୁର ସେକସନ୍ ମଝିରେ ଏହି ଗୁଳିମାଡ଼ ହୋଇଥିବା ଜଣାଯାଇଛି। ଜିଆରପି ପୁଲିସ ଘଟଣାର ଛାନଭିନ୍ କରୁଛନ୍ତି। କିଏ ଗୁଳିମାଡ଼ କରିଛି, କାହିଁକି କରିଛି ତାହା ସ୍ପଷ୍ଟ ହୋଇପାରିନି। ଟ୍ରେନରେ ଥିବା ଗାର୍ଡ ଅଭିଯୋଗ କରିବା ପରେ ଭଦ୍ରକ ଷ୍ଟେସନ ମ୍ୟାନେଜର ପୁଲିସକୁ ସୂଚନା ଦେଇଥିଲେ।

ଆଜି ଆମେରିକା ଭୋଟ୍‌

ଭୁବନେଶ୍ୱର,୫/୧୧(ଏସଏସନିଉଜ)ଆଜି ଆମେରିକାରେ ରାଷ୍ଟ୍ରପତି ନିର୍ବାଚନ ପାଇଁ ମତଦାନ।୫୦ ରାଜ୍ୟରେ ହେବ ରାଷ୍ଟ୍ରପତି ନିର୍ବାଚନ ପାଇଁ ମତଦାନ।ଡୋନାଲ୍ଡ ଟ୍ରମ୍ପ ଓ କମଳା ହାରିସଙ୍କ ମଧ୍ୟରେ ଲଢ଼େଇ।ଜାନୁଆରୀ ୨୦ରେ ଶପଥ ନେବେ ନୂଆ ରାଷ୍ଟ୍ରପତି।

ଆସିଲା ବାତ୍ୟା ‘ଦାନା’ର କ୍ଷୟକ୍ଷତି ରିପୋର୍ଟ

ଭୁବନେଶ୍ୱର,୫/୧୧(ଏସଏସନିଉଜ)ଏଥର ବାତ୍ୟାରେ ୬ଶହକୋଟି ଟଙ୍କାର କ୍ଷୟକ୍ଷତି ହୋଇଛି । ବାତ୍ୟା ଦାନାର କ୍ଷୟକ୍ଷତି ରିପୋର୍ଟ ସମ୍ପର୍କରେ ସୂଚନା ଦେଇ ରାଜସ୍ୱ ମନ୍ତ୍ରୀ କହିଛନ୍ତି ୧୪ ଜିଲ୍ଲା କ୍ଷତିଗ୍ରସ୍ତ ହୋଇଛି। ଏହି ସବୁ ଜିଲ୍ଲାରେ ୬୦୦ କୋଟି ଟଙ୍କାର କ୍ଷୟକ୍ଷତି ହୋଇଛି। ୧୬୬ ବ୍ଲକରେ କ୍ଷତି ହୋଇଥିବା ବେଳେ ୧୧ ହଜାର ୬୩୭ ଗାଁ ପ୍ରଭାବିତ ହୋଇଛନ୍ତି।ବାତ୍ୟାରେ ୧୬ ହଜାର ୪୧୬ ଘର ଭାଙ୍ଗିଛି। ସେଥି ମଧ୍ୟରୁ ୨୭ଟି କଚ୍ଚା ଘର ଭାଙ୍ଗିଥିବା ବେଳେ ୧୪ ହଜାର ୬୮୦ […]

ନଭେମ୍ବର ୨୧ରୁ ଧାନକିଣା

ଭୁବନେଶ୍ୱର,୫/୧୧(ଏସଏସନିଉଜ)ବରଗଡ଼ ଜିଲ୍ଲାରୁ ଆରମ୍ଭ ହେବ ଖରିଫ ଧାନକିଣା।କୁଇଣ୍ଟାଲ ୩୧୦୦ ଟଙ୍କାରେ ଧାନ କିଣିବେ ସରକାର।MSP ୨୩୦୦ ଟଙ୍କା ସହ ୮୦୦ ଟଙ୍କାର ଇନ୍‌ପୁଟ ସହାୟତା ମିଳିବ।୪-୫ଟିମଣ୍ଡିକୁ ନେଇ ଜଣେ ସୁପରଭାଇଜର ରହିବେ।ମଣ୍ଡିରୁ ରାଇସମିଲ୍‌ ଯାଏ ଧାନ ଗାଡ଼ିର ଗତିବିଧି ନଜରରେ ରହିବ।

୨୩ପରେ ନୂଆ ପିସିସି ସଭାପତି

ଭୁବନେଶ୍ୱର,୫/୧୧(ଏସଏସନିଉଜ)ପ୍ରଥମ ଦିନର କଂଗ୍ରେସର ପିସିସି ସଭାପତି ଚୟନବୈଠକ ଶେଷ ହୋଈଛି।ନଭେମ୍ବର ୨୩ପରେ ଆସିବ ନୂଆ ସଭାପତିଙ୍କ ନାଁ।ଜିଳ୍ଲାସଭାପତିମାନଙ୍କ ମତ ନେବେ ୨ କେନ୍ଦ୍ରୀୟ ପର୍ଯ୍ୟବେକ୍ଷକ।ତେବେ ନୂଆ ପିସିସି ସଭାପତିଙ୍କ ପାଇପଞ୍ଚାୟତ ଓ ମହାନଗର ନିର୍ବାଚନ ଜିତାଇବା ହେବ ପ୍ରମୁଖ ଭୂମିକା ବୋଲି ଜଣାପଡିଛି।

ମରାମତିହେବ ମେଘନାଦପାଚେରି

ଭୁବନେଶ୍ୱର,୫/୧୧(ଏସଏସନିଉଜ)ମେଘନାଦ ପାଚେରିର ସ୍ଥାୟୀ ମରାମତି ଓ ପୁନରୁଦ୍ଧାର ଦାବି ନେଇASI ଅଧୀକ୍ଷକକୁ ଚିଠି ଲେଖିଲେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ।ପ୍ରାଚୀରର ସାମଗ୍ରିକ ବୈଜ୍ଞାନିକ ସର୍ଭେ କରିବାକୁ ବି ଉଲ୍ଲେଖ ରହିଛି।ଆନନ୍ଦବଜାରର ଡ୍ରେନେଜ୍ ବ୍ଯବସ୍ଥା ସୁଧାରିବାକୁ ଟେଣ୍ଡର ଶେଷ ହୋଇଛି।

ଆଜବେଷ୍ଟସ ଭାଙ୍ଗି ୨ଦୋକାନରୁ ଚୋରି

ବାରଙ୍ଗ,୩/୧୧(ଏସଏସନିଉଜ)ମଧୁପୁର ଗାଁ ମୁଣ୍ଡ ବ୍ଲୁଷ୍ଟାର ମାର୍କେଟ କମ୍ପ୍ଲେକ୍ସରେ ଥିବା ଦୁଇଟି ଦୋକାନରୁ ଶନିବାର ବିଳମ୍ବିତ ରାତିରେ ଚୋରି ହୋଇଥିବାର ବାରଙ୍ଗ ଥାନାରେ ଅଭିଯୋଗ ହୋଇଛି।ଚୋରମାନେ ଦୋକାନର ଆଜବେଷ୍ଟସ ଓ ସିଲିଂ ଭାଙ୍ଗି ଦୋକାନ ମଧ୍ୟକୁ ପଶି ଏକ ରଙ୍ଗଦୋକାନ ଓ ଏକ ଇଲେକ୍ଟ୍ରି ଦୋକାନରୁ ଚୋରି କରିଛନ୍ତି।ଚୋରମାନେ ମିଶ୍ର ଇଣ୍ଟରପ୍ରାଇଜେସର ନାମକ ରଙ୍ଗ ଦୋକାନରୁ ୨୦ବାଲ୍ଟି ରଙ୍ଗ, ୭ପ୍ରକାର ସାମଗ୍ରୀ ସହ ନଗଦ ହଜାରେଟଙ୍କା ଚୋରି ହୋଇଥିବା ମିଶ୍ର ଇଣ୍ଟରପ୍ରାଇଜେସର ମାଲିକ ସୁଭଦ୍ରାପୁର ଗ୍ରାମର ଅଭୟ ମିଶ୍ର […]

ଦେବେନ୍ଦ୍ରଙ୍କ ମୃତଶରୀର ନନ୍ଦନକାନନ ଆସିଲା

ବାରଙ୍ଗ,୩।୧୧(ଏସଏସନିଉଜ)ଶନିବାର ରାତିରେ ଗାଡି ଧକାରେ ଚନ୍ଦକା ବନବିଭାଗରେ କାର୍ଯ୍ୟରତ ବନପାଳ ଦେବେନ୍ଦ୍ର ସୋନାଗା(୪୦)ଙ୍କର ମୃତୁ ଘଟିଛି।ରବିବାର ସକାଳେ ମୃତ ଶରୀର ବ୍ୟବଚ୍ଛେଦ ପରେ ପୋଲିସ ମୃତଦେହକୁ ମୃତକଙ୍କ ପରିବାରକୁ ହସ୍ତାନ୍ତର କରିଥିଲା।ଏହାପରେ ଶେଷ ଦର୍ଶନ ନିମନ୍ତେ ମୃତ ଶରୀରକୁ ସନ୍ଧ୍ୟାରେ ନନ୍ଦନକାନନକୁ ଅଣାଯାଇଥିଲା।ନନ୍ଦନକାନନ ଓ ଚନ୍ଦକା – ଡମପଡ଼ା ଅଭୟାରଣ୍ୟର କର୍ମଚାରି ଓ ଅଧିକାରୀମାନେ ଆସି ଶେଷଦର୍ଶନ କରି ନୀରବ ପ୍ରାର୍ଥନା କରି ପୁଷ୍ପଗୁଚ୍ଛ ଅର୍ପଣ କରିଥିଲେ।ଏହାପରେ ଦେବେନ୍ଦ୍ରଙ୍କ ମରଶରୀରକୁ ପୈତୃକ ଘର ରାଇରଙ୍ଗପୁର ଅଭିମୁଖେ ନିଆଯାଇଥିଲା।ଦେବେନ୍ଦ୍ର […]

ନୂଆ ପିସିସିସଭାପତି ପାଇଁ ଆରମ୍ଭ ହେଲା ଚୟନ ପ୍ରକ୍ରିୟା

ଭୁବନେଶ୍ୱର,୪ା୧୧(ଏସଏସନିଉଜ) ନୂଆ ପିସିସି ସଭାପତି ପାଇଁ ଆଜିଠାରୁ ଆରମ୍ଭ ହୋଇଛି ଚୟନ ପ୍ରକ୍ରିୟାାସେଇଥିପାଇଁ ଆଜି ଓଡ଼ିଶା ଆସୁଛନ୍ତି ଛତିଶଗଡ଼ ବିରୋଧୀ ଦଳ ନେତା ଚରଣଦାସ ମହନ୍ତ ଓ ବରିଷ୍ଠ କଂଗ୍ରେସ ନେତ୍ରୀ ମୀନାକ୍ଷୀ ନଟରାଜନ। ଏମାନେ କଂଗ୍ରେସ ଭବନରେ ରାଜ୍ୟସ୍ତରୀୟ ନେତାମାନଙ୍କ ସହ ଆଲୋଚନାକରି ଏଆଇସିସିକୁ ରିପୋର୍ଟ ଦେବେ। ତେବେ ବରିଷ୍ଠନେତା ଭକ୍ତ ଦାସ, ଶ୍ରୀକାନ୍ତ ଜେନା , ମହମ୍ମଦ ମୋକିମଙ୍କ ନାଁ ପିସିସି ସଭାପତି ଦୌଡ଼ରେ ଆଗରେ ରହିଥିବା ଚର୍ଚ୍ଚା ହେଉଛି।  

୧୦୦ ଫୁଟ ଗଭୀରକୁ ଖସିଲା ବସ୍‌

ଭୁବନେଶ୍ୱର,୪ା୧୧(ଏସଏସନିଉଜ) ଆଜି ସକାଳେ ଉତ୍ତରଖଣ୍ଡର ଅଲମୋଡାରେ ମର୍ମନ୍ତୁଦ ଦୁର୍ଘଟଣା ଘଟି ୩୬ଜଣଙ୍କର ମୃତ୍ୟୁ ଘଟିଥିବାବେଳେ ୬ଜଣ ଗୁରୁତର ଆହତ ହୋଇଛନ୍ତି। ଗଢବାଲ ମୋଟର ଅନର୍ସ ୟୁନିୟନ ଲିମିଟେଡର ଏହି ବସଟି ୪୫ ଲୋକେ ନେଇ କିନାଥରୁ ରାମନଗର ଯିବାବାଟରେ ଗାଁର କୂପି ପାଖରେ ବସ ବାଲାନ୍ସ ଫେଲ ପାଇଁ ୧୫୦ ଫୁଟ ଘାଟି ତଳକୁ ଖସିପଡିଥିଲା ।ଦୁର୍ଘଟଣା ପରେ ମୁଖ୍ୟମନ୍ତ୍ରୀ ପୁଷ୍କର ଧାମୀ ଶୋକ ବ୍ୟକ୍ତ କରିବାସହ ମୃତ ବ୍ୟକ୍ତିଙ୍କ ସହ ଆହତଙ୍କ ପାଇଁ ମଧ୍ୟ ଆର୍ଥିକ […]