Browsing category

ମହାନଗର

୧୦ରୁ ଟ୍ରକ ଚଳାଚଳ ବନ୍ଦ !

ଭୁବନେଶ୍ୱର,୩/୧୧(ଏସଏସନିଉଜ)ରାଜ୍ୟ ସରକାରଙ୍କୁ ଲଘୁ ଖଣିଜ ପରିବହନ କରୁଥିବା ମିଳିତ ଟ୍ରକ୍ ମାଲିକ ସଂଘର କଡ଼ା ଚେତାବନୀ ଦେଇଛନ୍ତି । ୯ତାରିଖ ସୁଦ୍ଧା ବାଲି ପରିବହନ ସମସ୍ୟା ସମେତ ଲଘୁ ଖଣିଜ ପରିବହନ ନେଇଥିବା ୧୧ ଦଫାଦାବି ପୂରଣ ନହେଲେ ୧୦ ତାରିଖରୁ ବନ୍ଦ ରହିବ ସବୁ ପ୍ରକାର ଲଘୁ ଖଣିଜ ପରିବହନ । ଖୋର୍ଦ୍ଧା ଟ୍ରକ୍ ମାଲିକସଂଘ ଆହ୍ବାନ କ୍ରମେ ପାଖାପାଖି ୧୦ଜିଲ୍ଲାର ୧୫ଟ୍ରକ୍ ମାଲିକ ସଂଘର ମିଳିତ ବୈଠକରେ ଏଭଳି ନିଷ୍ପତ୍ତି ହୋଇଛି । ସେମାନଙ୍କ […]

୩ରୁ ଦଶମଶ୍ରେଣୀ ପରୀକ୍ଷା ଫର୍ମପୂରଣ

ଭୁବନେଶ୍ୱର,୨/୧୧(ଲିଙ୍ଗରାଜ ରାଉତ)୩ତାରିଖକୁ ଦଶମଶ୍ରେଣୀ ପରୀକ୍ଷା ଫର୍ମପୂରଣ ହେବ ।ମାଧ୍ୟମିକ ଶିକ୍ଷାପରିଷଦ ଦ୍ବାରା ପରିଚାଳିତ ୨୦୨୫ମାଟ୍ରିକ ପରୀକ୍ଷାନିମନ୍ତେ ଫର୍ମପୂରଣ ନଭେମ୍ବର ୩ରୁ ଆରମ୍ଭ ହେବ।ରେଗୁଲାର ଓ ଏକ୍ସ-ରେଗୁଲାର ଛାତ୍ରଛାତ୍ରୀ ମାନେ ନଭେମ୍ବର ୩ ତାରିଖରୁ ୧୮ତାରିଖ ମଧ୍ୟରେ ଅନଲାଇନ୍ ଫର୍ମପୂରଣ କରିପାରିବେ ।ରାତି ୧୧ଟା ପର୍ଯ୍ୟନ୍ତ ଅନ୍‌ଲାଇନ୍‌ ଯୋଗେ ଫର୍ମପୂରଣ ହୋଇପାରିବ। www.bseodisha.ac.in ୱେବ୍ ସାଇଟ୍ ଭିସିଟ୍ କରି ଛାତ୍ରଛାତ୍ରୀମାନେ ସମ୍ପୁର୍ଣ୍ଣ ସୂଚନା ପାଇପାରିବେ ।ସପଣ୍ଡେଣ୍ଟ କୋର୍ସରେ ପରୀକ୍ଷାର୍ଥୀ ମାନେ ବୋର୍ଡ ଆଞ୍ଚଳିକ କାର୍ଯ୍ୟାଳୟରେ ଉପସଚିବଙ୍କ ଦ୍ବାରା ଅଫ୍‌ଲାଇନ୍‌ରେ […]

ଅମାନିଆ ମୋ ବସ

ଚନ୍ଦ୍ରଶେଖରପୁର,୨/୧୧(ଏସଏସନିଉଜ) ଚନ୍ଦ୍ରଶେଖରପୁର ପେଟ୍ରୋଲ୍ ପମ୍ପ୍ ନିକଟରେ ମୋବସ ଧକ୍କାରେ ଜଣେ ଯୁବତୀ ଗୁରୁତର ଆହତ ହୋଇ ତାଙ୍କର ହାତ କଟିଯାଇଥିବା ଜଣାପଡିଛି। ତାଙ୍କୁ ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିବା ବେଳେ ଦୁର୍ଘଟଣାସ୍ଥଳରେ ଉତ୍ତେଜନା ଦେଖାଦେଇଛି ।ତାଙ୍କୁ ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିବା ବେଳେ ଦୁର୍ଘଟଣା ସ୍ଥଳରେ ଉତ୍ତେଜନା ଦେଖାଦେଇଛି । ଏଥିସହ ଚନ୍ଦ୍ରଶେଖରପୁରରେ ଅଞ୍ଚଳରେ ଗଡ଼ୁଥିବା ପ୍ରାୟ ୧୪ଟି ମୋବସକୁ ସ୍ଥାନୀୟଲୋକ ରୋକିଛନ୍ତି। ଦୁର୍ଘଟଣା ପରେ ନନ୍ଦନକାନନ-ଜୟଦେବ ବିହାର ରାସ୍ତାରେ ଟ୍ରାଫିକ୍ ଜାମ୍ ହୋଇଛି। […]

ପଣ୍ଡିତ ଗୋପବନ୍ଧୁଦାସଙ୍କ ମାନସ ଓ ଭାବାଦର୍ଶକୁ ନେଇ ଆଲୋଚନା ଚକ୍ର

ବାରଙ୍ଗ,୧/୧୧(ଲିଙ୍ଗରାଜ ରାଉତ) କୁଞ୍ଜବିହାରୀ ମହାବିଦ୍ୟାଳୟର ଇତିହାସବିଭାଗ ଆନୁକୂଲ୍ଯରେ ପଣ୍ଡିତ ଗୋପବନ୍ଧୁଦାସଙ୍କ ମାନସ ଓ ଭାବାଦର୍ଶ ଏବଂ ଏକବିଂଶ ଶତାବ୍ଦୀରେ ଆଧୁନିକ ଓଡ଼ିଶା ପାଇଁ ଏହାର ପ୍ରାସଙ୍ଗିକତା “ସମ୍ବନ୍ଧରେଏକ ଆଲୋଚନାଚକ୍ର ଆୟୋଜନ କରାଯାଇଥିଲା।ମହାବିଦ୍ୟାଳୟ ପରିସରରେ ଶୁକ୍ରବାରଦିନ ଆୟୋଜିତ ଆଲୋଚନା ଚକ୍ରରେଐତିହାସିକ,ଗବେଷକ ତଥା ବହୁ ଇତିହାସ ପୁସ୍ତକର ରଚୟିତା ଡଃ ପ୍ରଭାତକୁମାରମଲ୍ଲିକ ଅତିଥି ଭାବରେ ଯୋଗଦେଇ ଅତି ପ୍ରାଞ୍ଜଳ ଭାବରେ ମହାବିଦ୍ୟାଳୟର ସମସ୍ତ ଛାତ୍ରଛାତ୍ରୀ, ଅଧ୍ୟାପକ, ଅଧ୍ୟାପିକାମାନଙ୍କୁ ବୁଝାଇ କହିଥିଲେ।ଆଲୋଚନା ଚକ୍ରରେ ଦଶଜଣରୁ ଉର୍ଦ୍ଧ୍ବ ଛାତ୍ରଛାତ୍ରୀ ସେମାନଙ୍କର ସେମିନାର୍ ପେପର୍ […]

୨୫ରେ ବାରଙ୍ଗର ପ୍ରସିଦ୍ଧ କାର୍ତ୍ତିକେଶ୍ୱର ଭସାଣି

ବାରଙ୍ଗ,୧/୧୦(ଏସଏସନିଉଜ) ଆଉ ଦିନ କେଇଟା ପରେ ବାରଙ୍ଗର ପ୍ରସିଦ୍ଧ ଗଣପର୍ବ କର୍ତିକେଶ୍ୱର ପୂଜା ହେବ।ବାରଙ୍ଗ ଓ ଏହାର ଆଖପାଖ ଅଞ୍ଚଳରେ ପ୍ରାୟ ୧୦୦ରୁ ଉର୍ଦ୍ଧ ପୂଜାମଣ୍ଡପରେ କାର୍ତ୍ତିକେୟ ଓ ନିଲେନ୍ଦ୍ରିୟଙ୍କ ପୂଜା ହେବ। ବାରଙ୍ଗ ଅଂଚଳର ପ୍ରସିଦ୍ଧ କାର୍ତ୍ତିକପୂଜା ଓ ଭସାଣିପାଇ ଏବେଠାରୁ ପ୍ରସ୍ତୁତପର୍ବ ଆରମ୍ଭ ହୋଇଯାଇଛି।ବାରଙ୍ଗଅଞ୍ଚଳର ବଡ଼ପର୍ବ ତଥା ଭାଇଚାରାର ପର୍ବ ହୋଇଥିବାରୁଏହାକୁ ଆକର୍ଷଣୀୟ କରିବା ପାଇଁ ସମସ୍ତ ପୂଜା କମିଟି ପକ୍ଷରୁ ଜୋରଦାର ପ୍ରସ୍ତୁତି ଆରମ୍ଭ ହୋଇଯାଇଛି।ଏହି ପୂଜାର ଅନ୍ୟତମ ଆକର୍ଷକ ଭସାଣି ହୋଇଥିବାରୁ […]

15 New Guest will arrive NandanKanan

Barang,1/11(ssnews)Zoo exchange programme between Nandankanan & Pilikula Zoo,Mangalore.As approved by Central Zoo Authority, a nine member team of Nandankanan zoo lead by Dr Sudipta Kumar Panda, ACF, SBG moved to Pilikula Zoological Park, Mangaluru , Karnataka for acquisition and transfer of approved zoo animals as detailed below. Nandankanan Zoological Park will hand over Golden pheasant […]

ଫାୟାର ପାଇଲା ନାହିଁ,ପାଇଲେ ମାସ୍ୟଜିବି

ବାରଙ୍ଗ,୩୦/୧୦((ଏସଏସନିଉଜ) ମୁଣ୍ଡଳୀବ୍ରିଜ ଉପରେ ଗାଡ଼ି ରଖି ନିଖୋଜ ଥିବା ଢେଙ୍କାନାଳ କାବେରା ଗାଁର ତାରିଣୀ ପ୍ରସାଦ ରାଉତଙ୍କ ମୃତଦେହ ବୁଧବାର ସକାଳୁ ଉଦ୍ଧର ହୋଇଛି।ମଙ୍ଗଳବାର ଦିନ ତମାମ ଅଗ୍ନିଶ୍ରମ ବାହିନୀ ଖୋଜାଖୋଜି କରି ବିଫଳ ହେବାପରେ ଆଜି ସକାଳୁ ମସ୍ୟଜିବିଙ୍କ ଦ୍ଵାରା ମୃତଦେହ ଉଦ୍ଧାର ପରେ ତାରିଣୀମହାନଦୀକୁ ଡେଇଁ ଆତ୍ମହତ୍ୟା କରାଯାଉଥିବା ସନ୍ଦେହ ସତ ହୋଇଛି। https://youtu.be/pXavNJEqBaE?si=VpM-8wDDikTiFckb ପ୍ରକାଶଯେ,ବ୍ୟାଙ୍କ କର୍ମଚାରୀ ତାରିଣୀ ସୋମବାରଦିନ ୧୨ଟାରେ ବ୍ୟାଙ୍କରୁ ଏକ ପଲସରଯୋଗେ ବାହାରି ଥିଲେ।ବିଳମ୍ଭିତ ରାତିରେମୁଣ୍ଡଳୀ ବ୍ରିଜ ଉପରେ ବାଇକ […]

ସାବାସ୍ ଟୁଲୁ

ବାରଙ୍ଗ, ୩୦/୧୦(ଏସଏସନିଉଜ)ତ୍ରିଶୂଳିଆବଜାର ନିକଟସ୍ଥ ସୁବାଷବୋଷ ସେତୁ ନିକଟରୁ ମଙ୍ଗଳବାର ରାତିରେ ଜଣେ ନାବାଳକକୁ ଉଦ୍ଧାର କରି ବୁଧବାର ଜଣେ ସହୃଦୟ ବ୍ୟକ୍ତି ପୁଲିସକୁ ହସ୍ତାନ୍ତର କରିଛି। ପ୍ରକାଶଯେ, ଚନ୍ଦକାଥାନା ଅଂଚଳର ଜି.ଲୋକନାଥଙ୍କ ନାବାଳକପୁଅ ଗତ ସୋମବାରଠାରୁ ଘରୁ ରାଗି ପଳାଇ ଆସିଥିଲେ। ମଙ୍ଗଳବାର ରାତିରେ କାଠଯୋଡିନଦୀ ସୁବାଷ ସେତୁ ନିକଟରେ ବୁଲୁଥିବା ବେଳେ ସଦର ଥାନା ଅଂଚଳ କାଜିପାଟଣା ଗ୍ରାମର ଅଜିତ କୁମାର ସ୍ଵାଇଁ ନାମକ ବ୍ୟକ୍ତି ନାବାଳକକୁ ଅଟକାଇ ପାଖରେ ରଖି ଖାଇବାପାଇଁ ବ୍ୟବସ୍ଥା କରିଥିଲେ।ନାବାଳକ […]

ଶ୍ରୀଶ୍ରୀ ଆୟୁର୍ବେଦ ମହାବିଦ୍ୟାଳୟରେ ଧନ୍ଵନ୍ତରୀ ପୂଜା

ବାରଙ୍ଗ, ୩୦/୧୦(ଏସଏସନିଉଜ) ଭାରତ ସରକାରଙ୍କ ଆୟୁଷ ମନ୍ତ୍ରାଳୟ ତରଫରୁ ଭଗବାନ ଧନ୍ବନ୍ତରୀ ଦେବଙ୍କ ଆବିର୍ଭାବ ଦିବସକୁ ଆୟୁର୍ବେଦ ଦିବସ ଭାବେ ପାଳନ କରାଯାଇଛି ।ଶ୍ରୀଶ୍ରୀ ବିଶ୍ଵବିଦ୍ୟାଳୟ ଅନ୍ତର୍ଗତ ଶ୍ରୀଶ୍ରୀ ଆୟୁର୍ବେଦ ମହାବିଦ୍ୟାଳୟ ତରଫରୁ ଆୟୁର୍ବେଦ ଦିବସ ପାଳନ ଅବସରରେ ସ୍ୱାସ୍ଥ୍ୟ ଚିକିତ୍ସା ଶିବିର,ଔଷଧିୟ ବୃକ୍ଷରୋପଣ ନିମନ୍ତେ ଚାରାବଣ୍ଟନ, ଜନ ସଚେତନତା ଉଦ୍ଦେଶ୍ୟରେ ପଦଯାତ୍ରା , ସେମିନାର ଏବଂ ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ବିଭିନ୍ନ ପ୍ରକାର ପ୍ରତିଯୋଗିତା ମାନ କରାଯାଇଥିଲା । ଆୟୁର୍ବେଦୀୟ ଆହାର ମେଳାକୁ ବିଶ୍ଵବିଦ୍ୟାଳୟ କୁଳପତି ପ୍ରଫେସର […]

ଅଜଣା କାରନେଲା ବୃଦ୍ଧଙ୍କ ଜୀବନ

ବାରଙ୍ଗ ,୩୦/୧୦(ଏସଏସନିଉଜ) ବୁଧବାର ବଢ଼ିଭୋର ସମୟରେ ପାଟପୁରଛକ ନିକଟରେ ଏକ ଅଜଣା କାର ଧକ୍କାରେ ସାଇକେଲ ଚାଳକଙ୍କ ମୃତୁ ଘଟିଛି। ପ୍ରକାଶଯେ,ବ୍ରାହ୍ମଣୀଗାଁର ହେମନ୍ତ କୁମାର ପାଳ(୬୫) ଓରଫ ହେମା ନାମକବ୍ୟକ୍ତି ପରିବାର ପ୍ରତିପୋଷଣ ପାଇଁ ସବୁଦିନେ ସାଇକେଲରେ ଛତ୍ରବଜାର ପରିବା ମାର୍କେଟରୁ ପରିବାଆଣି ଗାଁ ପାଖରେ ବ୍ୟବସାୟ କରିଥାନ୍ତି। ହେମା ଛାତ୍ରବଜାରରୁ ପରିବା ନେଇ ବୁଧବାର ବଢ଼ି ଭୋର ସମୟରେ ଘରକୁ ଫେରୁଥିଲେ।ତ୍ରିଶୂଳିଆ ବାଙ୍କୀ ମୁଖ୍ୟରାସ୍ତାର ପାଟପୁରଛକ ନିକଟ ଏକ ମାର୍ବଲ ଦୋକାନ ସମ୍ମୁଖରେ ପହଂଚିଥିବା ବେଳେ […]