Browsing category

ମହାନଗର

ବିଜେଡି ଆଉ ବେଶିଦିନ ନୁହେଁ

ଭୁବନେଶ୍ୱର,୧୯/୧୦(ଏସଏସନିଉଜ) ପଞ୍ଚାୟତିରାଜମନ୍ତ୍ରୀ ରବି ନାରାୟଣ ନାଏକଙ୍କ ବଡ଼ ବୟାନ ଦେଇ କହିଛନ୍ତି ବିଜେଡି ଆଉ ବେଶି ଦିନ ରହିବ ନାହିଁ , ସେ ଦଳ ଭାଙ୍ଗିଯିବ।ଅଭିଜ୍ଞ ଅମର ଶତପଥିଙ୍କ ବୟାନ ଦେଖିଲେ ବିଜେଡିରେ ଆଉ କିଛି ନାହିଁ।ଲୋକ ଅନୁଭବ କରି ବିଜେପିକୁ ସରକାରକୁ ଆଣିଛନ୍ତି।ସେ ଦଳ ରହିବ ନାହିଁ , ଏହା ସ୍ପଷ୍ଟ ଜଣା ପଡ଼ିଯାଉଛି।ସେ ଦଳ ଭାରତୀୟ ଜନତା ପାର୍ଟିରେ ମିଶିବ।କଂଗ୍ରେସ ସହିତ ନୁହେଁ ବିଜେପିର ସେ ଦଳ ମିଶିବ।ଯିଏ ଆମ ଦଳକୁ ଆସିବ , […]

ଧକା ଦେଇ ପଳାଇଗଲା ବୁଲେଟ

ବାରଙ୍ଗ, ୧୮/୧୦ (ଏସଏସନିଉଜ) ଫକିରପଡା ଛକରେ ବୁଲେଟ ଧକ୍କାରେ ଜଣେ ସାଇକେଲ ଆରୋହୀ ଗୁରୁତର ଆହତ ହୋଇଛନ୍ତି। ଶୁକ୍ରବାର ସକାଳେ ଫକୀରପଡା ଗ୍ରାମ ଭୋଇ ସାହିର ବସନ୍ତ ଭୋଇ(୫୫) ନାମକ ବ୍ୟକ୍ତିଘରୁ ତ୍ରିଶୂଳିଆ ବଜାରକୁ ସାଇକେଲ ଯୋଗେ ଯାଉଥିଲେ।ଫକିରପଡା ଛକରେଓଡି ୦୫ବିକେ ୨୦୨୫ ନମ୍ୱରର ଏକ ବୁଲେଟ ପଛପଟୁ ଆସି ତାଙ୍କୁ ଧକ୍କା ଦେଇଥିଲା। ଫଳରେ ବସନ୍ତଙ୍କ ଡାହାଣଗୋଡ ଉପରେ ବୁଲେଟ ଚଢ଼ିଯିବାରୁ ଗୋଡ଼ଟି ଭାଙ୍ଗି ଯାଇ ସେ ଗୁରୁତର ଆହତ ହୋଇଥିଲେ। ସ୍ଥାନୀୟ ଲୋକମାନେ ଦୁର୍ଘଟଣା […]

ଚାଲିଛି ବାଲି ଓ ମୋରମ ଚୋରା ଚାଲାଣ

ବାରଙ୍ଗ,୧୮ା୧୦(ଏସଏସନିଉଜ)ଗତ କିଛିଦିନ ହେବ ବାରଙ୍ଗ ଅଞ୍ଚଳରେ ବେଆଇନ ଭାବେ ଚାଲିଛି ବାଲି ଓ ମୋରମ ଚୋରାରେ ଚାଲଣ ।ଖଣିବିଭାଗ ଅଧିକାରୀମାନଙ୍କ ଦାୟିତ୍ବହୀନତା ଯୋଗୁ ସରକାରଙ୍କ ରାଜସ୍ୱ ହାନୀ ଘଟୁଛି।ସଠିକ୍ ଭାବେ ଚଢ଼ାଉ ହେଉନଥିବାରୁ ବାଲି ଓ ମୋରମ ମାଫିଆମାନଙ୍କ ଦୈାରାତ୍ମ୍ୟ ଦିନକୁ ଦିନ ବୃଦ୍ଧିପାଇବାରେ ଲାଗିଛି।ଯାହାଫଳରେ ଚୋରା ବାଲି ମୋରମର ଉସ୍ ପାଲଟିଛି ବାରଙ୍ଗ ଅଞ୍ଚଳ। ପ୍ରକାଶ ଯେ,ଚଳିତମାସରେ ଖଣି ବିଭାଗ ୩ବାଲି ଓ ୧ମୋରମ ବୋଝେଇ ଗାଡ଼ିକୁ ଜବତ୍ କରିଛି। ଗତ ୩ତାରିଖରେ ଏକ ମୋରମ […]

ଶାଗୁଣା ଅସୁସ୍ଥ ,ଉଦ୍ଧାର ହାତୀଛୁଆ ନନ୍ଦନକାନନ ଆସିଲା

ବାରଙ୍ଗ୧୬|୧୦(ଏସଏସନିଉଜ) ବୁଧବାର ଦିନ ପ୍ରାଣୀ ଉଦ୍ୟାନ ନନ୍ଦନକାନନର ୮୦ ନମ୍ୱର ଖୁଆଡ ରେ ରହୁଥିବା ଏକ ଭାରତୀୟ ଶାଗୁଣା ଟି ହଠାତ୍ ଅସୁସ୍ଥ ହୋଇ ପଡ଼ିଛି । ଠିକ୍ ସେ ଖିଆ ପିଆ କରୁନଥିବା ବେଳେ ଗୋଟିଏ ଜାଗାରେ ପଡ଼ି ରହୁଥିଲା । ଖୁଆଡରେ କାମ କରୁଥିବା କର୍ମଚାରୀ ଦେଖି କର୍ତ୍ତୃପକ୍ଷଙ୍କୁ ସୂଚନା ଦେବା ପରେ ଆଜି କର୍ତ୍ତୁପକ୍ଷ ଚିକିତ୍ସା ପାଇଁ ନନ୍ଦନକାନନ ବନ୍ୟପ୍ରାଣୀ ଚିକିତ୍ସାଳୟର କ୍ବାରେଣ୍ଟାଇନକୁ ଆଣିଛନ୍ତି। ସେଠାରେ ଚିକିତ୍ସକମାନେ ଚିକିତ୍ସା ଆରମ୍ଭ କରିଥିବା ଜଣାପଡିଛି। […]

ଖୋଲୁଛି ରଙ୍ଗିଲା ବାବାଙ୍କ ଗୁମର

ଭୁବନେଶ୍ୱର,୧୬/୧୦(ଏସଏସନିଉଜ)ଧିରେ ଧିରେ ଖୋଲୁଛି ରଙ୍ଗିଲା ବାବାର ଗୁମର। ସାମ୍ନାକୁ ଆସୁଛି କୈବଲ୍ୟ ଜାନିର କଳା କାରନାମା । ବାବା କିଭଳି ଯୌନ କେଳେଙ୍କାରୀରେ ଲିପ୍ତ ଥିଲା ତାହାର ଚିତ୍ର ସାମ୍ନାକୁ ଆସୁଛି । ଯୌନ ଲାଳସାରେ ଲିପ୍ତ ରହୁଥିଲା, ଏକାଧିକ ଯୁବତୀ, ମହିଳାଙ୍କ ଯୌନ ଶୋଷଣ କରୁଥିଲା। ବ୍ୟବହାର କରୁଥିଲା ଯୌନ ଉଦ୍ଦିପକ ଔଷଦ, ସିଡ୍ୟୁସ୍ ବେଲ୍ଟ । ନିଜ ଆଶ୍ରମରେ ଜିନ୍ସ ପ୍ୟାଣ୍ଟ ପିନ୍ଧି ଏଭଳି କେଲେଙ୍କାରୀରେ ଲିପ୍ତ ଥିଲା କୈବଲ୍ୟ ଜାନି । ସବୁଠୁ […]

ଗ୍ଲାମର ଦୁନିଆର ଭିତିରି କଥା

ଭୁବନେଶ୍ୱର,୧୬/୧୦(ଏସଏସନିଉଜ)ସାମ୍ନାକୁ ଆସିଲା ଗ୍ଲାମର ଦୁନିଆର ଭିତିରି କଥା । ଠକେଇର ଶିକାର ହେବା ପରେ ଚନ୍ଦକା ଥାନାକୁ ଆସିଲେ ଅଭିନେତ୍ରୀ।ଚନ୍ଦକା ଥାନାରେ ଅଭିନେତ୍ରୀ ଓ ସାମ୍ନାକୁ ଆସିଲା ଗ୍ଲାମର ଦୁନିଆର ଭିତିରି କଥା । ବିଭିନ୍ନ ଆଳ ଦେଖାଇ ଜଣେ ଅଭିନେତ୍ରୀଙ୍କ ଠାରୁ ଟଙ୍କା ଲୁଟ ଅଭିଯୋଗ ହୋଇଛି ଓ ଏନେଇ ଚନ୍ଦକା ଥାନାରେ ଅଭିଯୋଗ ପରେ ପୋଲିସ ଖୋଳତାଡ ଆରମ୍ଭ କରିଛି ।

ପୁରୀ ଶ୍ରୀମନ୍ଦିରକୁ ନେଇ ଆସିଲା ବଡଖବର

ପୁରୀ,୧୬/୧୦(ଏସଏସନିଉଜ)ପୁରୀ ଶ୍ରୀମନ୍ଦିରକୁ ନେଇ ଆସିଲା ବଡ ଖବର । ୧୮ରୁ କେବଳ ଦୁଇ ଦ୍ୱାର ଦେଇ ପ୍ରବେଶ । ସିଂହଦ୍ୱାର ଦେଇ ପ୍ରସ୍ଥାନ ମନା । ଆସନ୍ତା ୧୮ ତାରିଖରୁ ଶ୍ରୀମନ୍ଦିରର ଦୁଇ ଦ୍ୱାର ଦେଇ ପ୍ରବେଶ କରିବେ ଭକ୍ତ । ତେବେ କାର୍ତ୍ତିକ ମାସରେ ହବିଷ୍ୟାଳି ବ୍ରତଧାରୀଙ୍କ ଭିଡ ଯୋଗୁଁ ଏଭଳି ନିଷ୍ପତ୍ତି ନେଇଛି ମନ୍ଦିର ପ୍ରଶାସନ ବୋଲି ଜଣାପଡିଛି।

କାନୁନ୍‌ ଆଉ ଅନ୍ଧ ନୁହେଁ

  ଭୁବନେଶ୍ୱର,୧୬/୧୦(ଏସଏସନିଉଜ)ଅନ୍ଧା କାନୁନ ବୋଲି ଆଉ କହି ହେବନି। କାରଣ ଆଇନ ଆଖିରେ ଆଉ ଅନ୍ଧ ପୁୁଟୁଳି ବନ୍ଧା ହୋଇନି। ନ୍ୟାୟର ଦେବୀଙ୍କ ଆଖିରୁ ଏବେ ସେହି ଅନ୍ଧ ପୁଟୁଳିକୁ ଖୋଲି ଦିଆଯାଇଛି। ସେ ସ୍ପଷ୍ଟ ଭାବେ ସବୁ ଦେଖି ପାରୁଛନ୍ତି। ସୁପ୍ରିମକୋର୍ଟରେ ଥିବା ନ୍ୟାୟଦେବୀଙ୍କ ମୂର୍ତ୍ତିକୁ ନୂଆ ରୂପ ଦିଆଯାଇଛି। ତାଙ୍କ ଆଖିରୁ ଅନ୍ଧ ପୁଟୁଳିକୁ ହଟାଇ ଦିଆଯାଇଛି। ତା ସହିତ ତାଙ୍କ ହାତରେ ଏବେ ଶୋଭା ପାଉଛି ଦେଶର ସମ୍ବିଧାନ। ଆଗରୁ ଏକ ଖଣ୍ଡା […]

ନନ୍ଦନକାନନରୁ ବୃଦ୍ଧ ନିଖୋଜ

ବାରଙ୍ଗ, ୧୫|୧୦ (ଏସଏସନିଉଜ) ନନ୍ଦନକାନନକୁ ବୁଲିବାକୁ ଆସିଥିବା ଜଣେ ବଙ୍ଗୀୟ ବୃଦ୍ଧ ପର୍ଯ୍ୟଟକ ନିଖୋଜ ହୋଇଥିବା ନେଇ ନନ୍ଦନକାନନ ଥାନାରେ ଅଭିଯୋଗ। ନିଖୋଜ ବୃଦ୍ଧ ହେଲେ ପଶ୍ଚିମବଙ୍ଗ ମୁର୍ଶିଦାବାଦର ସୁବୋଧ ଘୋଷ (୬୫)। ସୂଚନା ମୁତାବକ ବୃଦ୍ଧ ଜଣକ ନିଜ ପରିବାର ସହ ପଶ୍ଚିମବଙ୍ଗରୁ ବସ ଯୋଗେ ନନ୍ଦନକାନନ ବୁଲିବାକୁ ଆସିଥିବା ବେଳେ କେଉଁଆଡେ ନିଖୋଜ ହୋଇଯାଇଛନ୍ତି। ବୃଦ୍ଧ ଜଣକ ଏକ କଳା ଫୁଲ ପ୍ୟାଣ୍ଟ୍ ଏବଂ ଧଳା ଫୁଲ ସାର୍ଟ ପରିଧାନ କରିଥିଲେ। ନନ୍ଦନକାନନ ବୁଲିସାରି […]

ନିଖୋଜ ବୃଦ୍ଧକୁ ଉଦ୍ଧାର କଲେ ଗ୍ରାମବାସୀ

ବାରଙ୍ଗ, ୧୫|୧୦ (ଏସଏସନିଉଜ) ମଙ୍ଗଳବାର ରାତିରେମରିଚିଆ ଗ୍ରାମରୁ ଜଣେ ଅସହାୟ ବୃଦ୍ଧଙ୍କୁ ଉଦ୍ଧାର କରି ଗ୍ରାମବାସୀ ମାନେ ପୋଲିସର ଜିମା ଦେଇଛନ୍ତି ।ବୃଦ୍ଧ ଜଣକ ପୁରୀ ଜିଲ୍ଲା କଣାସ ଥାନା ଗଡ଼ସାନଫୁଟ ଅଞ୍ଚଳର ଜାଗେଶ୍ଵର ଗୁମାନସିଂହ (୭୭) ବୋଲି ଜଣାପଡିଛି। ପ୍ରକାଶଯେ, ମଙ୍ଗଳବାର ରାତିରେଜାଗେଶ୍ଵର ଅସହାୟ ଅବସ୍ଥାରେ ମରିଚିଆ ଗ୍ରାମ ନିକଟରେ ବୁଲୁଥିବା ସମୟରେ ଗ୍ରାମର କିଛି ଯୁବକ ଏହା ଦେଖି ତାଙ୍କ ବିଷୟରେ ପଚାରି ବୁଝିଥିଲେ। ଏହାପରେ ନନ୍ଦନକାନନ ଥାନାକୁ ଡ଼ାକି ବୃଦ୍ଧଙ୍କୁ ହସ୍ତାନ୍ତର କରିଥିଲେ।ପୋଲିସ […]