Browsing category

ମହାନଗର

ଓଡ଼ିଶାରେ ଚାଲିବ ୩ନୂଆ ବନ୍ଦେ ଭାରତଟ୍ରେନ୍‌

ଭୁବନେଶ୍ୱର,୧୦/୯(ଏସଏସନିଉଜ)ଆସନ୍ତା ୧୫ରୁ ଓଡ଼ିଶାରେ ଚାଲିବ ୩ ନୂଆ ବନ୍ଦେ ଭାରତ ଟ୍ରେନ୍‌।ସାରା ଦେଶରେ ୧୦ଟି ମଧ୍ୟରୁ ଓଡ଼ିଶା ଦେଇ ୩ଟି ଯାତ୍ରା କରିବ।ଟାଟା-ବ୍ରହ୍ମପୁର, ରାଉରକେଲା-ହାୱଡ଼ା, ଦୁର୍ଗ-ବିଶାଖାପାଟଣା ମଧ୍ୟରେ ଚାଲିବ।ପ୍ରଧାନମନ୍ତ୍ରୀ ମୋଦି ୧୦ଟି ବନ୍ଦେ ଭାରତର ଟ୍ରେନ୍‌ର ଶୁଭାରମ୍ଭ କରିବେ।ବ୍ରହ୍ମପୁର କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କୁ ଯୋଗଦେବାକୁ ନିମନ୍ତ୍ରଣ ଆସିଥିବାର ଜଣାପଡିଛି।ପୂର୍ବତଟ ମହାପ୍ରବନ୍ଧକ କେନ୍ଦ୍ର ରେଳମନ୍ତ୍ରୀ ଙ୍କ ପକ୍ଷରୁ କଲେ ନିମନ୍ତ୍ରଣ।

ଦିଲ୍ଲୀରେ ଫୁଟିବନି ବାଣ

ଭୁବନେଶ୍ୱର,୧୦ା୯(ଏସଏସନିଉଜ)ବାୟୁ ପ୍ରଦୂଷଣ ଓ ଧନଜୀବନ ସୁରକ୍ଷାକୁ ଦୃଷ୍ଟିରେ ରଖି ଦେଶର ରାଜଧାନୀ ଦିଲ୍ଲୀରେ ସବୁଜବାଣ ଠାରୁ ଆରମ୍ଭ କରି ସମସ୍ତପ୍ରକାର ବାଣ ତିଆରି, ବିକ୍ରି ଓ ବ୍ୟବହାର ଉପରେ ନିଷେଧାଦେଶ ଜାରି ହୋଇଛି। ଏଥର ଦୀପାବଳିରେ ବାଣଫୁଟାକୁ ବାରଣ କରାଯାଇଛି । ସବୁ ବର୍ଷ ଦୀପାବଳିରେ ବାଣ ବିସ୍ଫୋରଣ ଘଟୁଛି।ଏହାସହ ବାୟୁ ପ୍ରଦୂଷଣ ହେଉଥିବାରୁ ଏହିଭଳି କଟକଣା କରାଯାଇଥିବାର ଜଣାପଡିଛି ।

ଦାରୁଠେଙ୍ଗ ମହିମା ଗାଦିରେ ଝାଡ଼ଦ୍ୱୀପ ପ୍ରଜ୍ୱଳନ

ବାରଙ୍ଗ,୯ା୯(ଏସଏସନିଉଜ)ଭୁବନେଶ୍ୱର ଉପକଣ୍ଠ ଦାରୁଠେଙ୍ଗ ସତ୍ୟମହିମା ଗୋବିନ୍ଦବାବାଙ୍କ ଗାଦିପୀଠରେ ଚଳିତବର୍ଷ ଭାଦ୍ରଵ ଶୁକ୍ଳପକ୍ଷ ଷଷ୍ଠୀ ସୋମବାର ଅପରାହ୍ନରେ ସାଧୁଭୋଜନ. ଘୃତବତୀ ପ୍ରଜ୍ୱଳନ.ଅନୁଷ୍ଠିତ ହୋଇଯାଇଛ । ଏଥିସହିତ ସାୟଂ ସରଣଦର୍ଶନ. ବିଶ୍ୱବ୍ରହ୍ହ୍ମାଣ୍ଡର ମଙ୍ଗଳପାଇଁ ସମବେତପ୍ରାର୍ଥନା ଓ ଧର୍ମ ଆଲୋଚନା ହୋଇଥିଲା । ସାଧୁସନ୍ଥମାନେ ଅହୋରାତ୍ର ଭଜନଗାୟନରେ ମଜିଯାଇଥିଲେ ।ସିଦ୍ଧ ସାଧୁ ବ୍ରହ୍ମ ଲୀନଅବଧୁତ ଜୟକୃଷ୍ଣବାବା ମହୋଦୟଙ୍କ ଆଦେଶ ଅନୁସାରେ ଏବଂ ବ୍ରହ୍ମଅବଧୁତ ବ୍ରଜବନ୍ଧୁବାବାଙ୍କ ତତ୍ତ୍ୱବଧାନରେ ଦାରୁଠେଙ୍ଗ ଗୋବିନ୍ଦ ବାବା ଗାଦିପୀଠରେ ଝାଡ଼ଦ୍ୱୀପ ଲଗାଯାଇଥିଲା ।ଦାରୁଠେଙ୍ଗ. ଅଳସୁଆ. ଅନ୍ଧାରୁଆ. ଚନ୍ଦକା. ବଡମ୍ବା […]

କେନାଲବନ୍ଧ କଡ଼କୁ ଓଲଟିଲା କ୍ଷୀରବୋଝେଇ ଗାଡି

ବାରଙ୍ଗ,୯ା୯(ଏସଏସନିଉଜ)ସୋମବାର ବଢ଼ି ଭୋର୍ ସମୟରେ ଷଣ୍ଢପୁର ଗ୍ରାମ ନିକଟ ରେ ପୁରୀ ମୁଖ୍ୟ କେନାଲ ବନ୍ଧ କଡ଼କୁ ଭାରସାମ୍ୟ ହରାଇ ଏକ ଓମଫେଡର କ୍ଷୀର ବୋଝେଇଗାଡ଼ି ଖସିପଡ଼ିଛି। ପ୍ରକାଶ ଯେ,ସୋମବାର ବଢ଼ିଭୋର୍ ସମୟରେ ଓଆର ୦୧ସି୧୯୪୯ ନମ୍ୱର ଓମଫେଡର ଦୁଗ୍ଧପରିବହନ କରୁଥିବା ଗାଡ଼ିଟି ବିଦ୍ୟାଧରପୁର ପାହାଡ ଉପରେ ହୋଇଥିବା ଓମଫେଡ୍ ପ୍ଲାଣ୍ଟରୁ କ୍ଷୀରନେଇ ବାରଙ୍ଗଆଡ଼କୁ ଦୃତଗତିରେ ଆସୁଥିଲା।ପୁରୀ ମୁଖ୍ୟକେନାଲ ରାସ୍ତାରେ ଆସୁଥିବାବେଳେ ଷଣ୍ଢପୁରଗ୍ରାମ ନିକଟରେ ହଠାତ୍ ଏକ ଷଣ୍ଢ ରାସ୍ତାଉପରକୁ ପଲାଇଆସିଥିଲା।ଷଣ୍ଢଟିକୁ ବଞ୍ଚାଇବାକୁଯାଇ ଦ୍ରୁତଗତିରେ ଥିବା କ୍ଷୀରବୋଝେଇ […]

ଏନଡିଆରଏଫରୁ ବାହାରିଲେ ୪ ଟିମ

ବାରଙ୍ଗ,୯ା୯(ଏସଏସନିଉଜ) ପଶ୍ଚିମ କେନ୍ଦ୍ରୀୟ ଓ ସଂଲଗ୍ନ ଉତ୍ତର ପଶ୍ଚିମବଙ୍ଗୋପସାଗରରେ କେନ୍ଦ୍ରୀଭୂତ ହୋଇଥିବା ଅବପାତ ଘନୀଭୂତ ହୋଇ ଗଭୀର ଅବପାତରେ ପରିଣତ ହୋଇଛି । ଗଭୀର ଅବପାତ ପ୍ରଭାବରେ ଆଜି ସାରା ରାଜ୍ୟରେ ଭୀଷଣ ବର୍ଷା ହେବାର ସମ୍ଭାବନା ଦେଖାଦେଇଛି ।ଯାହାଫଳରେ ୧୦ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ । ଭାରତୀୟ ପାଣିପାଗ ବିଭାଗ ପୂର୍ବାନୁମାନଅନୁଯାୟୀ ସକାଳ ସାଢ଼େ ୧୦ଟାରୁ ସାଢ଼େ ୧୧ଟା ଭିତରେ ପୁରୀ ନିକଟରେ ସ୍ଥଳଭାଗ ଅତିକ୍ରମ କରିଛି ଡିପ୍ ଡିପ୍ରେସନ୍ […]

ଭଙ୍ଗାଯିବ ଦିଲ୍ଲୀରେ ଥିବା ଓଡ଼ିଶା ଭବନ

ଭୁବନେଶ୍ୱର,୯ା୯(ଏସଏସନିଉଜ)ଦିଲ୍ଲୀରେ ଥିବା ଓଡ଼ିଶା ଭବନ ଭାଙ୍ଗିବାକୁ ରାଜ୍ୟ ସରକାର ନିର୍ଦେଶ ଦେଇଛନ୍ତି ।ଓଡ଼ିଶା ଭବନରେ ରହିବା ଅସୁରକ୍ଷିତ ବୋଲି ଜଣାପଡ଼ିଛିାବିଭିନ୍ନ ଯାଞ୍ଚ ରିପୋର୍ଟରେ ଅସୁରକ୍ଷିତ ଦର୍ଶାଯାଇଛିାବିପଦପୂର୍ଣ୍ଣ ଅବସ୍ଥାରେ ଥିବା ଘୋଷଣା ପରେ ଭାଙ୍ଗିବାକୁ ନିର୍ଦେଶ ଦିଆଯାଇଛି ।

ଏସସିବିରେ ଆରମ୍ଭ ହେଲା ଦ୍ୱିତୀୟ ଲିଭର ଟ୍ରାନ୍ସପ୍ଲାଣ୍ଟ

ଭୁବନେଶ୍ୱର,୯ା୯(ଏସଏସନିଉଜ)ଏସସିବିରେ ଆରମ୍ଭ ହେଲା ଦ୍ୱିତୀୟ ଲିଭର ଟ୍ରାନ୍ସପ୍ଲାଣ୍ଟାଏସସିବି ସହ ଏଆଇଜିହାଇଦ୍ରାବାଦର ଡାକ୍ତରୀ ଟିମ୍ ଏଥିରେ ସାମିଲ ହୋଇଥିଲେ ।ମଡୁଲାର ଓଟିରେ ଆରମ୍ଭ ହେଲା ପ୍ରତିରୋପଣାନୟାଗଡ଼ର ଜଣେ ବ୍ୟକ୍ତିଙ୍କ ହେବ ଲିଭର ପ୍ରତିରୋପଣାଗତ ଏପ୍ରିଲରେ ଏସସିବିରେ ହୋଇଥିଲା ପ୍ରଥମ ଲିଭର ପ୍ରତିରୋପଣ ।  

ଲଘୁଚାପ ବର୍ଷା ସତର୍କତା

ଭୁବନେଶ୍ୱର,୯ା୯(ଏସଏସନିଉଜ) ଆଜି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ତାଙ୍କର ଦୁଇଦିନିଆ ସମ୍ବଲପୁର ଗସ୍ତରୁ ଫେରିବା ବେଳେ ସମ୍ବଲପୁରଠାରେ ରାଜସ୍ୱ ଓ ବିପର୍ୟ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀଙ୍କ ସହ କୋରାପୁଟ ଓ ମାଲକାନଗିରି ଜିଲ୍ଲରେ ପ୍ରବଳ ବର୍ଷାଜନିତ କ୍ଷୟକ୍ଷତି ନେଇ ଆଲୋଚନା କରିଛନ୍ତି । ଏଥି ସହିତ ମୁଖ୍ୟମନ୍ତ୍ରୀ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ପ୍ରଭାବରେ ଉପକୂଳବର୍ତ୍ତୀ ଅଞ୍ଚଳରେ ସମ୍ଭାବ୍ୟ ବର୍ଷା ପାଇଁ ନିଆଯାଇଥିବା ସତର୍କତାମୂଳକ ପଦକ୍ଷେପ ବାବଦରେ ମଧ୍ୟ ଆଲୋଚନା କରିଥିଲେ । କୋରାପୁଟ ଓ […]

ଦେଶରେ ପ୍ରଥମ ମଙ୍କିପକ୍ସ କେସ୍

ଭୁବନେଶ୍ୱର,୯ା୯(ଏସଏସନିଉଜ)ଦେଶରେ ପ୍ରଥମ ମଙ୍କିପକ୍ସ କେସ୍ ଚିହ୍ନଟ ହୋଇଛି । ଆଇସୋଲେସନରେ ଥିବା ସନ୍ଦିଗ୍ଧଙ୍କ ପାଖରୁ ଏମପକ୍ସ ଭାଇରସ୍ ଚିହ୍ନଟ ହୋଇଛି । ଏବେ ସଂକ୍ରମିତଙ୍କ ସ୍ୱାସ୍ଥ୍ୟାବସ୍ଥା ସ୍ଥିର ରହିଛି । ସେ ମଙ୍କିପକ୍ସ ସଂକ୍ରମିତ ଦେଶରୁ ଫେରିଥିଲେ । ଏହାପରେ ତାଙ୍କୁ ଆଇସୋଲେସନରେ ରଖାଯାଇଥିଲା ।ତାଙ୍କ ନମୁନା ପରୀକ୍ଷା ପାଇଁ ପଠାଯାଇଥିଲା । ଲାବ ରିପୋର୍ଟ ପଜିଟିଭ ଆସିଛି ।

ଚାଇନାର ମେରୁଦଣ୍ଡକୁ ଦୋହଲାଇଦେଲା ୟାଗି’

ଭୁବନେଶ୍ୱର,୯ା୯(ଏସଏସନିଉଜ)ବାତ୍ୟା ‘ୟାଗି’ ଚାଇନାର ମେରୁଦଣ୍ଡକୁ ଦୋହଲାଇଦେଇଛି । ଘଣ୍ଟା ପ୍ରତି ୨୨୩ କିଲୋମିଟର ପବନର କରାଳ ରୂପରେ ଗ୍ରାସି ଚାଲିଛି ।ବଡବଡଗଛ ଉପୁଡିପଡିବାସହ ବଡ଼ ବଡ଼ ଅଟ୍ଟାଳିକା ମଧ୍ୟ ଭାଙ୍ଗୁଛି ।ଏହାର ପ୍ରଭାବରେ କେତେ ଜଣ ଲୋକଙ୍କ ମୃତ୍ୟୁ ହୋଇଛି ତାହା ସଠିକ୍‌ ଭାବେ ରିପୋର୍ଟ ପ୍ରକାଶ ପାଇନାହିଁ । ହେଲେ ବହୁ ଲୋକ ଆହତ ଓ ମୃତାହତ ହୋଇଥିବା ଆଶଙ୍କା କରାଯାଉଛି । ଦକ୍ଷିଣ ଗୁଆଙ୍ଗଡୋଙ୍ଗ୍ ପ୍ରଦେଶ ସହ ଏହାର ଆଖପାଖ ହଂକଂ, ଶେନଜେନ୍ ଏବଂ […]