Browsing category

ମହାନଗର

ବିଜୟାଦଶମୀରେ ରାଜନାଥଙ୍କ ଶସ୍ତ୍ରପୂଜା

ଭୁବନେଶ୍ୱର,୧୩/୧୦(ଏସଏସନିଉଜ)ବିଜୟା ଦଶମୀ ଅବସରରେ ଶସ୍ତ୍ରପୂଜା କଲେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥସିଂହ ।ଗତକାଲି ଅର୍ଥାତ୍ ଶନିବାର ପ୍ରତିରକ୍ଷାମନ୍ତ୍ରୀ ପଶ୍ଚିମବଙ୍ଗର ଦାର୍ଜିଲିଂରେ ପହଞ୍ଚିଛନ୍ତି ।ସେଠାରେ ସେ ସୁକନା କ୍ୟାଣ୍ଟରେ ଯବାନମାନଙ୍କ ସହିତ ମିଶି ଅସ୍ତ୍ରଶସ୍ତ୍ର ପୂଜା କରିଛନ୍ତି। ଏହି ସମୟରେ ପ୍ରତିରକ୍ଷାମନ୍ତ୍ରୀ ରାଜନାଥ ସିଂହ ସୁକନା କ୍ୟାଣ୍ଟରେ ଯବାନମାନଙ୍କ ସହ କଥାବାର୍ତ୍ତା କରି ସେମାନଙ୍କ ଅବସ୍ଥା ବିଷୟରେ ପଚାରି ବୁଝିଛନ୍ତି। ଏଥିସହ ସୈନିକମାନଙ୍କ ସହ ସେ ଗ୍ରୁପ୍‌ ଫଟୋ ମଧ୍ୟ ଉଠାଇଛନ୍ତି। ବିଜୟାଦଶମୀ ଅବସରରେ ପ୍ରତିରକ୍ଷା ମନ୍ତ୍ରୀ କହିଛନ୍ତି, ଆମେ […]

ପିଆଜ ଦର କମିବ

ଭୁବନେଶ୍ୱର,୧୨/୧୦(ଏସଏସନିଉଜ)ପିଆଜର ଦରବୃଦ୍ଧିକୁ ନେଇ ଖାଦ୍ୟ ଓ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ପ୍ରତିକ୍ରିୟାରେ କହିଛନ୍ତି ପ୍ରବଳ ବର୍ଷା ଯୋଗୁ ଫସଲହାନି ଘଟିଛି। ଏଥିରୁ ବାଦ୍ ପଡ଼ିନି ପିଆଜ। ଏବେ ପାଗ ବଦଳିବା ପରେ ସ୍ଥିତିରେ ପରିବର୍ତ୍ତନ ଆସିବ। ଆଉ ବେଶୀ ଦିନ ପିଆଜ ଦର ଅଧିକ ରହିବ ନାହିଁ। ଅଳ୍ପଦିନ ଭିତରେ ଦର କମିବ ଓ ଖାଉଟି ଆଶ୍ବସ୍ତ ହେବେ ବୋଲି ଆଶା ପ୍ରକଟ କରିଛନ୍ତି ଖାଦ୍ୟ ଓ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର।

ବିଧୁରଞ୍ଜନଙ୍କୁ ପକୃତିବନ୍ଧୁ ପୁରସ୍କାର

ମେଣ୍ଢାଶାଳ,୧୦/୧୦(ଏସଏସନିଉଜ) ଚଳିତବର୍ଷ ମେଣ୍ଢାଶାଳ ଗ୍ରାମର ବିଧୁରଞ୍ଜନ ସାମନ୍ତରାୟଙ୍କୁ ଖୋର୍ଦ୍ଧା ଜିଲ୍ଲା ସ୍ତରୀୟ ପକୃତିବନ୍ଧୁ ପୁରସ୍କାର ପ୍ରଦାନ କରାଯାଇଛି।ବନ୍ୟପ୍ରାଣୀ ସୁରକ୍ଷା ସପ୍ତାହ ଅବସରରେ ଖୋର୍ଦ୍ଧା ଡିଭିଜନ କାର୍ଯ୍ୟାଳୟରେ ଏକ ମନୋଜ୍ଞ ପରିବେଶରେ ଡିଭିଯିନାଲ ଫରେଷ୍ଟ ଅଫିସର ପୂର୍ଣ୍ଣିମା ପଣ୍ଡିଆନ ବିଧୁରଞ୍ଜନ୍ ସାମନ୍ତରାୟଙ୍କୁ ଜିଲ୍ଲା ସ୍ତରୀୟ ମାନପତ୍ର ଓ ନଗଦ ୧୦ହଜାରେ ଟଙ୍କା ପ୍ରଦାନ କରିଥିଲେ।ସବୁଜ ପରିବେଶ ପାଇ ଚଳିତବର୍ଷ – ୨୦୨୪ପାଇଁ ଜଙ୍ଗଲ ଓ ପରିବେଶ ବିଭାଗ ଦ୍ଵାରା ପୁରସ୍କାର ପ୍ରଦାନ କରାଯାଇଥିଲା।ରାଜ୍ୟ ସରକାରଙ୍କ ତରଫରୁ ରାଜ୍ୟପାଳଙ୍କ ଦ୍ଵାରା […]

ବିଜେଡି ଛାଡିଲେ ପ୍ରକାଶ 

ଭୁବନେଶ୍ବର,୧୦/୧୦(ଏସଏସନିଉଜ)ବିଜେଡ଼ି ଛାଡିଲେ ପ୍ରକାଶ ବେହେରା। ଦଳର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଇଛନ୍ତି। ବିଜେଡି ସଭାପତି ନବୀନ ପଟ୍ଟନାୟକଙ୍କୁ ଇସ୍ତଫା ପତ୍ର ପଠାଇଛନ୍ତି। ବିଜେଡି ଟିକେଟରୁ କଟକ ବାରବାଟୀରୁ ଗତ ସାଧାରଣ ନିର୍ବାଚନ ଲଢ଼ିଥିଲେ। ୨୦୧୪ରେ ସାଲେପୁରରୁ କଂଗ୍ରେସ ବିଧାୟକ ରହିଥିଲେ। ପରେ ବିଜେପିରେ ଯୋଗ ଦେଇଥିଲେ। ହେଲେ, ବିଜେପିରେ ଯଥେଷ୍ଟ ସମ୍ମାନ ନମିଳିବାରୁ ସେ ବିଜେପି ଛାଡି ବିଜେଡିରେ ଯୋଗ ଦେଇଥିଲେ। ୨୦୨୪ ସାଧାରଣ ନିର୍ବାଚନରେ କଟକ ବାରବାଟୀ ପାଇଁ ବିଜେଡ଼ି ଟିକେଟରୁ ଲଢିଥିଲେ। ହେଲେ, […]

ବଦଳିବ ସରକାରୀକୋଠାର ରଙ୍ଗ

ଭୁବନେଶ୍ୱର,୭ା୧୦(ଏସଏସନିଉଜ)ରାଜ୍ୟରେ ସବୁ ନୂଆ ସରକାରୀ କୋଠାର ରଙ୍ଗ ଗୋଟିଏ ପ୍ରକାରର ହେବାନେଇ ପୂର୍ତ୍ତ ବିଭାଗ ପକ୍ଷରୁ ଇଆଇସି (ସିଭିଲ-କମ୍-ରୋଡ୍‌ସ), ଇଆଇସି (ଡିପିକ୍ୟୁ), ଓବି ଆଣ୍ଡ ସିସି ଏଲ୍‌ଟିଡି ଇଆଇସି ତଥା ଏମ୍‌ଡିଙ୍କୁ ଏନେଇ ଚିଠି କରାଯାଇଛି।ସେହିପରି ପୁରୁଣା କୋଠାଗୁଡ଼ିକର ମରାମତି ବା ନବୀକରଣ ବେଳେ ରଙ୍ଗ ବଦଳିବ। ରାଜ୍ୟ ସରକାରଙ୍କ ସମସ୍ତ ନୂଆ କୋଠାର ବାହାର ପଟର ରଙ୍ଗ ଅରେଞ୍ଜ ଶେଡ୍‌ (ଉପରେ ଦିଆଯାଇଥିବା ଭଳି) ହେବ। ସେଥିରେ ରେଡ୍‌ ଶେଡ୍‌ର ବର୍ଡର ରହିବ। ସେହିପରି କାର୍ଯ୍ୟକ୍ଷମ […]

ଜୁଭେନାଇଲ ଡ୍ରାଇଭିଂ ପାଇ ଆସୁଛି ନିୟମ

ଭୁବନେଶ୍ୱର,୬/୧୦(ଏସଏସନିଉଜ) କେନ୍ଦ୍ରସରକାର ଜୁଭେନାଇଲ ଡ୍ରାଇଭିଂ ଅର୍ଥାତ ଅପ୍ରାପ୍ତ ବୟଷ୍କ ପିଲାଙ୍କ ବାହନ ଚାଳନାପ୍ରସଙ୍ଗ ଉପରେ ଧ୍ୟାନ ଦେଇ ନୂଆ ନିୟମ ଲାଗୁ କରିବାକୁ ଯାଉଛନ୍ତି।ସଡ଼କପରିବହନ ଓ ରାଜମାର୍ଗ ମନ୍ତ୍ରାଳୟ ମୋଟରବାହନ ଆଇନରେ ବଡ଼ ଧରଣର ପରିବର୍ତ୍ତନ କରିବାକୁ ଯାଉଛନ୍ତି।ଅପ୍ରାପ୍ତ ବୟଷ୍କଙ୍କ ଲାଗି ବାହନ ଇଞ୍ଜିନ କ୍ଷମତା ୫୦ ସିସି ଓ ମୋଟର ପାୱାର ଅଧିକତମ ୧,୫୦୦ ୱାଟ ନିର୍ଦ୍ଧାରଣ କରିବାକୁ ନିଷ୍ପତ୍ତି ନେଇଛନ୍ତି।ଯାହାର ସର୍ବାଧିକ ବେଗ ୨୫ କିଲୋମିଟରପ୍ରତି ଘଣ୍ଟା ନିର୍ଦ୍ଧାରଣ କରାଯାଇଛି। ଏବେକା ଆଇନରେ ୬୭ଟି […]

ଆଜିଠୁ ହବିଷ୍ୟାଳୀ ପଞ୍ଜୀକରଣ

ଭୁବନେଶ୍ୱର,୬/୧୦(ଏସଏସନିଉଜ)ଆଜିଠୁ ହବିଷ୍ୟାଳୀ ପଞ୍ଜୀକରଣଆଜିଠୁ ହବିଷ୍ୟାଳୀବ୍ରତ ପାଇଁ ଅନଲାଇନ ପଞ୍ଜୀକରଣ ଆରମ୍ଭ ହୋଇଛି edistrict.odisha.gov.in ମାଧ୍ୟମରେ ପଞ୍ଜିକରଣ ଆରମ୍ଭ ହୋଇଛି।ଅକ୍ଟୋବର ୧୧ ପର୍ଯ୍ୟନ୍ତ ଜାରି ରହିବ ଆବେଦନ।ଅକ୍ଟୋବର ୧୮ରୁ ହବିଷ୍ୟାଳୀ ବ୍ରତ ଆରମ୍ଭ ହେବାକୁ ଯାଉଛି।ପ୍ରାୟ ଅଢ଼େଇ ହଜାର ହବିଷ୍ୟାଳିଙ୍କ ପାଇଁ ବ୍ୟବସ୍ଥା କରାଯାଇଛି।

କାଲି ଆସିବ ସୁଭଦ୍ରା ଟଙ୍କା

ଭୁବନେଶ୍ବର,୬/୧୦(ଏସଏସନିଉଜ) ସୁଭଦ୍ରା ଯୋଜନାର ପ୍ରଥମ କିସ୍ତିର ଦ୍ବିତୀୟଭାଗ ଆଉ ଦୁଇଦିନ ପରେ ପ୍ରଦାନ କରାଯିବ। ଯେଉଁ ମହିଳାମାନେ ଏହି ଟଙ୍କା ପାଇବେ ସେମାନଙ୍କର ଡାଟା ବେସ କରାଯିବ ସହିତ ଆକାଉଣ୍ଟ ଲିଙ୍କ ମଧ୍ୟ କରାଯାଇଛି।ତେବେ ପରୀକ୍ଷା ମୂଳକ ଭାବେ ଆସନ୍ତାକାଲିଠାରୁ ସେହି ହିତାଧିକାରୀଙ୍କ ଏକ ଟଙ୍କା ଲେଖାଏଁ ପଠାଯିବ।ସେଥିପାଇଁ ମହିଳା ଓ ଶିଶୁ ବିକାଶ ବିଭାଗ ତରଫରୁ ପଦକ୍ଷେପ ଆରମ୍ଭ କରାଯାଇଛି। ଆସନ୍ତାକାଲି ସୋମବାର ଏବଂ ମଙ୍ଗଳବାର ଏହି ଦୁଇଦିନ ଧରି ପରୀକ୍ଷା ମୂଳକ ଭାବେ ଏକ […]

ସମିତିସଭ୍ୟା ସ୍ଵାମୀଙ୍କୁ ମରଣାନ୍ତକ ଆକ୍ରମଣ

ବାରଙ୍ଗ,୫ା୧୦(ଏସଏସନିଉଜ) ଗୋଡିସାହି ଫାଣ୍ଡି ଅନ୍ତର୍ଗତ ମୁଣ୍ଡଳୀ ନବୋଦୟ ବିଦ୍ୟାଳୟ ନିକଟରେ ମୁଣ୍ଡଳୀ ପଂଚାୟତର ସମିତି ସଭ୍ୟା ଙ୍କ ସ୍ଵାମୀଙ୍କୁ ଶୁକ୍ରବାର ବିଳମ୍ବିତ ରାତିରେ ମରଣାନ୍ତକ ଆକ୍ରମଣ ହୋଇଛି। ପ୍ରକାଶଯେ, ବୁଧବାର ବିଳମ୍ୱିତ ରାତିରେ ନବୋଦୟ ବିଦ୍ୟାଳୟ ପାଖରେ ଏକ ଉଚ୍ଚ କ୍ଷମତା ସମ୍ପନ୍ନ ବିଦ୍ୟୁତ୍ ତାର ଛିଣ୍ଡି ପଡ଼ିଥିଲା। ଯାହା ଫଳରେ କିଛି ସ୍ଥାନରେ ନିଆଁ ଲାଗିଯିବାରୁ ବାରଙ୍ଗ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଂଚି ନିଆଁକୁ ଆୟତ୍ତ କରିଥିଲେ। ଏହାପରେ ବିଦ୍ୟୁତ୍ ସରବରାହ ବନ୍ଦ ରହିଥିଲା।ଏହି ସମୟରେ […]

ବାଲି ବୋଝେଇ ହାଇୱା ଜବତ

ବାରଙ୍ଗ,୫ା୧୦(ଏସଏସନିଉଜ)ଶନିବାର ବିଳମ୍ଭିତ ରାତିରେ ବେଆଇନ ଭାବେ ବାଲି ନେଇ ଆସୁଥିବା ଏକ ହାଇୱାକୁ ଜବତ୍ କରିଛି ଗୋଡିସାହି ଫାଣ୍ଡି ପୋଲିସ। ଗୋଡିସାହି ଫାଣ୍ଡି ପୋଲିସ ଫାଣ୍ଡି ପଇଁତରା ମାରୁଥିବା ବେଳେ ଆଠଗଡ଼ ମୁଣ୍ଡଳୀ ପଟରୁ ଓଡି ୦୫ଜି ୯୫୫୮ ନମ୍ୱର ହାଇୱା ଟି ବାଲି ବୋଝେଇ କରି ଦୃତାଗତିରେ ଆସୁଥିଲା।ପୋଲିସ ଗାଡିଟିକୁ ସିଆରପିଏଫ ଛକ ନିକଟରେ ରୋକିବା ପରେ ବେଆଇନ ଭାବେ ବାଲି ପରିବହନ କରୁଥିବାର ଜାଣିବାକୁ ପାଇଥିଲା। ଗାଡି ଚାଳକକୁ ଅଟକ ରଖିବା ସହ ଗାଡ଼ିକୁ […]