Browsing category

ମହାନଗର

ବନ୍ଧୁକ ସହ ୫ରାଉଣ୍ଡ ଜୀବନ୍ତ ଗୁଳି ଜବତ

ଭୁବନେଶ୍ୱର,୯ା୯(ଏସଏସନିଉଜ)ଘରନିର୍ମାଣକୁ ନେଇ ଉପୁଜିଥିବା ବିବାଦ ଯୋଗୁ ବନ୍ଧୁକଦେଖାଇ ଜୀବନରେ ମାରିଦେବାକୁ ଧମକଦେବା ଅଭିଯୋଗରେ ଲକ୍ଷ୍ମୀସାଗରଥାନା ପୋଲିସ ସୋମବାରଦିନ ଜଣଙ୍କୁ ଗିରଫକରିକୋର୍ଟଚାଳଣକରିବା ସହ ଏକ ବନ୍ଧୁକ ଓ ପାଞ୍ଚ ରାଉଣ୍ଡ ଜୀବନ୍ତ ଗୁଳି ଜବତ କରିଛି । ଝାରପଡା ଦୋଳମଣ୍ଡପସାହିର ପ୍ରିୟଙ୍କାବେହେରା ଲକ୍ଷ୍ମୀସାଗରଥାନା ରେ କରିଥିବା ଅଭିଯୋଗ ଅନୁଯାୟୀ ରମେଶ ତାଙ୍କ ନିକଟ ସମ୍ପର୍କୀୟ ହୋଇଥିବାବେଳେ ଘରକୁଘର ଲାଗିକରି ରହିଛି । ଘର ନିର୍ମାଣକୁ ନେଇ ଉଭୟଙ୍କ ମଧ୍ୟରେ କିଛି ବିବାଦ ଲାଗି ରହିଥିଲା । ଗୁରୁବାରଦିନ ଅଭିଯୁକ୍ତ […]

ମାନବିକତା ଦେଖାଇଲେ ମନ୍ତ୍ରୀ

ମାଲକାନଗିରି, ୯ା୯(ଏସଏସନିଉଜ) ଗତକାଲି ଅପରାହ୍ନରେ ଗୋଳନ୍ଥରା ଥାନା ଅନ୍ତର୍ଗତ ଜାତୀୟ ରାଜପଥ ନଂ ୧୬ କନିଷି ହାଟ ଛକ ଠାରେ ରାସ୍ତା ପାର ହେଉଥିବା ତଥା କନିଷି ହାଟରେ ନଡ଼ିଆ କଦଳୀ ବିକ୍ରରି କରୁଥିବା ଚିକିଟି ଲକ୍ଷ୍ମୀ ଆମ୍ମାକୁ ଏକ ଦୃତଗାମୀ ଅଟୋ ଧକ୍କା ଦେଇ ଘଟଣା ସ୍ଥଳରୁ ଫେରାଇ ହୋଇଯାଇଥିଲା ।ମହିଳାଜଣଙ୍କ ଆହାତ ଅବସ୍ଥାରେ ରାସ୍ତା କଡ଼ରେ ପଡ଼ି ରହିଥିବା ବେଳେ ସେହି ରାସ୍ତା ଦେଇ ଯାଉଥିବା ରାଜ୍ୟ ପରିବହନ ଖଣି ଓ ଇସ୍ପାତମନ୍ତ୍ରୀ ବିଭୂତି […]

କାଟେଣୀ ଅଞ୍ଚଳରେ ସିଂଘ ବୁଲିବା ଭିଡିଓ ଭାଇରାଲ

ବାରଙ୍ଗ,୮ା୯(ଏସଏସନିଉଜ)ଭୁବନେଶ୍ୱର ଉପକଣ୍ଠ ଚନ୍ଦକା ଜଙ୍ଗଲ ନିକଟ କାଟେଣି ଅଞ୍ଚଳରେ ଥିବା ଏକ ପେଟ୍ରୋଲ ପମ୍ପଠାରେ ଏକ ସିଂହ ବୁଲିବା ଭିଡିଓ ଭାଇରାଲ ହେବାରେ ଲାଗିଛି ।ରବିବାରଦିନ ଏହି ଭିଡିଓ ଭାଇରାଲ ହେବାପରେ ଅଂଚଳରେ କୋକୁଆ ଭୟ ଖେଳିଯାଇଛି ।ଯାହାଫଳରେ ସନ୍ଧ୍ୟାହେବା ମାତ୍ରେ ସାଧାରଣ ଲୋକ ଘରୁବାହାରିବାକୁ ନିରାପଦ ମଣୁନାହାନ୍ତି ।ଭିଡିଓ ଭାଇରାଲହେବାପରେ କାଟେଣୀ ଅଂଚଳରେ ସନ୍ଧ୍ୟା ସମୟରେ ଦୋକାନ ବଜାର ବନ୍ଦ ହୋଇଯାଇଛି ।ପାଖରେ ନନ୍ଦନକାନନ ଥିବାରୁ ସାଧାରଣଲୋକଙ୍କ ସନେ୍ଦହ ନନ୍ଦନକାନନ ଉପରେ ରହିଛିାକିନ୍ତୁ ନନ୍ଦନକାନନରେ ସେଭଳି […]

ଗ୍ୟାସ ବୋଝେଇ ଟ୍ୟାଙ୍କରରୁ ଗ୍ୟାସ ଲିକ

ବାରଙ୍ଗ,୮ା୯(ଏସଏସନିଉଜ)ରବିବାର ରାତିରେ ତ୍ରିଶୁଳିଆନିକଟସ୍ଥ ସୁବାସସେତୁ ଉପରେ ଗ୍ୟାସ ବୋଝେଇ ଟ୍ୟାଙ୍କରରୁ ଗ୍ୟାସ ଲିକ ହୋଇଥିବାର ଜଣାପଡିଥିଲା ।ଗାଡିଟି କଟକ ଅଭିମୁଖେ ଯାଉଥିବାବେଳେ ସୁବାସସେତୁର ମଧ୍ୟଭାଗରେ ହଠାତ ଗ୍ୟାସ ଲିକ ହୋଇଥିଲା ।ଯାହାଫଳରେ ସୁବାସସେତୁ ଉପରେ ଯାତାୟତରେ ବାଧକ ସାଜିଥିଲା ।ଏହି ଘଟଣାପରେ କେହି ସେତୁଦେଇ ଆଉ ଯାଇନଥିଲେ ।ପ୍ରାୟ ଅଧଘଂଟାକାଳ ପର୍ୟ୍ୟନ୍ତ ସେତୁଉପରେ ଟ୍ରାଫିକ ସମସ୍ୟା ଦେଖାଦେଇଥିଲା ।ଲୋକମାନଙ୍କଠାରୁ ଖବରପାଇ ଦୁଇଟି ଦମକଳ ଆସି ଘଟଣାସ୍ଥଳରେ ପହଁଚିବାବେଳକୁ ଗ୍ୟାସବୋଝେଇଗାଡିଟି ପଳାଇଯାଇଥିବାର ଜଣାପଡିଥିଲା ।

ଭାରତ ମସଲାର ୨୫ତମ ଭାରତ ପ୍ରତିଭା ସମ୍ମାନ ସମାରୋହ

ବାରଙ୍ଗ,୭ା୯(ଏସଏସନିଉଜ) ଶିଳ୍ପ ମାଧ୍ୟମରେ ରାଜ୍ୟରେ ଅର୍ଥନୈତିକ ବିକାଶ ହୋଇପାରିବ। କ୍ଷୁଦ୍ର, ମଧ୍ୟମ, ଲଘୁ ଶିଳ୍ପ ଜରିଆରେ ଅଧିକ ରୋଜଗାର ସୃଷ୍ଟି ହୋଇପାରିବ। ଆମ ସରକାର ଏହି ସମସ୍ତ ଦିଗରେ ପ୍ରୟାସ କରୁଛନ୍ତି। ଭାରତ ମସଲା ଭଳି ସଂସ୍ଥା ଏ କ୍ଷେତ୍ରରେ ପଥ ପ୍ରଦର୍ଶକ ଭଳି ଭୂମିକା ନେଇପାରିବେ ବୋଲି କଟକ ଜିଲ୍ଲା ବାରଙ୍ଗଠାରେ ଜୟ ଭାରତ ଫାଉଣ୍ଡେସନ ଓ ଭାରତ ମସଲା ପକ୍ଷରୁ ଅନୁଷ୍ଠିତ ୨୫ତମ ଭାରତ ପ୍ରତିଭା ସମ୍ମାନ ସମାରୋହରେ ଯୋଗଦେଇ ମୁଖ୍ୟମନ୍ତ୍ରୀ ମୋହନ ଚରଣ […]

ସୁଭଦ୍ରା ରଥର ଶୁଭ ଉଦଘାଟନ

ଭୁବନେଶ୍ୱର,୭ା୯(ଏସଏସନିଉଜ) ଆଗାମୀ ୧୭ ତାରିଖରେ ଆରମ୍ଭ ହେବାକୁ ଯାଉଛି ବହୁ ପ୍ରତୀକ୍ଷିତ ସୁଭଦ୍ରା ଯୋଜନା। ମହିଳା ସଶକ୍ତିକରଣ କ୍ଷେତ୍ରରେ ଏହା ଏକ ବିରାଟ ପରିବର୍ତ୍ତନ ଆଣିବ। ଏହି ଯୋଜନା ସମ୍ପର୍କରେ ରାଜ୍ୟବ୍ୟାପୀ ଜନସାଧାରଣଙ୍କୁ ସଚେତନ କରିବା ପାଇଁ ଆଜି ଭୁବନେଶ୍ବର ମହାତ୍ମା ଗାନ୍ଧୀ ମାର୍ଗଠାରେ ସୁଭଦ୍ରା ସଚେତନତା ରଥର ଶୁଭାରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ମୁଖ୍ୟମନ୍ତ୍ରୀ ଏହି ଅବସରରେ ଉଦବୋଧନ ଦେଇ କହିଥିଲେ ଯେ ରାଜ୍ୟର ପ୍ରତ୍ୟେକ ମହିଳାଙ୍କୁ ନିଜର ସ୍ବପ୍ନ ପୂରଣ ପାଇଁ […]

ସମାଜସେବୀଙ୍କ ଶ୍ରଦ୍ଧାଞଳି ସଭା

ମେଣ୍ଢାଶାଳ,୭/୯(ଏସଏସନିଉଜ)ମେଣ୍ଢାଶାଳ ଗ୍ରାମର ସମାଜସେବୀ ସ୍ବର୍ଗତ ପ୍ରଭାତ ରାଉତରାୟଙ୍କ ଏକଦଶାହ ଉପଲକ୍ଷେ ତାଙ୍କ ବାସଭବନରେ ତାଙ୍କ ବିୟୋଗରେ ଏକ ଶ୍ରଦ୍ଧାଞ୍ଜଳୀ ସଭା ଅନୁଷ୍ଠିତ ହୋଇଯାଇଛି।ତାଙ୍କ ସହ ବାୟୁସେନାରେ କାର୍ୟ୍ୟରତ ଯଦୁନାଥ ସାହୁ,ପ୍ରଦୀପ ଭୋଳ,ହେମନ୍ତ ଭାରିମଲ୍,ନିଲମ ମିଶ୍ର,ସତ୍ୟରଞ୍ଜନ ପରିଡ଼ା, ବିନ ନାୟକ,ଅନ୍ତର୍ୟ୍ୟାମୀ ସାହୁ,ରାମ ଚନ୍ଦ୍ର ବିଶ୍ବାଳ,ସୁଶାନ୍ତ ସାହୁ ପ୍ରମୁଖ ଯୋଗଦେଇ ତାଙ୍କ ଫଟୋଚିତ୍ର ରେ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ।ପରେ ପୂର୍ବତନ ମନ୍ତ୍ରୀ ସୁରେଶ କୁମାର ରାଉତରାୟ,କଂଗ୍ରେସ ନେତା ସନ୍ତୋଷ ଜେନାଙ୍କ ସମେତ ବହୁ ଲୋକ ପ୍ରତିନିଧି ଯୋଗଦେଇ ଶ୍ରଦ୍ଧାଞ୍ଜଳୀ ଅର୍ପଣ […]

ବିଜେପିରେ ମିଶିଲେ ସୁଜିତ କୁମାର

ଭୁବନେଶ୍ୱର,୬/୯(ଏସଏସନିଉଜ)ବିଜେଡିରୁ ଆଜି ଆଉ ଜଣେ ରାଜ୍ୟସଭା ସାଂସଦ ସୁଜିତ କୁମାର ଇସ୍ତଫା ଦେଇ ବିଜେପିରେ ସାମିଲ ହୋଇଛନ୍ତି। ମମତା ମହାନ୍ତଙ୍କ ପରେ ସୁଜିତ କୁମାର ହେଉଛନ୍ତି ଦ୍ୱିତୀୟ ରାଜ୍ୟସଭା ସାଂସଦ ଯେ କି ବିଜେଡି ଛାଡ଼ିଲେ। ବିଜେପି ଏହିପରି ଜଣଙ୍କ ପରେ ଜଣେ ନିର୍ବାଚିତ ନେତାଙ୍କୁ ନେବାକୁ ଯୋଜନା ରଖିଥିବା ନେଇ ଆଗରୁ ଯେଉଁ ସୂଚନା ମିଳୁଥିଲା ତାହା ପ୍ରମାଣିତ ହେଉଛି। ବିଜେଡି ସଭାପତି ନବୀନ ପଟ୍ଟନାୟକଙ୍କୁ ଏହିପରି ଗୋଟିଏ ପରେ ଗୋଟିଏ ଝଟକା ବିଜେପି ମୁଖିଆ […]

ଯିଏ ଟଙ୍କା ମାଗିବ କାର୍ୟ୍ୟାନୁଷ୍ଠାନ ହେବ

ଭୁବନେଶ୍ୱର,୪ା୯(ଏସଏସନିଉଜ)ସୁଭଦ୍ରା ଫର୍ମ ଆବେଦନକାରୀଙ୍କ ପାଇଁ ବଡ ସୂଚନା ଦେଲେ ଉପମୁଖ୍ୟମନ୍ତ୍ରୀ । କହିଲେ, ଯିଏ ଟଙ୍କା ମାଗୁଛି ତା ନାଁରେ ଅଭିଯୋଗ କରନ୍ତୁ । ଯିଏ ଟଙ୍କା ମାଗିବ କାର୍ୟ୍ୟାନୁଷ୍ଠାନ ହେବାସୁଭଦ୍ରା ଯୋଜନା ସମ୍ପୂର୍ଣ ଦେୟମୁକ୍ତାଜନସେବା ଆଧାର କେନ୍ଦ୍ରରେ ଆବେଦନକାରୀଙ୍କୁ ଟଙ୍କା ମାଗିବା ମନା , ସୁଭଦ୍ରା ଫର୍ମ ଭରିବା ଏକ ମାଗଣା ସେବା ,ସରକାରଙ୍କ ପକ୍ଷରୁ ଆଧାର ଓ ଜନସେବା କେନ୍ଦ୍ରଙ୍କୁ ଟଙ୍କା ଦିଆଯାଇଛି, ଆବେଦନକାରୀଙ୍କୁ ଟଙ୍କା ମାଗିଲେ ହେବ କଡା କାର୍ଯ୍ୟାନୁଷ୍ଠାନ , ଯିଏ […]

ଏଥର କଟକ ବାଲିଯାତ୍ରା ୮ ଦିନ ଚାଲିବ

କଟକ,୪ା୯(ଏସଏସନିଉଜ)ଆସନ୍ତା ନଭେମ୍ବର ୧୫ରୁ ମହାନଦୀପଠାରେ ଐତିହାସିକ ବାଲିଯାତ୍ରା ଆରମ୍ଭ ହୋଇ ନଭେମ୍ବର ୨୨ ତାରିଖ ପର୍ୟ୍ୟନ୍ତ ଏହି ଯାତ୍ରା ଚାଲିବ ।ଏଥିନେଇ କଟକ ଜିଲ୍ଲାପାଳ ଦତ୍ତାତ୍ରୟ ଭାଉସାହେବ ଶିନ୍ଦେ ଗଣମାଧ୍ୟମକୁ ବୁଧବାର ସୂଚନା ଦେଇଛନ୍ତିାସେ କହିଛନ୍ତି, ଏଥର ବହୁ ସଂଖ୍ୟାରେ ବ୍ୟବସାୟୀଙ୍କୁ ବ୍ୟବସାୟ ସୁଯୋଗ ମିଳିବ। ବାଲିଯାତ୍ରାକୁ ଆକର୍ଷଣୀୟ କରିବାକୁ ସବୁ ପ୍ରକାର ପ୍ରସ୍ତୁତି କରାଯିବ।