Browsing category

ମହାନଗର

ଭୁବନେଶ୍ବରରେ ଗ୍ୟାସ ଲିକକୁ ନେଇ ହଇଚଇ

ଚନ୍ଦ୍ରଶେଖରପୁର ,୫ା୧୦(ଏସଏସନିଉଜ)ଶନିବାରରାତିରେ ଚନ୍ଦକା ଶିଳ୍ପାଞ୍ଚଳରେ ଥିବା ଶିଭମ୍ କେମିକାଲ୍ସ ନାମକ କେମିକାଲ ଫ୍ୟାକ୍ଟ୍ରିରୁ ଗ୍ୟାସ୍ ଲିକ୍ ହୋଇଥିବା ସୂଚନା ମିଳିଛି ।ଏଠାରୁ କ୍ଲୋରିନ୍ ଗ୍ୟାସ୍ ଲିକ୍ ହୋଇଥିବାର ଜଣାପଡିବା ପରେ ଖବରପାଇ ୩ଟି ଅଗ୍ନିଶମ ଟିମ୍ ମାସ୍କ ପିନ୍ଧି ଆଧୁନିକ ଉପକରଣ ସହ ଘଟଣାସ୍ଥଳରେ ପହଁଚି ୨ ଘଣ୍ଟା ପରେ ସ୍ଥିତି ନିୟନ୍ତ୍ରଣକୁ ଆଣିବାରେ ସକ୍ଷମ ହୋଇଥିଲେ ।ଗ୍ୟାସ ଲିକ ହୋଇଥିବାର ଜଣାପଡିବାପରେ ପଟିଆରୁ ଇନଫୋସିଟ ରାସ୍ତାକୁ ପୋଲିସ ବନ୍ଦ କରିଦେଇଥିଲା ।ତେବେ କେଉଁ ପରିସ୍ଥିତିରେ ଏବଂ […]

+୨ ପରୀକ୍ଷା ପାଇଁ ତାରିଖ ଘୋଷଣା

ଭୁବନେଶ୍ଵର,୫/୧୦(ଏସଏସନିଉଜ)ରାଜ୍ୟରେ +୨ ପରୀକ୍ଷା ପାଇଁ ତାରିଖ ଘୋଷଣା କରାଯାଇଛି।ପରୀକ୍ଷା ନିୟନ୍ତ୍ରକ ଡ଼. ପ୍ରଶାନ୍ତ କୁମାର ପରିଡ଼ା ତାରିଖ ଘୋଷଣା ସହ କହିଛନ୍ତି ଡିସେମ୍ବର ୨୬ ରୁ ୩୦ ଯାଏଁ ଇଣ୍ଟରନାଲ ପରୀକ୍ଷା ହେବ। ସେହିପରି ଜାନୁଆରୀ ୨ ରୁ ୧୨ ଭିତରେ ପିଲାମାନେ ପ୍ରାକ୍ଟିକାଲ ପରୀକ୍ଷା ଦେବେ ବୋଲି ସ୍ଥିର କରିଛି ସିଏଚଏସଇ । ଫେବୃଆରୀ ୧୫ରୁ ମାର୍ଚ୍ଚ ୨୦ ଭିତରେ ମୁଖ୍ୟ ପରୀକ୍ଷା ହେବ। ସମସ୍ତ ବିଭାଗ ଫଳାଫଳ ପରୀକ୍ଷା ଶେଷ ହେବାର ୪୫ଦିନ ଭିତରେ […]

ମାଙ୍କଡ଼ାପଥର ଚାଲାଣ ଟ୍ରକ ଜବତ

ବାରଙ୍ଗ,୪/୧୦(ଏସଏସନିଉଜ) ଗୁରୁବାର ବିଳମ୍ୱିତ ରାତିରେ ଲଘୁଖଣିଜ ବିଭାଗର ପକ୍ଷରୁ ଚଢାଉ କରି ବେଆଇନ ମାଙ୍କଡ଼ା ପଥର ଚାଲାଣ କରୁଥିବା ଦୁଇଟି ଟ୍ରକକୁ ଜବତ କରାଯାଇଛି। ଜବତ ହୋଇଥିବା ଟ୍ରକ ଓଡି ୦୨ପି ୩୭୫୭, ଓଡି ୦୯ ଜି ୫୧୯୨ ଟ୍ରକ ଦୁଇଟି ଢେଙ୍କାନାଳ ଅଂଚଳରୁ ମାଙ୍କଡ଼ା ପଥର ବୋଝେଇ ମୁଣ୍ଡଳୀ ନରାଜ ଗୋଡିସାହି ଅଭିମୁଖେ ଆସୁଥିବା ବେଳେ ଲଘୁଖଣିଜ ବିଭାଗର ଅଧିକାରୀ କୈାଣସି ସୁତ୍ରରୁ ଖବରପାଇ ମୁଣ୍ଡଳୀ ବ୍ୟାରେଜ ନିକଟରେ ଅଟକାଇ ଥିଲେ । ଟ୍ରକ ଚାଳକ […]

ଗାଆଁରେ ବୁଲିଲା ଗୋଠଛଡା ହାତୀ

ବାରଙ୍ଗ,୪/୧୦(ଏସଏସନିଉଜ) ସାବଧାନ , ମାତିଛି ଗୋଠଛଡ଼ା ମାଇ ହାତୀ । ସନ୍ଧ୍ୟା ହେଲେ ରାଜରାସ୍ତାରେ ବୁଲୁଥିବା ବେଳେ ନିକଟ ଗାଁ ରେ ପଶୁଛି । ଫସଲ ନଷ୍ଟ କରିବା ସହ ପାଚେରୀ ଭାଙ୍ଗି ଦେଉଛନ୍ତି । ଏବେ ଚିନ୍ତା ରେ ପଡିଯାଇଛନ୍ତି ଲୋକେ ।ଏହିଭଳି ଘଟଣା ନରାଜ ଗ୍ରାମରେ ଦେଖିବାକୁ ମିଳିଛି । ଏହି ହାତୀର ଦୌରାତ୍ମ୍ୟ ଯୋଗୁ ଚାଷୀମାନଙ୍କଠାରୁ ଆରମ୍ଭ କରି ସାଧାରଣ ଲୋକ ନାହିଁ ନଥିବା ହଇରାଣ ହେଉଛନ୍ତି ।ତେବେ ଏହି ଗ୍ରାମରେ ଗୋଟିକିଆ […]

ବ୍ଲାକମେଲିଂ ଅଭିଯୋଗରେ ବନ୍ଧାହେଲେ ଫେସବୁକ୍ ପ୍ରେମିକ

ବାରଙ୍ଗ, ୪/୧୦(ଏସଏସନିଉଜ) ଫେସବୁକ୍ ରୁ ପ୍ରେମକରି ଅନ୍ତରଙ୍ଗ ମୂହୁର୍ତ୍ତର ଭିଡିଓକୁ ବ୍ଲାକମେଲ କରି ସାରାରିକ୍ ସମ୍ପର୍କ ରଖିବାକୁ ବାଧ୍ୟ କରିବା ଅଭିଯୋଗରେ ଜଣେ ଯୁବକକୁ ବାରଙ୍ଗ ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଛି।ଯୁବକକୁ ଗିରଫ କରିଛି ବାରଙ୍ଗପୋଲିସ।ପ୍ର କାଶ ଯେ, ପୁରୀ ଜିଲ୍ଲା ନିମାପଡ଼ା ଅଂଚଳର ଗୈାରବ ପ୍ରଧାନ (୨୭) ନାମକ ଯୁବକ ଫେସବୁକ ମାଧ୍ୟମରେ ବାରଙ୍ଗ ଥାନା ଅନ୍ତର୍ଗତ ସୀତାରାମ ବଜାର ଅଂଚଳର ଜଣେ ବିବାହିତା ମହିଳାଙ୍କ ସହିତ ପ୍ରେମ ସଂମ୍ପର୍କ ଗଢି ଉଠିଥିଲା।ପରେ […]

ବୃଦ୍ଧଙ୍କୁ ମରଣାନ୍ତକ ଆକ୍ରମଣ କରି ବନ୍ଧା ହେଲେ

ବାରଙ୍ଗ, ୪/୧୦(ଏସଏସନିଉଜ) ବାରଙ୍ଗ ଥାନା ଅନ୍ତର୍ଗତ ମଧୁବନ ଗ୍ରାମ ନିକଟରେ ଗୋଟିଏ ବଗିଚା ଭିତରେ ବୃଦ୍ଧଙ୍କୁ ମରଣାନ୍ତକ ଆକ୍ରମଣ କରିବା ଅଭିଯୋଗରେ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ପୋଲିସ। ପ୍ରକାଶ ଯେ ମଧୁବନ ଗ୍ରାମ ନିକଟସ୍ଥ ଏକ ଘରୋଇ ବିଦ୍ୟାଳୟ ଲାଗି ଚିନୁମିତ୍ର ବଗିଚା ଭିତରେ ୪୨ ମୈଜା ଅଂଚଳର ଜ୍ୟୋତି ପ୍ରସାଦ ଦେବତା (୬୦) ଦୀର୍ଘ ଦିନ ହେବ ଦେଖାଶୁଣା କରିବା ସହିତ ସେହିଠାରେ ରୁହନ୍ତି। ଗୁରୁବାର ଭୋର ୪ଟା ସମୟରେ ପୂର୍ବ […]

ନଭେମ୍ବର ୧୩ରେ ବଡ଼ଓଷା

ଭୁବନେଶ୍ୱର,୪/୯(ଏସଏସନିଉଜ)ଧବଳେଶ୍ୱର ପୀଠରେ କାର୍ତ୍ତିକ ପଞ୍ଚକବ୍ରତ ଓ ବଡ଼ଓଷା ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଛି। ଅକ୍ଟୋବର ୧୮ରୁ ନଭେମ୍ବର ୧୫ ଯାଏ ଧବଳେଶ୍ୱର ପୀଠରେ କାର୍ତ୍ତିକ ବ୍ରତ ପାଳନ ହେବ। ସେହିପରି ୧୨ ନଭେମ୍ବରରୁ ୧୫ ଯାଏ ୪ ଦିନ ଧରି ପଞ୍ଚକ ବ୍ରତ ପାଳନ କରାଯିବ। ୧୩ରେ ବଡ଼ଓଷା, ବଡ଼ସିଂହାର ବେଶରେ ଦର୍ଶନ ଦେବେ ବାବା ଧବଳେଶ୍ୱର।୧୩ ରାତିରେ ଧବଳେଶ୍ୱରଙ୍କ ପାଖେ ଲାଗି ହେବ ଗଜଭୋଗ ଓ ତରଣ। ୧୪ ତାରିଖ ଭୋରରୁ ଶ୍ରଦ୍ଧାଳୁଙ୍କ ପାଇଁ ଗଜଭୋଗ […]

ଭିଡିଓକଲ୍ ରେ ପ୍ରେମ ନିବେଦନ କରି ଧରାପଡିଲେ ଚୋର

ବାରଙ୍ଗ,୩/୧୦(ଏସଏସନିଉଜ )ମୋବାଇଲ ଚୋରି କରି ବନ୍ଧା ହେଲେ ଯୁବକ।ଯୁବକ ଜଣକୁ ଫିଲ୍ମ ଷ୍ଟାଇଲରେ ମାଡ଼ି ବସିଲେ ସ୍ଥାନୀୟଲୋକେ । ଏଭଳି ଘଟଣା ବାରଙ୍ଗଥାନା ଅଧିନସ୍ତ ତ୍ରିଶୁଲିଆ ଛକରେ ଗୁରୁବାର ରାତିରେ ଦେଖିବାକୁ ମିଳିଛି । ଗିରଫ ଯୁବକ ଜଣକ ହେଉଛନ୍ତି ସଦର ଥାନା ଅଞ୍ଚଳର ବଡ଼ ଝରିଲୋ ଗ୍ରାମର ଦିପୁ ପଣ୍ଡା ବୋଲି ସୂଚନା ମିଳିଛି । ପ୍ରକାଶ ଯେ , ଭରତପୁର ଅଞ୍ଚଳର ସୁବ୍ରତ ଦାସ ଓ ଅଞ୍ଜନ ଦାସ ଓଲା ଅଟୋ ଡ୍ରାଇଭର ଅଟନ୍ତି […]

ନେପାଳରେ ଭୟଙ୍କରବନ୍ୟା, ୧୭୦ମୃତ

ଭୁବନେଶ୍ୱର,୩୦।୯(ଏସଏସନିଉଜ)ଗତ ଶୁକ୍ରବାରରୁ ନେପାଳରେ ବନ୍ୟା ସ୍ଥିତି ସାଂଘାତିକ ହୋଇଛି।ଫ୍ଲାସ ଫ୍ଲୋଡ୍‌ ହୋଇ ୧୭୦ଜଣଙ୍କର ମୃତୁ ହୋଇଥିବାବେଳେ ୪୨ରୁ ଅଧିକ ନିଖୋଜ ହୋଇଛନ୍ତି।୪୫ ବର୍ଷ ଭିତରେ ନେପାଳରେ ସର୍ବାଧିକ ବର୍ଷା ରେକର୍ଡ ହୋଇଛି।୪୦୦୦ରୁ ଅଧିକ ପ୍ରଭାବିତ ହୋଇଥିବାବେଳେ ଉଦ୍ଧାରରେ ନେପାଳ ସେନା ସାମିଲ ହୋଇଛନ୍ତି।

ମିଥୁନଙ୍କୁ ଦାଦାସାହେବ ଫାଲକେ

ଭୁବନେଶ୍ୱର,୩୦।୯(ଏସଏସନିଉଜ୍)ମିଥୁନ ଚକ୍ରବର୍ତ୍ତୀଙ୍କୁ ମିଳିବ ଦାଦା ସାହେବ ଫାଲକେ ସମ୍ମାନ। ଭାରତୀୟ ସିନେମାରେ ବିଶିଷ୍ଟ ଅବଦାନ ପାଇଁ ମିଳିବ ଫାଲକେ ସମ୍ମାନ ବୋଲି ଟ୍ବିଟ୍ କରି ସୂଚନା ଦେଲେ କେନ୍ଦ୍ରମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ।ଭାରତୀୟ ସିନେମାର ସର୍ବୋଚ୍ଚ ପୁରସ୍କାର ଦାଦା ସାହେବ ଫାଲକେ।ଅକ୍ଟୋବର ୮ରେ ୭୦ତମ ଜାତୀୟ ଚଳଚ୍ଚିତ୍ର ପୁରସ୍କାର ସମାରୋହରେ ମିଳିବ।୪୮ ବର୍ଷର କ୍ୟାରିୟର୍‌ରେ ୩୫୦ରୁ ଅଧିକ ଫିଲ୍ମରେ ମିଥୁନ୍‌ ଅଭିନୟକରିଛନ୍ତି।ହିନ୍ଦୀ, ବଙ୍ଗାଳୀ, ଓଡ଼ିଆ, ଭୋଜପୁରୀ  ସହ ଦକ୍ଷିଣ ଭାରତୀୟ ଫିଲ୍ମରେ ଅଭିନୟ କରିଥିବାର ଜଣା ଯାଇଛି