Browsing category

ମହାନଗର

ନୂଆଖାଇ ପାଇଁ ସୋମବାର ଛୁଟି

ଭୁବନେଶ୍ବର, , ୪ା୯(ଏସଏସନିଉଜ) ପଶ୍ଚିମ ଓଡ଼ିଶାର ଲୋକପ୍ରିୟ ଗଣପର୍ବ ନୂଆଖାଇ ତିନି ଦିନ ପରେ ପାଳନ ହେବ। ଆଜି ସରକାର ଘୋଷଣା କରିଛନ୍ତି ଯେ, ଆସନ୍ତା ୯ ତାରିଖ ସୋମବାର ସମସ୍ତ ସରକାରୀ, ଅନୁଦାନପ୍ରାପ୍ତ ଓ ବେସରକାରୀ ସ୍କୁଲ ଛୁଟି ରହିବ। ସ୍କୁଲ ଛୁଟି ନେଇ ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।

ସୁନୀତି ମୁଣ୍ଡଙ୍କୁ ଘଉଡ଼ାଇ ଦେଲେ ମହିଳା ବିଜେପି

ଭୁବନେଶ୍ୱର,୩ା୯(ଏସଏସନିଉଜ) ସୁନୀତି ମୁଣ୍ଡଙ୍କୁ ଘଉଡ଼ାଇ ଦେଲେ ମହିଳା ବିଜେପି କର୍ମୀାବିଜେପି ରାଜ୍ୟ କାର୍ୟ୍ୟାଳୟକୁ ଆସିଥିବା ବେଳେ ଘଉଡ଼ାଇ ଦେଲୋନିଲମ୍ବନ ସତ୍ତ୍ୱେ ପାର୍ଟି ଅଫିସକୁ ଆସିଥିବାରୁ ଘଉଡ଼ାଇ ଦେଲୋଗଣମାଧ୍ୟମରେ ଦଳ ବିରୋଧୀ ମନ୍ତବ୍ୟ ଦେବା ଅଭିଯୋଗରେ ଘଉଡ଼ାଇଲୋନିକଟରେ ସୁନୀତିଙ୍କୁ ବିଜେପିରୁ ନିଲମ୍ବନ କରାଯାଇଥିଲାାଭୁବନେଶ୍ୱର ମହାନଗର ବିଜେପି ମେୟର ପ୍ରାର୍ଥୀ ଥିଲେ ସୁନୀତିା

ବର୍ଷା ବିତ୍ପାତ, ଆନ୍ଧ୍ର ଓ ତେଲଙ୍ଗାନାରେ ୧୯ ମୃତ

ଭୁବନେଶ୍ୱର,୨ା୯(ଏସଏସନିଉଜ)ବଙ୍ଗୋପସାଗରରେ ଅବପାତ ପ୍ରଭାବରେ ଦକ୍ଷିଣ ଭାରତରେ ବର୍ଷା ବିତ୍ପାତ ଦେଖାଦେଇଛି ।ଯାହାଫଳରେ ପ୍ରବଳ ବର୍ଷାରେ ଆନ୍ଧ୍ର ପ୍ରଦେଶ ଓ ତେଲଙ୍ଗାନା ବେହାଲ ହୋଇଛି ।ଦୁଇ ଦିନ ଲଗାଣ ବର୍ଷା ଯୋଗୁ ବନ୍ୟା ସ୍ଥିତି ସୃଷ୍ଟି ହେବାସହ କେତେକ ସ୍ଥାନରେ ଭୂସ୍ଖଳନ ହୋଇଥିବାବେଳେ ଯାତାୟାତରେ ବାଧକ ସାଜିଛି ।ବନ୍ୟାଜଳର ପ୍ରଖର ସ୍ରୋତରେ ରାସ୍ତାଘାଟ, ରେଳ ଧାରଣା ଧୋଇ ହୋଇଯାଇଛି । ଯାହାଫଳରେ ଟ୍ରେନ୍ ଚଳାଚଳ ପ୍ରଭାବିତ ହୋଇଛି । ଦୁଇ ରାଜ୍ୟରେ ପ୍ରାୟ ୧୪୦ଟି ଟ୍ରେନକୁ ବାତିଲ୍ କରାଯାଇଛି […]

ଝାରପଡା ଜେଲ୍‌ରେ ଗଣ୍ଡଗୋଳ ଘଟଣା

ଭୁବନେଶ୍ୱର,୨ା୯(ଏସଏସନିଉଜ)ଝାରପଡା ଜେଲରେ ବିଚାରାଧୀନ କଏଦୀଙ୍କୁ ମରଣାନ୍ତକ ଆକ୍ରମଣ ଘଟଣାରେ ଡିଆଇଜି ଅନସୂୟା ଜେନା ସୋମବାର ଝାରପଡା ଜେଲକୁ ଯାଇ ତନାଘନା କରିଛନ୍ତି । କେମିତି ଓ କେଉଁ ପରିସ୍ଥିତିରେ ଏଭଳି ଘଟଣା ଘଟିଲା ତାର ପୁଙ୍ଖାନୁପୁଙ୍ଖ ତଦନ୍ତ କରିଛନ୍ତି । ଜେଲରେ ଗ୍ୟାଙ୍ଗଷ୍ଟର ହାଇଦରର ପୁଅ ମୁନା ଓ ତାଙ୍କ ଗ୍ୟାଙ୍ଗ ବିଚାରାଧୀନ କଏଦୀ ସୌମ୍ୟକାନ୍ତ ମହାନ୍ତିଙ୍କୁ ମାଡ଼ ମାରି ଲହୁଲୁହାଣ କରିଥିବା ଅଭିଯୋଗ ହୋଇଥିଲା ।

୧୭ରେ ଓଡିଶା ଆସିବେ ପ୍ରଧାନମନ୍ତ୍ରୀ

ଭୁବନେଶ୍ୱର,୨ା୯(ଏସଏସନିଉଜ) ଆସନ୍ତା ୧୭ତାରିଖରେ ଓଡିଶାଗସ୍ତରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ରମୋଦୀ ଆସିବାନେଇ ଆଜି ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ ସୂଚନା ଦେଇଛନ୍ତି । ପ୍ରଧାନମନ୍ତ୍ରୀ ଜନତା ମଇଦାନରେ ସୁଭଦ୍ରା ଯୋଜନା ହିତାଧିକାରୀଙ୍କୁ ଟଙ୍କା ବଣ୍ଟନ କରିବେ ।୧୭ ସୁଦ୍ଧା ଚୟନ ଯୋଗ୍ୟ ହତାଧିକାରୀଙ୍କୁ ପ୍ରଥମ ପର୍ୟ୍ୟାୟରେ ଟଙ୍କା ମିଳିବ ବୋଲି ସୂଚନା ମିଳିଛି ।

ଆଶିର୍ବାଦ ଓ ଶୁଭକାମନା ଜଣାଇଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୩୧/୮(ଏସଏସନିଉଜ )ଅନ୍ତର୍ଜାତୀୟ ଖ୍ୟାତି ସମ୍ପନ୍ନ ପର୍ବତାରୋହୀ ଲିପିକା ସେଠ୍ ଆଜି ଓଡ଼ିଶା ବିଧାନସଭା ଠାରେ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀଙ୍କୁ ଭେଟି ତାଙ୍କର ଆଗାମୀ ପର୍ବତାରୋହଣ ଅଭିଯାନ ପାଇଁ ଆଶୀର୍ବାଦ ଗ୍ରହଣ କରିଛନ୍ତି। ଆଗାମୀ ସେପ୍ଟେମ୍ବର ୨୦ ତାରିଖରେ ସେ ଅଷ୍ଟ୍ରେଲିଆ ମହାଦେଶ ର ଉଚ୍ଚତମ ଶୃଙ୍ଗ ମାଉଣ୍ଟ କୋଜିଓସ୍କୋ ଆରୋହଣ ପାଇଁ ଅଭିଯାନ ଆରମ୍ଭ କରୁଛନ୍ତି। ଏହି ଅବସରରେ ମୁଖ୍ୟମନ୍ତ୍ରୀ ଲିପିକାଙ୍କୁ ଫୁଲତୋଡା ଦେଇ ଶୁଭେଚ୍ଛା ଜଣାଇବା ସହିତ ସଫଳ ଆରୋହଣ ପାଇଁ ଆଶୀର୍ବାଦ […]

ସୁଭଦ୍ରାକୁ ନେଇ ଗୁରୁତ୍ବପୂର୍ଣ୍ଣ ଘୋଷଣା

ଭୁବନେଶ୍ବର,୩୧/୮(ଏସଏସନିଉଜ) ଅଙ୍ଗନବାଡ଼ିକର୍ମୀ ଆବେଦନ କରିପାରିବେ ସୁଭଦ୍ରା।ସୁଭଦ୍ରା ଯୋଜନାକୁ ନେଇ ଗୁରୁତ୍ବପୂର୍ଣ୍ଣ ଘୋଷଣା କଲେ ସରକାର।ଅଙ୍ଗନବାଡ଼ି କର୍ମୀ, ସହାୟିକା ବି ଆବେଦନ କରିପାରିବେ ସୁଭଦ୍ରା ଅଙ୍ଗନବାଡ଼ି କର୍ମୀ, ଆଶା କର୍ମୀ, କମ୍ୟୁନିଟି ରିସୋର୍ସପର୍ସନ ଆବେଦନ କରିପାରିବେ ।ଏମ୍‌ବିକେ, ଆଉଟସୋର୍ସିଂ ଏଜେନ୍ସି ଦ୍ବାରା ନିଯୁକ୍ତ ମହିଳା ଆବେଦନ କରିପାରିବେ।ଅନ୍ୟ ସମସ୍ତ ମାନଦଣ୍ଡରେ ଯୋଗ୍ୟ ହେଉଥିଲେ ଆବେଦନ କରିପାରିବେ।ଏଥିନିମନ୍ତେ ଟୋଲ୍‌ଫ୍ରି ନମ୍ବର ୧୪୬୭୮ ଜାରି କରାଯାଇଛି।ମହିଳା ଓ ଶିଶୁ ବିକାଶ ବିଭାଗ ପକ୍ଷରୁ ଟୋଲ୍‌ ଫ୍ରି ନମ୍ବର ୧୪୬୭୮ ଜାରି କରାଯାଇଥିବା […]

ପିଏମ୍- ଉଷା ଶୁଭାରମ୍ଭ

ଭୁବନେଶ୍ବର,୩୧/୮(ଏସଏସନିଉଜ)ରାଜ୍ୟରେ ପ୍ରଧାନମନ୍ତ୍ରୀ ଉଚ୍ଚତର ଶିକ୍ଷାଅଭିଯାନ (ପିଏମ୍- ଉଷା) ଶୁଭାରମ୍ଭ ହୋଇଛି।କୃଷି ଭବନରେ ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ।ପିଏମ୍ ପାଇଁ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ମଧ୍ୟରେ MOU ହୋଇଛି।ଉଚ୍ଚଶିକ୍ଷାରେ ଗୁଣାତ୍ମକ ମାନ ବୃଦ୍ଧି କରିବ ‘ପିଏମ୍ । ପାଠ୍ୟକ୍ରମ ପ୍ରସ୍ତୁତି ଓ ଶିକ୍ଷକଙ୍କ ତାଲିମ୍‌କୁ ଗୁରୁତ୍ବ ଦିଆଯିବ।ଦକ୍ଷତା ବିକାଶ, ଚାକିରି କ୍ଷେତ୍ରରେ ସହାୟକ ହେବ।

ଭାରତକୁ ମିଳିଛି INS ଅରିଘାତ

ଭୁବନେଶ୍ବର,୩୧/୮(ଏସଏସନିଉଜ)ଭାରତକୁ ମିଳିଛି ଦ୍ୱିତୀୟ ଆଣବିକ ଶକ୍ତିସମ୍ପନ୍ନ ବୁଡ଼ାଜାହାଜ INS ଅରିଘାତ।ଏହାକୁ ଷ୍ଟ୍ରାଟେଜିକ୍ ଫୋର୍ସ କମାଣ୍ଡରେ ସାମିଲ କରାଯାଇଛି। ସ୍ୱଦେଶ ଜ୍ଞାନକୌଶଳରେ ନିର୍ମାଣ ହୋଇଥିବା INS Arighaatରେ ଅନେକ ପ୍ରକାରର ନୂତନ ଜ୍ଞାନକୌଶଳକୁ ବ୍ୟବହାର କରାଯାଇଛି।ଆଣବିକ ଇନ୍ଧନରେ ଚାଲୁଥିବା ଓ ଆଣବିକ ବାଲିଷ୍ଟିକ୍ କ୍ଷେପଣାସ୍ତ୍ର ସହିତ ସଜ୍ଜିତ ଏହି ବୁଡ଼ାଜାହାଜ ଅରିହନ୍ତ ଶ୍ରେଣୀର ଏକ ଅତ୍ୟାଧୁନିକ SSBN ଅଟେ। ଏହା ବିଶାଖାପଟନମରେ ଅବସ୍ଥିତ ଜାହାଜ ନିର୍ମାଣ କେନ୍ଦ୍ରରେ ତିଆରି ହୋଇଛି। ଏହାର ଓଜନ ପ୍ରାୟ ୬୦୦ ଟନ। ଲମ୍ବ […]

ଛତୁଆ ଦୁର୍ନୀତି,କାର୍ଯ୍ୟାନୁଷ୍ଠାନ ନିର୍ଦ୍ଦେଶ

ଭୁବନେଶ୍ବର,୩୧/୮(ଏସଏସନିଉଜ)ଛତୁଆମାନକୁ ନେଇ ଗୃହରେ ଏକାଧିକ ବିଧାୟକଙ୍କ ଉଦ୍‌ବେଗ ପ୍ରକାଶ କରିଛନ୍ତି।ଗୃହରେ କାର୍ଯ୍ୟାନୁଷ୍ଠାନ ନିର୍ଦ୍ଦେଶ ଦେଲେ ବାଚସ୍ପତି।ନିମ୍ନମାନର ଛତୁଆ ଯୋଗାଉଥିବା ଏଜେନ୍ସିଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିର୍ଦ୍ଦେଶ ଦେବା ସହ ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ପ୍ରଭାତୀ ପରିଡ଼ାଙ୍କୁ ନିର୍ଦ୍ଦେଶ ଦେଉଛନ୍ତି।୫ବର୍ଷରେ କେଉଁ ଏଜେନ୍ସି ବିରୋଧରେ କାର୍ଯ୍ୟାନୁଷ୍ଠାନ ହୋଇଛି ବିବରଣୀ ମାଗିଛନ୍ତି।ସବୁ ଏଜେନ୍ସି ସହ ଛତୁଆର ମାନ ଯାଞ୍ଚ କରି ରିପୋର୍ଟ ଦିଆଯିବ ବୋଲି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ଗୃହକୁ ଜଣାଇଛନ୍ତି।