Browsing category

ମହାନଗର

୨ଗଂଜେଇ ବେପାରୀ ଫେରାର୍, ବିପୁଳ ଗଂଜେଇ ଜବତ

ଭୁବନେଶ୍ୱର,୩୦।୯(ଏସଏସନିଉଜ)ଭୁବନେଶ୍ୱର ଉପକଣ୍ଠ ମଦନପୁରରୁ ୫୦୦ କୋଟିର କୋକେନ ଜବତ ହୋଇଛି।୫୦୦ କୋଟିର କୋକେନ ସହ ୫ କ୍ୱିଣ୍ଟାଲ ଗଞ୍ଜେଇ ମଧ୍ୟ ଜବତ ହୋଇଛି।ଦିଲ୍ଲୀରୁ ସ୍ୱତନ୍ତ୍ର ନାର୍କୋଟିକ୍ସ ଟିମ୍‌ ଆସି ଜବତ କଲା ବିପୁଳ ନିଶା ଦ୍ରବ୍ୟ।ଘଟଣାସ୍ଥଳରୁ ୬ ସନ୍ଦିଗ୍ଧ ଫେରାର ହୋଇ ଯାଇଥିବା ସୂଚନା।ଅଧଘଣ୍ଟାର ଛକାପଞ୍ଝା ପରେ ଗଂଜେଇ ଗାଡ଼ି ଜବତ ହୋଇଥିଲା।ଭୁବନେଶ୍ୱର ଉପକଣ୍ଠ ଜାଗସରାରେ ଗୋଡ଼ାଇ ଧରିଲା ପୁଲିସ୍‌।ଫୁଲବାଣୀରୁ ଭୁବନେଶ୍ୱର ଚାଲାଣ ବେଳେ ଧରିଲା ପୁଲିସ୍‌।

IPS ସ୍ତରରେ ବଡ଼ ଅଦଳବଦଳ

ଭୁବନେଶ୍ବର,୨୯।୯(ଏସଏସନିଉଜ) IPS ସ୍ତରରେ ବଡ଼ ଧରଣର ଅଦଳବଦଳ ହୋଇଛି । ବଦଳିଲେ ପୋଲିସ କମିଶନର ସଞ୍ଜୀବ ପଣ୍ଡା । ନୂଆ ପୋଲିସ କମିଶନର ହେଲେ ସୁରେଶ ଦେବଦତ୍ତ ସିଂ । ଜେଲ ଡିଜି ଭାବେ ଦାୟିତ୍ବ ନେବେ ଏକେ ରାୟ । ସେହିପରି ଗୁଇନ୍ଦା ନିର୍ଦ୍ଦେଶକ ଦାୟିତ୍ବରେ ରହିବେ ୧୯୯୩ ବ୍ୟାଚ୍ ଆଇପିଏସ ଅଫିସର ଆରପି କୋଚେ । କ୍ରାଇମବ୍ରାଞ୍ଚ ଏଡିଜି ହେଲେ ବିନୟତୋଷ ମିଶ୍ର । ଅରୁଣ କୁମାର ରାୟ ହେଲେ ଜେଲ ଡିଜି । […]

ଝୁନଝୁନ୍ ୱାଲା ବିଦ୍ୟାପୀଠରେ ସୁରଭି -୨୦୨୪-୨୫

ବାରଙ୍ଗ,୨୮/୯(ଏସଏସନିଉଜ) ଝୁନଝୁନ୍ ୱାଲା ବିଦ୍ୟାପୀଠ ପରିସରରେ ସୁରଭି -୨୦୨୪-୨୫ ଶନିବାର ଦିନ ଅନୁଷ୍ଟିତ ହୋଇ ଯାଇଛି।ସାଧନାକେନ୍ଦ୍ର ଦାଢ଼ାପାଟଣ। ବାରଙ୍ଗ ବ୍ଲକ ତରଫରୁ ଆୟୋଜିତ ଏହି ସୁରଭି ରେ ବ୍ଲକ ଅଧୀନରେ ଥିବା ୧୧ଟି ବିଦ୍ୟାଳୟରୁ ୧୦୦ରୁ ଉର୍ଦ୍ଧ ଛାତ୍ରୀ ଛାତ୍ର ମାନେ ଯୋଗଦେଇଥିଲେ।ପିଲାମାନଙ୍କ ମଧ୍ୟରେ କୁଇଜ୍,ଡ୍ରଇ,ଡିବେଟ,ରଚନା,ଗୀତ ଆଦି ବିଷୟକୁ ନେଇ ପ୍ରତିଯୋଗିତା କରାଯାଇଥିଲା।ବିଭିନ୍ନ ବିଭାଗରେ ଆୟୋଜିତ ପ୍ରତିଯୋଗିତାରେ ଭାଗ ନେଇଥିବା ପିଲାମାନଙ୍କୁ ୨୭ଜଣ ଶିକ୍ଷକ ପରିଚାଳନା କରିଥିଲେ।ସିନିଅର ଓ ଜୁନିଅର ବିଭାଗ ମାଧ୍ୟମରେ ଆୟୋଜିତପ୍ରତିଯୋଗିତାରେ କୃତିତ୍ୱ ଅର୍ଜନ […]

ଆହତମାଙ୍କଡକୁ ଉଦ୍ଧାର କଲା ବନବିଭାଗ

ବାରଙ୍ଗ,୨୮|୯ (ଏସଏସନିଉଜ) ଦାଢ଼ା ପଞ୍ଚାୟତର ବଡ଼ ବାଲିପଡ଼ା ଗ୍ରାମର ପ୍ରକାଶ ପଢ଼ିହାରୀଙ୍କ ଘର ପଛପଟେ ଆହତ ଅବସ୍ଥାରେ ଥିବା ଏକ ମାଙ୍କଡ଼କୁ ଉଦ୍ଧାର କରିଛି ବନବିଭାଗ ।ମାଙ୍କଡଟିର ପେଟ ପେଟ ଭିତର କିଛି ଅଂଶ ବାହାରକୁ ବାହାରିଯାଇଥିବାର ଦେଖିବାକୁ ମିଳିଥିଲା। ଯାହାଫଳରେ ମାଙ୍କଡଟି ଯନ୍ତ୍ରଣାରେ ଛଟପଟ ହୋଇସେହି ସ୍ଥାନରୁ ଆଉ କେଉଁଆଡେ ଯାଇ ପାରୁନଥିଲା।ଏହି ସୁଯୋଗରେ କିଛି ବୁଲା କୁକୁର ମାଙ୍କଡ଼ଟିକୁ ଆକ୍ରମଣ କରିବାକୁ ଘେରି ଯାଇଥିଲେ।ଏହି ଘଟଣା ଦେଖି ପ୍ରକାଶ ପଢ଼ିହାରୀଙ୍କ ପରିବାର ଲୋକ ବୁଲା […]

କୁଞ୍ଜବିହାରିପଣ୍ଡାଙ୍କ ଜନ୍ମଜୟନ୍ତୀ ପାଳିତ

ବାରଙ୍ଗ,୨୮/୯(ଏସଏସନିଉଜ) କୁଞ୍ଜବିହାରି ମହାବିଦ୍ୟାଳୟ ପରିସରରେ ଶନିବାରଦିନ କଲେଜ ପ୍ରତିଷ୍ଠାତା ସ୍ବର୍ଗୀୟ କୁଞ୍ଜବିହାରି ପଣ୍ଡାଙ୍କ ୧୧୪ତମ ଜୟନ୍ତୀ ମହାସମାରୋହରେ ପାଳିତ ହୋଇଯାଇଛି।ସବୁଜପରିବେଶ ଭରା ମହାବିଦ୍ୟାଳୟ ପରିସର ବୃକ୍ଷ ଛାୟାତଳେ ଆୟୋଜିତ ସମାରୋହରେ ମହାବିଦ୍ୟାଳୟ ଅଧକ୍ଷା ଡ଼. ଲିପିପୁଷ୍ପା ନାୟକ ଯୋଗଦେଇ ସ୍ବର୍ଗୀୟ କୁଞ୍ଜବିହାରି ପଣ୍ଡାଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପ ଓ ଉତ୍ତରିଅ ଦେଇ ଭକ୍ତିପୂତ ଶ୍ରଦ୍ଧାଞ୍ଜଳି ଅର୍ପଣ କରିବାସହ ସ୍ମୃତି ଚାରଣ କରିଥିଲେ।ଅନ୍ୟମାନଙ୍କ ମଧ୍ୟରେ ପ୍ରାଧ୍ୟାପକ ଡ଼. ସନ୍ତୋଷ କୁମାର ମିଶ୍ର, ଡ଼. ସୁରେନ୍ଦ୍ର କୁମାର ସାହୁ, ଡ଼. ମାନସ […]

ଗାଡ଼ିରେ ଲିପ୍ଲିଟ୍ ବାହାନାରେ ଲୁଟିଲେ ୩୫ ହଜାର

ବାରଙ୍ଗ, ୨୭/୯(ଏସଏସନିଉଜ)ବାରଙ୍ଗ- ରତାଗଡ଼ ମୁଖ୍ୟରାସ୍ତାର ଚଣ୍ଡୀପ୍ରସାଦ ଗ୍ରାମ ନିକଟରେ ଛୁରୀ ଦେଖାଇ ଜଣେ ସ୍କୁଟି ଚଳକଙ୍କଠାରୁ ୩୫ ହଜାର ଟଙ୍କା ଲୁଟି ନେଇଥିବାର ବାରଙ୍ଗଥାନାରେ ଅଭିଯୋଗ ହୋଇଛି। ପ୍ରକାଶଯେ, ଗୁରୁବାରଦିନ ସାଢେ଼ ୧୨ ସମୟରେ ବାଙ୍କୀଥାନା ଅଂଚଳ କେଉଟପାଟଣା ଗ୍ରାମର ଭାସ୍କର ବେହେରା (୩୬) ନାମକ ବ୍ୟକ୍ତିଘରୁ ଓଡି ୦୫ୟାଇ ୩୦୧୮ନମ୍ୱର ସ୍କୁଟି ଯୋଗେ ସୀତାରାମ ବଜାରସ୍ଥିତ ଜୟଦେବ ବେହେରା ନାମକ ଭିଣେଇଙ୍କ ଘରକୁ ଭଣଜା ର ଦେହ ଖରାପ ଥିବାର ଶୁଣି ଆସୁଥିଲେ। ଆସୁଥିବା ବେଳେ […]

ବୋମା ମାଡ଼ ଗୁଜବ

ବାରଙ୍ଗ,୨୯/୭|୯ (ଏସଏସନିଉଜ)ଶୁକ୍ରବାର ରାତିରେ ରାଜଧାନୀ ଉପକଣ୍ଠ ଇଞ୍ଜଣା ଗ୍ରାମରେ ବୋମାମାଡ଼ ହୋଇଥିବା ନେଇ ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଚଳାଇଛି। ପ୍ରକାଶ ଯେ, ଶୁକ୍ରବାର ରାତି ପ୍ରାୟ ଦଶଟା ସମୟରେ ଗ୍ରାମର ବିଦ୍ୟାଳୟ ନିକଟ ଜନୈକ ବ୍ୟକ୍ତିଙ୍କ ଘର ନିକଟରେ ଏକ ପ୍ରଚଣ୍ଡ ଶବ୍ଦ ଶୁଣାଯାଇଥିଲା। ଯାହାକୁ ନେଇ ଆଖପାଖ ଲୋକେ ଭୟଭୀତ ହୋଇ ପଡ଼ିଥିଲେ। ବୋମା ଫୁଟିଥିବା ଭାବି ସ୍ଥାନୀୟ ଲୋକେ ପୋଲିସକୁ ଖବର ଦେଇଥିଲେ। ଖବର ପାଇ ମଞ୍ଚେଶ୍ୱର ଥାନା ପୋଲିସ […]

ଖାଲଖାମାରେ ପୂର୍ଣ୍ଣ ଭୁବନେଶ୍ୱର ନୀୟୁ ରେଲଷ୍ଟେଶନ ରାସ୍ତା

ବାରଙ୍ଗ,୨୮/୯(ଏସଏସନିଉଜ)ନିୟୁ ଭୁବନେଶ୍ୱର ରେଳଷ୍ଟେସନଠାରୁ ବାରଙ୍ଗ ରେଲଷ୍ଟେଶନ ପର୍ଯ୍ୟନ୍ତ ପ୍ରାୟ ଦେଢ଼ କିମି ରାସ୍ତା ଏବେ ଖାଲଖମାରେ ପରିଣତ ହୋଇଛି।ଯାହାଫଳରେ ସାଧାରଣ ଲୋକ ଏହି ରାସ୍ତା ଦେଇ ଯାତାୟତ କରିବା ପାଇ ଇଚ୍ଛା ବି କରୁନାହାନ୍ତି।ଗତ୧୦/୧୨ବର୍ଷ ତଳୁ ଏହି ରାସ୍ତା କୋଠା ଓ ରାସ୍ତା ବିଭାଜନ ଭୁବନେଶ୍ୱର ଅଧିନରୁ ବାହାରି ରେଲୱେ ଅଧିନକୁ ଆସିଥିଲା।ନୂଆକରି ନିୟୁ ଭୁବନେଶ୍ୱର ରେଳଷ୍ଟେସନ ହେବାସମୟରେ ଏହି ରାସ୍ତାଟିକୁ ନୂଆକରି କାମ କରାଯାଇଥିଲା।ପରବର୍ତ୍ତୀ ସମୟରେ ରାସ୍ତାଟିର ମରାମତି ପ୍ରତି ଗୁରୁତ୍ଵ ଦିଆନଯିବାରୁ ରାସ୍ତା ଏବେ […]

ଘରେ କରୁଥିଲେ ଦେଶୀ ମଦ ପ୍ୟାକେଟ

  ବାରଙ୍ଗ,୨୭|୯ (ଏସଏସନିଉଜ)ରାଜଧାନୀ ଉପକଣ୍ଠ ଇଞ୍ଜଣା ଗ୍ରାମରୁ ଶୁକ୍ରବାର ରାତିରେ ବିପୁଳ ଦେଶୀମଦ ଜବତ କରିଛି କଟକ ଜିଲ୍ଲା ଅବକାରୀ ଫ୍ଲାଇଙ୍ଗ ସ୍କ୍ୱାର୍ଡ। ଏହି ଘଟଣାରେ ଅବକାରୀ ବିଭାଗ ଦୁଇଜଣଙ୍କୁ ଗିରଫ କରିଛି। ଗିରଫ ଦୁଇଜଣ ହେଲେ ଇଞ୍ଜଣା ଗ୍ରାମର ବାବାଜୀଭୋଇ (୪୮) ଏବଂ ସୋମନାଥଭୋଇ(୧୯)। ପ୍ରକାଶ ଯେ, ଇଞ୍ଜଣା ଗ୍ରାମରେ ଦେଶୀମଦ କାରବାର ହେଉଥିବା ନେଇ ବିଶ୍ଵସ୍ତ ସୂତ୍ରରୁ ଖବର ପାଇ ଫ୍ଲାଇଙ୍ଗ ସ୍କ୍ୱାର୍ଡ ଶୁକ୍ରବାର ରାତିରେ ଅତର୍କିତ ଚଢ଼ାଉ କରି ଦୁଇଜଣଙ୍କୁ ଗିରଫ କରିଥିଲେ। […]

ଅକ୍ଟୋବରମାସରୁ ମିଳିବ ଗହମ

ଭୁବନେଶ୍ୱର,୨୭/୯(ଏସଏସନିଉଜ)ରାଜ୍ୟରେ ରାସନ୍ କାର୍ଡ ହିତାଧିକାରୀଙ୍କୁ ଚାଉଳ ସହ ଗହମ ଦିଆଯିବ। ଅକ୍ଟୋବର ମାସରୁ ଏହି ବ୍ୟବସ୍ଥା ଲାଗୁ ହେବ। ପୂର୍ବ ସରକାର ଗହମ ବନ୍ଦ ପାଇଁ କେନ୍ଦ୍ର ସରକାରଙ୍କୁ ମନା କରିଥିଲେ। ବର୍ତ୍ତମାନ୍ ଅଧିକାଂଶ ଲୋକ ରୁଟି ଖାଇବା ଆରମ୍ଭ କରିଥିବାରୁ ରାଜ୍ୟ ସରକାରଙ୍କ ଅନୁରୋଧକୁ ରଖି କେନ୍ଦ୍ର ସରକାର ୨୦ ପ୍ରତିଶତ ଗହମ ଦେବାକୁ ରାଜି ହୋଇଛନ୍ତି। ଗୋଟିଏ ପରିବାରକୁ କୋଟାର ୨୦ ପ୍ରତିଶତ ଗହମ ଦିଆଯିବାର ବ୍ୟବସ୍ଥା କରାଯିବ। ହିତାଧିକାରୀ ନିଜ ଇଚ୍ଛାରେ ଅଧିକ […]