ବାରଙ୍ଗ,୨୮/୯(ଏସଏସନିଉଜ)
ଝୁନଝୁନ୍ ୱାଲା ବିଦ୍ୟାପୀଠ ପରିସରରେ ସୁରଭି -୨୦୨୪-୨୫ ଶନିବାର ଦିନ ଅନୁଷ୍ଟିତ ହୋଇ ଯାଇଛି।ସାଧନାକେନ୍ଦ୍ର ଦାଢ଼ାପାଟଣ। ବାରଙ୍ଗ ବ୍ଲକ ତରଫରୁ ଆୟୋଜିତ ଏହି ସୁରଭି ରେ ବ୍ଲକ ଅଧୀନରେ ଥିବା ୧୧ଟି ବିଦ୍ୟାଳୟରୁ ୧୦୦ରୁ ଉର୍ଦ୍ଧ ଛାତ୍ରୀ ଛାତ୍ର ମାନେ ଯୋଗଦେଇଥିଲେ।ପିଲାମାନଙ୍କ ମଧ୍ୟରେ କୁଇଜ୍,ଡ୍ରଇ,ଡିବେଟ,ରଚନା,ଗୀତ ଆଦି ବିଷୟକୁ ନେଇ ପ୍ରତିଯୋଗିତା କରାଯାଇଥିଲା।ବିଭିନ୍ନ ବିଭାଗରେ ଆୟୋଜିତ ପ୍ରତିଯୋଗିତାରେ ଭାଗ ନେଇଥିବା ପିଲାମାନଙ୍କୁ ୨୭ଜଣ ଶିକ୍ଷକ ପରିଚାଳନା କରିଥିଲେ।ସିନିଅର ଓ ଜୁନିଅର ବିଭାଗ ମାଧ୍ୟମରେ ଆୟୋଜିତପ୍ରତିଯୋଗିତାରେ କୃତିତ୍ୱ ଅର୍ଜନ କରିଥିବା ପିଲାମାନଙ୍କୁ ବଛା ଯାଇଥିଲା।ପୁରସ୍କାର ବିତରଣ ସଭାରେ ବ୍ଲକ ଶିକ୍ଷାଧିକାରୀ ବିଭୂତି ଭୂଷଣ ବେହେରା, ସହ ଶିକ୍ଷାଧିକାରୀ ପ୍ରଫୁଲ୍ଲ ଚନ୍ଦ୍ର ରଥ ,ସିଆରସିସି କାର୍ତ୍ତିକ ଚନ୍ଦ୍ର ବେହେରା ପ୍ରମୁଖ ଅତିଥି ଭାବେ ଯୋଗଦେଇ କୃତି ଛାତ୍ରଛାତ୍ରୀଙ୍କୁ ପୁରସ୍କାର ପ୍ରଦାନ କରିଥିଲେ।