ଅକ୍ଟୋବରମାସରୁ ମିଳିବ ଗହମ

ଭୁବନେଶ୍ୱର,୨୭/୯(ଏସଏସନିଉଜ)ରାଜ୍ୟରେ ରାସନ୍ କାର୍ଡ ହିତାଧିକାରୀଙ୍କୁ ଚାଉଳ ସହ ଗହମ ଦିଆଯିବ। ଅକ୍ଟୋବର ମାସରୁ ଏହି ବ୍ୟବସ୍ଥା ଲାଗୁ ହେବ। ପୂର୍ବ ସରକାର ଗହମ ବନ୍ଦ ପାଇଁ କେନ୍ଦ୍ର ସରକାରଙ୍କୁ ମନା କରିଥିଲେ। ବର୍ତ୍ତମାନ୍ ଅଧିକାଂଶ ଲୋକ ରୁଟି ଖାଇବା ଆରମ୍ଭ କରିଥିବାରୁ ରାଜ୍ୟ ସରକାରଙ୍କ ଅନୁରୋଧକୁ ରଖି କେନ୍ଦ୍ର ସରକାର ୨୦ ପ୍ରତିଶତ ଗହମ ଦେବାକୁ ରାଜି ହୋଇଛନ୍ତି। ଗୋଟିଏ ପରିବାରକୁ କୋଟାର ୨୦ ପ୍ରତିଶତ ଗହମ ଦିଆଯିବାର ବ୍ୟବସ୍ଥା କରାଯିବ। ହିତାଧିକାରୀ ନିଜ ଇଚ୍ଛାରେ ଅଧିକ ଗହମ ନେବାକୁ ଚାହିଁଲେ ସେ ବାବଦରେ ଅଧିକାରୀ ବିଚାର କରି ନିଷ୍ପତ୍ତି ନେବେ।
ସେହିପରି ରାସନ କାର୍ଡ E-KYC କୁ ନେଇ କହିଛନ୍ତି ଯେ,  ବର୍ତ୍ତମାନ ଚାଲୁରହିଛି E KYC ପ୍ରକ୍ରିୟା । ପ୍ରଯ୍ୟାପ୍ତ ସମୟ ଦିଆଯାଇଛି । E-KYC ସରିଲା ପରେ ମିଳିବ ନୂତନ ରାସନ କାର୍ଡ ।ପ୍ରକ୍ରିୟା ସରିଲା ପରେ ଅଯୋଗ୍ୟ ଜାଣିହେବ। ଆଧାରକାର୍ଡ଼ ନଥିଲେ ମିଳିବନି ରାସନକାର୍ଡ। ଯେଉଁମାନଙ୍କ ଆଧାରକାର୍ଡ ନାହିଁ ସେମାନେ ଆଧାରକାର୍ଡ଼ କରିବା ପରେ ସାମିଲ ହେବେ ବୋଲି ଖାଦ୍ୟଯୋଗାଣ ଓ ଖାଉଟିକଲ୍ୟାଣ ମନ୍ତ୍ରୀ କୃଷ୍ଣପାତ୍ର କହିଛନ୍ତି।

Comments (0)
Add Comment