ଖାଲଖାମାରେ ପୂର୍ଣ୍ଣ ଭୁବନେଶ୍ୱର ନୀୟୁ ରେଲଷ୍ଟେଶନ ରାସ୍ତା

ବାରଙ୍ଗ,୨୮/୯(ଏସଏସନିଉଜ)ନିୟୁ ଭୁବନେଶ୍ୱର ରେଳଷ୍ଟେସନଠାରୁ ବାରଙ୍ଗ ରେଲଷ୍ଟେଶନ ପର୍ଯ୍ୟନ୍ତ ପ୍ରାୟ ଦେଢ଼ କିମି ରାସ୍ତା ଏବେ ଖାଲଖମାରେ ପରିଣତ ହୋଇଛି।ଯାହାଫଳରେ ସାଧାରଣ ଲୋକ ଏହି ରାସ୍ତା ଦେଇ ଯାତାୟତ କରିବା ପାଇ ଇଚ୍ଛା ବି କରୁନାହାନ୍ତି।ଗତ୧୦/୧୨ବର୍ଷ ତଳୁ ଏହି ରାସ୍ତା କୋଠା ଓ ରାସ୍ତା ବିଭାଜନ ଭୁବନେଶ୍ୱର ଅଧିନରୁ ବାହାରି ରେଲୱେ ଅଧିନକୁ ଆସିଥିଲା।ନୂଆକରି ନିୟୁ ଭୁବନେଶ୍ୱର ରେଳଷ୍ଟେସନ ହେବାସମୟରେ ଏହି ରାସ୍ତାଟିକୁ ନୂଆକରି କାମ କରାଯାଇଥିଲା।ପରବର୍ତ୍ତୀ ସମୟରେ ରାସ୍ତାଟିର ମରାମତି ପ୍ରତି ଗୁରୁତ୍ଵ ଦିଆନଯିବାରୁ ରାସ୍ତା ଏବେ ଖାଲ ଖମାରେ ଭରି ରହି ଯାତାୟତ ପାଇ ଅନୁପଯୁକ୍ତ ପାଲଟିଛି।ଏହି ରାସ୍ତା ବାରଙ୍ଗ ବଜାର, ନନ୍ଦନ କାନନ ଓ ପଞ୍ଚାୟତକୁ ସଂଯୋଗ କରିଛି।ପଞ୍ଚାୟତବାସୀ ବାରଙ୍ଗ ଓ ନନ୍ଦନକାନନକୁ ଯିବା ପାଇଁ ସୁବିଧା ଦୃଷ୍ଟିରୁଏହି ରାସ୍ତାକୁ ବ୍ୟବହାର କରିଥାନ୍ତି।ଏହାସହ ବାରଙ୍ଗ ରେଳଷ୍ଟେସନରୁ ପ୍ରତ୍ୟହ ଶହଶହ ପର୍ଯ୍ୟଟକ ଏହି ରାସ୍ତାଦେଇ ନନ୍ଦନକାନନକୁ ଆସିଥାନ୍ତି।ରାସ୍ତା ଖରାପ ଯୋଗୁ ପର୍ଯ୍ୟଟକମାନେ ନାହିନଥିବା ହିନସ୍ଥା ହେଉଛନ୍ତି।ସାମାନ୍ୟ ବର୍ଷା ହେଲେ ରାସ୍ତାରେ ଥିବା ଖାଲ ଖମାରେ ପାଣି ପୂର୍ଣ୍ଣ ହୋଇ କୂତ୍ରିମ ଜଲାଶ୍ରୟାର ଭ୍ରମ ସୃଷ୍ଟି କରୁଛି।ତୁରନ୍ତ ଏହି ରାସ୍ତାର ମରାମତି ପାଇ ଦାବି ହେଉଛି।

Comments (0)
Add Comment