Browsing category

ମହାନଗର

ମଦ ସହ ଡ୍ୟାନ୍ସ କରିପାରିବେ ନାହିଁ

ଭୁବନେଶ୍ବର,୧୩/୮(ଏସଏସନିଉଜ)ରାଜ୍ୟରେ ନୂଆ ଅବକାରୀ ନୀତି ଲାଗୁ ହେବାପୂର୍ବରୁ ରାଜ୍ୟ ସରକାର କଠୋର ହୋଇଛନ୍ତି । ରାଜଧାନୀ ଭୁବନେଶ୍ୱରରେ ଥିବା ଲାଇସେନ୍ସ ପ୍ରାପ୍ତ ଠିପି ଖୋଲା ବିଦେଶୀ ମଦ ଦୋକାନଗୁଡ଼ିକ ଆଉ ନିଜର ବାର ପରିସରରେ ମଦ ସହ ଡ୍ୟାନ୍ସ କରିପାରିବେ ନାହିଁ । ଏପରିକି ଯେଉଁ ଠିପିଖୋଲା ବିଦେଶୀ ମଦ ଲାଇସେନ୍ସପ୍ରାପ୍ତ ଦୋକାନ ନିଜର ଅନୁମୋଦିତ ସ୍ଥାନଠୁ ଅନ୍ୟ ସ୍ଥାନ(ସେହି କୋଠାର ଅନ୍ୟସ୍ଥାନରେ ଅତିରିକ୍ତ ବାର) କରିଥିବେ ତାକୁ ମଧ୍ୟ ତୁରନ୍ତ ବନ୍ଦ କରିବାକୁ ନିର୍ଦ୍ଦେଶ ଦିଆଯାଇଛି […]

ଖୋଲିବ ନବଦାସଙ୍କ ହତ୍ୟା ଗୁମର

ଭୁବନେଶ୍ବର,୧୩/୮(ଏସଏସନିଉଜ)ଖୋଲିବ ନବ ଦାସଙ୍କ ହତ୍ୟା ମାମଲାର ଗୁମର । ବିଜେପି ସରକାର ଏହି ମାମଲାର ପୁନଃ ତଦନ୍ତ କରିବାକୁ ନିଷ୍ପତି ନେଇଛନ୍ତି । ଏନେଇ ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରଚନ୍ଦନ ଜାତୀୟ ଗଣମାଧ୍ୟମ ସଂସ୍ଥାକୁ ଟାଇମ୍ସ ଅଫ ଇଣ୍ଡିଆକୁ ଦେଇଥିବା ଏକ ସାକ୍ଷାତକାରରେ କହିଛନ୍ତି । ବିଜେଡି ସରକାରରେ କ୍ୟାବିନେଟମନ୍ତ୍ରୀ ଥିଲେ ନବଦାସ । ଗତ ୨୦୨୩ ଜାନୁଆରୀ ୨୯ ତାରିଖରେ ନବ ଦାସଙ୍କୁ ଦିନ ଦିପ୍ରହରରେ ଗୁଳି କରି ହତ୍ୟା କରିଥିଲା ଏଏସଆଇ ଗୋପାଳ ଦାସ […]

ହାତୀଭାଙ୍ଗିଲେ ମିଳିବ ନୂଆଘର

ଭୁବନେଶ୍ବର,୧୩/୮(ଏସଏସନିଉଜ)ଦିନକୁ ଦିନ ତିକ୍ତ ହେବାରେ ଲାଗିଛି ହାତୀ ଓ ମଣିଷଙ୍କ ଭିତରେ ଥିବା ସମ୍ପର୍କ। ଜଙ୍ଗଲ କ୍ଷୟ ହେବାରୁ ହାତୀ ପଲ ଜନବସତି ମୁହାଁ ହେଉଛନ୍ତି। ବ୍ୟାପକ କ୍ଷୟକ୍ଷତି କରୁଛନ୍ତି। ଯେଉଁଥିପାଇଁ ଅନେକ ସମୟରେ ହାତୀ ଓ ମଣିଷଙ୍କ ମଧ୍ୟରେ ଲଢେଇ ଦେଖିବାକୁ ମିଳେ। ବିଶ୍ବ ହସ୍ତୀଦିବସ ଅବସରରେ ମନ୍ତ୍ରୀ ଗଣେଶ ରାମ ସିଂ ଖୁଣ୍ଟିଆ କହିଛନ୍ତି ଯେ, ପୂର୍ବରୁ ହାତୀ ଘର ଭାଙ୍ଗିଲେ ୨୦ ହଜାର ଟଙ୍କା କ୍ଷତିପୂରଣ ଦିଆଯାଉଥିଲା, କିନ୍ତୁ ଏବେ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ […]

ଭୁବନେଶ୍ୱର ମଧ୍ୟ ବିଧାୟକଙ୍କୁ ନୋଟିସ୍

ଭୁବନେଶ୍ବର,୧୩/୮(ଏସଏସନିଉଜ)ନିର୍ବାଚନ ମାମଲାରେବିଧାୟକ ଅନନ୍ତ ନାରାୟଣ ଜେନାଙ୍କୁ ନୋଟିସ କଲେ ହାଇକୋର୍ଟ।ବିଜେପି ପ୍ରାର୍ଥୀ ଜଗନ୍ନାଥ ପ୍ରଧାନଙ୍କ ଆବେଦନ ଆଧାରରେ ନୋଟିସ୍ ହୋଇଛି। ନିର୍ବାଚନୀ ସତ୍ୟପାଠରେ ଅନନ୍ତ ତଥ୍ୟ ଲୁଚାଇଥିବା ଅଭିଯୋଗ ହୋଇଛି।ସେପ୍ଟେମ୍ବର ୯ରେ ହାଇକୋର୍ଟରେ ମାମଲାର ପରବର୍ତ୍ତୀ ଶୁଣାଣି ହେବ ବୋଲି ଜଣା ପଡ଼ିଛି।

କିଏ କେଉଁଠି କରିବେ ତ୍ରିରଙ୍ଗା ଉତ୍ତୋଳନ ?

ଭୁବନେଶ୍ବର,୧୧/୮(ଏସଏସନିଉଜ)ରାଜ୍ୟସ୍ତରୀୟ ସ୍ୱାଧୀନତା ଦିବସରେ ପତାକା ଉତ୍ତୋଳନ କରିବେ ମୁଖ୍ୟମନ୍ତ୍ରୀ।ନୂଆପଡ଼ାରେ ପତାକା ଉତ୍ତୋଳନ କରିବେ ଉପମୁଖ୍ୟମନ୍ତ୍ରୀ କେ.ଭି ସିଂହଦେଓ।କଟକରେ ପତାକା ଉତ୍ତୋଳନ କରିବେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା।କଳାହାଣ୍ଡି- ସୁରେଶ ପୂଜାରୀ, ସୁନ୍ଦରଗଡ଼- ରବି ନାରାୟଣ ନାଏକ, କୋରାପୁଟ- ନିତ୍ୟାନନ୍ଦ ଗଣ୍ଡ, ନବରଙ୍ଗପୁର- କୃଷ୍ଣଚନ୍ଦ୍ର ପାତ୍ର।ଗଞ୍ଜାମ- ପୃଥ୍ୱୀରାଜ ହରିଚନ୍ଦନ, ବରଗଡ଼- ମୁକେଶ ମହାଲିଙ୍ଗ.ଗଜପତି- ବିଭୁତି ଭୂଷଣ ଜେନା, ବାଲେଶ୍ୱର- କୃଷ୍ଣଚନ୍ଦ୍ର ମହାପାତ୍ର.ବଲାଙ୍ଗିର- ଗଣେଶ ରାମସିଂ ଖୁଣ୍ଟିଆ, ମାଲକାନଗିରି- ସୂର୍ଯ୍ୟବଂଶୀ ସୂରଜ.ଖୋର୍ଦ୍ଧା- ପ୍ରଦୀପ ବଳସାମନ୍ତ, କନ୍ଧମାଳ-ଗୋକୁଳାନନ୍ଦ ମଲ୍ଲିକ. ରାୟଗଡ଼ାରେ ସମ୍ପଦ ଚନ୍ଦ୍ର […]

ଡବଲ ମର୍ଡର ୨ ଅଟକ

ଭୁବନେଶ୍ବର,୧୧/୮(ଏସଏସନିଉଜ)ଡବଲ ମର୍ଡର ଘଟଣାରେ ୨ ଅଭିଯୁକ୍ତ ଅଟକ ରହିଛନ୍ତି।୨ ଅଭିଯୁକ୍ତଙ୍କୁ ଅଟକ ରଖିଲା ଏୟାରଫିଲ୍‌ଡ ଥାନା ପୋଲିସ।ସ୍ପେଶାଲସ୍କାଡ୍ ସହାୟତାରେ ଧରାପଡ଼ିଲେ ଓ ହତ୍ୟାରେ ବ୍ୟବହୃତ ବାଇକ୍ ଜବତ ମଧ୍ୟ ହୋଇଛି। ଜବତ ବାଇକ୍‌ଟି ଏକ ବସଷ୍ଟାଣ୍ଡରେ ଲୁଚାଇ ରଖିଥିଲେ ଅଭିଯୁକ୍ତ।୭ତାରିଖ ରାତିରେ ପାର୍କିଂ ବିବାଦକୁ ନେଇ ଡବଲ ମର୍ଡର ହୋଇଥିଲା।

ଛାତ୍ର ଲେଖିଥିବା ଦରଖାସ୍ତ ହେଲା ଭାଇରାଲ

ଭୁବନେଶ୍ବର,୧୧/୮(ଏସଏସନିଉଜ)ଜଣେ ସପ୍ତମ ଶ୍ରେଣୀ ଛାତ୍ରଙ୍କ ଛୁଟି ଦରଖାସ୍ତ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।ଦରଖାସ୍ତରେ ଛାତ୍ରଜଣକ ସ୍ପଷ୍ଟ ଭାବରେ ସ୍କୁଲକୁ ଯିବି ନାହିଁ ବୋଲି ଲେଖିଛନ୍ତି |ଭାଇରାଲ ହେଉଥିବା ଦରଖାସ୍ତରେ ଲେଖାଯାଇଛି ଯେ, ‘ପ୍ରିୟ ମାଡାମ…ମୁଁ ଆସିବି ନାହିଁ, ଆସିବି ନାହିଁ, ଆସିବି ନାହିଁ | ଧନ୍ୟବାଦ… ଆସିବି ହିଁ ନାହିଁ ମୁଁ |ଏଭଳି ଲେଖି ଶେଷରେ ନିଜ ନାମ ରାକେଶ ବୋଲି ଲେଖିଛି ଛାତ୍ର | ଏବେ ରାକେଶଙ୍କ ଏହି ଦରଖାସ୍ତ ଖୁବ ଭାଇରାଲ ହେବାରେ […]

ଆସିଲା ୨୭୦ଟି ଆଳୁ ଭର୍ତ୍ତି ଟ୍ରକ୍

ଭୁବନେଶ୍ବର,୧୧/୮(ଏସଏସନିଉଜ)ଅନେକ ବାଦ ବିବାଦ ପରେ ଶେଷରେ ସବୁ ଚର୍ଚ୍ଚା ଆଲୋଚନାର ଅନ୍ତ ହେବାକୁ ଯାଉଛି। ରାଜ୍ୟରେ ଏଣ୍ଟ୍ରୀ କରିଛି ୩୦୦ ଆଳୁ ଭର୍ତ୍ତି ଟ୍ରକ୍। ପଶ୍ଚିମବଙ୍ଗରୁ ୨୭୦ଟି ଆଳୁ ଗାଡ଼ି ଆସିଥିବା ସମୟରେ ୟୁପିରୁ ଆସିଛି ୩୦ଟି ଆଳୁ ଭର୍ତ୍ତି ଟ୍ରକ୍। ଏହିସବୁ ଆଳୁ ଗାଡି ରାଜ୍ୟର ବିଭିନ୍ନ ସ୍ଥାନରେ ଥିବା ଗୋଦାମ ଘରେ ପହଞ୍ଚିଛି। ଜଣେ ବ୍ୟବସାୟୀଙ୍କ କହିବା ନୁଯାୟୀ , ଏବେ ମଧ୍ୟ ପଶ୍ଚିମବଙ୍ଗ ସୀମାରେ ପୋଲିସ ଓଡ଼ିଶାକୁ ଆଳୁ ଗାଡି ଛାଡୁନାହିଁ ଫଳରେ […]

ପୁରୀରେ ଆଜିଠୁ ରଥଭଙ୍ଗା କାମ

ପୁରୀ,୧୧/୮(ଏସଏସନିଉଜ)ଆଜିଠୁ ରଥଭଙ୍ଗା କାର୍ଯ୍ୟ ଆରମ୍ଭ ହେବାକୁ ଯାଉଛି। ନିଳାଦ୍ରିବିଜେ ପରେ ଶ୍ରୀହୀନ ହୋଇପଡିଥିଲେ ତିନି ରଥ। ଶ୍ରୀମନ୍ଦିର ପ୍ରଶାସନର ଚିଠି ପାଇବା ପରେ ଆଜି ଭୋଇ ସର୍ଦ୍ଦାରଙ୍କ ନେତୃତ୍ୱରେ ଆରମ୍ଭ ହୋଇଛି ରଥଭଙ୍ଗା କାର୍ୟ୍ୟ। ନିୟମ ଅନୁଯାୟୀ ପ୍ରଥମେ ଦେବୀ ସୁଭଦ୍ରାଙ୍କ ଦେବଦଳନ ରଥ ଭଙ୍ଗା କାମ ଆରମ୍ଭ ହୋଇଛି। ଏହାପରେ ତାଳଧ୍ୱଜ ରଥ ଭଙ୍ଗାଯିବ।ଶେଷରେ ନନ୍ଦିଘୋଷ ରଥ ଭଙ୍ଗାଯିବାର ପରମ୍ପରା ରହିଛି। ଭୋଇ ସର୍ଦ୍ଧାର ଅନୁକୁଳ କରିବା ପରେ ପ୍ରଥମେ କଳସରୁ ଆରମ୍ଭ ହୋଇଥିଲା ଭଙ୍ଗା […]

ଶିକ୍ଷାନୁଷ୍ଠାନରେ ହେବନାହିଁ ପକ୍ଷପାତିତା

ଭୁବନେଶ୍ବର,୧୧/୮(ଏସଏସନିଉଜ)ଏଣିକି ପର୍ବପର୍ବାଣୀରେ ଶିକ୍ଷାନୁଷ୍ଠାନରେ ହେବନାହିଁ କୌଣସି ପକ୍ଷପାତିତା। ଛାତ୍ରଛାତ୍ରୀଙ୍କୁ ରାକ୍ଷୀ, ତିଲକ, ମେହେନ୍ଦି ଲଗାଇବାକୁ ମନା କରିପାରିବେନି ସ୍କୁଲ କର୍ତ୍ତୃପକ୍ଷ। କୌଣସି ଦଣ୍ଡ ମଧ୍ୟ ଦିଆଯାଇପାରିବ ନାହିଁ। ସମସ୍ତ ରାଜ୍ୟର ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗକୁ ଏନେଇ ଚିଠି ଲେଖି ନିର୍ଦ୍ଦେଶ ଦେଇଛନ୍ତି ନ୍ୟାସନାଲ କମିସନ ଫର୍ ପ୍ରୋଟେକସନ୍ ଅଫ୍ ଚାଇଲଡ୍ ରାଇଟସ୍।ପୂର୍ବରୁ ଅନେକ ସମୟରେ ସ୍କୁଲରେ ପର୍ବପର୍ବାଣୀ ସମୟରେ ହେଉ ଅବା ଅନ୍ୟ ସମୟରେ ତିଲକ, ମେହେନ୍ଦି ଓ ପୋଷାକ ପରିଧାନକ ସ୍କୁଲ କର୍ତ୍ତୃପକ୍ଷ ବାରଣ […]