Browsing category

ମହାନଗର

ରାଜଧାନୀରେ ଚାଞ୍ଚଲ୍ୟ

ଭୁବନେଶ୍ୱର,୧୩ା୯(ଏସଏସନିଉଜ) ସନ୍ଦେହଜନକ ଅବସ୍ଥାରେ ଖଣ୍ଡଗିରି ଥାନା ଅଧୀନସ୍ଥ ଏକ ଘର ଭିତରେ ଜଣେ ଯୁବତୀଙ୍କ ମୃତଦେହ ଉଦ୍ଧାର କରିଛି ପୋଲିସ । ଲିଭ-ଇନରେ ରହୁଥିବା ପୁରୁଷ ବନ୍ଧୁ ମୃତଦେହ ଦେଖି ଫେରାର ହୋଇଯାଇଥିବା ସୂଚନା ମିଳିଛି । ଉଭୟଙ୍କ ଘର ଗଞ୍ଜାମ ଜିଲ୍ଲାରେ ହୋଇଥିବାବେଳେ ସେମାନେ ଏକାଠି ଏକଆପାର୍ଟମେଣ୍ଟରେ ରହି ଆସୁଥିଲେ ।ଲିଭ-ଇନ ନୁହେଁ ବରଂ ଯୁବକ ଜଣକ ବିବାହ କରିଥିବା ସହ ଝିଅକୁ ହତ୍ୟା କରାଯାଇଥିବାନେଇ ଅଭିଯୋଗ କରିଛନ୍ତି ପରିବାର ଲୋକ ।ପରିବାରଲୋକଙ୍କ ଅଭିଯୋଗ ପରେ […]

କ୍ରାଇମବ୍ରାଞ୍ଚ ପଞ୍ଝାରେ ରିସିକିଆ ପ୍ରେମିକ

ଭୁବନେଶ୍ୱର,୧୩/୯(ଏସଏସନିଉଜ)ବିବାହ ନାଁରେ ଏକାଧିକ ମହିଳାଙ୍କୁ ଠକେଇ କରିଥିବା ରିସିକିଆ ପ୍ରେମିକକୁ ଧରିଲା କ୍ରାଇମବ୍ରାଞ୍ଚ।ଅଭିଯୁକ୍ତ ହେଲା ଛେଣ୍ଡିପଦା ଅଞ୍ଚଳର ବିରଞ୍ଚି ନାରାୟଣ ରଥ। ମହିଳା ମାନଙ୍କୁ ଫସେଇବା ପାଇଁ ସୋସିଆଲ ମିଡ଼ିଆରେ ଖୋଲିଥିଲା ଫେକ ଆକାଉଣ୍ଟ। ନିଜକୁ ସରକାରୀ ଅଧିକାରୀର ପରିଚୟ ଦେଇ କରୁଥିଲା ଠକେଇ ।ଭିଡିଓ କଲରେ ଅଶ୍ଳୀଳକଥା ହୋଇ ସ୍କ୍ରିନସଟ ରଖି କରୁଥିଲା ବ୍ଲାକମେଲ।ମାଟ୍ରିମୋନି ଆଲ ସାଇଡରେ ସେକେଣ୍ଡ ମ୍ୟାରେଜ ନାଁରେ ଖୋଲିଥିଲା ଆକାଉଣ୍ଟ। କେତେବେଳେ ନିଜକୁ ରେଲୱେ କର୍ମଚାରୀ, ଇନକମ ଟ୍ୟାକ୍ସ ଇନସିପେକ୍ଟର, କଷ୍ଟମ୍ସ […]

ଭସାଣି ବେଳେ ଅଘଟଣ,୧ମୃତ,୧ଆହତ

ମେଣ୍ଢାଶାଳ,୧୦/୯(ଏସଏସନିଉଜ )ଗଣେଶ ପୂଜା ଭସାଣିରେ ଅଘଟଣ ଘଟିଛି । ଗଣେଶ ମୂର୍ତି ଭସାଣି ବେଳେ ମୂର୍ତି ମାଡ଼ିବସିବାରୁ ଜଣେ ଛାତ୍ରଙ୍କର ମୃତୁ ଘଟିଥିବା ବେଳେ ଅନ୍ୟ ଜଣେ ଗୁରୁତର ଆହତ ହୋଇ ଏକ ଘରୋଇ ଡାକ୍ତରଖାନାରେ ଚିକିତ୍ସିତ ହେଉଥିବାର ଜଣାପଡିଛି। ପ୍ରକାଶ ଯେ,ସୋମବାର ବିଳମ୍ବିତ ରାତିରେ କଣ୍ଟାବାଡ ଗାଁ ପାଖରେ ଥିବା ଏକ ଘରୋଇ କଲେଜରେ ହୋଇଥିବା ଗଣେଶ ପୂଜାର ଭସାଣି କରାଯାଇଥିଲା।ବିଟେକ ଛାତ୍ର ମାନେ ଭସାଣି ଉସ୍ତଵ୍ ରେ ସାମିଲ ହୋଇ ମୂର୍ତ୍ତିକୁ ନେଇ ଏକ […]

ବାଲି ବୋଝେଇ ଟ୍ରାକ୍ଟର ଜବତ

ବାରଙ୍ଗ,୧୦/୯ (ଏସଏସନିଉଜ) ମଙ୍ଗଳବାର ପୂର୍ବାହ୍ନ ୯ଟା ସମୟରେ ଗୋଡ଼ିସାହି ଫାଣ୍ଡି ପୋଲିସର ଏକ ପେଟ୍ରୋଲିଂ ଦଳ ନିଜ ଅଞ୍ଚଳରେ ପଇଁତରା ମାରୁଥିଲେ। ଏହି ସମୟରେ ଏକ ଟ୍ରାକ୍ଟର ବାଲି ବୋଝେଇ କରି ଗୋଡ଼ିସାହି ପଟୁ ତ୍ରିଶୂଳିଆ ଅଭିମୁଖେ ଆସୁଥିଲା। ପେଟ୍ରୋଲିଂ ଦଳ ଟ୍ରାକ୍ଟରଟିକୁ ଦେଖି ଅଟକାଇ ଥିଲେ। ଏହି ସମୟରେ ବାଲି ପରିବହନ ହେଉଥିବା ନେଇ କାଗଜ ପତ୍ର ମାଗିଥିଲେ। ଟ୍ରାକ୍ଟର ଚାଳକ ଏ ନେଇ କୌଣସି କାଗଜ ପତ୍ର ଦେଖାଇ ପାରିନଥିଲେ। ସଙ୍ଗେ ସଙ୍ଗେ ଚାଳକ […]

ମହିମାଗାଦିରେ ନବାନ୍ନ ଭକ୍ଷଣ ମହୋତ୍ସବ

ମେଣ୍ଢାଶାଳ,୧୦/୯(ଏସଏସନିଉଜ)ଭୁବନେଶ୍ୱର ଉପକଣ୍ଠ ଦାରୁଠେଙ୍ଗ ସତ୍ୟମହିମା ଗୋବିନ୍ଦ ବାବାଙ୍କ ଗାଦିପୀଠରେମଙ୍ଗଳବାରଦିନ ନବାନ୍ନ ଭକ୍ଷଣ ମହୋତ୍ସବ ଅନୁଷ୍ଠିତ ହୋଇଯାଇଛି।ଆଜି ସକାଳେ ବାବା ନୂଆଧାନରୁ ପ୍ରସ୍ତୁତ ଚୁଡାରେ ଗୁଡ଼. ବିଭିର୍ନ୍ନଫଳ. ଅଦା.ଗୋଲମରିଚ. ଗୁଆ ଘିଅ. ନଡ଼ିଆ. ଆମ୍ବୁଲ ଖଟା. ହଳଦୀପିଠା.ରସଗୋଲା.ପୋଡ଼ମିଠା. ଜିଲାପି ମିଶାଯାଇ ପ୍ରସାଦ ପ୍ରସ୍ତୁତ ହୋଇଥିଲା।ଏହାପରେ ଗାଦିପୀଠରେ ନୂଆ ଚାଉଳରୁପ୍ରସ୍ତୁତ ଅର୍ଣ୍ଣ.ଡାଲମା. ଖଟା ଓ ଖିରି ମିଠା ମଧ୍ୟ ପ୍ରସ୍ତୁତ ହୋଇ ଭୋଗ ଲଗିସାରିବା ପରେ ଭକ୍ତମାନଙ୍କୁ ବଣ୍ଟା ଯାଇଥିଲା। ଦାରୁଠେଙ୍ଗ .ଅଳସୁଆ.ଅନ୍ଧାରୁଆ.ଚନ୍ଦକା.ବଡମ୍ବା ଆଦି ଅଞ୍ଚଳରୁ ଶହଶହ ଭକ୍ତମାନେ ସାମିଲ […]

ଓଡ଼ିଶାରେ ଚାଲିବ ୩ନୂଆ ବନ୍ଦେ ଭାରତଟ୍ରେନ୍‌

ଭୁବନେଶ୍ୱର,୧୦/୯(ଏସଏସନିଉଜ)ଆସନ୍ତା ୧୫ରୁ ଓଡ଼ିଶାରେ ଚାଲିବ ୩ ନୂଆ ବନ୍ଦେ ଭାରତ ଟ୍ରେନ୍‌।ସାରା ଦେଶରେ ୧୦ଟି ମଧ୍ୟରୁ ଓଡ଼ିଶା ଦେଇ ୩ଟି ଯାତ୍ରା କରିବ।ଟାଟା-ବ୍ରହ୍ମପୁର, ରାଉରକେଲା-ହାୱଡ଼ା, ଦୁର୍ଗ-ବିଶାଖାପାଟଣା ମଧ୍ୟରେ ଚାଲିବ।ପ୍ରଧାନମନ୍ତ୍ରୀ ମୋଦି ୧୦ଟି ବନ୍ଦେ ଭାରତର ଟ୍ରେନ୍‌ର ଶୁଭାରମ୍ଭ କରିବେ।ବ୍ରହ୍ମପୁର କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କୁ ଯୋଗଦେବାକୁ ନିମନ୍ତ୍ରଣ ଆସିଥିବାର ଜଣାପଡିଛି।ପୂର୍ବତଟ ମହାପ୍ରବନ୍ଧକ କେନ୍ଦ୍ର ରେଳମନ୍ତ୍ରୀ ଙ୍କ ପକ୍ଷରୁ କଲେ ନିମନ୍ତ୍ରଣ।

ଦିଲ୍ଲୀରେ ଫୁଟିବନି ବାଣ

ଭୁବନେଶ୍ୱର,୧୦ା୯(ଏସଏସନିଉଜ)ବାୟୁ ପ୍ରଦୂଷଣ ଓ ଧନଜୀବନ ସୁରକ୍ଷାକୁ ଦୃଷ୍ଟିରେ ରଖି ଦେଶର ରାଜଧାନୀ ଦିଲ୍ଲୀରେ ସବୁଜବାଣ ଠାରୁ ଆରମ୍ଭ କରି ସମସ୍ତପ୍ରକାର ବାଣ ତିଆରି, ବିକ୍ରି ଓ ବ୍ୟବହାର ଉପରେ ନିଷେଧାଦେଶ ଜାରି ହୋଇଛି। ଏଥର ଦୀପାବଳିରେ ବାଣଫୁଟାକୁ ବାରଣ କରାଯାଇଛି । ସବୁ ବର୍ଷ ଦୀପାବଳିରେ ବାଣ ବିସ୍ଫୋରଣ ଘଟୁଛି।ଏହାସହ ବାୟୁ ପ୍ରଦୂଷଣ ହେଉଥିବାରୁ ଏହିଭଳି କଟକଣା କରାଯାଇଥିବାର ଜଣାପଡିଛି ।

ଦାରୁଠେଙ୍ଗ ମହିମା ଗାଦିରେ ଝାଡ଼ଦ୍ୱୀପ ପ୍ରଜ୍ୱଳନ

ବାରଙ୍ଗ,୯ା୯(ଏସଏସନିଉଜ)ଭୁବନେଶ୍ୱର ଉପକଣ୍ଠ ଦାରୁଠେଙ୍ଗ ସତ୍ୟମହିମା ଗୋବିନ୍ଦବାବାଙ୍କ ଗାଦିପୀଠରେ ଚଳିତବର୍ଷ ଭାଦ୍ରଵ ଶୁକ୍ଳପକ୍ଷ ଷଷ୍ଠୀ ସୋମବାର ଅପରାହ୍ନରେ ସାଧୁଭୋଜନ. ଘୃତବତୀ ପ୍ରଜ୍ୱଳନ.ଅନୁଷ୍ଠିତ ହୋଇଯାଇଛ । ଏଥିସହିତ ସାୟଂ ସରଣଦର୍ଶନ. ବିଶ୍ୱବ୍ରହ୍ହ୍ମାଣ୍ଡର ମଙ୍ଗଳପାଇଁ ସମବେତପ୍ରାର୍ଥନା ଓ ଧର୍ମ ଆଲୋଚନା ହୋଇଥିଲା । ସାଧୁସନ୍ଥମାନେ ଅହୋରାତ୍ର ଭଜନଗାୟନରେ ମଜିଯାଇଥିଲେ ।ସିଦ୍ଧ ସାଧୁ ବ୍ରହ୍ମ ଲୀନଅବଧୁତ ଜୟକୃଷ୍ଣବାବା ମହୋଦୟଙ୍କ ଆଦେଶ ଅନୁସାରେ ଏବଂ ବ୍ରହ୍ମଅବଧୁତ ବ୍ରଜବନ୍ଧୁବାବାଙ୍କ ତତ୍ତ୍ୱବଧାନରେ ଦାରୁଠେଙ୍ଗ ଗୋବିନ୍ଦ ବାବା ଗାଦିପୀଠରେ ଝାଡ଼ଦ୍ୱୀପ ଲଗାଯାଇଥିଲା ।ଦାରୁଠେଙ୍ଗ. ଅଳସୁଆ. ଅନ୍ଧାରୁଆ. ଚନ୍ଦକା. ବଡମ୍ବା […]

କେନାଲବନ୍ଧ କଡ଼କୁ ଓଲଟିଲା କ୍ଷୀରବୋଝେଇ ଗାଡି

ବାରଙ୍ଗ,୯ା୯(ଏସଏସନିଉଜ)ସୋମବାର ବଢ଼ି ଭୋର୍ ସମୟରେ ଷଣ୍ଢପୁର ଗ୍ରାମ ନିକଟ ରେ ପୁରୀ ମୁଖ୍ୟ କେନାଲ ବନ୍ଧ କଡ଼କୁ ଭାରସାମ୍ୟ ହରାଇ ଏକ ଓମଫେଡର କ୍ଷୀର ବୋଝେଇଗାଡ଼ି ଖସିପଡ଼ିଛି। ପ୍ରକାଶ ଯେ,ସୋମବାର ବଢ଼ିଭୋର୍ ସମୟରେ ଓଆର ୦୧ସି୧୯୪୯ ନମ୍ୱର ଓମଫେଡର ଦୁଗ୍ଧପରିବହନ କରୁଥିବା ଗାଡ଼ିଟି ବିଦ୍ୟାଧରପୁର ପାହାଡ ଉପରେ ହୋଇଥିବା ଓମଫେଡ୍ ପ୍ଲାଣ୍ଟରୁ କ୍ଷୀରନେଇ ବାରଙ୍ଗଆଡ଼କୁ ଦୃତଗତିରେ ଆସୁଥିଲା।ପୁରୀ ମୁଖ୍ୟକେନାଲ ରାସ୍ତାରେ ଆସୁଥିବାବେଳେ ଷଣ୍ଢପୁରଗ୍ରାମ ନିକଟରେ ହଠାତ୍ ଏକ ଷଣ୍ଢ ରାସ୍ତାଉପରକୁ ପଲାଇଆସିଥିଲା।ଷଣ୍ଢଟିକୁ ବଞ୍ଚାଇବାକୁଯାଇ ଦ୍ରୁତଗତିରେ ଥିବା କ୍ଷୀରବୋଝେଇ […]

ଏନଡିଆରଏଫରୁ ବାହାରିଲେ ୪ ଟିମ

ବାରଙ୍ଗ,୯ା୯(ଏସଏସନିଉଜ) ପଶ୍ଚିମ କେନ୍ଦ୍ରୀୟ ଓ ସଂଲଗ୍ନ ଉତ୍ତର ପଶ୍ଚିମବଙ୍ଗୋପସାଗରରେ କେନ୍ଦ୍ରୀଭୂତ ହୋଇଥିବା ଅବପାତ ଘନୀଭୂତ ହୋଇ ଗଭୀର ଅବପାତରେ ପରିଣତ ହୋଇଛି । ଗଭୀର ଅବପାତ ପ୍ରଭାବରେ ଆଜି ସାରା ରାଜ୍ୟରେ ଭୀଷଣ ବର୍ଷା ହେବାର ସମ୍ଭାବନା ଦେଖାଦେଇଛି ।ଯାହାଫଳରେ ୧୦ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ । ଭାରତୀୟ ପାଣିପାଗ ବିଭାଗ ପୂର୍ବାନୁମାନଅନୁଯାୟୀ ସକାଳ ସାଢ଼େ ୧୦ଟାରୁ ସାଢ଼େ ୧୧ଟା ଭିତରେ ପୁରୀ ନିକଟରେ ସ୍ଥଳଭାଗ ଅତିକ୍ରମ କରିଛି ଡିପ୍ ଡିପ୍ରେସନ୍ […]