Browsing category

ମହାନଗର

ସିଆଇଏସଏଫରେ ୪୬ତମ କନେଷ୍ଟବଳ ବ୍ୟାଚର ପାସିଂଆଉଟ ପରେଡ

  ବାରଙ୍ଗ,୧୭/୮(ଏସଏସନିଉଜ)ଭାରତ ସରକାରଙ୍କ ଗୃହ ମନ୍ତ୍ରଣାଳୟ ଅଧିନସ୍ଥ ମୁଣ୍ଡଳୀସ୍ଥିତ ସିଆଇଏସ ଏଫ ଖାରବେଳ ଆଞ୍ଚଳିକ ତାଲିମ କେନ୍ଦ୍ର ପରିସରରେ ୪୬ତମ କନେଷ୍ଟବଳ ବ୍ୟାଚର ପାସିଂ ଆଉଟ ପରେଡ ଶନିବାର ଅନୁଷ୍ଠିତ ହୋଇଯାଇଛି। ଏହି ପ୍ରଶିକ୍ଷଣ ପ୍ରତିଷ୍ଠାନରେ ୯୨୨ ଜଣ ପ୍ରଶିକ୍ଷାର୍ଥ ୪୩ସପ୍ତାହ ଧରି ମୌଳିକ ପ୍ରଶିକ୍ଷଣ ନେଇଥିଲେ। ଏହି ସମୟ ମଧ୍ୟରେ ସେମାନଙ୍କୁ ସମସ୍ତ କ୍ଷେତ୍ରରେ ସର୍ବୋତ୍ତମ ପ୍ରଶିକ୍ଷଣ ଦିଆଯାଇଥିଲା। ମୁଖ୍ୟଅତିଥି ଭାବେ କଲିକତା ସିଆଇଏସଏଫର ମହାନିରୀକ୍ଷକ ଶିଖର ସହାଇ ଯୋଗଦେଇଥିଲେ। ମୁଣ୍ଡଳୀ ସିଆଇଏସଏଫର ଉପ ମହାନିରୀକ୍ଷକ […]

ନବୀନନିବାସରେ ‘ଦମନ’ ଟିମ୍

ଭୁବନେଶ୍ବର,୧୭/୮(ଏସଏସନିଉଜ)ମେଲେରିଆ ସଚେତନତା କ୍ଷେତ୍ରରେ ଉଲ୍ଲେଖନୀୟ ଭୂମିକା ଗ୍ରହଣ କରି ଜାତୀୟ ପୁରସ୍କାର ଲାଭ କରିଥିବା ଦମନ ଫିଲ୍ମର କଳାକାର ତଥା ନିର୍ଦ୍ଦେଶକ ଆଜି ନବୀନ ନିବାସଠାରେ ବିରୋଧି ଦଳ ନେତା ଶ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟି ତାଙ୍କ ଆଶୀର୍ବାଦ କାମନା କରିଥିଲେ ।ଦମନ ଶ୍ରେଷ୍ଠ ଓଡ଼ିଆ ଚଳଚିତ୍ରଭାବରେ ଜାତୀୟ ପୁରସ୍କାର ଲାଭ କରିଥିବାରୁ ଶ୍ରୀ ପଟ୍ଟନାୟକ ସମସ୍ତଙ୍କୁ ଅଭିନନ୍ଦନ ଜଣାଇଥିଲେ । ଆଗାମୀ ଦିନରେ ସାମାଜିକ ସଚେତନତା ଉପରେ ଆଧାରିତ ଅଧିକରୁ ଅଧିକ ଓଡ଼ିଆ ଚଳଚିତ୍ର ନିର୍ମାଣ […]

କାର ଭିତରେ ଟଳିପଡ଼ିଲେ ଯୁବକ

ଜଟଣୀ,୧୭/୮(ଏସଏସନିଉଜ)ଜଟଣୀଥାନା ଅଧିନସ୍ତ ଏକ ରାସ୍ତା କଡ଼ରେ କାର ଭିତରେ ଜଣେ ଯୁବକର ମୃତଦେହ ଦେଖିବାକୁ ମିଳିଛି।ମୃତକ ଜଣକ ଜଣେ ପୂର୍ବତନ ସେନାକର୍ମଚାରୀ ଓ ତାଙ୍କ ଘର ବାଛରାପାଟଣା ଓ ତାଙ୍କ ନାମ ସୁଜିତ୍ ମହାନ୍ତି (୪୩) ବୋଲି ଜଣାପଡିଛି। କାରକୁ ସେ ନିଜେ ଚାଳନା କରୁଥିବା ବେଳେ ସେ ସେହିସ୍ଥାନରେ ବସି ଟଳି ପଡ଼ିଥିବା ଦେଖିବାକୁ ମିଳୁଛି। ଖବରପାଇ ଜଟଣୀ ପୋଲିସ ତୁରନ୍ତ ପହଞ୍ଚିଛି।ମୃତ ଯୁବକ ଜଣକ ଖୋର୍ଦ୍ଧାରୋଡ଼ ରେଳପଥ ଠିକାଦାର ଶିରିଶ ମହାନ୍ତିଙ୍କ ସାନଭାଇ ବୋଲି […]

ଶ୍ରୀ ଜୟଦେବଶିକ୍ଷାକେନ୍ଦ୍ରରେ ୭୮ତମ ସ୍ୱାଧୀନତାଦିବସ ପାଳନ

ଚନ୍ଦ୍ରଶେଖରପୁର,୧୫/୮(ଏସଏସନିଉଜ) କାନନବିହାର ଫେଜ-୨ ସ୍ଥିତ ଶ୍ରୀଜୟଦେବ ଶିକ୍ଷାକେନ୍ଦ୍ରରେ ୭୮ ତମ ସ୍ୱାଧୀନତାଦିବସ ମହା ଆଡମ୍ବରରେ ପାଳିତ ହୋଇଯାଇଛି। ମୁଖ୍ଯ ଅତିଥିଭାବେ ଭାରତୀୟ ଶିକ୍ଷା ପରିଷଦର ପ୍ରଶିକ୍ଷକ ତଥା ବରିଷ୍ଠ ଶିକ୍ଷାବିତ୍ ବାବାଜୀ କୁମାରଙ୍କ ଉପସ୍ଥିତିରେ ପ୍ରଧାନଶିକ୍ଷକ ତଥା ସଂପାଦକ ପ୍ରଦୀପ କୁମାର ପାଣି ଜାତୀୟ ପତାକା ଉତ୍ତୋଳନ କରିଥିଲେ। ସମବେତ ଜାତୀୟ ସଂଗୀତଗାନ ପରେ ପ୍ରଧାନଶିକ୍ଷକ ତାଙ୍କର ଅଭିଭାଷଣରେ ଦେଶ ସ୍ଵାଧୀନ ହେବାରେ ମହାପୁରୁଷ ମାନଙ୍କର ଅବଦାନ ବିଷୟରେ ଆଲୋକପାତ କରିଥିଲେ ଓ ପିଲାମାନଙ୍କ ମନରେ ଦେଶଭକ୍ତି […]

ରୋଗ ଚିନ୍ହିବା ପୂର୍ବରୁ ଚାଲିଗଲା କ୍ରିସ୍ ଜୀବନ

ବାରଙ୍ଗ,୧୪/୮(ଏସଏସନିଉଜ) ରୋଗ ଚିନ୍ହିବା ପୂର୍ବରୁ ଚାଲିଗଲା ସିଂହ କ୍ରିସର ଜୀବନ I ଚିକିତ୍ସାଧୀନ ଅବସ୍ଥାରେ ୨୦ ବର୍ଷୀୟସିଂହ ବୁଧବାରସକାଳ ସମୟରେ ମୃତ୍ୟୁବରଣକରିଛି ।ସେ କିଛିଦିନ ହେବ ବାଦ୍ଧକ୍ୟଜନିତ ରୋଗରେ ପିଡୀତଥିବାରୁ ଠିକ୍ ଭାବେ ଖିଆପିଆ କରିପାରୁନଥିଲା ।ବୟସାଧିକ ଯୋଗୁଁ ଦିନକୁଦିନ ଦୁର୍ବଳହେବା ସହ ଗୋଟିଏ ସ୍ଥାନରେ ପଡିରହୁଥିଲା। ଫଳରେ କ୍ରିଶ ରହୁଥିବା ସିଂହ ସଫାରୀର ଫିଡିଙ୍ଗଚାମ୍ବରରେ ରଖି ତାର ଚିକିତ୍ସା ନନ୍ଦନକାନନ ବନ୍ୟପ୍ରାଣୀ ଚିକିତ୍ସକଙ୍କ ଦ୍ବାରା କରାଯାଉଥିଲା Iହେଲେ ଚିକିତ୍ସାରେ କୈାଣସି ଉନ୍ନତି ପରିଲକ୍ଷିତ ହୋଇନଥିଲା। ମଙ୍ଗଳବାରଦିନ […]

ନନ୍ଦନକାନନକୁ ଆସିଲା ୪ ମାରମୋସେଟ୍

ବାରଙ୍ଗ,୧୪/୮(ଏସଏସନିଉଜ)ମାଙ୍କଡ ପ୍ରଜାତିର ଛୋଟ କୁହାଯାଉଥିବା ୪ ମାରମୋସେଟ୍ ବୁଧବାର ରାତିରେ ନନ୍ଦନକାନନକୁ ଆସିଛି।ଆସିଥିବା ମାରମୋସେଟ୍ ମଧ୍ୟରେ ୨ମାଇ ଓ ୨ଅଣ୍ଡିରା ଅଛନ୍ତି।ଏହି ବିଦେଶୀ ପ୍ରଜାତିଗୁଡିକ ହାଇଦ୍ରାବାଦରୁ କିଣାହୋଇ ଅଣାଯାଇଛି। ତେବେ ନନ୍ଦନ କାନନ ପକ୍ଷରୁ ନୂଆକରି ନିର୍ମାଣକରାଯାଉଥିବା ଏକ୍ସୋଟିକ୍ ପ୍ରାଇମେଟ୍ କମ୍ପ୍ଲେକ୍ସରେ ଏମାନଙ୍କୁ ରଖାଯିବ।ତେବେ ଏହି କମ୍ପ୍ଲେକ୍ସସେପ୍ଟେମ୍ବରରେ ଉଦ୍ଘାଟିତ ହେବାର ଆଶା କରାଯାଉଥିବାବେଳେ ଏହି ପ୍ରଜାତି ସଂଖ୍ୟା ବୃଦ୍ଧି ପାଇ ନନ୍ଦନକାନନ ପକ୍ଷରୁ ଏହିଭଳି ପଦକ୍ଷେପ ନିଆଯାଇଥିବାର ଜଣାପଡିଛି। ମାରମୋସେଟ ଆସିବାପରେ ନନ୍ଦନକାନନରେ ଜୀବଜନ୍ତୁମାନଙ୍କ ପ୍ରଜାତି ସଂଖ୍ୟା […]

ମୁଖ୍ୟମନ୍ତ୍ରୀଙ୍କ ବଡ ଘୋଷଣା

ଭୁବନେଶ୍ୱର,୧୩ା୮(ଏସଏସନିଉଜ)ମୁଖ୍ୟମନ୍ତ୍ରୀଙ୍କ ବଡ ଘୋଷଣା । ୬ ଲେନ୍ ବିଶିଷ୍ଟ ହେବ ଭୁବନେଶ୍ୱର-ପୁରୀ ରାସ୍ତା । ଖର୍ଚ୍ଚ ହେବ ୧୮ ଶହ କୋଟି ଟଙ୍କା ।ଏହାସହ ବ୍ୟସ୍ତବହୁଳ ବଡ଼ବିଲ-ଚଣ୍ଡିଖୋଲ ରାସ୍ତା ହେବ ୮ ଲେନ୍‌ାପ୍ରାୟ ୨ଶହ କିମି ରାସ୍ତା ବଡ଼ବିଲ-ଚଣ୍ଡିଖୋଲ ହେବ ୮ ଲେନ୍‌ାଗଡ଼କରୀଙ୍କୁ ଭେଟିବା ପରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ଏହି ସୂଚନା ରହିଛି ।୮ ଲେନ୍ ରାସ୍ତା ସହ ୨ ଲେନ୍ ସର୍ଭିସ ରୋଡ୍ ବି ରହିବାଖୋର୍ଦ୍ଧା-ନୟାଗଡ଼ ଏନ୍‌ଏଚ୍‌-୫୭ ହେବ ୪ ଲେନ୍‌ା୪ ଲେନ୍ ସହ […]

ରୋଗୀଙ୍କୁ ଡାକ୍ତରଙ୍କ ଦୁଷ୍କର୍ମ ଅଭିଯୋଗ

କଟକ,୧୩ା୮(ଏସଏସନିଉଜ)କଟକ SCBରେ ୨ଜଣ ରୋଗୀଙ୍କୁ ଇସିଜି କରିବା ବାହାନାରେ କାର୍ଡିଓଲୋଜି ବିଭାଗର ଜଣେ ଡାକ୍ତର ଦୁଷ୍କର୍ମ କରିଥିବା ଅଭିଯୋଗ ଆଣିଛନ୍ତି ରୋଗୀଙ୍କ ସମ୍ପର୍କୀୟ। ମଙ୍ଗଳାବାଗ ଥାନାରେ ଏନେଇ ଡାକ୍ତରଙ୍କ ନାଁରେ ଲିଖିତ ଅଭିଯୋଗ ହୋଇଛିା କଟକ SCB କାର୍ଡିଓଲୋଜିବିଭାଗକୁ ଶୁକ୍ରବାର ଦୁଇଜଣ ରୋଗୀ ଆସିଥିବାବେଳେ ସେମାନଙ୍କ ଇସିଜି କରିବାକୁ ରବିବାର ଆସିବାକୁ ପରାର୍ମଶ ଦେଇଥରଲେ ଡାକ୍ତର ।ରବିବାର ସେମାନେ ଆସିବା ପରେ ତାଙ୍କୁ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି। ପୀଡ଼ିତାଙ୍କ ସଂପର୍କୀୟଙ୍କ ଆକ୍ରମଣରେ ଅଭିଯୁକ୍ତ ଡାକ୍ତର ଗୁରୁତର […]

ଗିରଫହେଲେ ପୂର୍ବତନ ମୁଖ୍ୟଯନ୍ତ୍ରୀ

ଭୁବନେଶ୍ବର,୧୩/୮(ଏସଏସନିଉ ଜ)R&B ବିଭାଗର ପୂର୍ବତନ ମୁଖ୍ୟଯନ୍ତ୍ରୀ ତାରା ପ୍ରସାଦ ମିଶ୍ର ଗିରଫ ହୋଇଛନ୍ତି।ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଗିରଫ କଲା ଭିଜିଲାନ୍ସ।୧୦ଟି ଫ୍ଲାଟ୍‌, ୭ଟି ପ୍ଲଟ୍‌, ଅଢେଇ କେଜି ସୁନା ଠାବ ହୋଇଥିଲା।୩୭୦ ଗ୍ରାମ ହୀରା, ୨.୭୦ କୋଟିର ବ୍ୟାଙ୍କ ଜମା ଠାବ ହୋଇଥିଲା।

ଲୋକଙ୍କମତ ପରେ ସୁଭଦ୍ରା ଏସ୍‌ଓପି- ପ୍ରଭାତୀ

ଭୁବନେଶ୍ବର,୧୩/୮(ଏସଏସନିଉଜ) ସାଧାରଣ ଲୋକଙ୍କ ମତାମତ ପରେ ସୁଭଦ୍ରା ଏସ୍‌ଓପି ସାର୍ବଜନୀନ ହେବ।ସୁଭଦ୍ରା ଏସ୍‌ଓପି ନେଇ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ାଙ୍କ ସୂଚନା ଦେଇଛନ୍ତି। ସେପ୍‌ଟେମ୍ବର ୧୭ରେ ପ୍ରଧାନମନ୍ତ୍ରୀଙ୍କ ଦ୍ବାରା ହିତାଧିକାରୀଙ୍କୁ ଦିଆଯିବ।ସୁଭଦ୍ରା ଯୋଜନା ପାଇଁ ଏସ୍‌ଓପି ପ୍ରସ୍ତୁତ ସରିଛି, ଲୋକଙ୍କ ମତାମତକୁ ଅପେକ୍ଷା କରାଯାଇଛି।ସାରା ରାଜ୍ୟରେ ୧୦ଟି କ୍ଲଷ୍ଟରରେ ଲୋକମାନଙ୍କଠାରୁ ମତାମତ ନିଆଯାଉଛି।ଲୋକମାନେ ଯାହା ମତାମତ ଦେବେ, ସେହି ହିସାବରେ ସଂଶୋଧନ ହେବ।୧୪ ତାରିଖ ସୁଦ୍ଧା ଜିଲ୍ଲାପାଳମାନଙ୍କଠାରୁ ଫିଡ୍‌ବ୍ୟାକ୍‌ ରିପୋର୍ଟ ଆସିବ।ଲୋକଙ୍କ ମତ ପରେ ଏସ୍‌ଓପିରେ ସଂଶୋଧନ ହୋଇ […]