Browsing category

ମହାନଗର

୧୭ରେ ସ୍କୁଲ,କଲେଜ ଛୁଟି

ଭୁବନେଶ୍ୱର,୧୪/୯(ଏସଏସନିଉଜ)ସୁଭଦ୍ରା’ ଯୋଜନାର ଶୁଭାରମ୍ଭ ହେବ । ଏଥିପାଇଁ ୧୭ରେ BMC ଅଞ୍ଚଳର ସବୁ ସ୍କୁଲ, କଲେଜକୁ ଛୁଟି ଘୋଷଣା କରାଯାଇଛି।ଭୁବନେଶ୍ବରରେ ପ୍ରବଳ ଜନ ସମାଗମକୁ ଦୃଷ୍ଟିରେ ରଖି ଛୁଟି ଘୋଷଣା ହୋଇଛି।BMC ଅଧୀନରେ ଥିବା ସରକାରୀ କାର୍ଯ୍ୟାଳୟଗୁଡିକ ପ୍ରଥମାର୍ଦ୍ଧ ଛୁଟି ହେବା ସହ ଦିନ ୨ଟା ଯାଏଁ ଅଫିସ ଚଳିବ। ରାଜସ୍ବ ଓ ମାଜିଷ୍ଟେରିଆଲ୍‌ କୋର୍ଟ ଛୁଟି ରହିବ।୧୭ରେ ଜନତା ମଇଦାନରେ ‘ସୁଭଦ୍ରା’ର ଶୁଭାରମ୍ଭ କରିବେ ପ୍ରଧାନମନ୍ତ୍ରୀ।

ମାତିଲେ ଫ୍ଲାଟ୍ ଲୁଟେରା, ୧ମାସରେ ୨ଟି ଲୁଟ୍

ବାରଙ୍ଗ,୧୪/୯(ଏସଏସନିଉଜ)ଘଙ୍ଗାପାଟଣା ପାଖରେ ଥିବା ଆକ୍ରୋପଲିସ ଆପାର୍ଟମେଣ୍ଟରୁ ଲୁଟ ହୋଇଥିବାର ଚନ୍ଦକା ଥାନାରେ ଅଭିଯୋଗ ହୋଇଛି।ଲୁଟରାମାନେ ଗୋଟିଏ ମାସରେ ଏହି ଅଞ୍ଚଳରୁ ୨ଟି ଫ୍ଲାଟ୍ ରୁ ଘରେ କେହି ନଥିବାର ସୁଯୋଗରେ ଲୁଟିଛନ୍ତି।ଲୁଟେରାଙ୍କ ଟାର୍ଗେଟରେ ଆପାର୍ଟମେଣ୍ଟ ରହୁଥିବାରୁ ଆପାର୍ଟମେଣ୍ଟରେ ରହୁଥିବା ଅନ୍ତେବାସୀଙ୍କ ପାଇଁ ଚିନ୍ତା ବଢ଼ିଯାଇଛି।ଅନ୍ୟପଟେ ଆପାର୍ଟମେଣ୍ଟରୁ ଲୁଟି ପୋଲିସକୁ ଖୋଲା ଚାଲେଞ୍ଜ ଦେଇଛନ୍ତି ଲୁଟେରା। ପ୍ରକାଶ ଯେ,ମେଟ୍ରୋଲଜିକାଲ୍ ଲାବ୍ରୋଟୋରୀର ଚିଫ୍ ସାଇଣ୍ଟିଷ୍ଟ ନାରାୟଣ ପରିଡ଼ା ଅବସର ପରେଚନ୍ଦକା ଥାନା ଅଧିନସ୍ତ ଗୋଠପାଟଣା ଆକ୍ରୋପଲିସ୍ ଆପାର୍ଟମେଣ୍ଟର ଋ-୫୦୬ଫ୍ଲାଟ୍ କିଣି […]

ଯୁବବ୍ୟବସାୟୀଙ୍କ ଶ୍ରଦ୍ଧାଞ୍ଜଳୀସଭା

ବାରଙ୍ଗ,୧୪/୯(ଏସଏସନିଉଜ)ମେଣ୍ଢାଶାଳ ଗ୍ରାମର ଯୁବ ବ୍ୟବସାୟୀ ତନ୍ମୟ ମିଶ୍ର(୩୪)ନାମକ ବ୍ୟକ୍ତିଙ୍କର ଅକାଳ ବିୟୋଗ ଯୋଗୁ ମେଣ୍ଢାଶାଳ ବଜାର କମିଟି ତରଫରୁ ଦୁର୍ଗାପୂଜା ମଣ୍ଡପରେ ବ୍ୟବସାୟୀ ସଂଘର ସଦସ୍ୟ ମାନେ ଶନିବାର ଦିନ ଏକ ଶ୍ରଦ୍ଧାଞ୍ଜଳୀ ସଭା କରିଛନ୍ତି।ସ୍ବର୍ଗତତନ୍ମୟ ମିଶ୍ରଙ୍କ ଫଟୋଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ।ସ୍ବର୍ଗତ ମିଶ୍ର ଜଣେ ମେଲାପି,ବନ୍ଧୁବସ୍ୟଲ ଯୁବକ ରୂପେ ଗ୍ରାମରେ ବେଶ୍ ପରିଚିତ ଥିଲେ।କିଛି ମାସହେବ ସେ କ୍ୟାନସର ରୋଗରେ ପୀଡିତ ହୋଇ ଚିକିତ୍ସିତ ହେଉଥିଲେ।ଗୁରୁବାର ତାଙ୍କ ବାସଭବନରେ ମୃତୁବରଣ କରିବାପରେ ବ୍ରାହ୍ମଣସମାଜ ତରଫରୁ ଏକ […]

ଗୋଟିଏରାତିରେ ସିରିଜ ଚୋରୀ

ବାରଙ୍ଗ,୧୪/୯ (ଏସଏସନିଉଜ ) ବାରଙ୍ଗ ଥାନା ଅଧୀନସ୍ଥ ବେଲଗଛିଆ ଓ ନରଣପୁର ନିକଟରେ ଥିବା ୩ଟି ଆପାର୍ଟମେଣ୍ଟରୁ ଗୁରୁବାର ରାତିରେ ଚୋରି ହୋଇଥିବାର ଥାନାରେ ଅଭିଯୋଗ ହୋଇଛି।ଗୋଟିଏ ରାତିରେ ତିନିଟି ଜାଗାରୁ ଚୋରି ହେବା ଘଟଣା ପୋଲିସ ପାଇ ଚିନ୍ତାର କାରଣ ପାଲଟିଛି।ଏହି ଘଟଣା ପରେ ନରଣପୁରପାଖରେ ଥିବା ଡିଅନ ନାମକ ଆପାର୍ଟମେଣ୍ଟରେ ରହୁଥିବା ଅନ୍ତେବାସୀଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି।ଅନ୍ତେବାସୀମାନେ ସୁରକ୍ଷାସମ୍ପର୍କିତ ବିଭିର୍ଣଦାବୀନେଇ ଆପାର୍ଟମେଣ୍ଟ ଫାଟକଆଗରେ ଧାରଣାରେ ବସିଥିଲେ ।ପ୍ରାୟ୨ଘଂଟାପରେ ଆପାର୍ଟମେଣ୍ଟର ନିର୍ଦ୍ଦେଶକ ଆସି ବୁଝାସୁଜାକରିବାପରେ ଧାରଣା […]

ବିବାଦୀୟ ଜାଗାରୁ ଭାଙ୍ଗିଲା ପାଚେରୀ

ବାରଙ୍ଗ,୧୪/୯(ଏସଏସନିଉଜ)ବାରଙ୍ଗ ତହସିଲ ଅନ୍ତର୍ଗତ ଫକିରପଡା ଗାଁରେ ସରକାରୀ ଜାଗାରେ ହୋଇଥିବା ପାଚେରି ନିର୍ମାଣ କାର୍ଯ୍ୟକୁ ନେଇ ଦେଖାଦେଇ ଥିବା ବିବାଦ ଉପରେ ଶନିବାର ଦିନ ପୂର୍ଣ୍ଣଛେଦ ପଡ଼ିଛି।ଦୀର୍ଘ ୮ମାସର ବ୍ୟବଧାନ ପରେ ଜିଲ୍ଲା ପ୍ରଶାସନର ନିଦ ଭାଙ୍ଗିଛି।ଶନିବାର ଦିନ ପୋଲିସ ସହାୟତାରେ ଜିଲ୍ଲା ପ୍ରଶାସନ ଫକିରପଡା ଗ୍ରାମବାସୀ ମାନେ ଅଭିଯୋଗ ଆଣିଥିବା ବିବାଦୀୟ ସରକାରୀ ଜାଗାରେ ହୋଇଥିବା ପାଚେରୀକୁ ଭଙ୍ଗିଥିବାର ଦେଖିବାକୁ ମିଳିଛି। ସୂଚନାଯୋଗ୍ୟଯେ,ଜାନୁୟାରୀ ମାସରେ ଫକିରପଡା ଗାଁରେ ଥିିବା ଫକିରପଡା ଓ ପାଟପୁର ମୌଜାର ଦୁଇଟି […]

ଖୋର୍ଦ୍ଧା ଜିଲ୍ଲାରେ ଶିଶୁଶ୍ରମିକଙ୍କ ସଙ୍ଗୀନ ସ୍ଥିତି

ଭୁବନେଶ୍ୱର,୧୪/୯(ଏସଏସନିଉଜ) ଶୁକ୍ରବାର ବାଲିଅନ୍ତା ପୋଲିସ ଷ୍ଟେସନରେ ଆଉ ଏକ ଶିଶୁ ଶ୍ରମିକ ମାମଲା ରଜ୍ଜୁ ହୋଇଛି। ଗତ ୧୨ତାରିଖରେ ରୁଚିକା ସମାଜ ମଙ୍ଗଳ ସଂଗଠନର ସ୍ଵେଚ୍ଛାସେବୀ ଓ ବାଳକାଟି ପୋଲିସ ମିଳିତ ଭାବେ ବାଳକାଟି ସାଇପନ୍ ଛକଠାରେ ଏକ ଜଳଖିଆଦୋକାନ ଉପରେ ଚଢ଼ାଉ କରି ଗୋଟିଏ ୧୨ବର୍ଷର ଶିଶୁ ଶ୍ରମିକଙ୍କୁ କାମ କରୁଥିବା ଅବସ୍ଥାରେ ଉଦ୍ଧାର କରିଥଲେ। ପିଲାଟି ମୟୂରଭଞ୍ଜ ଜିଲ୍ଲାର ବାଙ୍ଗିରିପୋଷି ଥାନା ଅଞ୍ଚଳର ଜଣେ ଗରିବ ଶ୍ରମିକ ପରିବାରରୁ ଚାଲାଣ ହୋଇ ବାଲିଅନ୍ତା ଅଞ୍ଚଳରେ […]

ଶ୍ରୀକାନ୍ତ ହେବେ ପିସିସି ସଭାପତି!

ଭୁବନେଶ୍ୱର,୧୩ା୯(ଏସଏସନିଉଜ)କଂଗ୍ରେସ ନେତା ଶ୍ରୀକାନ୍ତ ଜେନା ହୋଇପାରନ୍ତି ପିସିସି ସଭାପତି । କଂଗ୍ରେସ ଅଳିନ୍ଦରେ ଏବେ ଏଭଳି ଚର୍ଚ୍ଚା ଜୋରଧରିଛି । ଶ୍ରୀକାନ୍ତଙ୍କୁ ଦିଲ୍ଲୀରୁ ଡକରା ଆସିଥିବାବେଳେ ସେ ଅନେକ କେନ୍ଦ୍ରୀୟ ନେତାଙ୍କୁ ଭେଟିଥିବା ଜାଣିବାକୁ ମିଳିଛି । ରାଜନୀତିକ ଗୋଟିଚାଳନାରେ ଶ୍ରୀକାନ୍ତ ବେଶ୍‌ ମାହିର ।ତେଣୁ ତାଙ୍କୁ ଥରେ ପିସିସିସଭାପତି କରି ପରୀକ୍ଷାନୀରିକ୍ଷା କରିବାକୁ ରାହୁଲଗାନ୍ଧୀ ଯୋଜନାକରିଛନ୍ତି ବୋଲି ଚର୍ଚ୍ଚା ଯୋରଧରିଛି ।  

ପୁରୀବେଳାଭୂମିରେ ହେବନି ମଦ କୁଟୀର

ପୁରୀ,୧୩ା୯(ଏସଏସନିଉଜ)ପୁରୀବେଳାଭୂମିରେ ହେବନି ମଦ କୁଟୀର ।ଅବକାରୀ ବିଭାଗ ପକ୍ଷରୁ ନୂଆ ବିଜ୍ଞପ୍ତି ଜାରି କରାଯାଇ କୁହାଯାଇଛି ।ପୁରୀ ପୌରପାଳିକା ଅଧୀନରେ ମଦ କୁଟୀର ମନାାସାମାଜିକ, ଧାର୍ମିକ ଓ ସାଂସ୍କୃତିକ ଦୃଷ୍ଟିରୁ ନିଷ୍ପତ୍ତି ହୋଇଛି ।ଧାର୍ମିକ ଅନୁଷ୍ଠାନର ୫କିମି. ଭିତରେ ହେବନି ମଦ କୁଟୀର ବୋଲି କୁହାଯାଇଛି ।  

୭ ଦିନରେ କାର୍ୟ୍ୟକାରିତା ରିପୋର୍ଟ ଦିଅ

ପୁରୀ,୧୩ା୯(ଏସଏସନିଉଜ)ଶ୍ରୀମନ୍ଦିର ରୋଷଘରେ କେମିତିପଶିଲା ଲୁହାକଡ଼େଇ ? କାହିଁକି ଲୁହାକଡ଼େଇରେ ହେଲା ରୋଷେଇ ? ପରମ୍ପରାଭଙ୍ଗ କାହିଁକି ହେଲା ? କାହାର ଭୁଲ୍, ଏମିତି କେମିତି ହେଲା ? ସେପଟେ ଏହାକୁ ଅତି ଗୁରୁତର ସହ ନେଇ କଡ଼ା କାର୍ୟ୍ୟାନୁଷ୍ଠାନ ପାଇଁ ନିର୍ଦ୍ଦେଶ ଦେଇଛନ୍ତି ଶ୍ରୀ ମନ୍ଦିର ମୁଖ୍ୟ ପ୍ରଶାସକ । ଶ୍ରୀମନ୍ଦିରରେ ଲୁହା କଡ଼େଇରେ ରୋଷେଇ ହେବା ପ୍ରସଙ୍ଗରେ କାର୍ୟ୍ୟାନୁଷ୍ଠାନ ପାଇଁ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢ଼ୀଙ୍କ ନିର୍ଦ୍ଦେଶ ଦେଇଛନ୍ତି ।ଲୁହା କଡ଼େଇ ଜବତ ସହ […]

ରୋକିଲେ ବାଲ୍ୟବିବାହ

ଭୁବନେଶ୍ୱର,୧୩ା୯(ଏସଏସନିଉଜ) ଆଜି ମଞ୍ଚେଶ୍ୱରଥାନା ଅଞ୍ଚଳରୁ ଖୋର୍ଦ୍ଧାଜିଲ୍ଲା ପ୍ରଶାସନ ଓ ରୁଚିକାସମାଜ ମଙ୍ଗଳସଂଗଠନଦ୍ୱାରା ଏକ ବାଲ୍ୟବିବାହକୁ ରୋକା ଯାଇପାରିଛି। ଖୋର୍ଦ୍ଧାଜିଲ୍ଲା ଶିଶୁସୁରକ୍ଷା ଅଧିକାରୀ ବାଣୀଶ୍ରୀପଟ୍ଟନାୟକଙ୍କଠାରୁ ସୂଚନାପାଇ ବି.ଏମ.ସି.-୩ର ବାଲ୍ୟବିବାହ ନିରୋଧ ଅଧିକାରୀ ସଂଗୀତା ପାଢ଼ୀ ରୁଚିକାସମାଜ ମଙ୍ଗଳସଂଗଠନର ସ୍ୱେଚ୍ଛାସେବୀ ଶିବାନୀନାୟକ, ହରପ୍ରିୟାପତି, ଓ ବି.ଏମ.ସି. -୩ର ଅଙ୍ଗନୱାଡ଼ି ସୁପରଭାଇଜର ଅନନ୍ୟାଜେନା ଅଙ୍ଗନୱାଡ଼ି କର୍ମୀ ସୁଜାତା ଦାସ, ଆଶାକର୍ମୀ ଚନ୍ଦନାଚଇନି, ଚାଇଲ୍ଡଲାଇନକର୍ମୀ ପିଣ୍ଟୁମଲ୍ଲିକ ଓ ନିତୁସିଂ ଘଟଣାସ୍ଥଳରେ ପହଞ୍ଚି ମଞ୍ଚେଶ୍ୱରପୋଲିସ ସହାୟତାରେ ଏହି ବାଲ୍ୟବିବାହ ବନ୍ଦ କରିବା ସଙ୍ଗେସଙ୍ଗେ ଜଣେ […]