ବାରଙ୍ଗ,୧୪/୯(ଏସଏସନିଉଜ)ଘଙ୍ଗାପାଟଣା ପାଖରେ ଥିବା ଆକ୍ରୋପଲିସ ଆପାର୍ଟମେଣ୍ଟରୁ ଲୁଟ ହୋଇଥିବାର ଚନ୍ଦକା ଥାନାରେ ଅଭିଯୋଗ ହୋଇଛି।ଲୁଟରାମାନେ ଗୋଟିଏ ମାସରେ ଏହି ଅଞ୍ଚଳରୁ ୨ଟି ଫ୍ଲାଟ୍ ରୁ ଘରେ କେହି ନଥିବାର ସୁଯୋଗରେ ଲୁଟିଛନ୍ତି।ଲୁଟେରାଙ୍କ ଟାର୍ଗେଟରେ ଆପାର୍ଟମେଣ୍ଟ ରହୁଥିବାରୁ ଆପାର୍ଟମେଣ୍ଟରେ ରହୁଥିବା ଅନ୍ତେବାସୀଙ୍କ ପାଇଁ ଚିନ୍ତା ବଢ଼ିଯାଇଛି।ଅନ୍ୟପଟେ ଆପାର୍ଟମେଣ୍ଟରୁ ଲୁଟି ପୋଲିସକୁ ଖୋଲା ଚାଲେଞ୍ଜ ଦେଇଛନ୍ତି ଲୁଟେରା।
ପ୍ରକାଶ ଯେ,ମେଟ୍ରୋଲଜିକାଲ୍ ଲାବ୍ରୋଟୋରୀର ଚିଫ୍ ସାଇଣ୍ଟିଷ୍ଟ ନାରାୟଣ ପରିଡ଼ା ଅବସର ପରେଚନ୍ଦକା ଥାନା ଅଧିନସ୍ତ ଗୋଠପାଟଣା ଆକ୍ରୋପଲିସ୍ ଆପାର୍ଟମେଣ୍ଟର ଋ-୫୦୬ଫ୍ଲାଟ୍ କିଣି ରହୁଥିଲେ। ଗତ ଜୁଲାଇରେ ୟୁରୋପରେ ରହୁଥିବା ପୁଅ ପାଖକୁ ଯାଇଥିଲେ।ଅକ୍ଟୋବର ମାସରେ ସେ ଘରକୁ ଫେରିବାର ଥିଲା। ଗତ ୧୧ତାରିଖ ରାତିରେ ଚୋରି ହୋଇଥିବାବେଳେ ୧୨ ତାରିଖରେ କେୟାର ଟେକର ଠାରୁ ଖବର ପାଇଲେ ତାଙ୍କ ଘରୁ ଚୋରି ହୋଇଛି। ସାଙ୍ଗେ ସାଙ୍ଗେ ବିଦେଶରୁ ଆସି ଶନିବାର ସକାଳେ ଭୁବନେଶ୍ବରରେ ପହଞ୍ଚିଥିଲେ।ଘରକୁ ଫେରି ଦେଖିବାବେଲେ ଘରର ମୁଖ୍ୟ କବାଟ ଭଙ୍ଗାଯାଇ ଚୋର ମାନେ ଭିତରକୁ ପଶି ଆଲ୍ମିରା ଭାଙ୍ଗି ୫୦ ଭରି ସୁନା ଗହଣା ସହ ୪୦ ରୁ ଉର୍ଦ୍ଧ୍ବ ରୂପା କଏନ ଓ ନଗଦ ୧୦ହଜାରେ ଟଙ୍କା ଲୁଟି ନେଇଛନ୍ତି।ଘର ସାରା ବିଛାଇ ହୋଇ ପଡ଼ିଛି ଗହଣା ଗାଣ୍ଠିବକ୍ସ ।ଆପାର୍ଟମେଂଟରେ କଡା ସୁରକ୍ଷା ସତ୍ତ୍ୱେ କଲାକାନା ବୁଲାଇଛନ୍ତି ଲୁଟେରା।ସିସିଟିଭି ଲାଗିଥିଲେ ସୁଦ୍ଧା କାମ କରୁଥିବାର କହିଛନ୍ତି ପରିଡ଼ା।ଖବରପାଇ ଚନ୍ଦକା ଥାନାପୋଲିସ ୩୦୯/ ୨୪କେସ ନମ୍ୱର ରେ ଏକ ମକଦ୍ଦମା ରୁଜୁକରି ତଦନ୍ତ ଆରମ୍ଭ କରିଛି ।ଅନ୍ୟପଟେ ଫ୍ଲାଟ୍ ଲୁଟେରାଙ୍କ ଯୋଗୁ ମାଲିକମାନେ ଆଉ ସୁରକ୍ଷିତ ମଣୁନାହାନ୍ତି।ଦୁର୍ବୃତ୍ତଙ୍କ ଲୁଟପାଟ୍ ପରେ ଫ୍ଲାଟ୍ ମାଲିକମାନଙ୍କ ଚିନ୍ତା ବଢ଼ିଯାଇଛି।