Browsing category

ମହାନଗର

ମେଣ୍ଢାଶାଳରେ ଝୁଲଣଯାତ୍ରାରେ ବାଦି ପାଲା

ମେଣ୍ଢାଶାଳ,୨୦ା୮(ଏସଏସନିଉଜ)ମେଣ୍ଢାଶାଳଗ୍ରାମର ଇଷ୍ଟଦେବ ଶ୍ରୀଶ୍ରୀ ଭାଗବତବାସୁଦେବଙ୍କ ମନ୍ଦିର ସମ୍ମୁଖରେ ସବୁବର୍ଷପରି ଚଳିତବର୍ଷ ପଞ୍ଚଦିବସୀୟ ଝୁଲଣଯାତ୍ରା ଅନୁଷ୍ଠିତ ହୋଇଯାଇଛି।ଏହି ଝୁଲଣଯାତ୍ରା ସୋମବାରରାତିରେ ଉଦଯାପିତ ହୋଇଯାଇଛି।ଝୁଲଣଯାତ୍ରା ଉପଲକ୍ଷେ ବାଦିପାଲା ଅନୁଷ୍ଠିତ ହୋଇଯାଇଥିଲା।ଗାୟକ ରସସାଗର ବସନ୍ତକୁମାରବେହେରା,ବାଣୀରତ୍ନ ନିରଞ୍ଜନସ୍ଵାଇ ଯୋଗଦେଇ ପ୍ରତିଦିନ ପାଲା ପରିବେଷଣ କରିଥିଲେ।ପ୍ରତିଦିନ ସନ୍ଧ୍ୟାସମୟରେ ଠାକୁରଙ୍କୁ ସୁସଜ୍ଜିତ ବିମାନରେ ବସାଜିବାପରେ ଝୁଲଣ ସହ ପାଲା ପରିବେଶଣ କରାଯାଇଥିଲା ।ଝୁଲଣ ଓ ପାଲା ମଣ୍ଡପକୁ ଭାରତଭୁଷଣ ମହାରଣାଙ୍କ ଦ୍ଵାରା ଆକର୍ଷଣୀୟ ଭାବେ ସଜାଯାଇଥିଲ।ପ୍ରତ୍ୟେକ ସଂଧ୍ୟାରେ ଗ୍ରାମବାସୀମାନେ ଉପସ୍ଥିତ ରହି ଏହାକୁ ଉପଭୋଗ କରୁଥିଲେ।(ପଦ୍ମଚରଣ […]

ରାଜ୍ୟରେ ଅଛନ୍ତି ୨୭ ମହାବଳ ବାଘ

ଭୁବନେଶ୍ବର,୨୦ା୮(ଏସଏସନିଉଜ)ରାଜ୍ୟରେ ଅଛନ୍ତି ୨୭ ମହାବଳ ବାଘ ଓ ୨୦୯୮ ହାତୀାବିଧାନସଭାରେ ଜଙ୍ଗଲ ମନ୍ତ୍ରୀ ଗଣେଶ ରାମସିଂ ଖୁଣ୍ଟିଆ ଏକ ପ୍ରଶ୍ନର ଉତ୍ତରରେ ଏହା କହିଛନ୍ତି ।ସେ କହିବାଅନୁଯାୟୀ ଭିତରକନିକାରେ ୧୮୫୦ ବଉଳା କୁମ୍ଭୀର, ମହାନଦୀରେ ୧୪ ଘଡ଼ିଆଳ କୁମ୍ଭୀର,ସାତକୋଶିଆରେ ୯୭, ଶିମିଳିପାଳରେ ୭୬, ଘୋଡ଼ାହାଡ଼ରେ ୮୪ ଗୋମୁହାଁ କୁମ୍ଭୀର ଅଛନ୍ତି ।ସେହିଭଳିଭାବେ ଚିଲିକା ଓ ସାମୁଦ୍ରିକ ଅଞ୍ଚଳରେ ରହିଛନ୍ତି ୭୪୩ ଡଲ୍‌ଫିନ୍ ଥିବାର ସେ ପ୍ରକାସ କରିଛନ୍ତି ।

ମମତା ମହାନ୍ତଙ୍କୁ ପ୍ରାର୍ଥୀ କଲା ବିଜେପି

ଭୁବନେଶ୍ବର,୨୦ା୮(ଏସଏସନିଉଜ) ମଙ୍ଗଳବାରଦିନ ରାଜ୍ୟସଭାପାଇଁ ପ୍ରାର୍ଥୀ ଘୋଷଣା କରିଛି ବିଜେପି । ନିକଟରେ ବିଜେଡି ଛାଡ଼ି ବିଜେପିରେ ମିଶିଥିବା ମମତା ମହାନ୍ତଙ୍କୁ ରାଜ୍ୟସଭା ପ୍ରାର୍ଥୀ କରିଛି। ରାଜ୍ୟସଭା ପ୍ରାର୍ଥୀ ପାଇଁ ବିଜେପି ରାଷ୍ଟ୍ରୀୟ ମହାସଚିବ ଓ ମୁଖ୍ୟାଳୟ ପ୍ରଭାରୀ ଅରୁଣ ସିଂହ ଘୋଷଣା କରିଛନ୍ତି।ମମତାମହାନ୍ତ ୨୦୨୦ମସିହାରେ ବିଜେଡି ରାଜ୍ୟସଭା ପଠାଇଥିଲା। ଗତ ଜୁଲାଇ ୩୧ ତାରିଖରେ ସେ ରାଜ୍ୟସଭା ଓ ବିଜେଡିରୁ ଇସ୍ତଫା ଦେଇଥିଲେ । ମମତା ମହାନ୍ତ ହେଉଛନ୍ତି କୁଡ଼ୁମୀ ସଂପ୍ରଦାୟର ଜଣେ ଟାଣୁଆ ନେତ୍ରୀ।

ସଚିବ ସ୍ତରୀୟ ବୈଠକ

ଭୁବନେଶ୍ଵର,୨୦ା୮(ଏସଏସନିଉଜ)ଆଜି ମୁଖ୍ୟମନ୍ତ୍ରୀ ମୋହନଚରଣମାଝୀ ଲୋକସେବାଭବନରେ ସମସ୍ତବିଭାଗୀୟ ସଚିବମାନଙ୍କୁ ବିଭିନ୍ନ ବିକାଶମୂଳକ କାର୍ୟ୍ୟକ୍ରମକୁ ତ୍ୱରାନ୍ୱିତ କରି ଯୋଜନା ଖର୍ଚ୍ଚ ବୃଦ୍ଧି କରିବାକୁ ପରାମର୍ଶ ଦେଇଛନ୍ତି। ଏହାସହିତ ବିଭିନ୍ନ କ୍ଷେତ୍ରରେ ଅଧିକ ପୁଞ୍ଜି ବିନିଯୋଗ କରି ଅଭିବୃଦ୍ଧି ତ୍ୱରାନ୍ୱିତ କରିବାକୁ ସେ ପରାମର୍ଶ ଦେଇଥିଲେ। ସେ କହିଥିଲେ ଯେ ଅଭିବୃଦ୍ଧି ତ୍ୱରାନ୍ୱିତ ହେଲେ ନିଯୁକ୍ତି ସୁଯୋଗ ମଧ୍ୟ ବୃଦ୍ଧି ପାଇବ। ବିଭିନ୍ନ ବିଭାଗ, ବିଶେଷ କରି ଭିତ୍ତିଭୂମି ନିର୍ମାଣ ଦାୟିତ୍ୱରେ ଥିବା ବିଭାଗ ଗୁଡିକ ଆବଶ୍ୟକ ସ୍ଥଳେ ଅଧିକ ଗ୍ଧରମଷଦ୍ଭସମବକ୍ଷ […]

ପଦ ହରାଇବେ ନିମାପଡା ଏନଏସି ଅଧ୍ୟକ୍ଷା!

ନିମାପଡ଼ା,୨୦/୮(ଏସଏସନିଉଜ)ନିମାପଡ଼ା ବିଜ୍ଞାପିତ ଅଞ୍ଚଳ ପରିଷଦ ଅଧ୍ୟକ୍ଷା ସସ୍ମିତା ସାହୁଙ୍କ ବିରୁଦ୍ଧରେ ପଡ଼ିଲା ଅନାସ୍ଥା ଭୋଟ୍। କିଛିଦିନ ତଳେ ୮ଜଣ କାଉନସିଲର ଅନାସ୍ଥାପ୍ରସ୍ତାବ ପାଇଁ ପୁରୀ ଜିଲ୍ଲାପାଳ ଦ୍ୱାରସ୍ଥ ହୋଇଥିଲେ। ସେଠାରେ ଅନାସ୍ଥା ପ୍ରସ୍ତାବକୁ ଜିଲ୍ଲାପାଳ ଗ୍ରହଣ କରିଥିଲେ। ଏହାପରେ ଆଜି ଭୋଟ୍ ପଡ଼ିଛି।

ଚିକିଟି ବିଷାକ୍ତ ମଦ ପ୍ରସଙ୍ଗ

ଗଞ୍ଜାମ,୨୦/୮(ଏସଏସନିଉଜ)ଗତକାଲିରାତିରେ ଚିକିଟି ଅଞ୍ଚଳରେ ବିଷାକ୍ତ ମଦ ପିଇ ପାଖାପାଖି ୨୦ ଜଣ ଅସୁସ୍ଥ ହୋଇ ପଡିଛନ୍ତି।ଏହି ଘଟଣାକୁ ନେଇ ଆଇନମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ପ୍ରତିକ୍ରିୟାରେ କହିଛନ୍ତି ଯେ, ବେଆଇନ ମଦ କାରବାରରେ ଯେଉଁମାନେ ଲିପ୍ତ ଅଛନ୍ତି ସେମାନଙ୍କ ବିରୁଦ୍ଧରେ ଖୁବଶୀଘ୍ର କାର୍ଯ୍ୟାନୁଷ୍ଠାନ ନିଆଯିବ।ରାଜ୍ୟରେ ଚୋରା ମଦ କାରବାରକୁ କିପରି ରୋକିହେବ ସେ ନେଇ ପଦକ୍ଷେପ ନୂଆ ଅବକାରୀ ନୀତିରେ ସାମିଲ କରାଯିବ ।ତେବେ ଚିକିଟିରେ ଯେଉଁମାନେ ମଦପିଇ ଅସୁସ୍ଥ ସେମାନଙ୍କ ସ୍ୱାସ୍ୟାବସ୍ଥା ଭଲ ଅଛି ବୋଲି ମନ୍ତ୍ରୀ […]

ଆସନ୍ତାବର୍ଷ ହେବ ଛାତ୍ରସଂସଦ ନିର୍ବାଚନ

ଭୁବନେଶ୍ୱର, ୧୯ା୮(ଏସଏସନିଉଜ) ଆସନ୍ତା ବର୍ଷରୁ ହେବ ଛାତ୍ର ସଂସଦ ନିର୍ବାଚନ ହେବାନେଇ ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ସୂଚନା ଦେଇଛନ୍ତି । ବିଭିନ୍ନ କଲେଜରେ ଛାତ୍ର ସଂସଦ ନିର୍ବାଚନ ନେଇ ସମସ୍ତ ପ୍ରସ୍ତୁତି କରାଯିବ । ଛାତ୍ର ସଂସଦ ନିର୍ବାଚନ ନେଇ ନିଷ୍ପତ୍ତି ହୋଇସାରିଥିବା ପ୍ରକାଶ କରିଛନ୍ତି ଆଇନ ମନ୍ତ୍ରୀ ।ଯାଜପୁର ଜିଲ୍ଲା ବଡ଼ଚଣା ବ୍ଲକ ନୂଆହାଟ ସ୍ଥିତ ବିଷ୍ଣୁ ସାମନ୍ତରାୟ ମହାବିଦ୍ୟାଳୟର ୪୫ ତମ ପ୍ରତିଷ୍ଠା ଦିବସରେ ମୁଖ୍ୟଅତିଥି ଭାବେ ଯୋଗଦେଇ ଆଇନ ମନ୍ତ୍ରୀ ପୃଥ୍ୱୀରାଜ […]

ଚାଲିଗଲା ରାମୁର ଜୀବନ

ଭୁବନେଶ୍ୱର, ୧୯ା୮(ଏସଏସନିଉଜ) ଖୋର୍ଦ୍ଧା ଜିଲ୍ଲାର ସବୁଠୁ ବଡ଼ ଦନ୍ତାହାତୀ ରାମୁର ମୃତ୍ୟୁ ହୋଇଛି ।ସୋମବାରଦିନ ତାର ମୃତୁ୍ୟହୋଇଥିବାନେଇ ବିଦୁ୍ୟତବିଭାଗ ବନବିଭାଗକୁ ଜଣାଇବାପରେ ରାମୁ ମୃତୁ୍ୟ ବିଷୟ ଜଣାପଡିଥିଲା ।ତେବେ ରାମୁର ମୃତୁ୍ୟ ବିଦୁ୍ୟତଆଘାତ ନା ଆଉ କଣ ତାହା ଜାଣିବାପାଇଁ ବନବିଭାଗ ତଦନ୍ତ ଆରମ୍ଭ କରିଛି । ଦନ୍ତାହାତୀ ରାମୁ ମୃତଦେହର ପୋଷ୍ଟମର୍ଟମ ପରେ ମୃତୁ୍ୟର ପକୃତ କାରଣ ଜଣାପଡିବ ବୋଲି କୁହାଯାଇଛି ।

ଆପର୍ଟମେଂଟରୁ ଚୋରୀ

ମେଣ୍ଢାଶାଳ,୧୭/୮(ଏସଏସନିଉଜ)ଚନ୍ଦକାଥାନା ଅଧିନସ୍ଥ ଲୋଟସ ଏଭେନ୍ୟୁ ଆପର୍ଟମେଣ୍ଟର ୨ଟି ଫ୍ଲାଟରୁ ତାଲାଭାଙ୍ଗି ଚୋରୀହେବାର ୧୨ଦିନ ବିତିଯାଇଥିଲେ ମଧ୍ୟ ଅଦ୍ୟାବଧି ଚୋରମାନଙ୍କ ପତା କିମ୍ବା ଚୋରୀସାମଗ୍ରୀ ଉଦ୍ଧାର କରିବାରେ ସଫଳ ହୋଇପାରିନାହିଁ ପୋଲିସ । ପ୍ରକାସଯେ, ଗତ୫ତାରିଖବିଳମ୍ଭିତରାତିରେ ୪ଜଣ ମୁଖାପିନ୍ଧା ଚୋର ଲୋଟସ ଏଭେନ୍ୟୁ ଆପାର୍ଟମେଟଭିତରେ ପଶିଥିଲେ ।ଏହାଜାଣିପାରି ଦାୟିତ୍ୱରେ ଥିବା ସୁରକ୍ଷାକର୍ମୀମାନେ ସେମାନଙ୍କୁ ବିରୋଧ କରିଥିଲେ ।କିନ୍ତୁ ମୁଖାପନ୍ଧା ଚୋରମାନେ ସେମାନଙ୍କୁ ଭୁଜାଲିରେ ହାଣିଦେବାକୁ ଉଦ୍ୟମକରିବାସହ ବୋମିଂକରିବାକୁ ଧମକ ଦେଇଥିଲେ ।ସୁରକ୍ଷାକର୍ମୀମାନଙ୍କୁ ଭୟଭିତକରି ଏକ ଜାଗାରେ ରଖି ଅନ୍ୟ୩ଜଣ […]

ଖୁସିକୁ ମିଳିବ ସାଥି

ବାରଙ୍ଗ,୧୭/୮(ଏସଏସନିଉଜ)ପ୍ରାଣୀଉଦ୍ୟାନ ନନ୍ଦନକାନନକୁ ଆସିବାକୁଯାଉଛି ହଳେ ଜିରାଫ ।ଦୀର୍ଘଦିନର ବ୍ୟବଧାନପରେ ଖୁସିକୁ ମିଳିବାକୁଯାଛି ତାର ସାଥି । ସାଥିବିନା ନିସଙ୍ଗ ଜୀବନ ଜିଉଥିବା ଖୁସିକୁ ୧୧ଜୁଲାଇ୨୦୧୨ମସିହାରେ ଦେଢବର୍ଷର ହୋଇଥିବାବେଳେସିମ୍‌ଡାଜିଖୁସିକୁ ନନ୍ଦନକାନନକୁ ଅଣାଯାଇଥିଲା ।ପଶୁପକ୍ଷୀଅଦଳବଦଳପ୍ରକିୟାରେ ଖୁସିପାଇଁ ନନ୍ଦନକାନନକୁ ସିମ୍ପାଜି କାର୍ତିକ ଓ ସୁଭଦ୍ରାକୁ ଦେବାକୁପଡିଥିଲା । କଲିକତାରୁ ଖୁସିପାଇଁ ୬ବର୍ଷବୟସ୍କଜୟନାମକ ଜିରାଫକୁ ୨୪ଫ୍ରେବୁଆରୀ୨୦୧୬ରେ ନନ୍ଦନକାନନକୁ ଅଣାଯାଇଥିବାବେଳେ ଆସିବାର ୪ଦିନପରେ ମୃତ୍ୟୁବରଣ କରିଥିଲା ।ସେହିଦିନଠାରୁ ସାଥିକୁ ଅପେକ୍ଷାକରି ଜିବନ ଜିଉଥିବା ଖୁସି ଏବେ ସାଥିପାଇବାକୁ୍ ଯାଉଛି ।ନନ୍ଦନକାନନର ୪ଜଣିଆ ଦଳ କଲିକତା […]