Browsing category

ମହାନଗର

ଧରାହେଲେ ୭ରୋଡରୋମିଓ

ଭୁବନେଶ୍ୱର,୨୦ା୯(ଏସଏସନିଉଜ)ଭରତପୁରଥାନାରେ ମେଜର ଓ ବାନ୍ଧବୀଙ୍କୁ ମାଡ଼ଘଟଣାରେ ୭ଜଣ ରୋଡ୍ ରୋମିଓଙ୍କୁ ଧରିଲା କମିଶନରେଟ୍ ପୋଲିସ । ସିସିଟିଭି ଆଧାରରେ ୭ଜଣଙ୍କୁ ଧରିଛି କମିଶନରେଟ ପୋଲିସ ।ଧରାପଡ଼ିଥିବା ୭ଜଣଙ୍କୁ ଚନ୍ଦକାଥାନାରେ ପଚରାଉଚରା କରାଯାଉଛି ।ରାତିରେ ଫେରୁଥିବାବେଳେ ଦୁର୍ବୃତ୍ତମାନେ ମେଜର ଓ ତାଙ୍କ ବାନ୍ଧବୀଙ୍କୁ ଦୁର୍ବ୍ୟବହାରକରିଥିଲେ ।ଏନେଇ ଥାନାକୁ ଏତଲା କରିବାକୁ ଆସି ଉଭୟ ମେଜର ଓ ତାଙ୍କ ବାନ୍ଧବୀ ମାଡ଼ ଖାଇଥିଲେ । -‘

ଦୃଢ଼ କାର୍ଯ୍ୟାନୁଷ୍ଠାନ ହେବ- ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୨୦ା୯(ଏସଏସନିଉଜ)ମେଜର ଓ ତାଙ୍କ ବାନ୍ଧବୀଙ୍କୁ ମାଡ଼ ନେଇ ମୁଖ୍ୟମନ୍ତ୍ରୀ ମୋହନ ମାଝୀତାଙ୍କ ପ୍ରତିକ୍ରିୟାରେ କହିଛନ୍ତି ସରକାର ସଚେତନ ଅଛନ୍ତି, ଦୃଢ଼ କାର୍ଯ୍ୟାନୁଷ୍ଠାନ ହେବ ।ଘଟଣାକୁ ଗୁରୁତ୍ବର ସହ ନିଆଯାଇ କ୍ରାଇମବ୍ରାଞ୍ଚକୁ ତଦନ୍ତ ଦିଆଯାଇଛିାକ୍ରାଇମବ୍ରାଞ୍ଚ ଏତଲା ଅନୁସାରେ ମାମଲା ରୁଜୁ କରି ତଦନ୍ତ ଚଳାଇଛିାସଂପୃକ୍ତ ପୋଲିସ କର୍ମଚାରୀଙ୍କୁ ସସ୍‌ପେଣ୍ଡ କରାଯାଇଛିା ଏ ସରକାର କାର‌୍ୟ୍ୟାନୁଷ୍ଠାନ ନେବାରେ କେବେ ପଛଘୁଞ୍ଚା ଦିଅନ୍ତିନି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।

ସୁଭଦ୍ରାକୁ ନେଇ ଭ୍ରମିତ ହୁଅନ୍ତୁନି-ପ୍ରଭାତୀ

ଭୁବନେଶ୍ୱର,୨୦ା୯(ଏସଏସନିଉଜ)ସୁଭଦ୍ରାକୁ ନେଇ ଭ୍ରମିତ ନହେବାକୁ କହିଲେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ାାସୁଭଦ୍ରାକୁ ନେଇ ଅନେକଗୁଜବ ସୃଷ୍ଟି କରାଯାଉଛିା ଭ୍ରମିତ ହୁଅନ୍ତୁନିାବ୍ୟାଙ୍କରୁ ଟଙ୍କା ନଉଠାଇଲେ ସରକାର ନେଇଯିବା ନେଇ ଗୁଜବ କରାଯାଉଛିାବାସ୍ତବରେ ସେଭଳି କିଛିନାହିଁ, ଏଭଳି ମିଥ୍ୟା ପ୍ରଚାର ଶୁଣନ୍ତୁନିାଯେଉଁମାନେ ଟଙ୍କା ପାଇଛନ୍ତି, ସେ ଟଙ୍କା ତାଙ୍କର, ଖର୍ଚ୍ଚ କରିପାରିବୋଡିଜିଟାଲମୋଡ୍‌ରେ ଖର୍ଚ୍ଚକରି ଅଧିକ ୫୦୦ଟଙ୍କା ଲାଭବାନ ହୁଅନ୍ତୁ ବୋଲି ଉପମୁଖ୍ୟମନ୍ତ୍ରୀ କହିଛନ୍ତି ।

ଯନ୍ତ୍ରୀଙ୍କ ମାଳମାଳ କୋଠା ଓ ପ୍ଲଟ

ବାଲେଶ୍ବର ,୨୦ା୯(ଏସଏସନିଉଜ)ବାଲେଶ୍ବର ରୁରାଲ୍ ୱାର୍କସ ସର୍କଲ ମୁଖ୍ୟଯନ୍ତ୍ରୀଙ୍କ ବିପୁଳ ସଂପତ୍ତି ଠାବ ହୋଇଛି ।ମୁଖ୍ୟଯନ୍ତ୍ରୀ ଏନ୍‌.ଭି. ହରିହର ରାଓଙ୍କ ବିପୁଳ ସଂପତ୍ତି ଠାବ କରିଛି ଭିଜିଲାନ୍ସ ।ବ୍ରହ୍ମପୁରରେ ଦୁଇ ମହଲା କୋଠା, ଭୁବନେଶ୍ବର ପାତ୍ରପଡ଼ାରେ କୋଠା,ବ୍ରହ୍ମପୁରରେ ଫ୍ଲାଟ, ଭୁବନେଶ୍ବର ଓ ବ୍ରହ୍ମପୁରରେ ୨ଟି ବେନାମୀ ଫ୍ଲାଟ ,ଭୁବନେଶ୍ବରରେ ୨ଟି ଓ ବ୍ରହ୍ମପୁରରେ ୨ଟି ଘରଯୋଗ୍ୟ ପ୍ଲଟ ଠାବ ହୋଇଛି ।ଏହାସହ ୧ କୋଟି ୧୧ ଲକ୍ଷର ବ୍ୟାଙ୍କ ଜମା, ଗୋଟିଏ କାର୍ ଓ ଗୋଟିଏ ବାଇକ୍ ଜବତ […]

ମେଣ୍ଢା ଚୋରୀକରି ଧରାହେଲେ ୮

ବାଲିଅନ୍ତା,୧୯ା୯(ଏସଏସନିଉଜ)ବାଲିଅନ୍ତାଥାନା ପୁଲିସ ଅଭିଯୋଗକାରୀ କରୁଣାକର ବେହେରାଙ୍କ ଅଭିଯୋଗ ଭିତ୍ତିରେ ୪୪୫/୨୪କେଶନଂରେ ଏକ ମାମଲା ରୁଜୁ କରି ତଦନ୍ତ କରିବା ସହ ୮ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛନ୍ତି । ସେମାନେ ହେଲେ ଚାରିଛକ ଥାନା ଅଧିନସ୍ଥ କଳାପାଂଚଣ ମାଢିବରମ୍ଭପୁରର ଏସକେୱାଜିଦ, ଅଶୋକଭୋଇ,ଗୋପଥାନା ଅଧିନସ୍ଥ ନୟାହାଟର ଆୟୁସମାନ ନନ୍ଦି,ରାଜାକାଣ୍ଡି, ନିଆଳିଥାନା ଅଧିନସ୍ଥ ଅଧାଗାଁର ଏସ୍‌କେରାହିଲ. ଏସ୍‌କେସାହିଲ,ଏସ୍‌କେଜାହିର ଓ କେଳୁସ ,୫ଟିଖଣ୍ଡା,୧୧ଟିମୋବାଇଲ ଫୋନ, ୨କାର, ନଗଦ୨୩ ହଜାରେ ଟଙ୍କା ଜବତ କରିଛି । ସୂଚନାଯୋଗ୍ୟଯେ, ଅଭିଯୋଗକାରୀ ଜଣେ ମେଣ୍ଢାପାଳକ […]

କୋଣାର୍କ ଗଲେ ୨୩ କୃଷ୍ନସାରମୃଗ

ବାରଙ୍ଗ,୧୮ା୯(ଏସଏସନିଉଜ)ବୁଧବାରଦିନ ନନ୍ଦନକାନନ ପ୍ରାଣୀଉଦ୍ୟାନରୁ କୋଣାର୍କ ବାଲୁଖଣ୍ଡ ବନ୍ୟଜନ୍ତୁ ଅଭୟାରଣ୍ୟକୁ ଦ୍ୱିତୀୟ ପର୍ଯ୍ୟାୟରେ ୧୩ଟି କୃଷ୍ନସାରମୃଗକୁ ପଠାଯାଇଛି ।ପୁରୀ ୱାଇଲ୍‌ଡ ଲାଇଫ ଡିଭିଜନର କୋଣାର୍କ ବାଲୁଖଣ୍ଡ ବନ୍ୟଜନ୍ତୁ ଅଭୟାରଣ୍ୟକୁ ନନ୍ଦନକାନନରୁ ୨୫ଟି କୃଷ୍ନସାରମୃଗ ପଠାଇବାପାଇଁ ପିସିସିଏଫ ଅନୁମୋଦନ କରିଥିଲେ ।ଏହିଆଧାରରେ ଗତ୧୮ ଜୁନ୍ ରେ ପ୍ରଥମପର୍ଯ୍ୟାୟରେ ୧୦ଟି କୃଷ୍ନସାରମୃଗକୁ ପଠାଯାଇଥିଲା ।ଆଜି ସେଠାକାର ବନବିଭାଗ କର୍ମଚାରୀମାନେ ଆସି ଏଠାକାର କର୍ମଚାରୀମାନଙ୍କ ସହାୟତାରେ ୧୩କୃଷ୍ନସାରମୃଗଙ୍କୁ ଧରି ଏକ ସ୍ୱତନ୍ତ୍ରଗାଡିରେ ନେଇ ଯାଇଥିବାର ଜଣାପଡିଛି ।

ମେଣ୍ଢାଶାଳରେ ଭଗବତ ଜନ୍ମୋସ୍ୱବ ପାଳିତ

ବାରଙ୍ଗ,୧୮ା୯(ଏସଏସନିଉଜ)ମେଣ୍ଢାଶାଳଗ୍ରାମର ଇଷ୍ଟଦେବ ଶ୍ରୀଶ୍ରୀ ଭାଗବତବାସୁଦେବଙ୍କ ମନ୍ଦିରପ୍ରାଙ୍ଗଣରେ ସବୁବର୍ଷପରି ଚଳିତବର୍ଷ ଭଗବତଜନ୍ମୋସ୍‌ବ ସମାରୋହରସହ ବୁଧବାରଦିନ ପାଲିତହୋଇଯାଇଛି । ଠାକୁରଙ୍କ ଶ୍ରୀବିଗ୍ରହର ସ୍ନାନଓ ମାର୍ଜନାପରେ ନୁତନବସ୍ତ୍ର ପରିଧାନ କରାଯାଇଥିଲା ।ଷୋଡଷଉପଚାର ପରେ ସ୍ୱତ୍ୱନ୍ତ୍ର ପୁଜାର୍ଜନା ପରେ ଭୋଗନିତୀ କରାଯାଇଥିଲା ।ପରେପରେ ବ୍ରାହ୍ମଣଭୋଜନ ଓ ବାଲ୍ୟକୀଲା ଅନୁଷ୍ଠିତହୋଇଥିଲା ।ଉକ୍ତ ଉସ୍‌ସବରେ ମେଣ୍ଢାଶାଳ ଗ୍ରାମବାସୀ,ଯାଆାଁ ଓ ଛେଲଦା ଗ୍ରାମବାସୀ ଯୋଗଦେଇଥିଲେ ।ବିଳମ୍ଭିତରାତି ପର୍ଯ୍ୟନ୍ତ ପ୍ରସାଦ ସେବାନର ବ୍ୟବସ୍ଥା କରାଯାଇଥିଲା ।ସେହିପରି ଗୋପାଳସାହି ବାସୁଦେବ କୋଠରୀ ଓ ପ୍ରଫୁଲପାତ୍ରଙ୍କ ଘରେ ଭଗବତ ଜନ୍ମୋସ୍ୱବ ଓ […]

ଭୋଟ୍ ଦେଉଛି ଜମ୍ମୁକାଶ୍ମୀର

ଭୁବନେଶ୍ୱର,୧୮ା୯(ଏସଏସନିଉଜ)ସମ୍ବିଧାନର ଧାରା ୩୭୦ ଉଚ୍ଛଦ ପରେ ପ୍ରଥମ ଥର ଜାମ୍ମୁ ଓ କାଶ୍ମୀରରେ ହେଉଛି ବିଧାନସଭା ନିର୍ବାଚନ ହୋଇଛି । କଡ଼ା ସୁରକ୍ଷା ଭିତରେ ଆରମ୍ଭ ହୋଇଛି ମତଦାନ । ସକାଳୁ ସକାଳୁ ବିଭିନ୍ନ ବୁଥରେ ଭୋଟରଙ୍କ ଭିଡ଼ ଲାଗିଲାଣି । ୯୦ ଆସନ ମଧ୍ୟରୁ ଆଜି ପ୍ରଥମ ପର୍ଯ୍ୟାୟରେ ୭ ଜିଲ୍ଲାର ୨୪ ସିଟରେ ମତଦାନ ନିଆଯାଉଛି । କାଶ୍ମୀର ଡିଭିଜନ ଅନ୍ତର୍ଗତ ପୁଲୱାମା, ସୋପିଆନ୍, ଅନନ୍ତନାଗ, କୁଲଗାଁଓର ୧୬ ଓ ଜମ୍ମୁ ଡିଭିଜନର ରାମବନ, […]

ନିଲମ୍ବିତ ହେଲେ ଭରତପୁରଥାନାର ୫ ପୋଲିସ

ଭୁବନେଶ୍ୱର,୧୮ା୯(ଏସଏସନିଉଜ) ଭରତପୁରଥାନାରେ ସେନାର ମେଜର ଓ ତାଙ୍କ ବାନ୍ଧବୀଙ୍କୁ ନିର୍ଯାତନା ମାମଲାରେ ୫ ଜଣ ପୋଲିସ କର୍ମଚାରୀଙ୍କୁ ନିଲମ୍ବନ କଲେ ପୋଲିସ ଡିଜି । ଭରତପୁର ଥାନାର ପୂର୍ବତନ IIC ଦୀନକୃଷ୍ଣ ମିଶ୍ରଙ୍କୁ ସସପେଣ୍ଡ କରାଯାଇଛି । ସେହିପରି SI ବୈଶାଳିନୀ ପଣ୍ଡା, ASI ସଲିଳମୟୀ ସାହୁ ଓ ସାଗରିକା ରଥ ଓ କନଷ୍ଟେବଲ ବଳରାମ ହାଁସଦା ନିଲମ୍ବିତ କରାଯାଇଛି । ଏହି ୫ ଜଣଙ୍କ ବିରୋଧରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ହୋଇଛି । ପୂର୍ବରୁ IIC, ଜଣେ […]

ମାସ୍କ ପିନ୍ଧିବା ବାଧ୍ୟତାମୂଳକ

ଭୁବନେଶ୍ୱର,୧୮ା୯(ଏସଏସନିଉଜ)କେରଳରେ ବ୍ୟାପକ ରୁପ ନେଉଛି ନିପା ଭାଇରସ୍। କେରଳର ମାଲାପୁରମ୍ ଜିଲ୍ଲାରେ ନିପା ଭାଇରସ୍ ଯୋଗୁଁ ଦୁଇ ଜଣଙ୍କ ମୃତ୍ୟୁ ଘଟିବା ପରେ କେରଳ ସ୍ୱାସ୍ଥ୍ୟ ବିଭାଗପକ୍ଷରୁ କଟକଣା ଜାରି କରାଯାଇଛି । ଯାହାଫଳରେ ଜିଲ୍ଲାରେ ମାସ୍କ ପିନ୍ଧିବାକୁ ବାଧ୍ୟତାମୂଳକ କରାଯାଇଛି। ଘରୁ ବାହାରକୁ ବାହାରିବା ସମୟରେ ମୁହଁରେ ମାସ୍କ ପିନ୍ଧିବା ବାଧ୍ୟତାମୂଳକ କରାଯିବା ସହ ନିପା ଭାଇରସ୍ ସଂକ୍ରମଣକୁ ରୋକିବା ପାଇଁ ଜନସମାଗମ ଉପରେ କଟକଣା ଜାରି କରାଯାଇଛି। ସେହିପରି ସକାଳ ୧୦ଟାରୁ ସନ୍ଧ୍ୟା ୭ଟା […]