ମେଣ୍ଢାଶାଳରେ ଭଗବତ ଜନ୍ମୋସ୍ୱବ ପାଳିତ

ବାରଙ୍ଗ,୧୮ା୯(ଏସଏସନିଉଜ)ମେଣ୍ଢାଶାଳଗ୍ରାମର ଇଷ୍ଟଦେବ ଶ୍ରୀଶ୍ରୀ ଭାଗବତବାସୁଦେବଙ୍କ ମନ୍ଦିରପ୍ରାଙ୍ଗଣରେ ସବୁବର୍ଷପରି ଚଳିତବର୍ଷ ଭଗବତଜନ୍ମୋସ୍‌ବ ସମାରୋହରସହ ବୁଧବାରଦିନ ପାଲିତହୋଇଯାଇଛି । ଠାକୁରଙ୍କ ଶ୍ରୀବିଗ୍ରହର ସ୍ନାନଓ ମାର୍ଜନାପରେ ନୁତନବସ୍ତ୍ର ପରିଧାନ କରାଯାଇଥିଲା ।ଷୋଡଷଉପଚାର ପରେ ସ୍ୱତ୍ୱନ୍ତ୍ର ପୁଜାର୍ଜନା ପରେ ଭୋଗନିତୀ କରାଯାଇଥିଲା ।ପରେପରେ ବ୍ରାହ୍ମଣଭୋଜନ ଓ ବାଲ୍ୟକୀଲା ଅନୁଷ୍ଠିତହୋଇଥିଲା ।ଉକ୍ତ ଉସ୍‌ସବରେ ମେଣ୍ଢାଶାଳ ଗ୍ରାମବାସୀ,ଯାଆାଁ ଓ ଛେଲଦା ଗ୍ରାମବାସୀ ଯୋଗଦେଇଥିଲେ ।ବିଳମ୍ଭିତରାତି ପର୍ଯ୍ୟନ୍ତ ପ୍ରସାଦ ସେବାନର ବ୍ୟବସ୍ଥା କରାଯାଇଥିଲା ।ସେହିପରି ଗୋପାଳସାହି ବାସୁଦେବ କୋଠରୀ ଓ ପ୍ରଫୁଲପାତ୍ରଙ୍କ ଘରେ ଭଗବତ ଜନ୍ମୋସ୍ୱବ ଓ ପ୍ରସାଦସେବାନର ବ୍ୟବସ୍ଥା କରାଯାଇଥିଲା ।
(ପଦ୍ମଚରଣ ବଡ଼ଜେନାଙ୍କ ରିପୋର୍ଟ)

Comments (0)
Add Comment