Browsing category

ମହାନଗର

ଚିକିଟି ବିଷାକ୍ତ ମଦ ପ୍ରସଙ୍ଗ

ଗଞ୍ଜାମ,୨୦/୮(ଏସଏସନିଉଜ)ଗତକାଲିରାତିରେ ଚିକିଟି ଅଞ୍ଚଳରେ ବିଷାକ୍ତ ମଦ ପିଇ ପାଖାପାଖି ୨୦ ଜଣ ଅସୁସ୍ଥ ହୋଇ ପଡିଛନ୍ତି।ଏହି ଘଟଣାକୁ ନେଇ ଆଇନମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ପ୍ରତିକ୍ରିୟାରେ କହିଛନ୍ତି ଯେ, ବେଆଇନ ମଦ କାରବାରରେ ଯେଉଁମାନେ ଲିପ୍ତ ଅଛନ୍ତି ସେମାନଙ୍କ ବିରୁଦ୍ଧରେ ଖୁବଶୀଘ୍ର କାର୍ଯ୍ୟାନୁଷ୍ଠାନ ନିଆଯିବ।ରାଜ୍ୟରେ ଚୋରା ମଦ କାରବାରକୁ କିପରି ରୋକିହେବ ସେ ନେଇ ପଦକ୍ଷେପ ନୂଆ ଅବକାରୀ ନୀତିରେ ସାମିଲ କରାଯିବ ।ତେବେ ଚିକିଟିରେ ଯେଉଁମାନେ ମଦପିଇ ଅସୁସ୍ଥ ସେମାନଙ୍କ ସ୍ୱାସ୍ୟାବସ୍ଥା ଭଲ ଅଛି ବୋଲି ମନ୍ତ୍ରୀ […]

ଆସନ୍ତାବର୍ଷ ହେବ ଛାତ୍ରସଂସଦ ନିର୍ବାଚନ

ଭୁବନେଶ୍ୱର, ୧୯ା୮(ଏସଏସନିଉଜ) ଆସନ୍ତା ବର୍ଷରୁ ହେବ ଛାତ୍ର ସଂସଦ ନିର୍ବାଚନ ହେବାନେଇ ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ସୂଚନା ଦେଇଛନ୍ତି । ବିଭିନ୍ନ କଲେଜରେ ଛାତ୍ର ସଂସଦ ନିର୍ବାଚନ ନେଇ ସମସ୍ତ ପ୍ରସ୍ତୁତି କରାଯିବ । ଛାତ୍ର ସଂସଦ ନିର୍ବାଚନ ନେଇ ନିଷ୍ପତ୍ତି ହୋଇସାରିଥିବା ପ୍ରକାଶ କରିଛନ୍ତି ଆଇନ ମନ୍ତ୍ରୀ ।ଯାଜପୁର ଜିଲ୍ଲା ବଡ଼ଚଣା ବ୍ଲକ ନୂଆହାଟ ସ୍ଥିତ ବିଷ୍ଣୁ ସାମନ୍ତରାୟ ମହାବିଦ୍ୟାଳୟର ୪୫ ତମ ପ୍ରତିଷ୍ଠା ଦିବସରେ ମୁଖ୍ୟଅତିଥି ଭାବେ ଯୋଗଦେଇ ଆଇନ ମନ୍ତ୍ରୀ ପୃଥ୍ୱୀରାଜ […]

ଚାଲିଗଲା ରାମୁର ଜୀବନ

ଭୁବନେଶ୍ୱର, ୧୯ା୮(ଏସଏସନିଉଜ) ଖୋର୍ଦ୍ଧା ଜିଲ୍ଲାର ସବୁଠୁ ବଡ଼ ଦନ୍ତାହାତୀ ରାମୁର ମୃତ୍ୟୁ ହୋଇଛି ।ସୋମବାରଦିନ ତାର ମୃତୁ୍ୟହୋଇଥିବାନେଇ ବିଦୁ୍ୟତବିଭାଗ ବନବିଭାଗକୁ ଜଣାଇବାପରେ ରାମୁ ମୃତୁ୍ୟ ବିଷୟ ଜଣାପଡିଥିଲା ।ତେବେ ରାମୁର ମୃତୁ୍ୟ ବିଦୁ୍ୟତଆଘାତ ନା ଆଉ କଣ ତାହା ଜାଣିବାପାଇଁ ବନବିଭାଗ ତଦନ୍ତ ଆରମ୍ଭ କରିଛି । ଦନ୍ତାହାତୀ ରାମୁ ମୃତଦେହର ପୋଷ୍ଟମର୍ଟମ ପରେ ମୃତୁ୍ୟର ପକୃତ କାରଣ ଜଣାପଡିବ ବୋଲି କୁହାଯାଇଛି ।

ଆପର୍ଟମେଂଟରୁ ଚୋରୀ

ମେଣ୍ଢାଶାଳ,୧୭/୮(ଏସଏସନିଉଜ)ଚନ୍ଦକାଥାନା ଅଧିନସ୍ଥ ଲୋଟସ ଏଭେନ୍ୟୁ ଆପର୍ଟମେଣ୍ଟର ୨ଟି ଫ୍ଲାଟରୁ ତାଲାଭାଙ୍ଗି ଚୋରୀହେବାର ୧୨ଦିନ ବିତିଯାଇଥିଲେ ମଧ୍ୟ ଅଦ୍ୟାବଧି ଚୋରମାନଙ୍କ ପତା କିମ୍ବା ଚୋରୀସାମଗ୍ରୀ ଉଦ୍ଧାର କରିବାରେ ସଫଳ ହୋଇପାରିନାହିଁ ପୋଲିସ । ପ୍ରକାସଯେ, ଗତ୫ତାରିଖବିଳମ୍ଭିତରାତିରେ ୪ଜଣ ମୁଖାପିନ୍ଧା ଚୋର ଲୋଟସ ଏଭେନ୍ୟୁ ଆପାର୍ଟମେଟଭିତରେ ପଶିଥିଲେ ।ଏହାଜାଣିପାରି ଦାୟିତ୍ୱରେ ଥିବା ସୁରକ୍ଷାକର୍ମୀମାନେ ସେମାନଙ୍କୁ ବିରୋଧ କରିଥିଲେ ।କିନ୍ତୁ ମୁଖାପନ୍ଧା ଚୋରମାନେ ସେମାନଙ୍କୁ ଭୁଜାଲିରେ ହାଣିଦେବାକୁ ଉଦ୍ୟମକରିବାସହ ବୋମିଂକରିବାକୁ ଧମକ ଦେଇଥିଲେ ।ସୁରକ୍ଷାକର୍ମୀମାନଙ୍କୁ ଭୟଭିତକରି ଏକ ଜାଗାରେ ରଖି ଅନ୍ୟ୩ଜଣ […]

ଖୁସିକୁ ମିଳିବ ସାଥି

ବାରଙ୍ଗ,୧୭/୮(ଏସଏସନିଉଜ)ପ୍ରାଣୀଉଦ୍ୟାନ ନନ୍ଦନକାନନକୁ ଆସିବାକୁଯାଉଛି ହଳେ ଜିରାଫ ।ଦୀର୍ଘଦିନର ବ୍ୟବଧାନପରେ ଖୁସିକୁ ମିଳିବାକୁଯାଛି ତାର ସାଥି । ସାଥିବିନା ନିସଙ୍ଗ ଜୀବନ ଜିଉଥିବା ଖୁସିକୁ ୧୧ଜୁଲାଇ୨୦୧୨ମସିହାରେ ଦେଢବର୍ଷର ହୋଇଥିବାବେଳେସିମ୍‌ଡାଜିଖୁସିକୁ ନନ୍ଦନକାନନକୁ ଅଣାଯାଇଥିଲା ।ପଶୁପକ୍ଷୀଅଦଳବଦଳପ୍ରକିୟାରେ ଖୁସିପାଇଁ ନନ୍ଦନକାନନକୁ ସିମ୍ପାଜି କାର୍ତିକ ଓ ସୁଭଦ୍ରାକୁ ଦେବାକୁପଡିଥିଲା । କଲିକତାରୁ ଖୁସିପାଇଁ ୬ବର୍ଷବୟସ୍କଜୟନାମକ ଜିରାଫକୁ ୨୪ଫ୍ରେବୁଆରୀ୨୦୧୬ରେ ନନ୍ଦନକାନନକୁ ଅଣାଯାଇଥିବାବେଳେ ଆସିବାର ୪ଦିନପରେ ମୃତ୍ୟୁବରଣ କରିଥିଲା ।ସେହିଦିନଠାରୁ ସାଥିକୁ ଅପେକ୍ଷାକରି ଜିବନ ଜିଉଥିବା ଖୁସି ଏବେ ସାଥିପାଇବାକୁ୍ ଯାଉଛି ।ନନ୍ଦନକାନନର ୪ଜଣିଆ ଦଳ କଲିକତା […]

ସିଆଇଏସଏଫରେ ୪୬ତମ କନେଷ୍ଟବଳ ବ୍ୟାଚର ପାସିଂଆଉଟ ପରେଡ

  ବାରଙ୍ଗ,୧୭/୮(ଏସଏସନିଉଜ)ଭାରତ ସରକାରଙ୍କ ଗୃହ ମନ୍ତ୍ରଣାଳୟ ଅଧିନସ୍ଥ ମୁଣ୍ଡଳୀସ୍ଥିତ ସିଆଇଏସ ଏଫ ଖାରବେଳ ଆଞ୍ଚଳିକ ତାଲିମ କେନ୍ଦ୍ର ପରିସରରେ ୪୬ତମ କନେଷ୍ଟବଳ ବ୍ୟାଚର ପାସିଂ ଆଉଟ ପରେଡ ଶନିବାର ଅନୁଷ୍ଠିତ ହୋଇଯାଇଛି। ଏହି ପ୍ରଶିକ୍ଷଣ ପ୍ରତିଷ୍ଠାନରେ ୯୨୨ ଜଣ ପ୍ରଶିକ୍ଷାର୍ଥ ୪୩ସପ୍ତାହ ଧରି ମୌଳିକ ପ୍ରଶିକ୍ଷଣ ନେଇଥିଲେ। ଏହି ସମୟ ମଧ୍ୟରେ ସେମାନଙ୍କୁ ସମସ୍ତ କ୍ଷେତ୍ରରେ ସର୍ବୋତ୍ତମ ପ୍ରଶିକ୍ଷଣ ଦିଆଯାଇଥିଲା। ମୁଖ୍ୟଅତିଥି ଭାବେ କଲିକତା ସିଆଇଏସଏଫର ମହାନିରୀକ୍ଷକ ଶିଖର ସହାଇ ଯୋଗଦେଇଥିଲେ। ମୁଣ୍ଡଳୀ ସିଆଇଏସଏଫର ଉପ ମହାନିରୀକ୍ଷକ […]

ନବୀନନିବାସରେ ‘ଦମନ’ ଟିମ୍

ଭୁବନେଶ୍ବର,୧୭/୮(ଏସଏସନିଉଜ)ମେଲେରିଆ ସଚେତନତା କ୍ଷେତ୍ରରେ ଉଲ୍ଲେଖନୀୟ ଭୂମିକା ଗ୍ରହଣ କରି ଜାତୀୟ ପୁରସ୍କାର ଲାଭ କରିଥିବା ଦମନ ଫିଲ୍ମର କଳାକାର ତଥା ନିର୍ଦ୍ଦେଶକ ଆଜି ନବୀନ ନିବାସଠାରେ ବିରୋଧି ଦଳ ନେତା ଶ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟି ତାଙ୍କ ଆଶୀର୍ବାଦ କାମନା କରିଥିଲେ ।ଦମନ ଶ୍ରେଷ୍ଠ ଓଡ଼ିଆ ଚଳଚିତ୍ରଭାବରେ ଜାତୀୟ ପୁରସ୍କାର ଲାଭ କରିଥିବାରୁ ଶ୍ରୀ ପଟ୍ଟନାୟକ ସମସ୍ତଙ୍କୁ ଅଭିନନ୍ଦନ ଜଣାଇଥିଲେ । ଆଗାମୀ ଦିନରେ ସାମାଜିକ ସଚେତନତା ଉପରେ ଆଧାରିତ ଅଧିକରୁ ଅଧିକ ଓଡ଼ିଆ ଚଳଚିତ୍ର ନିର୍ମାଣ […]

କାର ଭିତରେ ଟଳିପଡ଼ିଲେ ଯୁବକ

ଜଟଣୀ,୧୭/୮(ଏସଏସନିଉଜ)ଜଟଣୀଥାନା ଅଧିନସ୍ତ ଏକ ରାସ୍ତା କଡ଼ରେ କାର ଭିତରେ ଜଣେ ଯୁବକର ମୃତଦେହ ଦେଖିବାକୁ ମିଳିଛି।ମୃତକ ଜଣକ ଜଣେ ପୂର୍ବତନ ସେନାକର୍ମଚାରୀ ଓ ତାଙ୍କ ଘର ବାଛରାପାଟଣା ଓ ତାଙ୍କ ନାମ ସୁଜିତ୍ ମହାନ୍ତି (୪୩) ବୋଲି ଜଣାପଡିଛି। କାରକୁ ସେ ନିଜେ ଚାଳନା କରୁଥିବା ବେଳେ ସେ ସେହିସ୍ଥାନରେ ବସି ଟଳି ପଡ଼ିଥିବା ଦେଖିବାକୁ ମିଳୁଛି। ଖବରପାଇ ଜଟଣୀ ପୋଲିସ ତୁରନ୍ତ ପହଞ୍ଚିଛି।ମୃତ ଯୁବକ ଜଣକ ଖୋର୍ଦ୍ଧାରୋଡ଼ ରେଳପଥ ଠିକାଦାର ଶିରିଶ ମହାନ୍ତିଙ୍କ ସାନଭାଇ ବୋଲି […]

ଶ୍ରୀ ଜୟଦେବଶିକ୍ଷାକେନ୍ଦ୍ରରେ ୭୮ତମ ସ୍ୱାଧୀନତାଦିବସ ପାଳନ

ଚନ୍ଦ୍ରଶେଖରପୁର,୧୫/୮(ଏସଏସନିଉଜ) କାନନବିହାର ଫେଜ-୨ ସ୍ଥିତ ଶ୍ରୀଜୟଦେବ ଶିକ୍ଷାକେନ୍ଦ୍ରରେ ୭୮ ତମ ସ୍ୱାଧୀନତାଦିବସ ମହା ଆଡମ୍ବରରେ ପାଳିତ ହୋଇଯାଇଛି। ମୁଖ୍ଯ ଅତିଥିଭାବେ ଭାରତୀୟ ଶିକ୍ଷା ପରିଷଦର ପ୍ରଶିକ୍ଷକ ତଥା ବରିଷ୍ଠ ଶିକ୍ଷାବିତ୍ ବାବାଜୀ କୁମାରଙ୍କ ଉପସ୍ଥିତିରେ ପ୍ରଧାନଶିକ୍ଷକ ତଥା ସଂପାଦକ ପ୍ରଦୀପ କୁମାର ପାଣି ଜାତୀୟ ପତାକା ଉତ୍ତୋଳନ କରିଥିଲେ। ସମବେତ ଜାତୀୟ ସଂଗୀତଗାନ ପରେ ପ୍ରଧାନଶିକ୍ଷକ ତାଙ୍କର ଅଭିଭାଷଣରେ ଦେଶ ସ୍ଵାଧୀନ ହେବାରେ ମହାପୁରୁଷ ମାନଙ୍କର ଅବଦାନ ବିଷୟରେ ଆଲୋକପାତ କରିଥିଲେ ଓ ପିଲାମାନଙ୍କ ମନରେ ଦେଶଭକ୍ତି […]

ରୋଗ ଚିନ୍ହିବା ପୂର୍ବରୁ ଚାଲିଗଲା କ୍ରିସ୍ ଜୀବନ

ବାରଙ୍ଗ,୧୪/୮(ଏସଏସନିଉଜ) ରୋଗ ଚିନ୍ହିବା ପୂର୍ବରୁ ଚାଲିଗଲା ସିଂହ କ୍ରିସର ଜୀବନ I ଚିକିତ୍ସାଧୀନ ଅବସ୍ଥାରେ ୨୦ ବର୍ଷୀୟସିଂହ ବୁଧବାରସକାଳ ସମୟରେ ମୃତ୍ୟୁବରଣକରିଛି ।ସେ କିଛିଦିନ ହେବ ବାଦ୍ଧକ୍ୟଜନିତ ରୋଗରେ ପିଡୀତଥିବାରୁ ଠିକ୍ ଭାବେ ଖିଆପିଆ କରିପାରୁନଥିଲା ।ବୟସାଧିକ ଯୋଗୁଁ ଦିନକୁଦିନ ଦୁର୍ବଳହେବା ସହ ଗୋଟିଏ ସ୍ଥାନରେ ପଡିରହୁଥିଲା। ଫଳରେ କ୍ରିଶ ରହୁଥିବା ସିଂହ ସଫାରୀର ଫିଡିଙ୍ଗଚାମ୍ବରରେ ରଖି ତାର ଚିକିତ୍ସା ନନ୍ଦନକାନନ ବନ୍ୟପ୍ରାଣୀ ଚିକିତ୍ସକଙ୍କ ଦ୍ବାରା କରାଯାଉଥିଲା Iହେଲେ ଚିକିତ୍ସାରେ କୈାଣସି ଉନ୍ନତି ପରିଲକ୍ଷିତ ହୋଇନଥିଲା। ମଙ୍ଗଳବାରଦିନ […]