Browsing category

ମହାନଗର

ନନ୍ଦନକାନନକୁ ଆସିଲା ୪ ମାରମୋସେଟ୍

ବାରଙ୍ଗ,୧୪/୮(ଏସଏସନିଉଜ)ମାଙ୍କଡ ପ୍ରଜାତିର ଛୋଟ କୁହାଯାଉଥିବା ୪ ମାରମୋସେଟ୍ ବୁଧବାର ରାତିରେ ନନ୍ଦନକାନନକୁ ଆସିଛି।ଆସିଥିବା ମାରମୋସେଟ୍ ମଧ୍ୟରେ ୨ମାଇ ଓ ୨ଅଣ୍ଡିରା ଅଛନ୍ତି।ଏହି ବିଦେଶୀ ପ୍ରଜାତିଗୁଡିକ ହାଇଦ୍ରାବାଦରୁ କିଣାହୋଇ ଅଣାଯାଇଛି। ତେବେ ନନ୍ଦନ କାନନ ପକ୍ଷରୁ ନୂଆକରି ନିର୍ମାଣକରାଯାଉଥିବା ଏକ୍ସୋଟିକ୍ ପ୍ରାଇମେଟ୍ କମ୍ପ୍ଲେକ୍ସରେ ଏମାନଙ୍କୁ ରଖାଯିବ।ତେବେ ଏହି କମ୍ପ୍ଲେକ୍ସସେପ୍ଟେମ୍ବରରେ ଉଦ୍ଘାଟିତ ହେବାର ଆଶା କରାଯାଉଥିବାବେଳେ ଏହି ପ୍ରଜାତି ସଂଖ୍ୟା ବୃଦ୍ଧି ପାଇ ନନ୍ଦନକାନନ ପକ୍ଷରୁ ଏହିଭଳି ପଦକ୍ଷେପ ନିଆଯାଇଥିବାର ଜଣାପଡିଛି। ମାରମୋସେଟ ଆସିବାପରେ ନନ୍ଦନକାନନରେ ଜୀବଜନ୍ତୁମାନଙ୍କ ପ୍ରଜାତି ସଂଖ୍ୟା […]

ମୁଖ୍ୟମନ୍ତ୍ରୀଙ୍କ ବଡ ଘୋଷଣା

ଭୁବନେଶ୍ୱର,୧୩ା୮(ଏସଏସନିଉଜ)ମୁଖ୍ୟମନ୍ତ୍ରୀଙ୍କ ବଡ ଘୋଷଣା । ୬ ଲେନ୍ ବିଶିଷ୍ଟ ହେବ ଭୁବନେଶ୍ୱର-ପୁରୀ ରାସ୍ତା । ଖର୍ଚ୍ଚ ହେବ ୧୮ ଶହ କୋଟି ଟଙ୍କା ।ଏହାସହ ବ୍ୟସ୍ତବହୁଳ ବଡ଼ବିଲ-ଚଣ୍ଡିଖୋଲ ରାସ୍ତା ହେବ ୮ ଲେନ୍‌ାପ୍ରାୟ ୨ଶହ କିମି ରାସ୍ତା ବଡ଼ବିଲ-ଚଣ୍ଡିଖୋଲ ହେବ ୮ ଲେନ୍‌ାଗଡ଼କରୀଙ୍କୁ ଭେଟିବା ପରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ଏହି ସୂଚନା ରହିଛି ।୮ ଲେନ୍ ରାସ୍ତା ସହ ୨ ଲେନ୍ ସର୍ଭିସ ରୋଡ୍ ବି ରହିବାଖୋର୍ଦ୍ଧା-ନୟାଗଡ଼ ଏନ୍‌ଏଚ୍‌-୫୭ ହେବ ୪ ଲେନ୍‌ା୪ ଲେନ୍ ସହ […]

ରୋଗୀଙ୍କୁ ଡାକ୍ତରଙ୍କ ଦୁଷ୍କର୍ମ ଅଭିଯୋଗ

କଟକ,୧୩ା୮(ଏସଏସନିଉଜ)କଟକ SCBରେ ୨ଜଣ ରୋଗୀଙ୍କୁ ଇସିଜି କରିବା ବାହାନାରେ କାର୍ଡିଓଲୋଜି ବିଭାଗର ଜଣେ ଡାକ୍ତର ଦୁଷ୍କର୍ମ କରିଥିବା ଅଭିଯୋଗ ଆଣିଛନ୍ତି ରୋଗୀଙ୍କ ସମ୍ପର୍କୀୟ। ମଙ୍ଗଳାବାଗ ଥାନାରେ ଏନେଇ ଡାକ୍ତରଙ୍କ ନାଁରେ ଲିଖିତ ଅଭିଯୋଗ ହୋଇଛିା କଟକ SCB କାର୍ଡିଓଲୋଜିବିଭାଗକୁ ଶୁକ୍ରବାର ଦୁଇଜଣ ରୋଗୀ ଆସିଥିବାବେଳେ ସେମାନଙ୍କ ଇସିଜି କରିବାକୁ ରବିବାର ଆସିବାକୁ ପରାର୍ମଶ ଦେଇଥରଲେ ଡାକ୍ତର ।ରବିବାର ସେମାନେ ଆସିବା ପରେ ତାଙ୍କୁ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି। ପୀଡ଼ିତାଙ୍କ ସଂପର୍କୀୟଙ୍କ ଆକ୍ରମଣରେ ଅଭିଯୁକ୍ତ ଡାକ୍ତର ଗୁରୁତର […]

ଗିରଫହେଲେ ପୂର୍ବତନ ମୁଖ୍ୟଯନ୍ତ୍ରୀ

ଭୁବନେଶ୍ବର,୧୩/୮(ଏସଏସନିଉ ଜ)R&B ବିଭାଗର ପୂର୍ବତନ ମୁଖ୍ୟଯନ୍ତ୍ରୀ ତାରା ପ୍ରସାଦ ମିଶ୍ର ଗିରଫ ହୋଇଛନ୍ତି।ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଗିରଫ କଲା ଭିଜିଲାନ୍ସ।୧୦ଟି ଫ୍ଲାଟ୍‌, ୭ଟି ପ୍ଲଟ୍‌, ଅଢେଇ କେଜି ସୁନା ଠାବ ହୋଇଥିଲା।୩୭୦ ଗ୍ରାମ ହୀରା, ୨.୭୦ କୋଟିର ବ୍ୟାଙ୍କ ଜମା ଠାବ ହୋଇଥିଲା।

ଲୋକଙ୍କମତ ପରେ ସୁଭଦ୍ରା ଏସ୍‌ଓପି- ପ୍ରଭାତୀ

ଭୁବନେଶ୍ବର,୧୩/୮(ଏସଏସନିଉଜ) ସାଧାରଣ ଲୋକଙ୍କ ମତାମତ ପରେ ସୁଭଦ୍ରା ଏସ୍‌ଓପି ସାର୍ବଜନୀନ ହେବ।ସୁଭଦ୍ରା ଏସ୍‌ଓପି ନେଇ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ାଙ୍କ ସୂଚନା ଦେଇଛନ୍ତି। ସେପ୍‌ଟେମ୍ବର ୧୭ରେ ପ୍ରଧାନମନ୍ତ୍ରୀଙ୍କ ଦ୍ବାରା ହିତାଧିକାରୀଙ୍କୁ ଦିଆଯିବ।ସୁଭଦ୍ରା ଯୋଜନା ପାଇଁ ଏସ୍‌ଓପି ପ୍ରସ୍ତୁତ ସରିଛି, ଲୋକଙ୍କ ମତାମତକୁ ଅପେକ୍ଷା କରାଯାଇଛି।ସାରା ରାଜ୍ୟରେ ୧୦ଟି କ୍ଲଷ୍ଟରରେ ଲୋକମାନଙ୍କଠାରୁ ମତାମତ ନିଆଯାଉଛି।ଲୋକମାନେ ଯାହା ମତାମତ ଦେବେ, ସେହି ହିସାବରେ ସଂଶୋଧନ ହେବ।୧୪ ତାରିଖ ସୁଦ୍ଧା ଜିଲ୍ଲାପାଳମାନଙ୍କଠାରୁ ଫିଡ୍‌ବ୍ୟାକ୍‌ ରିପୋର୍ଟ ଆସିବ।ଲୋକଙ୍କ ମତ ପରେ ଏସ୍‌ଓପିରେ ସଂଶୋଧନ ହୋଇ […]

ମଦ ସହ ଡ୍ୟାନ୍ସ କରିପାରିବେ ନାହିଁ

ଭୁବନେଶ୍ବର,୧୩/୮(ଏସଏସନିଉଜ)ରାଜ୍ୟରେ ନୂଆ ଅବକାରୀ ନୀତି ଲାଗୁ ହେବାପୂର୍ବରୁ ରାଜ୍ୟ ସରକାର କଠୋର ହୋଇଛନ୍ତି । ରାଜଧାନୀ ଭୁବନେଶ୍ୱରରେ ଥିବା ଲାଇସେନ୍ସ ପ୍ରାପ୍ତ ଠିପି ଖୋଲା ବିଦେଶୀ ମଦ ଦୋକାନଗୁଡ଼ିକ ଆଉ ନିଜର ବାର ପରିସରରେ ମଦ ସହ ଡ୍ୟାନ୍ସ କରିପାରିବେ ନାହିଁ । ଏପରିକି ଯେଉଁ ଠିପିଖୋଲା ବିଦେଶୀ ମଦ ଲାଇସେନ୍ସପ୍ରାପ୍ତ ଦୋକାନ ନିଜର ଅନୁମୋଦିତ ସ୍ଥାନଠୁ ଅନ୍ୟ ସ୍ଥାନ(ସେହି କୋଠାର ଅନ୍ୟସ୍ଥାନରେ ଅତିରିକ୍ତ ବାର) କରିଥିବେ ତାକୁ ମଧ୍ୟ ତୁରନ୍ତ ବନ୍ଦ କରିବାକୁ ନିର୍ଦ୍ଦେଶ ଦିଆଯାଇଛି […]

ଖୋଲିବ ନବଦାସଙ୍କ ହତ୍ୟା ଗୁମର

ଭୁବନେଶ୍ବର,୧୩/୮(ଏସଏସନିଉଜ)ଖୋଲିବ ନବ ଦାସଙ୍କ ହତ୍ୟା ମାମଲାର ଗୁମର । ବିଜେପି ସରକାର ଏହି ମାମଲାର ପୁନଃ ତଦନ୍ତ କରିବାକୁ ନିଷ୍ପତି ନେଇଛନ୍ତି । ଏନେଇ ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରଚନ୍ଦନ ଜାତୀୟ ଗଣମାଧ୍ୟମ ସଂସ୍ଥାକୁ ଟାଇମ୍ସ ଅଫ ଇଣ୍ଡିଆକୁ ଦେଇଥିବା ଏକ ସାକ୍ଷାତକାରରେ କହିଛନ୍ତି । ବିଜେଡି ସରକାରରେ କ୍ୟାବିନେଟମନ୍ତ୍ରୀ ଥିଲେ ନବଦାସ । ଗତ ୨୦୨୩ ଜାନୁଆରୀ ୨୯ ତାରିଖରେ ନବ ଦାସଙ୍କୁ ଦିନ ଦିପ୍ରହରରେ ଗୁଳି କରି ହତ୍ୟା କରିଥିଲା ଏଏସଆଇ ଗୋପାଳ ଦାସ […]

ହାତୀଭାଙ୍ଗିଲେ ମିଳିବ ନୂଆଘର

ଭୁବନେଶ୍ବର,୧୩/୮(ଏସଏସନିଉଜ)ଦିନକୁ ଦିନ ତିକ୍ତ ହେବାରେ ଲାଗିଛି ହାତୀ ଓ ମଣିଷଙ୍କ ଭିତରେ ଥିବା ସମ୍ପର୍କ। ଜଙ୍ଗଲ କ୍ଷୟ ହେବାରୁ ହାତୀ ପଲ ଜନବସତି ମୁହାଁ ହେଉଛନ୍ତି। ବ୍ୟାପକ କ୍ଷୟକ୍ଷତି କରୁଛନ୍ତି। ଯେଉଁଥିପାଇଁ ଅନେକ ସମୟରେ ହାତୀ ଓ ମଣିଷଙ୍କ ମଧ୍ୟରେ ଲଢେଇ ଦେଖିବାକୁ ମିଳେ। ବିଶ୍ବ ହସ୍ତୀଦିବସ ଅବସରରେ ମନ୍ତ୍ରୀ ଗଣେଶ ରାମ ସିଂ ଖୁଣ୍ଟିଆ କହିଛନ୍ତି ଯେ, ପୂର୍ବରୁ ହାତୀ ଘର ଭାଙ୍ଗିଲେ ୨୦ ହଜାର ଟଙ୍କା କ୍ଷତିପୂରଣ ଦିଆଯାଉଥିଲା, କିନ୍ତୁ ଏବେ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ […]

ଭୁବନେଶ୍ୱର ମଧ୍ୟ ବିଧାୟକଙ୍କୁ ନୋଟିସ୍

ଭୁବନେଶ୍ବର,୧୩/୮(ଏସଏସନିଉଜ)ନିର୍ବାଚନ ମାମଲାରେବିଧାୟକ ଅନନ୍ତ ନାରାୟଣ ଜେନାଙ୍କୁ ନୋଟିସ କଲେ ହାଇକୋର୍ଟ।ବିଜେପି ପ୍ରାର୍ଥୀ ଜଗନ୍ନାଥ ପ୍ରଧାନଙ୍କ ଆବେଦନ ଆଧାରରେ ନୋଟିସ୍ ହୋଇଛି। ନିର୍ବାଚନୀ ସତ୍ୟପାଠରେ ଅନନ୍ତ ତଥ୍ୟ ଲୁଚାଇଥିବା ଅଭିଯୋଗ ହୋଇଛି।ସେପ୍ଟେମ୍ବର ୯ରେ ହାଇକୋର୍ଟରେ ମାମଲାର ପରବର୍ତ୍ତୀ ଶୁଣାଣି ହେବ ବୋଲି ଜଣା ପଡ଼ିଛି।

କିଏ କେଉଁଠି କରିବେ ତ୍ରିରଙ୍ଗା ଉତ୍ତୋଳନ ?

ଭୁବନେଶ୍ବର,୧୧/୮(ଏସଏସନିଉଜ)ରାଜ୍ୟସ୍ତରୀୟ ସ୍ୱାଧୀନତା ଦିବସରେ ପତାକା ଉତ୍ତୋଳନ କରିବେ ମୁଖ୍ୟମନ୍ତ୍ରୀ।ନୂଆପଡ଼ାରେ ପତାକା ଉତ୍ତୋଳନ କରିବେ ଉପମୁଖ୍ୟମନ୍ତ୍ରୀ କେ.ଭି ସିଂହଦେଓ।କଟକରେ ପତାକା ଉତ୍ତୋଳନ କରିବେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା।କଳାହାଣ୍ଡି- ସୁରେଶ ପୂଜାରୀ, ସୁନ୍ଦରଗଡ଼- ରବି ନାରାୟଣ ନାଏକ, କୋରାପୁଟ- ନିତ୍ୟାନନ୍ଦ ଗଣ୍ଡ, ନବରଙ୍ଗପୁର- କୃଷ୍ଣଚନ୍ଦ୍ର ପାତ୍ର।ଗଞ୍ଜାମ- ପୃଥ୍ୱୀରାଜ ହରିଚନ୍ଦନ, ବରଗଡ଼- ମୁକେଶ ମହାଲିଙ୍ଗ.ଗଜପତି- ବିଭୁତି ଭୂଷଣ ଜେନା, ବାଲେଶ୍ୱର- କୃଷ୍ଣଚନ୍ଦ୍ର ମହାପାତ୍ର.ବଲାଙ୍ଗିର- ଗଣେଶ ରାମସିଂ ଖୁଣ୍ଟିଆ, ମାଲକାନଗିରି- ସୂର୍ଯ୍ୟବଂଶୀ ସୂରଜ.ଖୋର୍ଦ୍ଧା- ପ୍ରଦୀପ ବଳସାମନ୍ତ, କନ୍ଧମାଳ-ଗୋକୁଳାନନ୍ଦ ମଲ୍ଲିକ. ରାୟଗଡ଼ାରେ ସମ୍ପଦ ଚନ୍ଦ୍ର […]