Browsing category

ମହାନଗର

ପୁଲିସକ୍ଲବରେ ତାଲା ପକାଇଲା ପୁଲିସ

ଭୁବନେଶ୍ବର,୨୨/୭(ଏସଏସନିଉଜ)ପୁଲିସ ଅଫିସର୍ସ କ୍ଲବରେ ତାଲା ପକାଇଲା ପୁଲିସ । କଟକ ସିଡିଏ ବେଲଭ୍ୟୁ ଛକରେ ବେଆଇନ ଭାବେ କ୍ଲବ ଚାଲିଥିବା ଅଭିଯୋଗ ହୋଇଛି ।ବେଆଇନ ଭାବେ ମଣ୍ଡପ କରି ଟଙ୍କା ରୋଜଗାର କରୁଥିଲେ ଅବସରପ୍ରାପ୍ତ କର୍ମଚାରୀ ।ଲାଲବାଗ ଥାନାରେ ଅଭିଯୋଗ ପରେ ପୁଲିସ କାର୍ଯ୍ୟାନୁଷ୍ଠାନ ଆରମ୍ଭ କରିଥିବାର ଜଣାପଡିଛି।

କକ୍ଷତ୍ୟାଗ କଲା ବିଜେଡି

ଭୁବନେଶ୍ବର,୨୨/୭(ଏସଏସନିଉଜ)ଆରମ୍ଭ ହୋଇଛି ବିଧାନସଭାର ପ୍ରଥମ ଅଧିବେଶନ।ଅଧିବେଶନର ପ୍ରଥମ ଦିବସରେ ଆସନ୍ତା କାଲି ଯାଏଁ ଗୃହ ମୁଲତବୀ ହୋଇଛି lକାଲି ଉପବାଚସ୍ପତି ନିର୍ବାଚନ ପାଇଁ ହେବ ଘୋଷଣା l୨୫ରେ ହେବ ପୂର୍ଣ୍ଣାଙ୍ଗ ବଜେଟ୍ ।ପ୍ରଥମ ଦିନରେ କକ୍ଷତ୍ୟାଗ କରିଛି ବିଜେଡି।ମୁଁ ଓ ମୋ ଦଳ ଅତି ଦୁଃଖିତ। କାରଣ ବର୍ତ୍ତମାନର ରାଜ୍ୟ ସରକାର ରାଜ୍ୟପାଳଙ୍କ ପୁଅ ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ନେଇ ନାହାନ୍ତି । ଯିଏ କି ସରକାରୀ ଅଧିକାରୀଙ୍କୁ ମାଡ଼ ମାରିଲେ, ଏହା ମତେ ଆଘାତ ଦେଇଛି […]

କୁଞ୍ଜବିହାରି ମହାବିଦ୍ୟାଳୟରେ ରାଜ୍ୟସ୍ତରୀୟ ସେମିନାର

  ବାରଙ୍ଗ,୨୦/୭(ଏସଏସନିଉଜ)ସ୍ଥାନୀୟ କୁଞ୍ଜବିହାରି ମହାବିଦ୍ୟାଳୟରେ ନାରୀମାନଙ୍କ ସମସ୍ୟା ଓ ସଶସ୍ତ୍ରିକରଣ ଉପରେ ଏକ ରାଜ୍ୟସ୍ତରୀୟ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଯାଇଛି। ମହାବିଦ୍ୟାଳୟର ଅଧକ୍ଷା ଡ଼. ଲିପିପୁଷ୍ପା ନାୟକଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ଆଲୋଚନାରେ ଓଡିଶା ମହିଳାକମିଶନର ପୂର୍ବତନ ସଦସ୍ୟା ନମ୍ରତାଚଢା ମୁଖ୍ୟ ଅତିଥି ଓ ବିଶିଷ୍ଠ ସମାଜସେବୀ ଡ଼. ରୋଜାଲିନ ପାଟଶାହନି ମିଶ୍ର ମୁଖ୍ୟବକ୍ତା ଭାବେ ଯୋଗଦେଇ ମହିଳାମାନଙ୍କ ର ଦୈନଦିନ ଜୀବନରେ ଉପୁଜୁଥିବା ବିବାଦ,ବିଭିନ୍ନ ସମସ୍ୟା ଓ ସମାଧାନ ବାବଦରେ ଆଲୋକପାତ କରିଥିଲେ।ଅଧ୍ୟାପିକା ଡ଼. ଜୟଶ୍ରୀ ନନ୍ଦ,ପ୍ରଜ୍ଞାପାରମିତା […]

ହଟିଲେ ଶରତ, ବିଧାୟକଦଳ ନେତା ହେଲେ କାଡ଼ାମ

ଭୁବନେଶ୍ୱର,୨୧ା୭(ଏସଏସନିଉଜ) ଓଡ଼ିଶା କଂଗ୍ରେସର ସମସ୍ତ କମକିଟିକୁ ଏଆଇସିସି ପକ୍ଷରୁ ଭାଙ୍ଗି ଦିଆଯାଇଛି । ପିସିସିର ସବୁ ପଦାଧିକାରୀଙ୍କୁ ବାଦ୍ ଦିଆଯାଇଛି । ଜିଲ୍ଲା, ବ୍ଲକ୍ ଓ ମଣ୍ଡଳ ସ୍ତରର କମିଟି, ସମସ୍ତ ଛାମୁଆ (ମହିଳା, ଯୁବ, ଛାତ୍ର, ସେବାଦଳ) ସଂଗଠନ ଏବଂ ସେଲ୍ ଗୁଡ଼ିକୁ ଭଙ୍ଗ କରାଯାଇଛି । ପିସିସି ସଭାପତି ଶରତ ପଟ୍ଟନାୟକଙ୍କ ମଧ୍ୟ ତାଙ୍କ ପଦବୀର ହଟିଛନ୍ତି ।ସେକେବଳ ପିସିସି ସଭାପତି ମାନେ କାମଚଳା ଦାୟିତ୍ୱରେ ରହିବେ ବୋଲି ଏଆଇସିସି ପକ୍ଷରୁ ଜାରି ବିଜ୍ଞପ୍ତିରେ […]

ତାରାଙ୍କ କ୍ଷୋଭ

ଭୁବନେଶ୍ବର,୨୦ା୭(ଏସଏସନିଉଜ)ସର୍ବଦଳୀୟ ବୈଠକରେ କଂଗ୍ରେସ ଯୋଗ ନ ଦେବାକୁ ନେଇ ତାରା କ୍ଷୋଭ ପ୍ରକାସ କରିଛନ୍ତି ।ସେକହିଛନ୍ତି ଏତେ ପୁରୁଣା ଦଳ, କଂଗ୍ରେସ ନେତା ବଛା ହୋଇପାରୁ ନାହିାଁଏହାକୁ ନେଇ କାହାକୁ କଣ ଦାୟୀ କରିବି, ମୁଁ ନିଜକୁ ଦାୟୀ କରିବିାମତେ ନ କଲେ ବି ଯାହାକୁ କରନ୍ତୁ, ମୋର ଆପତ୍ତି ନାହିାଁଦିଲ୍ଲୀରେ ନିଷ୍ପତ୍ତି ନ ହୋଇ ପାରିବାରୁ କେହି ଯୋଗଦେଇ ପାରିଲେନିାମୁଁ ପିସିସି ସଭାପତିଙ୍କୁ ପଚାରିଥିଲି, କହିଲେ ମୋତେ ନିର୍ଦ୍ଦେଶ ଆସିନିା

ସୋମବାରଠାରୁ ମାଟ୍ରିକ ସପ୍ଲିମେଣ୍ଟାରୀ ପରୀକ୍ଷା

କଟକ,୨୧ା୭(ଏସଏସନିଉଜ) ସୋମବାରଠାରୁ ରାଜ୍ୟରେ ମାଟ୍ରିକ ସପ୍ଲିମେଣ୍ଟାରୀ ପରୀକ୍ଷା ଆରମ୍ଭ ହେବାକୁଯାଉଛି ।ଓଡ଼ିଶା ମାଧ୍ୟମିକ ଶିକ୍ଷା ପରିଷଦ ଦ୍ୱାରା ପରିଚାଳିତ ମାଟ୍ରିକ୍ ସପ୍ଲିମେଣ୍ଟାରୀ ଓ ରାଜ୍ୟ ମୁକ୍ତ ବିଦ୍ୟାଳୟ ସାର୍ଟିଫିକେଟ୍ ପରୀକ୍ଷା ଜୁଲାଇ ୨୨ ତାରିଖରୁ ଜୁଲାଇ ୩୧ ତାରିଖ ପର୍ଯ୍ୟନ୍ତ ଚାଲିବ। ବାର୍ଷିକ ହାଇସ୍କୁଲ ସାର୍ଟିଫିକେଟ୍ ବା ମାଟ୍ରିକ୍ ପରୀକ୍ଷାରେ ଅକୃତକାର୍ଯ୍ୟ ଏବଂ ଅନୁପସ୍ଥିତ ରହିଥିବା ପରୀକ୍ଷାର୍ଥୀମାନେ ସପ୍ଲିମେଣ୍ଟାରୀ ପରୀକ୍ଷା ଦେବେ।ଗଣିତ ବ୍ୟତୀତ ପ୍ରତ୍ୟେକ ବିଷୟର ପରୀକ୍ଷା ପୂର୍ବାହ୍ନ ୯ ଟା ଠାରୁ ଆରମ୍ଭ ହୋଇ ପୂର୍ବାହ୍ନ […]

ପୋଲିସ-ଗ୍ରାମବାସୀ ମୁହାଁମୁହିଁ

ଭୁବନେଶ୍ବର,୨୦ା୭(ଏସଏସନିଉଜ)ଏକ ଜମି ମାପଚୁପକୁ ବିରୋଧ କରି ପୁଲିସକୁ ଗୋଡ଼ାଇ ଗୋଡ଼ାଇ ଆକ୍ରମଣ କରିବା ଅଭିଯୋଗରେ ଚନ୍ଦକା ଥାନା ପୁଲିସ ମଧୁପୁର ଗାଁର ୩୩ ଜଣଙ୍କୁ କୋର୍ଟ ଚାଲାଣ କରିଛି। ସେମାନଙ୍କ ମଧ୍ୟରେ ୬ ମହିଳା ଅଛନ୍ତି। ସମସ୍ତଙ୍କ ବିରୋଧରେ ଭାରତୀୟ ନ୍ୟାୟ ସଂହିତା ଦଫା ୧୦୯(ଆଇପିସି ଦଫା ୩୦୭)ରେ ମାମଲା ରୁଜୁ କରାଯାଇଛି। ଗିରଫଦାରୀ ବଢ଼ିବା ଡରରେ ଗାଁ ପୁରୁଷଶୂନ୍ୟ ହୋଇଯାଇଛି। ୧୦ ତାରିଖ ଦିନ ଏହି ଗଣ୍ଡଗୋଳ ଘଟିଥିଲା। ମଧୁପୁର ଗାଁ ମୁଣ୍ଡରେ ରଞ୍ଜନ ମହାପାତ୍ରଙ୍କର […]

ଥାନାପଛପଟ ହାଟରେ ଜୁଆଆଡ଼ା: ୫ଗିରଫ

ଭୁବନେଶ୍ବର,୨୦ା୭(ଏସଏସନିଉଜ) କ୍ୟାପିଟାଲ୍ ଥାନା ପୁଲିସ ୧ ନମ୍ବର ହାଟରୁ ଏକ ଜୁଆ ଆଡ଼ା ଠାବ କରିବାସହ ଏହାକୁ ପରିଚାଳନା କରୁଥିବା ୫ ଜଣଙ୍କୁ ଗିରଫ କରାଯାଇଛି। ସେମାନେ ହେଲେ ଗଞ୍ଜାମ ବୁଗୁଡ଼ାର ନୀଳମାଧବ ଗୌଡ଼, ଜଟଣୀ ଲୋକୋ କଲୋନିର ଧନଞ୍ଜୟ ମଲ୍ଲିକ, ଚନ୍ଦକା ପାଇକାରପୁରର ସୁ ବୋଧ ମହାରଣା, ନୟାଗଡ଼ର ପୂର୍ଣ୍ଣଚନ୍ଦ୍ର ପ୍ରଧାନ ଓ ପୁରୁଣା ଭୁବନେଶ୍ବର ହାଟସାହିର ବୁବୁ ମହାରଣା। ସେମାନଙ୍କଠାରୁ ନଗଦ ୨୧ ହଜାର ଟଙ୍କା, ୩ ମୋବାଇଲ୍‌, ୨ କାର୍ଡ ବୋର୍ଡ, ୨ […]

ପୀତାମ୍ବରଆଚାର୍ଯ୍ୟହେଲେ ଆଡଭୋକେଟ୍ ଜେନେରାଲ

ଭୁବନେଶ୍ବର, ୧୯ା୭(ଏସଏସନିଉଜ) ରାଜ୍ୟ ସରକାର ଓଡ଼ିଶା ହା‌ଇକୋର୍ଟଙ୍କ ବରିଷ୍ଠ ଆଇନଜୀବୀ ପୀତାମ୍ବରଆଚାର୍ଯ୍ୟଙ୍କୁ ବଡ଼ ଦାୟିତ୍ବ ଦେଇଛନ୍ତି। ପୀତାମ୍ବର ଆଚାର୍ଯ୍ୟ ହୋଇଛନ୍ତି ଆଡଭୋକେଟ୍ ଜେନେରାଲ ‌ହୋଇଛନ୍ତି। ପୀତାମ୍ବରଙ୍କ ନିଯୁକ୍ତି ରାଜ୍ୟ ଆଇନ ବିଭାଗ ସୂତ୍ରରୁ ସୂଚନା ଦିଆଯାଇଛି। ଆଡଭୋକେଟ୍ ଜେନେରାଲ ଏକ ସାମ୍ୱିଧାନିକ ପଦବି। ସରକାର କ୍ଷମତାକୁ ଆସିବା ପରେ ପ୍ରଥମ କ୍ୟାବିନେଟରେ ଏଜି ନିଯୁକ୍ତି ସମ୍ପର୍କରେ ନିଷ୍ପତ୍ତି କରିବା କଥା। ଏକାଧିକ ବରିଷ୍ଠ ଆଇନଜୀବୀ ଲବିରେ ଥିବାରୁ ନିଷ୍ପତ୍ତି ବିଳମ୍ୱ ହୋଇଥିଲା। ମୋହନ ସରକାର ଶେଷରେ ଓଡ଼ିଶା […]

ଶ୍ରୀମନ୍ଦିର ରତ୍ନ ଭଣ୍ଡାରରୁ ମିଳିଲା ଯୁଦ୍ଧ ସାମଗ୍ରୀ

ଭୁବନେଶ୍ୱର,୧୯ା୭(ଏସଏସନିଉଜ)ଶ୍ରୀମନ୍ଦିର ରତ୍ନ ଭଣ୍ଡାରରୁ ରାଜରାଜୁଡ଼ା ଅମଳର ଯୁଦ୍ଧସାମଗ୍ରୀ ମିଳିଥିବାନେଇ ସୂଚନା ଦେଇଛନ୍ତି ରତ୍ନଭଣ୍ଡାର ତଦାରଖ କମିଟିର ଅଧ୍ୟକ୍ଷ ଜଷ୍ଟିସ ବିଶ୍ବନାଥ ରଥ । ତେବେ ଏହି ସାମଗ୍ରୀ କେଉଁ ଧାତୁରେ ତିଆରି ହୋଇଛି ତାହା ଜଣାପଡ଼ିନଥିଲେ ବି ଏହା କଳା ପଡ଼ିଯାଇଥିବା ସେ କହିଛନ୍ତି । ଗତକାଲି ରତ୍ନଭଣ୍ଡାର ଭିତରେ ୧୧ ଜଣିଆ ଅଧିକୃତ ଟିମ ଭଣ୍ଡାରର ଘର ଭିତରକୁ ଯାଇ ଦ୍ବିତୀୟ ରତ୍ନଭଣ୍ଡାର ଖୋଲିଥିଲେ । ଏହି ସମୟରେ ଭିତର ରତ୍ନଭଣ୍ଡାରରେ ୪ଟି ଆଲମାରୀ ଓ […]