Browsing category

ମହାନଗର

ଆସନ୍ତାକାଲି ବିଜେଡ଼ି ବିଧାୟକଦଳର ବୈଠକ

ଭୁବନେଶ୍ୱର,୧୯ା୭(ଏସଏସନିଉଜ)ଆସନ୍ତାକାଲି ସନ୍ଧ୍ୟା ସାଢେ଼ ୫ଟା ଶଙ୍ଖ ଭବନରେ ବିଜେଡ଼ି ବିଧାୟକଦଳର ବୈଠକ ବସିବ। ବିଜେଡ଼ି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ବୈଠକ ବସିବ। ଆଗାମୀ ବିଧାନସଭା ଅଧିବେଶନ ପାଇଁ ପ୍ରସ୍ତୁତ ହେବ ରଣନୀତି ।ଅନ୍ୟପଟେବିଜେଡି ସଂସଦୀୟ ଦଳ ବୈଠକ ଆରମ୍ଭ ହୋଇଛି ।ନବୀନ ନିବାସରେ ସୁପ୍ରିମୋଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ରାଜ୍ୟସଭା ସାଂସଦମାନେ ଉପସ୍ଥିତରହିଥିବାବେଳେ ସଂସଦ ଅଧିବେଶନ ପାଇଁ ରଣନୀତି ପ୍ରସ୍ତୁତ ହୋଇଥିବାର ଜଣାପଡିଛି ।

ମାଇକ୍ରୋସଫ୍ଟ ସମସ୍ୟା

ଭୁବନେଶ୍ୱର,୧୯ା୭(ଏସଏସନିଉଜ)ମାଇକ୍ରୋସଫ୍ଟରେ ଅଚଳାବସ୍ଥା ପାଇଁ ସାରା ବିଶ୍ୱ ପ୍ରଭାବିତ ହୋଇଛି ।ଯାହାଫଳରେ ଭୁବନେଶ୍ୱରରୁ କିଛି ବିମାନ ବାତିଲ୍ କରାଯାଇଛି ।ଇଣ୍ଡିଗୋ କାଲି ପର୍ଯ୍ୟନ୍ତଉଡ଼ାଣ ବାତିଲ କରିଥିବା ସୂଚନାମିଳିଛି ।ଚେକ୍ ଇନ୍ ଓ ଚେକ୍ ଆଉଟ୍‌ରେ ସମସ୍ୟାଯୋଗୁ ଯାତ୍ରୀମାନେ ହନ୍ତସନ୍ତ ହୋଇଛନ୍ତି ।ସବୁ ମାନୁଆଲି ହେଉଥିବାରୁ ବୋର୍ଡିଂରେ ବ୍ୟାପକ ସମସ୍ୟା ଦେଖାଦେଇଛି ।

ପୁରୀରେ ରାଜ୍ୟ ବିଜେପିର କାର୍ଯ୍ୟକାରିଣୀ ବୈଠକ

ଭୁବନେଶ୍ୱର,୧୯ା୭(ଏସଏସନିଉଜ)ସଭାପତି ମନମୋହନ ସାମଲଙ୍କ ଅଧ୍ୟକ୍ଷତାରେ କାର୍ଯ୍ୟକାରିଣୀବୈଠକ ଅନୁଷ୍ଠିତହୋଇଯାଇଛି ।ଏଥିରେ ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା , ୩ ପ୍ରଭାରୀ ଯୋଗ ଦେଇଥିଲୋମୁଖ୍ୟମନ୍ତ୍ରୀ ମୋହନ ମାଝୀ ଓ ମନ୍ତ୍ରିପରିଷଦ ସଦସ୍ୟ, ଦୁଇ କେନ୍ଦ୍ର ମନ୍ତ୍ରୀ ଜୁଏଲ ଓରାମ , ଧର୍ମେନ୍ଦ୍ର ପ୍ରଧାନ , ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡାପ୍ରମୁଖ ଉପସ୍ଥିତ ଥିଲେ ।ଏହାପରେ ରଥାରୁଢ଼ ଶ୍ରୀଜିଉମାନଙ୍କୁ ଦର୍ଶନ କଲେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ‌ଜଗତ ପ୍ରକାଶ ନଡ୍ଡା। ମହାପ୍ରଭୁଙ୍କ ଦର୍ଶନ ସହିତ କଲେ ରଥ ପରିକ୍ରମା କରିଥିଲେ ।

ଧବଳେଶ୍ୱର ପୀଠକୁ ପ୍ଲାଷ୍ଟିକ୍ କଳସ ମନା

ଭୁବନେଶ୍ବର, ୧୮ା୭(ଏସଏସନିଉଜ)ଶ୍ରାବଣ ମାସ ଆରମ୍ଭ ହେବାକୁ ଆଉ ମାତ୍ର ଦିନ କେଇଟା ବାକି। ଶ୍ରାବଣ ସୋମବାରରେ ଶୈବପୀଠରେ ଜଳଲାଗି କରିବେ କାଉଡିଆ। ଆଉ ଶ୍ରାବଣ ଆରମ୍ଭ ହେବା ପୂର୍ବରୁ କାଉଡିଆଙ୍କ ପାଇଁ ଆସିଛି ବଡ ଖବର। ଏଣିକି ଧବଳେଶ୍ୱର ପୀଠକୁ ପ୍ଲାଷ୍ଟିକ କଳସୀରେ ପାଣି ନେଇପାରିବେନି କାଉଡିଆ ମାନସିକଧାରୀ। ଧବଳେଶ୍ୱରଙ୍କ ପାଖକୁ ନିଷେଧ ହେଇଛି ପ୍ଲାଷ୍ଟିକ୍ କଳସ। ଯଦି କେହି ମାନସିକଧାରୀ ପ୍ଲାଷ୍ଟିକ୍ କଳସ ଧରି ପାଣି ଲାଗି କରିବାକୁ ଆସନ୍ତି , ତେବେ ତାଙ୍କ ଜଳ […]

ଆସୁଛି ବର୍ଷା

ଭୁବନେଶ୍ବର, ୧୮ା୭(ଏସଏସନିଉଜ)ବଙ୍ଗୋପସାଗରରେ ସୃଷ୍ଟି ହେଲା ଆଉ ଏକ ଲଘୁଚାପ କ୍ଷେତ୍ର।କେନ୍ଦ୍ରୀୟ ଏବଂ ସଂଲଗ୍ନ ଉତ୍ତର ବଙ୍ଗୋପସାଗରରେ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି।ଆଗାମୀ ୨ ଦିନରେ ଘନୀଭୂତ ହୋଇ ଉତ୍ତରପଶ୍ଚିମ ଦିଗକୁ ଗତି କରିବ।ଆସନ୍ତା ଦୁଇ ଦିନରେ ଓଡିଶା ଉପକୂଳ ଛୁଇଁବାର ସମ୍ଭାବନା ରହିଛି। ଗୋଟିଏ ଲଘୁଚାପ ସକ୍ରିୟ ରହିଥିବାବେଳେ ଆଉ ଏକ ଲଘୁଚାପ ସୃଷ୍ଟି ହେଉଥିବାରୁ , ଏହାର ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷାର ସମ୍ଭାବନା ରହିଛି। ଆସନ୍ତା ୨୧ ତାରିଖ ପର‌୍ୟ୍ୟନ୍ତ ବର୍ଷା […]

ବଡ ବଜେଟ୍ ଆଣୁଛନ୍ତି ମୋହନ ସରକାର

ଭୁବନେଶ୍ବର, ୧୮ା୭(ଏସଏସନିଉଜ)ରାଜ୍ୟରେ ପ୍ରଥମ ଥର ବିଜେପି ସରକାର ଗଠନ କରିବା ପରେ ଆସନ୍ତା ୨୫ ତାରିଖରେ ବଜେଟ୍ ଆଣିବାକୁ ଯାଉଛି ମୋହନ ସରକାର। ଏଥର ଓଡିଶା ବଜେଟ୍ ଆକାର ଛୁଇଁପାରେ ୩ ଲକ୍ଷ କୋଟି।ଏନେଇ ଲୋକସେବା ଭବନରେ ବସିଥିବା ମନ୍ତ୍ରୀ ପରିଷଦ ବୈଠକରେ ନିଷ୍ପତ୍ତି ହେଇଛି। ପୂର୍ଣ୍ଣାଙ୍ଗ ବଜେଟ୍ ଚିଠା ପ୍ରସ୍ତାବ ଉପରେ ମୋହର ବାଜିଥିବା ନେଇ ସୂଚନା ମିଳିଛି।ଆସନ୍ତା ୨୨ ତାରିଖରୁ ବିଧାନସଭା ଅଧିବେଶନ ଆରମ୍ଭ ହେବାକୁ ଯାଉଛି। ଏଥର ଅଧିବେଶନରେ ମୋହନ ସରକାର ନିଜର […]

ପଦ୍ମକେଶରୀପୁର ଗଣ୍ଡଗୋଳ ଘଟଣା

ଭୁବନେଶ୍ବର, ୧୮ା୭(ଏସଏସନିଉଜ) ମଂଚେଶ୍ୱରଥାନା ଅଧିନସ୍ଥ ପଦ୍ମକେଶରୀପୁର ଗ୍ରାମରେ ୬ତାରିଖରାତିରେ ସୁଧକାରବାରକୁନେଇ ପୁଣିଥରେ ଅଶଆନ୍ତ ହୋଇପଡିବା ସହ ଆଇନ ଶୃଙ୍ଖଳା ପରିସ୍ଥିତି ଉପୁଜିଥିଲା ।ତଳ ଓ ଉପରସାହି ଦୁଇଗୋଷ୍ଠି ମଧ୍ୟରେ ଛକାପନ୍‌ଝା ହୋଇ ପଥର, ଇଟା, ବୋତଲ ପକାପକି ଆରମ୍ଭ ହୋଇଯାଇଥିଲା ।ଖବରପାଇ ପୋଲିସ ଘଟଣାସ୍ଥଳରେ ପହଁଚି ପରିସ୍ଥିତିକୁ ନିୟନ୍ତ୍ରଣରେ ଆଣିବାକୁ ନାକେଦମ ହେବାକୁ ପଡିଥିଲା ।ପୋଲିସ ତୁରନ୍ତ ଗାଁରେ ଫ୍ଲାଗ ମାର୍ଚ କରିଥିଲା ।ପରବର୍ତିସମୟରେ ଗାଁରେ ଅବସ୍ଥା ସ୍ୱାଭାବିକ ହୋଇଥିଲ।। ପଦ୍ମକେଶରୀପୁର ଗଣ୍ଡଗୋଳ ଘଟଣାରେ ଆଉ ୨ […]

ରତ୍ନଭଣ୍ଡାର ମରାମତି ନିତାନ୍ତ ଆବଶ୍ୟକ- ଗଜପତି

ପୁରୀ, ୧୮ା୭(ଏସଏସନିଉଜ)ରତ୍ନଭଣ୍ଡାର ମରାମତି ନିତାନ୍ତ ଆବଶ୍ୟକ ବୋଲି କହିଲେ ଗଜପତି ମହାରାଜା। ରତ୍ନଭଣ୍ଡାର ଦେଖି ଫେରିଲା ପରେ ଗଜପତି ମହାରାଜା ତାଙ୍କ ପ୍ରତିକ୍ରିୟାରେ କହିଛନ୍ତ ରତ୍ନଭଣ୍ଡାର ସଂପୂର୍ଣ୍ଣ ଖାଲି ହେଲା ପରେ ଲେଜର ସ୍କାନିଂ କରାଯିବ।ଭିତରେ ଆଉ କିଛି ନାହିଁ ବୋଲି ସ୍ପଷ୍ଟ ହେଲା ପରେ ASIକୁ ହସ୍ତାନ୍ତର କରାଯିବ। ବାହାର ଏବଂ ଭିତର ରତ୍ନଭଣ୍ଡାର ମରାମତି ନିତାନ୍ତ ଆବଶ୍ୟକ। କେଉଁ କାଳରୁ ଓ କେବେ ମରାମତି ହୋଇଥିଲା , କେହି ଜାଣନ୍ତିନି। ୧୯୭୧ରୁ ଏଏସ୍‌ଆଇ ଦାୟିତ୍ବ […]

ରଥପାଇଁ ଆସିଥିଲେ ବାଟୁଳି ଗ୍ୟାଙ୍ଗ

ଭୁବନେଶ୍ୱର,୧୮ା୭(ଏସଏସନିଉଜ)କମିଶନରେଟ ପୋଲିସ କବଜାରେ ବାଟୁଳି ଗ୍ୟାଙ୍ଗ।୪ ଜଣଙ୍କୁ ଗିରଫ କଲା କମିଶନରେଟ ପୋଲିସର ସ୍ପେଶାଲ ସ୍କ୍ୱାର୍ଡ।ତାମିଲନାଡୁରୁ ଆସି କଟକ ଭୁବନେଶ୍ୱରରେ ଲୁଟ କରୁଥିଲେ।ଟାର୍ଗେଟରେ ଥିଲା ପାର୍କିଂରେଥିବା କାର , ମୋ-ବସ୍ ଓ ଭିଡ଼।ବାଟୁଳି ସାହାଯ୍ୟରେ କାର କାଚ ଭାଙ୍ଗି ଲୁଟୁଥିଲେ ଏହି ଗ୍ୟାଙ୍ଗ।ମୋ ବସ୍‌ରେ ପଶି ମୋବାଇଲ ଲୁଟ୍ କରନ୍ତି।ପୁରୀ ରଥଯାତ୍ରା ପାଇଁ ଭୁବନେଶ୍ୱର ଆସିଥିଲେ ଏହି ଗ୍ୟାଙ୍ଗ।୭ଦିନରେ ଭୁବନେଶ୍ୱରରେ ୨ଟି ଓ କଟକରେ ଗୋଟେ ଲୁଟ୍ କରିଛନ୍ତି।ରଥଯାତ୍ରା ବେଳେ ପୁରୀ ଯାଇଥିଲେ କି ନାହିଁ ତଦନ୍ତ […]

ପୁଣି ବଡ଼ ଟ୍ରେନ ଦୁର୍ଘଟଣା

ଭୁବନେଶ୍ୱର,୧୮ା୭(ଏସଏସନିଉଜ)ପୁଣି ବଡ଼ଧରଣର ରେଳ ଦୁର୍ଘଟଣା ଉତ୍ତର ପ୍ରଦେଶରେ ଘଟିଛି । ଉତ୍ତରପ୍ରଦେଶର ଗୋଣ୍ଡା ଜିଲ୍ଲା ନିକଟରେ ଦିବ୍ରୁଗଡ-ଚଣ୍ଡିଗଡ଼ ଏକ୍ସପ୍ରେସ ଦୁର୍ଘଟଣାଗ୍ରସ୍ତ ହୋଇଛି । ଚଣ୍ଡିଗଡ଼-ଦିବ୍ରୁଗଡ ଏକ୍ସପ୍ରେସର ଛଅଟି କୋଚ୍ ଲାଇନଚ୍ୟୁତ ହୋଇଛି । ଅନେକ ଗୁଡ଼ିଏ ବଗି ଓଲଟି ପଡ଼ିଥିବା ଦେଖିବାକୁ ମିଳିଛି ।ତେବେ ଏହି ଦୁର୍ଘଟଣାରେ ବର୍ତ୍ତମାନ ପର୍ଯ୍ୟନ୍ତ ଦୁଇ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଅନେକ ଆହତ ହୋଇଥିବା ସୂଚନା ମିଳୁଛି । ତେବେ ସରକାରୀ ଭାବେ ଆହତଙ୍କ ସଂଖ୍ୟା ତିନି ରହିଛି । […]