ଭୁବନେଶ୍ବର,୮ା୮(ଏସଏସନିଉଜ)ରାଜ୍ୟରେ ଆଳୁ ସଙ୍କଟ ଜାରି ରହିଛି । ଖୁଚୁରା ବଜାରରେ ଆଳୁ ଦର କିଲୋଗ୍ରାମ୍ ପିଛା ୫୦-୬୦ ଟଙ୍କାରେ ପହଞ୍ଚିଲାଣି । ରାଜ୍ୟସରକାର ଉତ୍ତରପ୍ରଦେଶର ସରକାରଙ୍କଠାରୁ ମାଗିଥିବା ଆଳୁ ଏପର୍ଯ୍ୟନ୍ତ ପହଞ୍ଚିନାହିଁ।ଗୁରୁବାର ଭୁବନେଶ୍ବରର ଆଇଗିଣିଆସ୍ଥିତ କୁବେରପୁରୀ ଆଳୁ ଗୋଦାମରେ ପଶ୍ଚିମବଙ୍ଗରୁ ୫ ଟ୍ରକ୍ ଆଳୁ ଆସି ପହଞ୍ଚିଛି। ଫଳରେ ଏବେ ଆଳୁ ଦର କମିବାର ଆଶା ଦେଖାଦେଇଛି।