ପ୍ରତି ପଞ୍ଚାୟତରେ ଖୋଲିବ ‘ଜନ ଆରୋଗ୍ୟ ମନ୍ଦିର

 

ଭୁବନେଶ୍ବର,୭/୮(ଏସଏସନିଉଜ) ପ୍ରତି ପଞ୍ଚାୟତରେ ଖୋଲିବ ଜନ ଆରୋଗ୍ୟ ମନ୍ଦିର। ଏଥିରେ ଜଣେ ଯୋଗ ଶିକ୍ଷକ ଓ ଅନ୍ୟ ଜଣେ ସହକାରୀ ଯୋଗ ଶିକ୍ଷକ ରହିବେ। ଏଠାରେ ସବୁ ପ୍ରକାର ମେଡିସିନ୍ ମହଜୁଦ ରହିବ। ଲୋକଙ୍କ ସ୍ୱାସ୍ଥ୍ୟ ସମସ୍ୟା ହେଲେ ସେଠାରେ ଉପକୃତ ହେବେ। ଛୋଟ ଛୋଟ ସ୍ୱାସ୍ଥ୍ୟ ସମସ୍ୟା ହେଲେ ସହାୟତା ମିଳିପାରିବ। ଏହା ଫଳରେ ନିଜ ପଞ୍ଚାୟତ ଛାଡି ରୋଗୀଙ୍କୁ ଅନ୍ୟ ସ୍ଥାନକୁ ଯିବାକୁ ପଡ଼ିବ ନାହିଁ ବୋଲି ସ୍ୱାସ୍ଥ୍ୟ ମନ୍ତ୍ରୀ ମୁକେଶ ମହାଲିଙ୍ଗ ସୂଚନା ଦେଇଛନ୍ତି।

Comments (0)
Add Comment