ଭୁବନେଶ୍ୱର,୯ା୮(ଏସଏସନିଉଜ)ରାଜ୍ୟରେ ବନ୍ୟା ସ୍ଥିତି ନାହିଁ ବୋଲି କହିଛନ୍ତି ଜଳସମ୍ପଦ ବିଭାଗ ସର୍ବୋଚ୍ଚ ଯନ୍ତ୍ରୀାକେବଳ ତଳିଆ ଅଞ୍ଚଳରେ ପାଣି ପଶିବାର ସମ୍ଭାବନା ଥିବାରୁ ପ୍ରଶାସନ ସତର୍କ ସର୍ତକ ରହିଛି ।ରାତି ସୁଦ୍ଧା ଭାର୍ଗବୀ , ଦୟାରେ ପିକ୍ ଅତିକ୍ରମ କରିବ ବନ୍ୟାଜଳ ।ମହାନଦୀର ଜଳସ୍ତର ବଢ଼ୁଥିବାବେଳେ ହୀରାକୁଦର ୧୪ଟି ଗେଟ୍ ଖୋଲା ଯାଇଛି ।ତଳିଆ ଅଞ୍ଚଳ କଣାସ , ଧନୁଆରେ ପାଣି ପଶିପାରୋ ବୈତରଣୀ ବଢୁଥିବାବେଳେ ବଡ଼ ବର୍ଷା ନଥିବାରୁ ଜଳସ୍ତର ଖସିବାସୁବର୍ଣ୍ଣରେଖା , ବୁଢ଼ାବଳଙ୍ଗ , ଜଳକା ବିପଦ ସଂକେତ ତଳେ ପ୍ରବାହିତ ହେଉଥିବାର ଜଣାପଡିଛି । ଅନ୍ୟପଟେ ମହାନଦୀର ଜଳସ୍ତର ବୃଦ୍ଧିପାଉଥିବାରୁ ୧୦ଟିଜିଲ୍ଲାପାଳଙ୍କୁ ସର୍ତକ କରାଇଲେ SRC ,ବିଶେଷକରି ତଳିଆ ଅଞ୍ଚଳ ଜିଲ୍ଳାପାଳଙ୍କୁ ସତର୍କ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି ।ସମ୍ବଲପୁର , ନୟାଗଡ଼ , ଅନୁଗୁଳ , ବୌଦ୍ଧ , ପୁରୀ, ଖୋର୍ଦ୍ଧା , କଟକ , ଜଗତସିଂହପୁର ଓ କେନ୍ଦ୍ରାପଡା ଜିଲ୍ଲାପାଳଙ୍କୁ ସର୍ତକ ରହିବାକୁ କୁହାଯାଇଛି ।ପାଣି ପଶିଥିବା ରାସ୍ତା ଓ ପୋଲ ଉପରେ ଯାତାୟାତ ନକରିବାକୁ ପରାମର୍ଶ ଦିଆଯାଇଛି ।