ଲୋକଙ୍କମତ ପରେ ସୁଭଦ୍ରା ଏସ୍‌ଓପି- ପ୍ରଭାତୀ

ଭୁବନେଶ୍ବର,୧୩/୮(ଏସଏସନିଉଜ) ସାଧାରଣ ଲୋକଙ୍କ ମତାମତ ପରେ ସୁଭଦ୍ରା ଏସ୍‌ଓପି ସାର୍ବଜନୀନ ହେବ।ସୁଭଦ୍ରା ଏସ୍‌ଓପି ନେଇ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ାଙ୍କ ସୂଚନା ଦେଇଛନ୍ତି।
ସେପ୍‌ଟେମ୍ବର ୧୭ରେ ପ୍ରଧାନମନ୍ତ୍ରୀଙ୍କ ଦ୍ବାରା ହିତାଧିକାରୀଙ୍କୁ ଦିଆଯିବ।ସୁଭଦ୍ରା ଯୋଜନା ପାଇଁ ଏସ୍‌ଓପି ପ୍ରସ୍ତୁତ ସରିଛି, ଲୋକଙ୍କ ମତାମତକୁ ଅପେକ୍ଷା କରାଯାଇଛି।ସାରା ରାଜ୍ୟରେ ୧୦ଟି କ୍ଲଷ୍ଟରରେ ଲୋକମାନଙ୍କଠାରୁ ମତାମତ ନିଆଯାଉଛି।ଲୋକମାନେ ଯାହା ମତାମତ ଦେବେ, ସେହି ହିସାବରେ ସଂଶୋଧନ ହେବ।୧୪ ତାରିଖ ସୁଦ୍ଧା ଜିଲ୍ଲାପାଳମାନଙ୍କଠାରୁ ଫିଡ୍‌ବ୍ୟାକ୍‌ ରିପୋର୍ଟ ଆସିବ।ଲୋକଙ୍କ ମତ ପରେ ଏସ୍‌ଓପିରେ ସଂଶୋଧନ ହୋଇ ସାର୍ବଜନୀନ ହେବ ବୋଲି କହିଛନ୍ତି।

Comments (0)
Add Comment