Browsing category

ମହାନଗର

ମୁଖ୍ୟମନ୍ତ୍ରୀଙ୍କ କାର୍‌କେଡ୍ ଅଟକାଇଲେ ମହିଳା

ଭୁବନେଶ୍ବର,୯ା୭(ଏସଏସନିଉଜ) ମୁଖ୍ୟମନ୍ତ୍ରୀଙ୍କ କାର୍‌କେଡ୍‌କୁ ଅଟକାଇଲେ ମହିଳାାମହିଳାଜଣଙ୍କ ରସୁଲଗଡ଼ ଛକରେ ମୁଖ୍ୟମନ୍ତ୍ରୀଙ୍କ କାର୍‌କେଡ୍ ଆଗକୁ ପଶି ଆସିଥିଲେ ।ମହିଳାଙ୍କ ହାଇଡ୍ରାମା ପାଇଁ କିଛି ସମୟ ଅଟକି ରହିଲା କାର୍‌କେଡ୍‌ାମହିଳାଜଣକୁ ପୋଲିସ ଉଠାଇ ନେଲା ପରେ କାର୍‌କେଡ୍ ଗଲାାତେବେ ମହିଳା ଜଣକ କିଏ ଏବଂ କାହିଁକି ଅଟକାଇଲେ , ତାହା ସ୍ପଷ୍ଟ ଜଣାପଡ଼ିନିା

ବାମ୍ଫିରୁ ଉଦ୍ଧାର ହେଲା ବାରହା

ବାରଙ୍ଗ,୮।୭(ଏସଏସନିଉଜ) ଜୟପୁର ଗ୍ରାମରେ ଜଣେ ବ୍ୟକ୍ତିଙ୍କ ପରିତ୍ୟକ୍ତ ବାମ୍ଫିରୁ ସୋମବାରଦିନ ଏକ ଜଙ୍ଗଲୀ ବାରହାକୁ ବନ ବିଭାଗ ଉଦ୍ଧାର କରିଛି । ଉଦ୍ଧାର ପରେ ବାରହାକୁ ବନ ବିଭାଗକର୍ମଚାରୀମାନେ ଜଙ୍ଗଲରେ ଛାଡ଼ି ଦେଇଥିବାର ଜଣାପଡିଛି। ସୋମବାର ପୂର୍ବାହ୍ନ ପ୍ରାୟ ସାଢ଼େ ୧୦ଟା ସମୟରେ ଜୟପୁର ଗ୍ରାମର ରାଜକିଶୋର ସାହୁଙ୍କ ବାଡ଼ିରେ ଥିବା ପରିତ୍ୟକ୍ତ ବାମ୍ଫିରେ ଏକ ବାରହା ପଡ଼ିଥିବା ଦେଖି ସେ ବନ ବିଭାଗକୁ ଖବର ଦେଇଥିଲେ। ଖବର ପ୍ରଚାରିତ ହେବା ପରେ ବାରହାକୁଦେଖିବାପାଇଁ ସ୍ଥାନୀୟ ଲୋକଙ୍କ […]

ବାଲିବୋଝେଇ ହାଇୱାକୁ ଧରିଲେ, ପୋଲିସକୁ ଦେଲେ

ବାରଙ୍ଗ,୮ା୭(ଏସଏସନିଉଜ) ସୋମବାରରାତିରେ ଆଠଗଡଆଡୁ ବାରଙ୍ଗଦେଇ ଆସୁଥିବା ୨ଟିବାଲିବୋଝେଇ ହାଇୱା ମଧ୍ୟରୁ ଗୋଟିଏଗାଡିକୁ ବାରଙ୍ଗ ଟ୍ରକଆସୋସିଏସନର ପଦାଧିକାରୀମାନେ ଧରି ବାରଙ୍ଗପୋଲିସକୁ ହସ୍ତାନ୍ତର କରିଛନ୍ତି । ୨ଟିହାଇୱା ବେଆଇନବାଲିଘାଟରୁ ବେଆଇନଭାବେ ବାଲିଆଣୁଥିବାର ଆସୋସିଏସନ ପକ୍ଷରୁ ଅଭିଯୋଗ କରାଯାଇଛି । ଗାଡିଦୁଇଟି ବାଲିବୋଝେଇକରି ଆଠଗଡପଟରୁ ବାରଙ୍ଗଦେଇଆସୁଥିବାବେଳେ ତ୍ରିଶୁଳିଆଛକପାଖରେ ବାରଙ୍ଗଟ୍ରକମାଲିକସଂଘର କର୍ମକର୍ତାମାନେ ରୋକି କାଗଜପତ୍ର ଯାଂଚ କରିଥିଲେ ।ବାଲିଚାଳଣ କରିବାର ସଠିକକାଗଜପତ୍ର ଚାଳକଦ୍ୱାୟ ନଦେଖାଇପାରିବାରୁ ଗାଡିଦୁଇଟିକୁ ରୋକି ବାରଙ୍ଗଥାନାରେ ଜିମା ଦେବାପାଇଁ ସାଙ୍ଗରେ ଆଣିଥିଲେ ।କିନ୍ତୁ ସେଥିମଧ୍ୟରୁ ଗୋଟିଏଗାଡି କୈାଶଳକ୍ରମେ ଖସି ପଳାଇଯାଇଥିବାବେଳେ […]

ଢାବା ଭିତରକୁ ପଶିଲା କାର

ବାରଙ୍ଗ, ୪।୭(ଏସଏସନିଉଜ) ଗୋଡିସାହିଫାଣ୍ଡି ଅଧିନସ୍ତ ଷଣ୍ଢପୁରଛକରେ ଭାରସାମ୍ୟ ହରାଇ ଏକ ଦ୍ରୁତଗାମୀକାର ଢାବାର କାନ୍ଥ ଭାଙ୍ଗି ଭିତରକୁ ପଶିଯାଇଛି ।ଯାହାଫଳରେ ଢାବର ଜଣେ କର୍ମଚାରୀ ଆହତହୋଇଥିବାବେଳେ କାରଟିଭାଙ୍ଗିରୁଜି ଯାଇଛି ଓ କାରଚାଳକ ସୁରକ୍ଷିତ ଥିବାର ଜଣାପଡିଛି । ପ୍ରକାଶଯେ, ଗୁରୁବାର ସଂନ୍ଧ୍ୟା ରେ ଏକ ଘରୋଇ ବିଶ୍ବବିଦ୍ୟାଳୟର ଜଣେ କର୍ମଚାରୀ କାର୍ଯ୍ୟସାରି ଓଡି ୦୨ଏକେ ୯୨୦୮ କାର ଯୋଗେ ଘରକୁ ଫେରୁଥିଲେ।ଦ୍ରୁତଗତି ରେ କାରଟି ଆସୁଥିବା ବେଳେ ଭାରସାମ୍ୟ ହରାଇ ଷଣ୍ଢପୁର ଛକରେ ଥିବା ଏକ ଢ଼ାବାର […]

ହାଇକୋର୍ଟରେ ରିଟ୍ ପିଟିସନ ଦାଏର କଲେ ଏଲିନା

ଭୁବନେଶ୍ୱର,୪।୭(ଏସଏସନିଉଜ)ଯାଜପୁରର ବଲେ ବଲେ ଢାବା ସିଲ୍ ଘଟଣାରେ ହାଇକୋର୍ଟରେ ରିଟ୍ ପିଟିସନ ଦାଏର କଲେ ଏଲିନାାପିଟିସନ ଦାଏର ପରେ ଏଲିନାଙ୍କ ଓକିଲଙ୍କ ତାଙ୍କ ପ୍ରତିକ୍ରିୟାରେ କହିଛନ୍ତି ଢାବା ସହ ଏଲିନା କିମ୍ବା ପରିବାର ଲୋକଙ୍କ ସମ୍ପର୍କ ନାହିଁ’ା ମିଥ୍ୟା ଖବର ଦ୍ବାରା ଏଲିନାଙ୍କ ସମ୍ମାନ ହାନି ହୋଇଛି ।ମିଥ୍ୟା ଖବର ଉପରେ ରୋକ ଲଗାଇବାକୁ ଓ ଘଟଣାର ତଦନ୍ତ ପାଇଁ ପିଟିସନ୍ ଦାଖଲ ହୋଇଛି ବୋଲି ଓକିଲ କହିଛନ୍ତି ।  

ଭୁବନେଶ୍ବରରେ ଜଷ୍ଟିସ ଅରଜିତ ପଶାୟତ

ଭୁବନେଶ୍ୱର,୪।୭(ଏସଏସ ନିଉଜ)ରତ୍ନଭଣ୍ଡାର ତଦାରଖ କମିଟି ଅଧ୍ୟକ୍ଷ ହେଉଛନ୍ତି ଜଷ୍ଟିସ ପଶାୟତାରତ୍ନଭଣ୍ଡାର ଖୋଲିବା ତାରିଖ ସରକାର ସ୍ଥିର କରିବେ ।ସରକାର ତାରିଖ ସ୍ଥିର କରିବା ପରେ ଖୋଲିବ ରତ୍ନଭଣ୍ଡାର ବୋଲି କହିଛନ୍ତି ।ଏହାପରେ ୮ ତାରିଖରେ ରତ୍ନଭଣ୍ଡାର ଖୋଲିବା ସମ୍ଭାବନା କମ୍ ଥିବାର ଅନୁମାନ କରାଯାଉଛି ।  

ଲୋକସେବା ଭବନରେ ବିଦ୍ଧିବଦ୍ଧ କାର୍ଯ୍ୟଭାର ସମ୍ଭାଳିଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୪।୭(ଏସଏସ ନିଉଜ) ଲୋକସେବା ଭବନରେ ବିଦ୍ଧିବଦ୍ଧ କାର୍ଯ୍ୟଭାର ସମ୍ଭାଳିଲେ ମୁଖ୍ୟମନ୍ତ୍ରୀାଓଡ଼ିଆ ଅସ୍ମିତା ସଂରକ୍ଷଣ ଓ ପ୍ରସାରକୁ ଗୁରୁତ୍ବ ଦିଆଯିବ ଓ ସାହିତ୍ୟ, କଳା, ସଙ୍ଗୀତ ଓ ଲଳିତ କଳା ଏକାଡେମୀର ପୁନଃଗଠନ ହେବ ।ଏହାସହସରକାରୀ କାର‌୍ୟ୍ୟରେ ଓଡ଼ିଆ ଭାଷାର ବ୍ୟାପକ ବ୍ୟବହାର କରାଯିବାବରୁଣେଇରେ ପାଇକ ଏକାଡେମୀ ଓ ସ୍ମାରକୀ ନିର୍ମାଣ ତ୍ବରାନ୍ବିତ ହେବାବିଭିନ୍ନ ଐତିହ୍ୟ ପୀଠର ବିକାଶକୁ ଗୁରୁତ୍ବ ଦେବାକୁ ସଂକଳ୍ପବଦ୍ଧ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।

ମନ୍ତ୍ରୀଙ୍କ କରିଡରରେ ଓଡ଼ିଆ ଅସ୍ମିତାର ଝଲକ

ଭୁବନେଶ୍ୱର,୪।୭(ଏସଏସ ନିଉଜ) ଲୋକସେବା ଭବନରେ ଲାଗିଲା ନୂଆ ନାମଫଳକ। ସରକାର ବଦଳିବା ପରେ ନୂଆକରି ଯେଉଁମାନେ ମନ୍ତ୍ରୀ ହେଲେ ତାଙ୍କ କାର୍ଯ୍ୟାଳୟରେ ଓଡିଆରେ ନାମଫଳକ ଲାଗିଛି। ଯେଉଁଥିରେ ସମ୍ବଲପୁରୀ ଶାଢିର ଧଡ଼ି ଆକୃତିରେ ସଜା ଯାଇଛି। ମନ୍ତ୍ରୀଙ୍କ କରିଡରରେ ଓଡ଼ିଆ ଅସ୍ମିତାର ଝଲକ ଦେଖିବାକୁ ମିଳିଛି ।

ଅଧକ୍ଷାଙ୍କୁ ଶୁଭେଛା ଜଣାଇଲେ ପୁରୁଣାଛାତ୍ର

ବାରଙ୍ଗ, ୨।୭(ଏସଏସନିଉଜ) ସୋମବାରଦିନ ବାରଙ୍ଗ କୁଞବିହାରୀମହାବିଦ୍ୟାଳୟର ଅଧକ୍ଷଭାବେ ଲିପିପୁଷ୍ପାନାୟକ ଦାୟିତ୍ୱ ଗ୍ରହଣ କରିବାପରେ ମଙ୍ଗଳବାରଦିନ ଛାତ୍ରୀଛାତ୍ରମାନଙ୍କ ତରଫରୁ ତାଙ୍କୁ ଶୁଭେଛା ଜଣାଯାଇଛି ।୩୩ତମ ଅଧକ୍ଷାଭାବେ ସେ ଯୋଗଦେଇଥିବାରୁ ମହାବିଦ୍ୟାଳୟ ଉନ୍ନତି ପାଇଁ ତାଙ୍କ ଉଦ୍ୟମ ରହିବ ବୋଲି କହିଛନ୍ତି ।ଅନ୍ୟପଟେ ମଙ୍ଗଳବାରଦିନ ପୁର୍ବତନ ଛାତ୍ର ତଥା ୫ପଂଚାୟତ ବିଜେପିନେତା ଅଜିତସାସମଲଙ୍କ ନେତୃତ୍ୱରେ କିଛିଛାତ୍ର ଅଧକ୍ଷାଙ୍କୁଭେଟି ଶୁଭେଛା ଜଣାଇଛନ୍ତି ।

ବାପାକୁ ହତ୍ୟାକଲା ପ୍ରଫେସରପୁଅ

ଭୁବନେଶ୍ବର,୩।୭(ଏସଏସନିଉଜ) ବାପାକୁ ଛୁରୀ ଭୁସି ହତ୍ୟା କଲା ପ୍ରଫେସର ପୁଅ।ମଞ୍ଚେଶ୍ବର ଥାନା ରଙ୍ଗମାଟିଆର ଏକ ଆପାର୍ଟମେଣ୍ଟ ରେ ବୀଭତ୍ସ ହତ୍ୟାକାଣ୍ଡ ଘଟିଛି।କୌଣସି କାରଣରୁ ବାପପୁଅଙ୍କ ମଧ୍ୟରେ ଗଣ୍ଡଗୋଳ ପରେ ହତ୍ୟା ହୋଇଥିବାର ପୋଲିସ ସନ୍ଦେହ କରୁଛି।ମୃତଦେହ ଜବତକରି ପୋଲିସର ଛାନଭିନ୍ ଆରମ୍ଭ କରିଥିବାବେଳେ ଅଭିଯୁକ୍ତ ପୁଅ ଅଟକ ରଖିଛି ପୋଲିସ। ଅଭିଯୁକ୍ତ ପୁଅ ଏକ ଘରୋଇ କଲେଜର ପ୍ରଫେସର ଥିବା ସୂଚନା ମିଳିଛି।ପୋଲିସ ଘଟଣାସ୍ଥଳକୁ ସାଇଣ୍ଟିଫିକ ଟିମ ନେଇ ତଦନ୍ତ ଆରମ୍ଭ କରିଛି।