Browsing category

ମହାନଗର

ନନ୍ଦନକାନନରେ ଭିତରେ ପଶି ଆକ୍ରମଣ ଘଟଣା

ବାରଙ୍ଗ,୪ା୬(ଏସଏସନିଉଜ) ସୋମବାର ପ୍ରାଣୀଉଦ୍ୟାନ ନନ୍ଦନକାନନ ବନ୍ଦ ଦିନରେ ଜଣେ ଯୁବକ ବେଆଇନ ଭାବେ ପସିବା ଏବଂ ଏହାକୁ ବାରଣ କରିବାରୁ ଜଣେ ସୁରକ୍ଷା କର୍ମଚାରୀଙ୍କୁ ଅଶ୍ଳୀଳ ଭାଷାରେ ଗାଳିଗୁଲଜ କରିବା ସହିତ ଆକ୍ରମଣ ଓ ଜୀବନରୁ ମାରିଦେବାକୁ ଧମକ ଘଟଣାରେ ନନ୍ଦନକାନନ ପ୍ରାଣୀଉଦ୍ୟାନ କର୍ତ୍ତୃପକ୍ଷ ନିଜଆଡୁ ଏକ ମାମଲା ରୁଜୁକରିଛି। ଜଙ୍ଗଲ ଓ ବନ୍ୟପ୍ରାଣୀ ନିୟମ ଅନୁଯାୟୀ କେସ ନଂ ୨/୨୪ ରେ ମାମଲା ରୁଜୁ କରାଯାଇଥିବା ନନ୍ଦନକାନନ ସୁରକ୍ଷା ବିଭାଗ ବନାଞ୍ଚଳ ଅଧିକାରୀ ଜୟକୃଷ୍ଣ ପଟ୍ଟନାୟକ […]

ଆଜି ଆସିବ ଜନାଦେଶ

ଭୁବନେଶ୍ୱର,୪।୭(ଏସଏସନିଉଜ)ପ୍ରତୀକ୍ଷାର ଅନ୍ତ ହେବ।ଆଜି ଆସିବ ଜନାଦେଶ।ଖୋଲିବ ଇଭିଏମ୍ ପେଡି।ବାହାରିବ ପ୍ରାର୍ଥୀଙ୍କ ଭାଗ୍ୟଫଳ। କେନ୍ଦ୍ରରେ କିଏ ଗଢ଼ିବ ସରକାର ? ଓଡ଼ିଶାରେ କାହା ଦଖଲକୁ ଯିବ କ୍ଷମତା ? ଆଜି ଲୋକସଭା ସମେତ ଓଡ଼ିଶା ବିଧାନସଭା ନିର୍ବାଚନର ଆସିବ ରେଜଲ୍ଟ।

କାଲିହେବ ନେତାଙ୍କ ଭାଗ୍ୟପରୀକ୍ଷା

ଭୁବନେଶ୍ୱର,୩ା୬(ଏସଏସନିଉଜ) ଆସନ୍ତାକାଲି ଭୋଟ ଗଣତି । ଆସିବ ନେତାଙ୍କ ଭାଗ୍ୟ ପରୀକ୍ଷାର ଫଳ ।ଭୁବନେଶ୍ୱର ବିଜେବି କଲେଜରେ ହୋଇଥିବା ଷ୍ଟ୍ରଙ୍ଗରୁମରେ କଡ଼ା ସୁରକ୍ଷା ବଳୟରେ ରହିଛି ଇଭିଏମ । ଉଭୟ CAPF ଓ ଷ୍ଟେଟ୍ ଆର୍ମଡ଼ ପୋଲିସ ସହ କମିଶନରେଟ ପୋଲିସ ଷ୍ଟ୍ରଙ୍ଗ ରୁମ୍ ଦାୟିତ୍ୱରେ ରହିଛନ୍ତି । ଷ୍ଟ୍ରଙ୍ଗରୁମ୍ ଚାରିପଟେ ତ୍ରିସ୍ତରୀୟ ସୁରକ୍ଷା ବ୍ୟବସ୍ଥା କରାଯାଇଛି । ଏଥିସହ ସିସିଟିଭି ସର୍ଭେଲାନ୍ସ ଅଧୀନରେ ରହିଛି ଷ୍ଟ୍ରଙ୍ଗ ରୁମ୍ । ଷ୍ଟ୍ରଙ୍ଗ ରୁମ୍ ବାହାରେ ଦିନ ରାତି […]

ଆଜିଠୁ +୩ ନାମ ଲେଖା ଆବେଦନ

ଭୁବନେଶ୍ୱର,୩ା୬(ଏସଏସନିଉଜ)ଉଚ୍ଚଶିକ୍ଷା ବିଭାଗର ବିଜ୍ଞପ୍ତି ଅନୁଯାୟୀ +୩ ନାମ ଲେଖା ପାଇଁ ଆବେଦନ ଜୁନ୍ ୩ ଅପରାହ୍ନ ୪ଟା ରୁ ଆରମ୍ଭ ହୋଇ ଜୁନ୍ ୧୭ ପର୍ଯ୍ୟନ୍ତ ଚାଲିବ। ଛାତ୍ର ଛାତ୍ରୀ ମାନେ www.samsodisha.gov.in ୱେବସାଇଟକୁ ଯାଇ ପଞ୍ଜିକରଣ କରି ପାରିବେ।୨୫ ଜୁନ୍ ସନ୍ଧ୍ୟା ରେ ପ୍ରକାଶ ପାଇବ ପ୍ରଥମ ମେଧାତାଲିକା ଓ ୨୬ଜୁନ୍ ରୁ ପ୍ରଥମରାଉଣ୍ଡ ନାମ ଲେଖା ହେବାସୂଚନାଯୋଗ୍ୟ ଏଥର ୨ଟିପର୍ଯ୍ୟାୟରେ ନାମ ଲେଖା ହେବ।କଳା, ବିଜ୍ଞାନ, ବାଣିଜ୍ୟ ରେ ସ୍ନାତକ ନାମ ଲେଖା ସହ […]

ଆରମ୍ଭ ହେଲା ଦ୍ୱିତୀୟବାର୍ଷିକ ମହାଯଜ୍ଞ

ବାରଙ୍ଗ, ୨।୬(ଏସଏସନିଉଜ) ବାରଙ୍ଗବ୍ଲକ ଅନ୍ତର୍ଗତ କୁହ୍ନେଇପଡା ପଞ୍ଚାୟତର ଫକିରପଡାଗ୍ରାମରେ ପ୍ରଭୁ ଶ୍ରୀଶ୍ରୀ ଶନିଶ୍ଚରଙ୍କ ପବିତ୍ର ପୀଠସ୍ଥଳୀରେ ଦ୍ୱିତୀୟ ବାର୍ଷିକଉତ୍ସବ ପାଳନ ସହ ମହାଯଜ୍ଞ ଅନୁଷ୍ଠିତ ହେଉଛି ।ପୂର୍ବବର୍ଷ ପରି ଚଳିତବର୍ଷ ପ୍ରଭୁ ଶ୍ରୀଶ୍ରୀ ଶନିଶ୍ଚରଙ୍କ ଦିବସ ବହୁ ଆଡମ୍ବର ସହ ପାଳନ କରାଯାଉଛି ।ଏହି ବାର୍ଷିକଉତ୍ସବରେ କୁଳପୁରୋହିତ ସୁବାଷପଣ୍ଡାଙ୍କ ତତ୍ବାବଧାନରେ ମହାଯଜ୍ଞ ୨ଦିନ ବ୍ୟାପି ଅନୁଷ୍ଠିତ ହେବାକୁ ଯାଉଛି ।ରବିବାରଦିନ ଅଙ୍କୁରାରୋପଣ କରାଯିବା ପରେ ପୂର୍ବାହ୍ନରେ ପୁରୀ ମୁଖ୍ୟ କେନାଲରୁ ମହାସମାରୋହରେ ୧୦୮ କଳସଯାତ୍ରା କରାଯାଇଛି।କଳସଯାତ୍ରା ପରେ […]

ଏକଜିଟ୍ ପୋଲ୍ ଅଙ୍କକଷା…

ଭୁବନେଶ୍ୱର,୨ା୬(ଏସଏସନିଉଜ) ଏକଜିଟ୍ ପୋଲକୁ ନେଇ ରାଜ୍ୟର ୩ ପ୍ରମୁଖ ରାଜନୈତିକ ଦଳ ତାଙ୍କର ପ୍ରତିକ୍ରିୟା ରଖିଛନ୍ତି । ।ବରିଷ୍ଠ ବିଜେଡ଼ି ବିଧାୟକ ତଥା ପୂର୍ବତନ ମନ୍ତ୍ରୀ ପଦ୍ମନାଭ ତାଙ୍କ ପ୍ରତିକ୍ରିୟାରେ କହିଛନ୍ତି ଉଭୟ ଲୋକସଭା ଓ ବିଧାନସଭାରେ ଭଲ କରିବ ବିଜେଡ଼ି ।ଏକଜିଟ୍ ପୋଲ ଆକଳନ ସବୁବେଳେ ଠିକ୍ ହୁଏନାହିଁ ।ବିଜେଡ଼ି ବାସ୍ତବରେ ସରକାର ଗଠନ କରିବାକୁ ଯାଉଛି ।ମୁଖ୍ୟମନ୍ତ୍ରୀ ୯ରେ ଶପଥ ନେବେ, ଏଥିରେ ସନ୍ଦେହ ନାହିଁ ବୋଲି କହିଛନ୍ତି ।୨୦୧୯ର ଏକଜିଟ୍ ପୋଲ ଭୁଲ […]

ବୋମା ଧମକ

ଭୁବନେଶ୍ୱର,୧ା୬(ଏସଏସନିଉଜ) ଚେନ୍ନାଇରୁ ମୁମ୍ବାଇ ଅଭିମୁଖେ ଉଡ଼ାଣ ଭରିଥିବା ଇଣ୍ଡିଗୋ ବିମାନ ୬ଇ୫୩୧୪ ବିମାନକୁ ଶନିବାର ସକାଳୁ ମୁମ୍ବାଇ ବିମାନବନ୍ଦରରେ ଜରୁରୀକାଳୀନ ଅବତରଣ କରାଯାଇଛି। ବିମାନଟିକୁ ବୋମା ଧମକ ମିଳିବା ପରେ ଜରୁରୀକାଳୀନ ଅବତରଣ କରିଛି । ଅବତରଣ କରିବା ପରେ ବିମାନ କର୍ମଚାରୀମାନେ ପ୍ରୋଟୋକଲ ଅନୁସରଣ କରିଥିଲେ ଏବଂ ସୁରକ୍ଷା ଏଜେନ୍ସିର ନିର୍ଦ୍ଦେଶାବଳୀ ଅନୁଯାୟୀ ବିମାନକୁ ଏକ ପୃଥକ ସ୍ଥାନକୁ ନେଇ ଯାଇଛନ୍ତି।

ନାକଚଣାଦ୍ୱାର ନିକଟରେଅଗ୍ନିକାଣ୍ଡ

ପୁରୀ,୧ା୬(ଏସଏସନିଉଜ) ଗୁଣ୍ଡିଚାମନ୍ଦିର ନାକଚଣାଦ୍ୱାର ନିକଟରେ ଅଗ୍ନିକାଣ୍ଡାନାକଚଣା ଦ୍ୱାର ନିକଟ ଅଳିଆ ଗଦାରେ ଅଗ୍ନିକାଣ୍ଡ ହୋଇଥିଲା । ଚାହୁଁଚାହୁଁ ଶୀଘ୍ର ନିଆଁ ଚାରିଆଡେ ବ୍ୟାପି ଯାଇଥିଲା ।କେହି ଦୁର୍ବୃତ୍ତ ଏହି ଅଳିଆ ଗଦାରେ ନିଆଁ ଲଗାଇ ଦେଇଥିବା ଅନୁମାନ କରାଯାଉଛି । ଅଗ୍ନିକାଣ୍ଡ ଖବର ପାଇ ଘଟଣାସ୍ଥଳରେ ଅଗ୍ନିଶମ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିଛି । ତେବେ ଏଥିରେ କାହାର କିଛି କ୍ଷୟକ୍ଷତି ହୋଇନାହିଁ ।ଭୋର୍ ସମୟରେ କେହି ଦୁର୍ବୃତ୍ତ ନିଆଁ ଲଗାଇଥିବା ଅନୁମାନ କରାଯାଉଛି ।

ପୁସ୍ତକପ୍ରେମୀ ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର୩୧।୫(ଏସଏସନିଉଜ) ଭୁବନେଶ୍ବର ମାଷ୍ଟରକ୍ୟାଣ୍ଟିନ୍‌ ଛକରେ ପୁସ୍ତକ କିଣିଲେ ମୁଖ୍ୟମନ୍ତ୍ରୀ।ସିକ୍ରେଟ୍‌ସ ଅଫ୍‌ ଶିମିଳିପାଳ’ ଓ ‘ଆରିଏନ୍ସ’ ପୁସ୍ତକ କିଣିଲେ।ଦୁଇ ପୁସ୍ତକ କିଣି ୨ ହଜାର ୫୦୦ ଟଙ୍କା ଦେଲେ ମୁଖ୍ୟମନ୍ତ୍ରୀ।ବହି କିଣିବା ପରେ ଛୋଟ ଝିଅ ସହ ସେଲ୍‌ଫି ନେଲେ।ପ୍ରଚାର ପରେ ରିଲାକ୍ସ ହେବାକୁ ବହି କିଣିଲି ବୋଲି କହିଲେ ନବୀନ।

ଆଜି ଶେଷ ପର୍ଯ୍ୟାୟ ମତଦାନ

ଭୁବନେଶ୍ୱର,୧।୬(ଏସଏସନିଉଜ)ଆଜି ଶେଷ ପର୍ଯ୍ୟାୟ ମତଦାନ।୬ସଂସଦୀୟକ୍ଷେତ୍ର ଓ ୪୨ ବିଧାନସଭାଆସନରେ ହେବ ମତଦାନ।ଭୋଟ ଦେବେ ୯୯ ଲକ୍ଷ ୬୧ହଜାର ଭୋଟର। ଏଥିପାଇଁ ୧୦ହଜାର ୮୮୨ ବୁଥ୍ କରାଯାଇଥିବା ବେଳେ ୭୦ ହଜାରରୁ ଅଧିକ କର୍ମଚାରୀ ନିୟୋଜିତ ହୋଇଛନ୍ତି।ଏହି ପର୍ଯ୍ୟାୟରେ ୪୬୦ପ୍ରାର୍ଥୀଙ୍କ ଭାଗ୍ୟ ପରୀକ୍ଷା ହେବ।ସୁରକ୍ଷା ଦାୟିତ୍ବରେ ରହିଛନ୍ତି ୩୬ ହଜାର ପୋଲିସ।କେନ୍ଦ୍ରାପଡ଼ା,ଜଗତସିଂହପୁର, ଯାଜପୁର, ବାଲେଶ୍ବର,ଭଦ୍ରକ,ମୟୂରଭଞ୍ଜ ଲୋକସଭା ନିର୍ବାଚନମଣ୍ଡଳୀ ଏବଂ ଏହି ୬ ସଂସଦୀୟ କ୍ଷେତ୍ର ଅଧୀନରେ ଥିବା ମୋଟ ୪୨ବିଧାନସଭା ଆସନରେ ହେବ ମତଦାନ।