Browsing category

ମହାନଗର

ନବୀନନିବାସରେ ଢେଙ୍କାନାଳ ସମୀକ୍ଷା

  ଭୁବନେଶ୍ବର,୨୪।୩(ଏସଏସନିଉଜ) ଶଙ୍ଖଭବନରେ ସ୍ବାଧୀନ ବିଧାୟକ ମକରନ୍ଦମୁଦୁଲି।ରାୟଗଡ଼ାର ସ୍ବାଧୀନବିଧାୟକ ମକରନ୍ଦ ମୁଦୁଲି।ବିଜେଡି କାର୍ଯ୍ୟାଳୟରେ ପହଞ୍ଚିଥିବାରୁ ବଢ଼ିଲାଚର୍ଚ୍ଚା।ନବୀନ ନିବାସରେ ଢେଙ୍କାନାଳ ସଂସଦୀୟକ୍ଷେତ୍ର ପାଇଁ ସମୀକ୍ଷା ଆରମ୍ଭ ହୋଇଛି।ଜିଲ୍ଲା ପର୍ଯ୍ୟବେକ୍ଷକ,ଦଳର ବରିଷ୍ଠନେତା ଓ ବିଧାୟକ ଉପସ୍ଥିତ ଅଛନ୍ତି।ସମ୍ବଲପୁର, ସୁନ୍ଦରଗଡ଼ପରେ ଢେଙ୍କାନାଳ ପାଇଁ ବିଜେଡିର ସମୀକ୍ଷା ଆରମ୍ଭ ହୋଇଛି।

ଆଜି ଆସିପାରେ

ଭୁବନେଶ୍ୱର,୨୪।୩(ଏସଏସନିଉଜ)ବିଜେପିର ସିଇସି ବୈଠକରେ ଓଡ଼ିଶାପ୍ରାର୍ଥୀ ପ୍ରସଙ୍ଗରେ ଆଲୋଚନା ହୋଇଥିବାର ଜଣାପଡିଛି।ବିଜେପି ମୁଖ୍ୟାଳୟରେ ବିଳମ୍ବିତରାତି ଯାଏଁ ଚାଲିଥିଲା ବୈଠକ।ବୈଠକପରେ ରାଜ୍ୟସଭାପତି ମନମୋହନ ସାମଲ ତାଙ୍କପ୍ରତିକ୍ରିୟାରେ କହିଛନ୍ତି ଓଡ଼ିଶାର ୨୧ଲୋକସଭା ଆସନ ଉପରେ ଆଲୋଚନା ହୋଇଛି।ଓଡ଼ିଶାର ପଲିଟିକାଲ ସିଚ୍ୟୁଏସନ୍ ଓ ଷ୍ଟାଟେଜିନେଇ ଆଲୋଚନା ହୋଇଛି।ଜାତୀୟ ଗଣମାଧ୍ୟମସଂସ୍ଥା ANIସୂତ୍ରରୁ ସୂଚନା ମୁତାବକ ସମ୍ବଲପୁରରୁ ଧର୍ମେନ୍ଦ୍ରପ୍ରଧାନ,ପୁରୀରୁ ସମ୍ବିତପାତ୍ର, ଭୁବନେଶ୍ବରରୁ ଅପରାଜିତାଷଡ଼ଙ୍ଗୀ ପ୍ରାର୍ଥୀ ହୋଇପାରନ୍ତି।ଓଡ଼ିଶା ସମେତ ୟୁପି, ଆନ୍ଧ୍ର, ପଶ୍ଚିମବଂଗ, ରାଜସ୍ଥାନ ପ୍ରସଙ୍ଗରେ ମଧ୍ୟ ଆଲୋଚନା ହୋଇଥିବାର ଜଣାପଡିଛି।ଅନ୍ୟପଟେ ଆଜି ଆସିପାରେ ବିଜେପିର ଚତୁର୍ଥପର୍ଯ୍ୟାୟ […]

କେଜ୍ରିୱାଲଙ୍କୁ ୬ଦିନିଆ ଇଡି ରିମାଣ୍ଡ

ଭୁବନେଶ୍ୱର,୨୨।୩(ଏସଏସନିଉଜ)ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ ୬ ଦିନିଆ ଇଡି ରିମାଣ୍ଡରେ ନେଇଛି।ଆସନ୍ତା ୨୮ତାରିଖ ଯାଏଁ ରିମାଣ୍ଡରେ ଯିବେ କେଜ୍ରିୱାଲ।୧୦ ଦିନିଆ ରିମାଣ୍ଡ ପାଇଁ ଆବେଦନ କରିଥିଲା ଇଡି।୬ଦିନିଆ ରିମାଣ୍ଡ ପାଇଁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟକୁ କୋର୍ଟଙ୍କ ଅନୁମତି ମିଳିଛି।ମଦଦୁର୍ନୀତି ମାମଲାରେ ଗତକାଲି ଗିରଫ ହୋଇଥିଲେ କେଜ୍ରିୱାଲ।

ସୁଯୋଗ ନଥିବାଜାଣି ପଳାଇଲେ- ପ୍ରତାପ ଜେନା

ଭୁବନେଶ୍ୱର,୨୨ା୩(ଏସଏସନିଉଜ)ଭର୍ତ୍ତୃହରିଙ୍କ ଇସ୍ତଫା ନେଇ ବିଜେଡି ନେତା ପ୍ରତାପ ଜେନା ତାଙ୍କ ମନ୍ତବ୍ୟରେ କହିଛନ୍ତି ଭର୍ତ୍ତୃହରି ନିର୍ବାଚନ ମଣ୍ଡଳୀରେ ଲୋକଙ୍କୁ ସମୟ ଦେଉନଥିଲେ କି ଲୋକଙ୍କ ପାଇଁ କାମ କରୁନଥିଲେ ।ଏହାସହ ଲୋକଙ୍କ ସହ ସଂପର୍କ ନଥିଲା ।ଜନ ଅସନ୍ତୋଷ ସତ୍ତ୍ୱେ ନବୀନବାବୁ ତାଙ୍କୁ ୨୦୧୯ରେ ଟିକେଟ ଦେଇଥିଲେ ।ଏଥର ଆଉ ତାଙ୍କ ପାଇଁ ସୁଯୋଗ ନଥିବା ଜାଣି ସେ ଛାଡ଼ି ପଳାଇଲେ ।ଛଅ ଥର ତାଙ୍କୁ ସାଂସଦ କରିଥିବା ଦଳକୁ ଛାଡ଼ି ଚାଲିଯିବା ଦୁଃଖର କଥା ବୋଲି […]

ସବୁ ଆସନରେ ଲଢିବ ବିଜେଡି

ଭୁବନେଶ୍ୱର,୨୨ା୩(ଏସଏସନିଉଜ) ଏବେ ଦୂର ହୋଇଛି ବିଜେଡି-ବିଜେପି ମେଣ୍ଟ ଦ୍ୱନ୍ଦ୍ୱ ।ସବୁ ଆସନରେ ଲଢିବ ବିଜେଡି ।୧୪୭ ବିଧାନସଭା ଓ ୨୧ ଲୋକସଭା ଆସନରେ ଲଢିବ ବିଜେଡ଼ି। ସୋସିଆଲ ମିଡିଆରେ ପୋଷ୍ଟ କଲେ ପ୍ରଣବ ପ୍ରକାଶ ଦାସ ।ମନମୋହନଙ୍କ ପୋଷ୍ଟ ପରେ ବିଜେଡ଼ି ସଂଗଠନ ସଂପାଦକ ବବିଙ୍କ ପୋଷ୍ଟ ।ବିଜେଡ଼ି ସମସ୍ତ ଆସନରେ ଲଢ଼ିବ ପୋଷ୍ଟ କଲେ ପ୍ରଣବ ପ୍ରକାଶା ଲୋକଙ୍କ ସମର୍ଥନରେ ନବୀନଙ୍କ ନେତୃତ୍ୱରେ ତିନି ଚତୁର୍ଥାଂଶ ସିଟ୍ ପାଇବୁ ବୋଲି ସେ ଲେଖିଛନ୍ତି ।

ଏକାକୀ ଲଢ଼ିବ ବିଜେପି !

ଭୁବନେଶ୍ୱର,୨୨।୩(ଏସଏସ ନିଉଜ)ରାଜ୍ୟରେ ବିଜେପି ଏକାକୀ ଲଢ଼ିବବୋଲି ସ୍ପଷ୍ଟ କଲେ ବିଜେପି ସଭାପତି ମନମୋହନ ସାମଲ।ଏକ୍ସ ଜରିଆରେ ସ୍ପଷ୍ଟ କଲେ ବିଜେପି ସଭାପତି ମନମୋହନ।ସମସ୍ତ ୨୧ ଲୋକସଭା ଓ ୧୪୭ ବିଧାନସଭାରେ ଏକା ଲଢ଼ିବୁ। ବିକଶିତ ଓଡ଼ିଶା ଗଠନ ନିମନ୍ତେ ବିଜେପି ଏକା ଲଢ଼ିବ ବୋଲି କହିଛନ୍ତି।ମୋଦି ସରକାରଙ୍କ ଅନେକ ଯୋଜନା ତୃଣମୂଳ ସ୍ତରରେ ପହଞ୍ଚି ପାରୁନି। ଓଡ଼ିଶାର ଗରିବଲୋକେ କେନ୍ଦ୍ରୀୟଯୋଜନାର ଫାଇଦା ପାଉନାହାନ୍ତି।ଅନେକ ପ୍ରସଙ୍ଗରେ ରାଜ୍ୟ ସରକାରଙ୍କ ସହ ସହମତ ହୋଇପାରୁନୁ। ଓଡ଼ିଶାବାସୀଙ୍କ ସ୍ୱାର୍ଥସହ ଜଡ଼ିତ ଅନେକ […]

ବିଜେଡି ଛାଡ଼ିଲେ ଭର୍ତ୍ତୃହରି

ଭୁବନେଶ୍ୱର,୨୨।୩(ଏସଏସନିଉଜ)ବିଜେଡିରୁ ଇସ୍ତଫା କଟକସାଂସଦ ଭର୍ତ୍ତୃହରି ମହତାବ।ଏଥରକୁ ମିଶାଇ କଟକରୁ ୬ଥର ସାଂସଦ ଭର୍ତ୍ତୃହରି।ପ୍ରେସମିଟରେ ଇସ୍ତଫାନେଇ ସୂଚନା ଦେଲେ ସାଂସଦ ଭର୍ତ୍ତୃହରି।ଦଳର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେବସହ ଇସ୍ତଫାପତ୍ର ସଭାପତି ନବୀନ ପଟ୍ଟନାୟକଙ୍କ ପାଖକୁ ପଠାଇଛି ବୋଲି କହିଲେ।ଇସ୍ତଫା କାହିଁକି ଦେଲେ ଖୋଲି କହିଲେ ଭର୍ତ୍ତୃହରି ମହତାବ।ସେ କହିଲେ ଧୈର୍ଯ୍ୟର ଗୋଟିଏ ସୀମା ଥାଏ, ଧୈର୍ଯ୍ୟ ସୀମା ଟପିଲା। ବୋଲି କହିଥିଲେ।ବହୁତ ସହିଛି, ସହି ସହି ଅସହ୍ୟ ହେଲା ପରେ ଏମିତି ନିଷ୍ପତ୍ତି ନେଲି ନିଷ୍ପତ୍ତି କଠୋର […]

ଜେଲରୁ ବିଦାହେବେ ଚକରା ଓ ଶମ୍ଭୁ

ଭୁବନେଶ୍ୱର,୨୧।୩(ଏସଏସନିଉଜ)ଝାରପଡ଼ା ଜେଲରୁ ଅନ୍ୟ ଜେଲକୁ ସ୍ଥାନାନ୍ତର ହେବେ ୨୦ କଏଦୀ।ଚକରା ଓ ଶମ୍ଭୁ ସହ ୨୦ କଏଦୀଙ୍କୁ ସ୍ଥାନାନ୍ତର ଅନୁମତି ମଗାଯାଇଥିବା ସୂଚନା ମିଳିଛି।କୋର୍ଟକୁ ଅନୁମତି ମଗାଯାଇଥିବା ସୂଚନା ଦେଲେ ଜେଲ୍‌ ଡିଜି।ଜେଲ୍‌ରେ ପିଟାପିଟି ଘଟଣାରେ ତଦନ୍ତ ରିପୋର୍ଟ ହସ୍ତଗତ ହୋଇଛି।ଗୃହ ବିଭାଗକୁ ତଦନ୍ତ ସମ୍ପର୍କିତ ରିପୋର୍ଟ ପଠାଯାଇଛି।ଜେଲ୍‌ କର୍ତ୍ତୃପକ୍ଷଙ୍କ ତ୍ରୁଟି ଧରାପଡ଼ିଥିବା କହିଲେ ଜେଲ୍‌ ଡିଜି।

ଦାମୋଦର ରାଉତ ଗୁରୁତର

ଭୁବନେଶ୍ୱର,୨୧।୩(ଏସଏସନିଉଜ)ବରିଷ୍ଠ ବିଜେଡି ନେତା ଦାମୋଦରରାଉତ ଗୁରୁତର ଥିବାନେଇ ପୁଅ ସମ୍ବିତ ରାଉତରାୟଙ୍କ ସୂଚନା ଦେଇଛନ୍ତି।ଏକ ଘରୋଇ ହସ୍ପିଟାଲରେ ଚିକିତ୍ସା ଚାଲିଥିବା କହିଛନ୍ତି।ଦାମଙ୍କ ଅବସ୍ଥା ସଂକଟାପନ୍ନ ନେଇ ପୁଅ ସମ୍ବିତଙ୍କ ଗୁରୁତର ଅଭିଯୋଗ ଆଣିଛନ୍ତି।କ୍ୟାପିଟାଲ ହସ୍ପିଟାଲ ପାଇଁ ଏଭଳି ଅବସ୍ଥା ହେଲା କହିଲେ ଦାମଙ୍କପୁଅ ବିଧାୟକ ସମ୍ବିତ ରାଉତରାୟଙ୍କ। ୧୮ତାରିଖ ରାତିରେ ହାର୍ଟଆଟାକ୍‌ ହେଲା,ରାତି ୩ଟାରେ ବାପାଙ୍କୁ ନେଇ କ୍ୟାପିଟାଲ ହସ୍ପିଟାଲରେ ପହଞ୍ଚିଲୁ।ବାରମ୍ବାର କହିବା ସତ୍ତ୍ବେ କ୍ୟାପିଟାଲ ହସ୍ପିଟାଲରେ ସିପିଆର୍‌ ଦେଲେନି। ବାଧ୍ୟହୋଇ ସେଠାରୁ ଆମେ ବାପାଙ୍କୁ ଘରୋଇ […]

ଜଟଣୀ ପୁଲିସର ଫ୍ଲାଗ୍ ମାର୍ଚ୍ଚ

ଜଟଣୀ,୨୦।୩(ଏସଏସନିଉଜ) ନିର୍ବାଚନକୁ ଶାନ୍ତିଶୃଙ୍ଖଳାର ସହ କରିବାପାଇଁ ଜଟଣୀପୁଲିସ ପକ୍ଷରୁ ଦ୍ୱିତୀୟପର୍ଯ୍ୟାୟ ଫ୍ଲାଗ୍ ମାର୍ଚ୍ଚ କରାଯାଇଛି।ଜଟଣୀପୁଲିସ ଗୋଟିଏ ପ୍ଲାଟୁନ୍ ପୁଲିସ ଫୋର୍ସନେଇ କନ୍ତିଆ, ନିରଞ୍ଜନପୁର,ରଥପୁର ଆଦିଅଞ୍ଚଳରେ ଫ୍ଲାଗ୍ ମାର୍ଚ୍ଚ କରିଛି।ଗତସପ୍ତାହରେ ଜଟଣୀବ୍ଲକ ବେଣାପଞ୍ଜରୀ ଓ ତରାବୋଇଠାରେ ଫ୍ଲାଗ୍ ମାର୍ଚ୍ଚ କରାଯାଇଥିଲା।ଜଟଣୀରେ ସମୁଦାୟ ୮୪ଟି ବୁଥ୍ ମଧ୍ୟରୁ ୩୫ଟି ସମ୍ବେଦନଶୀଳ ବୁଥ୍ ଚିହ୍ନଟ ହୋଇଥିବା ଜଣାପଡ଼ିଛି।